Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ରାଉରକେଲାର ଜେପି ହସ୍ପିଟାଲକୁ ଦିଆଯାଇଛି ୧୧୦୦୦୦୦୦୦୦ ଟଙ୍କା, କାହିଁକି ??
ରାଜ୍ୟ ଖବର

ରାଉରକେଲାର ଜେପି ହସ୍ପିଟାଲକୁ ଦିଆଯାଇଛି ୧୧୦୦୦୦୦୦୦୦ ଟଙ୍କା, କାହିଁକି ??

September 23, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ରାଉରକେଲାର ଜେପି ହସ୍ପିଟାଲ
ରାଉରକେଲାର ଜେପି ହସ୍ପିଟାଲକୁ ଦିଆଯାଇଛି ୧୧୦୦୦୦୦୦୦୦ ଟଙ୍କା, କାହିଁକି ??

ଭୁବନେଶ୍ବର: କରୋନା ମହାମାରୀ ସମୟରେ ରାଉରକେଲାର ଜେପି ହସ୍ପିଟାଲକଭ କରୋନା ରୋଗୀଙ୍କ ଚିକିତ୍ସା ବାବଦରେ ୧୧୦ କୋଟି ଟଙ୍କାରୁ ଅଧିକ ଅର୍ଥ ଯୋଗାଇ ଦିଆଯାଇଛି । ଏହି ଅର୍ଥ ଡିଏମଏଫ୍‍ ପାଣ୍ଠିରୁ ଯୋଗାଇ ଦିଆଯାଇଥିଲା । ଏହି ଡାକ୍ତରଖାନରେ ମୋଟ୍‍ ୧୮୭୯ ଜଣ ରୋଗୀ ଚିକିତ୍ସିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫୯୮ ଜଣ ମୃତ୍ୟୁବରଣ କରିଥିଲେ ।

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ । ମନ୍ତ୍ରୀ ଦର୍ଶାଛନ୍ତି ଯେ ରାଉରକେଲାର ଜେପି ହସ୍ପିଟାଲକୁ କରୋନା ଚିକିତ୍ସା ପାଇଁ ଡିଏମ୍‍ଏଫ୍‍ ପାଣ୍ଠିରୁ ୧୧୦,୪୮,୨୨,୧୫୪ ଟଙ୍କା ଯୋଗାଇ ଦିଆଯାଇଥିବାବେଳେ ଔଷଧ ବାବଦକୁ ନିଜସ୍ୱ ପାଣ୍ଠିରୁ ସରକାର ୨୧,୯୦,୪୩୩ ଟଙ୍କା ପ୍ରଦାନ କରିଥିଲେ ।

ଜେପି ହସ୍ପିଟାଲରେ ମୋଟ୍‍ ୧୮୭୯ ଜଣ କରୋନା ରୋଗୀଙ୍କର ଚିକିତ୍ସା ହୋଇଥିବାବେଳେ ସେମାନଙ୍କ ଠାରୁ ଚିକିତ୍ସା ବାବଦରେ କୌଣସି ଅର୍ଥ ଆଦାୟ ହୋଇନାହାିଁ । ଡାକ୍ତରଖାନାକୁ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ୨୦ଲକ୍ଷ ଟଙ୍କାର ୫ଟି ଭେଣ୍ଟିଲେଟର ମେସିନ୍‍ ଯୋଗାଇ ଦେଇଥିଲେ । ତେବେ ଚିକିତ୍ସିତ ହୋଇଥିବା ରୋଗୀଙ୍କ ମଧ୍ୟରୁ ୧୨୮୧ ଜଣ ସୁସ୍ଥହୋଇ ଘରକୁ ଫେରିଥିବାବେଳେ ୫୯୮ ଜଣ ମୃତ୍ୟୁବରଣ କରିଥିଲେ ।

ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଡିଏମଏଫ୍‍ ପାଣ୍ଠିରୁ ୨୦୨୦ ରୁ ୨୦୨୩ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ଏହି ଅର୍ଥ ଯୋଗାଇ ଦିଆଯାଇଥିଲା । ୨୦୨୧ରେ ସର୍ବାଧିକ ୭୬ କୋଟି ୮୭ଲକ୍ଷ ଟଙ୍କା ଦିଆଯାଇଥିବାବଳେ ୨୦୨୩ରେ ୨କୋଟି ୭୮ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ସେହିଭଳି ଔଷଧ ପାଇଁ ରାଜ୍ୟ ସରକାର ୨୦୨୧ ବର୍ଷରେ ୧୫ଲକ୍ଷ ୩୦ହଜାର ଟଙ୍କା ଦେଇଥିବାବେଳେ ୨୦୨୨ରେ ୬ଲକ୍ଷ ୬୦ହଜାର ଟଙ୍କା ପ୍ରଦାନ କରିଥିଲେ ।

ରାଉରକେଲାର ଜେପି ହସ୍ପିଟାଲ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଆ ଗଣମାଧ୍ୟମ ଜଗତରେ ସାମିଲ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

February 22, 2026

ଇଚ୍ଛାପୁରରେ ୨୨ତମ ବିଶ୍ୱଶାନ୍ତି ଶୈବଯାଗ ଓ ଏକଲକ୍ଷ ଆଠ ଦୀପ ମହାଯଜ୍ଞ 

February 22, 2026

Gupta Power: ଦେବାଳିଆ ଅବସ୍ଥାରେ ଓଡିଶାର ଗୁପ୍ତା ପାୱାର, ଅଧିଗ୍ରହଣ ପାଇଁ ବଡବଡ କଂପାନୀଙ୍କ ନଜର

February 22, 2026

ଆଜିଠାରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସିଙ୍ଗାପୁର-ଜାପାନ ଗସ୍ତ

February 22, 2026
Latest News

ଓଡିଆ ଗଣମାଧ୍ୟମ ଜଗତରେ ସାମିଲ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

February 22, 2026

ଇଚ୍ଛାପୁରରେ ୨୨ତମ ବିଶ୍ୱଶାନ୍ତି ଶୈବଯାଗ ଓ ଏକଲକ୍ଷ ଆଠ ଦୀପ ମହାଯଜ୍ଞ 

February 22, 2026

Gupta Power: ଦେବାଳିଆ ଅବସ୍ଥାରେ ଓଡିଶାର ଗୁପ୍ତା ପାୱାର, ଅଧିଗ୍ରହଣ ପାଇଁ ବଡବଡ କଂପାନୀଙ୍କ ନଜର

February 22, 2026

ଆଜିଠାରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସିଙ୍ଗାପୁର-ଜାପାନ ଗସ୍ତ

February 22, 2026

ସ୍କୁଲ ବ୍ୟାଗର ବୋଝକୁ କମ କରିବ ଜିଓ-ଶିକ୍ଷାର ସ୍ମାର୍ଟ କ୍ଲାସରୁମ୍ 

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.