ନୂଆପଡା ଉପନିର୍ବାଚନ: ଆରମ୍ଭ ହୋଇଛି ନୂଆପଡା ଉପନିର୍ବାଚନ ପାଇଁ ଭୋଟ ଗଣତି। ଷ୍ଟ୍ରଙ୍ଗରୁମ ଖୋଲିଯିବା ପରେ ପୋଷ୍ଟାଲ ବାଲଟ ଗଣତି ହୋଇଛି। ତେବେ ଏ ନେଇ କିଛି ସୂଚନା ଆସି ନାହିଁ। ମୋଟ ୧୪ଟି ଟେବୁଲ୍ରେ ୨୬ ରାଉଣ୍ଡ ଗଣତି ହେବ। ପ୍ରତ୍ୟେକ ଟେବୁଲରେ ଜଣେ ଗଣତି ସହକାରୀ ଅଧିକାରୀ, ଗଣତି ସୂପରଭାଇଜର ଏବଂ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ରହିଛନ୍ତି ।


