Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଶୁଭଶ୍ରୀ ଲେଙ୍କାଙ୍କ ‘ଛାଇର ଛବି ‘ କବିତା ସଂକଳନ ଉନ୍ମୋଚିତ, ଯୋଗଦେଲେ ଦୀପ୍ତି ନାଭାଲ, ତସଲିମା ନସରିନ୍
ରାଜ୍ୟ ଖବର

ଶୁଭଶ୍ରୀ ଲେଙ୍କାଙ୍କ ‘ଛାଇର ଛବି ‘ କବିତା ସଂକଳନ ଉନ୍ମୋଚିତ, ଯୋଗଦେଲେ ଦୀପ୍ତି ନାଭାଲ, ତସଲିମା ନସରିନ୍

September 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସାହିତ୍ୟିକା ଶୁଭଶ୍ରୀ ଲେଙ୍କା
ସାହିତ୍ୟିକା ଶୁଭଶ୍ରୀ ଲେଙ୍କାଙ୍କ 'ଛାଇର ଛବି ' କବିତା ସଂକଳନ ଉନ୍ମୋଚିତ
ଭୁବନେଶ୍ୱର: ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀ ସାହିତ୍ୟିକମାନଙ୍କ ସଂଖ୍ୟା କମ୍‌। ନାରୀ ବିଭିନ୍ନ ସାଂସାରିକ ଜଞ୍ଜାଳ ମଧ୍ୟରେ ଫସିରହି ଅନ୍ୟମାନଙ୍କୁ ସୁଖୀ କରୁଥିଲେ ମଧ୍ୟ ନିଜେ ଅବହେଳାର ଶିକାର ହୋଇଥାଏ। ପୁରୁଷମା‌ନେ ପାଉଥିବା ସମସ୍ତ ସୁବିଧା ଯଦି ମହିଳାମାନେ ପାଆନ୍ତି, ତେବେ  ସାହିତ୍ୟିକାଙ୍କ ସଂଖ୍ୟାରେ ପରିବର୍ତ୍ତନ ଘଟିପାରନ୍ତା। ବର୍ତ୍ତମାନ ସମୟରେ ନାରୀମାନେ ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିପାଦିତ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି। ସାହିତ୍ୟିକା ତଥା ସମ୍ବାଦ ସାହିତ୍ୟଘରର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କାଙ୍କ କବିତା ସଂକଳନ ‘ଛାଇର ଛବି’ ପୁସ୍ତକର ପାଠକାର୍ପଣ ଅବସରରେ ଅତିଥିମାନେ ଏଭଳି କହିଛନ୍ତି।
ହୋଟେଲ ସ୍ବସ୍ତି ପ୍ରିମିୟମ୍‌ରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖିକା ତସଲିମା ନସରିନ୍‌ କହିଲେ, ସାହିତ୍ୟ ସର୍ଜନା କ୍ଷେତ୍ରରେ ନାରୀମାନେ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଲେ ଆମ ସାହିତ୍ୟ ସମୃଦ୍ଧ ହୋଇପାରିବ। ଏଥିପାଇଁ ନିଜର ଅଧିକାରକୁ ସାବ୍ୟସ୍ତ କରିବାକୁ ହେବ। ଏହି ଅବସରରେ ଲେଖିକା ଶ୍ରୀମତୀ ଲେଙ୍କାର କବିତା ‘ଆଜି ଆକାଶରେ ଜହ୍ନ ନାହିଁ’ର ବଙ୍ଗଳା ଅନୁବାଦ ପାଠ କରିଥିଲେ।
ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଅଭିନେତ୍ରୀ ଦୀପ୍ତି ନାଭାଲ ଆମ ଦେଶର ବିପର୍ଯ୍ୟସ୍ତ ମହିଳା ସୁରକ୍ଷା ପ୍ରସଙ୍ଗ ବାବଦରେ ଅଧିକରୁ ଅଧିକ ଆଲୋଚନା କରିବା ପାଇଁ ଆହ୍ବାନ ଦେଇଥିଲେ।
ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ସଭାରେ ସଭାପତିତ୍ବ କରି କହିଲେ, ପୁରୁଷ ଓ ମହିଳା ଆଦୌ ସମାନ ନୁହନ୍ତି। ମହିଳାମାନେ ପୁରୁଷମାନଙ୍କଠାରୁ ବହୁତ ଊର୍ଦ୍ଧ୍ବରେ। ନାରୀମାନେ ନିଜକୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରୁଛନ୍ତି। ଏଣୁ ନିଜକୁ ଛୋଟ ବୋଲି ଭାବିବାର ମାନସିକତାକୁ ପରିବର୍ତ୍ତନ କରିବା ଦରକାର।
ସମ୍ମାନିତ ଅତିଥି ବିଶିଷ୍ଟ ଚିତ୍ରଶିଳ୍ପୀ ସୂର୍ଯ୍ୟସ୍ନାତା ମହାନ୍ତି ପୁସ୍ତକର ପାଠକାଦୃତି କାମନା କରିବା ସହିତ ଲେଖିକାଙ୍କ ୩୦ ବର୍ଷର ସାରସ୍ବତ ଯାତ୍ରାର ସାର୍ଥକତା ସମ୍ପର୍କରେ ମତ ଦେଇଥିଲେ। ଲେଖିକା ଶ୍ରୀମତୀ ଲେଙ୍କା ଲେଖକୀୟ ଅଭିବ୍ୟକ୍ତି ବର୍ଣ୍ଣନା କରିବା ସହିତ ନାରୀକବିର ସ୍ବାଧୀନତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

AIIMS Bhubaneswar Annual Day Celebrated with Innovation

ଛାଇର ଛବି ଶୁଭଶ୍ରୀ ଲେଙ୍କା ସାହିତ୍ୟିକା ଶୁଭଶ୍ରୀ ଲେଙ୍କା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026
Latest News

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.