ଭୁବନେଶ୍ବର: ଚଳିତ ବର୍ଷ କୁମାର ପୂର୍ଣ୍ଣିମା ନେଇ ଦ୍ବନ୍ଦ ଦେଖାଦେଇଛି। କାରଣ ଏହି ପୂର୍ଣ୍ଣିମା ଚଳିତ ଅକ୍ଟୋବର 6 ତାରିଖରେ ନା 7 ତାରିଖରେ ପଡୁଛି ତାହାକୁ ନେଇ ଦ୍ବନ୍ଦ। ସାଧାରଣତଃ ଆଶ୍ବିନ ମାସ ଶେଷ ଦିନକୁ ଆଶ୍ବିନ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା ବୋଲି କୁହାଯାଇଥାଏ। ଏପରିକୀ ଶାରଦୀୟ ପୂଜା ଏହିମାସରେ ହୋଇଥିବାରୁ ଏହାକୁ କେତେକ ସ୍ଥାନରେ ଶାରଦ ପୂର୍ଣ୍ଣିମା ବୋଲି କହିଥାନ୍ତି।
ତେବେ ଚଳିତ ମାସ ଏହି ପୂର୍ଣ୍ଣିମା ତିଥୀକୁ ନେଇ ଦ୍ବନ୍ଦ ଦେଖା ଦେଇଛି। ତାହା ହେଲା ଏହା 6 ତାରିଖ ସୋମବାରରେ ହେବ ନା 7 ତାରିଖ ମଙ୍ଗଳବାରରେ ହେବ। ଓଡିଆ କ୍ୟାଲେଣ୍ଡର ଅନୁସାରେ ଆସନ୍ତା 6 ତାରିଖରେ ହେଉଛି କୁମାର ଉତ୍ସବ। ହେଲେ 7 ତାରିଖରେ ହେଉଛି କୁମାର ପୂର୍ଣ୍ଣିମା।
ତେବେ ପଞ୍ଚାଙ୍ଗ ଅନୁସାରେ ଏଥର ପୂର୍ଣ୍ଣିମା ଦୁଇ ଦିନ ରହୁଛି। ଅର୍ଥାତ ଚଳିତ ମାସ 6 ତାରିଖ ଦିନ 12 ଟା 23 ମିନଟରେ ପୂର୍ଣ୍ଣିମା ଆରମ୍ଭ ହେଉଛି। ଏହା ତାପରଦିନ ଅର୍ଥାତ 7 ତାରିଖ ସକାଳ 9 ଟା 16 ମିନଟରେ ଶେଷ ହେଉଛି। ଯେହେତୁ ପୂର୍ଣ୍ଣିମା ହେଉଛି ଚନ୍ଦ୍ର ପୂଜା ସର୍ମପିତ କରାଯାଇଥାଏ ସେଥିପାଇଁ ଏହା ଅକ୍ଟୋବର 6 ତାରିଖ ସୋମବାରରେ ପାଳନ କରାଯିବ।
6 ଅକ୍ଟୋବର ସୋମବାର ଦିନ ଚନ୍ଦ୍ର ଉଦୟ ସମୟ ହେଉଛି ସଂଧ୍ୟା 5 ଟା 26 ମିନିଟ। ସେଥିପାଇଁ ଚନ୍ଦ୍ର ଦର୍ଶନ ଶୁଭ ସମୟ ହେଉଛି ରାତି 8 ଟା 30 ମିନଟ ପରେ।