Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ବିଜେପି ବିଧାୟକଙ୍କ ପୁଅ ଏବଂ ନେତାଙ୍କ ବିରୋଧରେ ଦୁର୍ନିତି ଅଭିଯୋଗ ଆଣିଲା କଂଗ୍ରେସ, କହିଲା….
ରାଜ୍ୟ ଖବର

ବିଜେପି ବିଧାୟକଙ୍କ ପୁଅ ଏବଂ ନେତାଙ୍କ ବିରୋଧରେ ଦୁର୍ନିତି ଅଭିଯୋଗ ଆଣିଲା କଂଗ୍ରେସ, କହିଲା….

September 20, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବିଜେପି ବିଧାୟକ
ବିଜେପି ବିଧାୟକଙ୍କ ପୁଅ ଏବଂ ନେତାଙ୍କ ବିରୋଧରେ ଦୁର୍ନିତି ଅଭିଯୋଗ ଆଣିଲା କଂଗ୍ରେସ, କହିଲା....

ଭୁବନେଶ୍ୱର: ବିଜେପି ସରକାରଙ୍କ ଏକ ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ ଭବନଠାରେ କଂଗ୍ରେସ ମିଡ଼ିଆ ସେଲ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଅଣାଯାଇଛି । ଅରବିନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଉପାଧ୍ୟକ୍ଷ ଅମୀୟ ପାଣ୍ଡଵ ଏବଂ ବରିଷ୍ଠ ମୁଖପାତ୍ର ରଜନୀ କୁମାର ମହାନ୍ତି, ସରକାରୀ ଦଳର ଉପମୁଖ୍ୟ ସଚେତକଙ୍କ ସମ୍ପୃକ୍ତି ଥିବା ଏକ ବଡ଼ ଧରଣର ଦୁର୍ନୀତିର ପର୍ଦାଫାଶ କରିଛନ୍ତି ।

ମିଡ଼ିଆ ସେଲ ଉପାଧ୍ୟକ୍ଷ ଶ୍ରୀ ପାଣ୍ଡଵ ବିଜେପି ସରକାର ଦୁର୍ନୀତିର ସାହାଣ ମେଲା ମୁହାଣ ଖୋଲା ବୋଲି ବ୍ୟଙ୍ଗ କରିଛନ୍ତି। ସେ କହିଛନ୍ତି ଯେ ଦଳର ମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ପୁଅ ପ୍ରଦୀପ ଦାସ ଠିକାଦାରୀ ଲାଇସେନ୍ସ ପାଇଁ ଗତ ଜୁନ ୧୯ ତାରିଖରେ ଆବେଦନ କରିଥିଲେ । ସେ ପୁଲିସ ହାଉସିଂ କର୍ପୋରେସନ ସହିତ ଅନୁବନ୍ଧିତ ନୁହନ୍ତି କିନ୍ତୁ ଲାଇସେନ୍ସକୁ ବର୍ଷେ ମଧ୍ୟ ପୂରିନି ତାଙ୍କୁ ୧ କୋଟିରୁ ଅଧିକ ମୂଲ୍ୟର କାମ ଦିଆଗଲା ଯାହା ସମସ୍ତ ନୀତି ନିୟମ ବିରୁଦ୍ଧ ବୋଲି ସେ କହିଛନ୍ତି।

ସେ ପୁଣି କହିଛନ୍ତି ବିଜେପି ଯୁବମୋର୍ଚ୍ଚା ନେତା ଶଶିକାନ୍ତ ମିଶ୍ରଙ୍କ କମ୍ପାନୀ ଶ୍ରୀ ରଘୁନାଥ ମଲ୍ଟି ସଲ୍ୟୁସନ ପ୍ରାଇଭେଟ ଲିମିଟେଡ଼କୁ ଏଫଏମ ବିଶ୍ୱବିଦ୍ୟାଳୟରେ ନିର୍ମାଣ ପାଇଁ ୯୬ ଲକ୍ଷ ଟଙ୍କାର କାମ ଦିଆଗଲା । ଏଇ କମ୍ପାନୀ ମଧ୍ୟ ପୋଲିସ ହାଉସିଂ କର୍ପୋରେସନ ସହିତ ଅନୁବନ୍ଧିତ ନୁହେଁ । ତେବେ କିଏ ଏଭଳି ବେଆଇନ ଓ ନିୟମ ବିରୁଦ୍ଧ କାମ ମାଧ୍ୟମରେ ବିଜେପି ନେତାଙ୍କ ପୁଅ ଓ ଦଳୀୟ କର୍ମକର୍ତ୍ତାଙ୍କୁ ସରକାରୀ କାମ ପ୍ରଦାନ କରୁଛି ସରକାର ତଦନ୍ତ କରିବାକୁ ଉପାଧ୍ୟକ୍ଷ ଶ୍ରୀ ପାଣ୍ଡଵ ଦାବୀ କରିଛନ୍ତି ।

ସେ କହିଛନ୍ତି ଯେ, ଓଡିଶା ପୋଲିସ ହାଉସିଂ କର୍ପୋରେସନ ସରକାରୀ ଦଳର ମୁଖ୍ୟ ସଚେତକ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ପୁଅ ପ୍ରତୀକ ରଞ୍ଜନ ଦାସଙ୍କୁ ୨୭ ଲକ୍ଷ ୪୪ ହଜାର ଟଙ୍କାର କାମ ଅନୁବନ୍ଧନରେ ନ ଥାଇ ଦିଆଗଲା ପୁଣି ଦୁଇଟି କାମକୁ କ୍ଲଷ୍ଟର କରି ଦିଆଯାଇଛି । ଗୋଟିଏ ବାରିପଦା ଜେଲରେ କ୍ୟୁବିକାଲ ରୋପଣ କାମ ଏବଂ ଅନ୍ୟଟି ବାଲେଶ୍ୱରରେ ଯାହା ସମ୍ପୂର୍ଣ ବେଆଇନ । କାରଣ ଗୋଟିଏ ଅଞ୍ଚଳରେ ଥିବା କାମକୁ କ୍ଲଷ୍ଟର କରାଯାଇ ପାରିବା ନିୟମ ଅଛି।

ଅନ୍ୟ ଏକ ଦୁର୍ନୀତିର ତଥ୍ୟ ପ୍ରକାଶ କରି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ଯେ, ସଂଗ୍ରାମ କେଶରୀ ସାମଲ ନାମକ ଜଣେ ବିଜେପି ଯୁବମୋର୍ଚ୍ଚାର ନେତା ତାଙ୍କୁ ମଧ୍ୟ କେନ୍ଦୁଝର ବସଷ୍ଟାଣ୍ଡରେ ଆଲୋକିକରଣ ଏବଂ ସିସିଟିଭି ଖଞ୍ଜା ପାଇଁ ୭୬ ଲକ୍ଷ ୧୧ ହଜାର ଟଙ୍କାର କାମ ମିଳିଛି । ଏହାଙ୍କ ମଧ୍ୟ ପୋଲିସ ହାଉସିଂ କର୍ପୋରେସନ ସହ ଅନୁବନ୍ଧନ ନାହିଁ । କେନ୍ଦୁଝର ବସଷ୍ଟାଣ୍ଡରେ ୨୩ ଗୋଟି କାମ ପାଇଁ ମୋଟ ୧୩ କୋଟି ୪୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏଥିପାଇଁ କେନ୍ଦୁଝର ମିନେରାଲ ଫଣ୍ଡରୁ ଟଙ୍କା ଆସିଛି । ଆଶ୍ଚର୍ଯ୍ୟର ବିଷୟ ୨୩ ଗୋଟି କାମ ପାଇଁ ପୃଥକ ଇ-ଟେଣ୍ଡର ହେବା କଥା କିନ୍ତୁ ଟେଣ୍ଡର ଡକାଯାଇ ନାହିଁ ଯାହା ସମ୍ପୂର୍ଣ ବେଆଇନ କାର୍ଯ୍ୟ ।

ତେବେ ଓଡିଶା ପୁଲିସ ହାଉସିଂ କର୍ପୋରେସନର ମୁଖ୍ୟ ଯନ୍ତ୍ରୀ କାହିଁକି ଟେଣ୍ଡର ଡାକିଲେନି ଜବାବ ଦିଅନ୍ତୁ ବୋଲି ପ୍ରଶ୍ନ ପଚାରିବା ସହ ଏହାର ମୁଖ୍ୟ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏବଂ ସେ ବିଗତ ଦିନରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତିର ଅନୁସନ୍ଧାନ କରିଛନ୍ତି କିନ୍ତୁ ନିଜ ନାକ ତଳେ ଦୁର୍ନୀତି ହେଉଥିଲେ ମଧ୍ୟ କିପରି ଜାଣି ପାରୁନାହାନ୍ତି ବୋଲି ଶ୍ରୀ ମହାନ୍ତି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ମୁଖ୍ୟମନ୍ତ୍ରୀ ନିଜେ ସଦର ବିଧାୟକ ମଧ୍ୟ। ତାଙ୍କ ଅଗୋଚରରେ ଏହା ହେବା ସମ୍ଭବ କି ବୋଲି ସେ ପ୍ରଶ୍ନ କରିଥିଲେ।

ପୋଲିସ ହାଉସିଂ ୱେଲଫେୟାର କର୍ପୋରେସନରେ ଘଟିଥିବା ବେଆଇନ ଏବଂ ଦୁର୍ନୀତି ଉପରେ ସରକାର ବିଧିବଦ୍ଧ ତଦନ୍ତ କରି ଉପରୋକ୍ତ ଠିକାଦାର ମାନଙ୍କ କାମ ରଦ୍ଦ କରନ୍ତୁ ତଥା ଜଡିତ ଥିବା ଅଧିକାରୀଙ୍କ ବିରୁଦ୍ଧରେ ପଦକ୍ଷେପ ନିଆଯାଉ ବୋଲି କଂଗ୍ରେସ ପକ୍ଷରୁ ସରକାରଙ୍କ ନିକଟରେ ଦାବି କରା ଯାଇଥିଲା । ତେବେ ଏ ସଂପର୍କରେ ଅଭିଯୋଗ କରାଯାଇଥିବା ବିଜେପି ନେତା ଓ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Read More- Manipal University Jaipur Awards 4,237 Degrees at Online Education Convocation

BJP Congress କଂଗ୍ରେସର ଦୁର୍ନିତି ଅଭିଯୋଗ ବିଜେପି ଦୁର୍ନିତି ବିଜେପି ବିଧାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026

୨୦୨୫–୨୬ ଆର୍ଥିକ ବର୍ଷରେ ସ୍କ୍ରାପ୍ ବିକ୍ରୟରୁ ରେକର୍ଡ ରାଜସ୍ୱ ଅର୍ଜନ କଲା ପୂର୍ବ ତଟ ରେଳପଥ

April 6, 2026

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାଇଁ ସତର୍କର ଘଣ୍ଟି!: ସର୍ଭେ ରିପୋର୍ଟରେ ଟିଏମସି-ବିଜେପି କଡ଼ା ଟକ୍କର

April 6, 2026

ବୋମା ବିସ୍ଫୋରଣରେ ଦୁଇ ନାବାଳକ ଗୁରୁତର

April 6, 2026
Latest News

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026

କଣ୍ଢଲ ଆଶ୍ରମ ବିଦ୍ୟାଳୟରେ ସ୍ବତନ୍ତ୍ର ମାର୍ଗଦର୍ଶନ ଓ ପରାମର୍ଶ ଶିବିର

April 6, 2026

୨୦୨୫–୨୬ ଆର୍ଥିକ ବର୍ଷରେ ସ୍କ୍ରାପ୍ ବିକ୍ରୟରୁ ରେକର୍ଡ ରାଜସ୍ୱ ଅର୍ଜନ କଲା ପୂର୍ବ ତଟ ରେଳପଥ

April 6, 2026

ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଗ୍ନି ନିରାପତ୍ତା ସଚେତନତା

April 6, 2026

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାଇଁ ସତର୍କର ଘଣ୍ଟି!: ସର୍ଭେ ରିପୋର୍ଟରେ ଟିଏମସି-ବିଜେପି କଡ଼ା ଟକ୍କର

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.