ଭୁବନେଶ୍ବର: ଗତ କାଲି ବ୍ରହ୍ମପୁରର ବରିଷ୍ଠ ଆଇନଜୀଵୀ ତଥା ବିଜେପି ନେତା ପୀତବାସ ପଣ୍ଡା ଙ୍କ ଜଘନ୍ୟ ଓ ଅମାନୁଷିକ ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ଘଟଣାରେ ସଂପୃକ୍ତ ଅପରାଧୀ ମାନଙ୍କୁ ଖୋଜି ବାହାର କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ପୋଲିସ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ। ଏଭଳି ଜଘନ୍ୟ ଓ ଅମାନୁଷିକ ଘଟଣାକୁ କୌଣସି ପରିସ୍ଥିତି ରେ ମଧ୍ଯ ବରଦାସ୍ତ କରାଯିବ ନାହିଁ। ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପଣ୍ଡା ଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।