ଭୁବନେଶ୍ବର: ଖଣ୍ଡାୟତ’ ବା ‘Khandayat’ ଜାତିକୁ କେନ୍ଦ୍ର ଓବିସି ବର୍ଗରେ ସାମିଲ କରିବା ପାଇଁ ଜାତୀୟ ପଛୁଆ ବର୍ଗ କମିଶନ ବା National Commission for Backward Classes ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି ବିଜେପି ନେତା ତେଜେଶ୍ୱର ପରିଡ଼ା।
ଜାତୀୟ ପଛୁଆ ବର୍ଗ କମିଶନ ଅଧ୍ୟକ୍ଷ ଶ୍ରୀଯୁକ୍ତ ହଂସରାଜ ଗଙ୍ଗାରାମ ଅହିରଙ୍କ ଓଡିଶା ଗସ୍ତ ଅବସରରେ ସେ ଏହି ଦାବୀ କରିଛନ୍ତି। ତେଜେଶ୍ବର କମିଶନର ଏବଂ ସଦସ୍ୟ ଶ୍ରୀଯୁକ୍ତ ଭୁବନ ଭୂଷଣ କମଲ ଏବଂ କମିଶନଙ୍କ ସଚିବଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ସ୍ୱାଗତ କରିଥିଲେ। ଏହାପରେ ରାଜ୍ୟ ଅତିଥି ଭବନରେ ତାଙ୍କୁ ଭେଟି ‘ଖଣ୍ଡାୟାତ’ ଜାତି କୁ କେନ୍ଦ୍ରୀୟ ଓବିସି ତାଲିକାରେ ସାମିଲ ପାଇଁ ଦୃଢ ଯୁକ୍ତି ଉପସ୍ଥାପନ କରିଥିଲେ।
‘ଖଣ୍ଡାୟତ’ ଜାତିର ଅନେକ ବରିଷ୍ଠ ବ୍ୟକ୍ତିବିଶେଷ ତଥା ବୁଦ୍ଧିଜୀବୀମାନେ କମିଶନରଙ୍କ ଜନଶୁଣାଣିରେ ଭାଗ ନେଇ ଏହି ଯୁକ୍ତି ଉପସ୍ଥାପନା କରିଥିଲେ। ସୂଚନା ଯୋଗ୍ୟ ଯେ, ଖଣ୍ଡାୟତ ଜାତିକୁ ଓଡ଼ିଶା ରାଜ୍ୟରେ SEBC ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି, ହେଲେ କେନ୍ଦ୍ର ସରକାର ଏହାକୁ ଓବିସି ମାନ୍ୟତା ଦେଇ ନାହାଁନ୍ତି।


