Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»କେନ୍ଦୁଝରରେ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ରାଜ୍ୟ ଖବର

କେନ୍ଦୁଝରରେ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

December 27, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦୁଝରରେ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ
କେନ୍ଦୁଝରରେ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଛାତ୍ରଛାତ୍ରୀମାନେ ବୈଜ୍ଞାନିକ ଚିନ୍ତାଧାରା ନେଇ ସବୁ ଜିନିଷର ଅନୁସନ୍ଧାନ କରିବା ଉଚିତ। ବର୍ତ୍ତମାନର ଛାତ୍ରଛାତ୍ରୀ ଆଗାମୀ ଦିନରେ ବଡ ବୈଜ୍ଞାନିକ ହୋଇ ନୂଆ ନୂଆ ଟେକ୍ନୋଲୋଜିର ଉଦ୍‌ଭାବନ କରିବା ସହିତ ଦେଶକୁ ଆତ୍ମନିର୍ଭର ହେବାରେ ନିଜର ଯୋଗଦାନ ରଖିଵା ଉଚିତ ବୋଲି ଆଜି ୫୨ତମ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଛନ୍ତି।

ଏହ ସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଗୋଟିଏ ସଭ୍ୟତାର ବିକାଶ ପଛରେ ସବୁଠାରୁ ବଡ ଭୂମିକା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ରହିଛି। କଳା ଓ ସଂସ୍କୃତି ସାମାଜିକ ପରମ୍ପରାରେ ମହକ ସୃଷ୍ଟି କରିଥାଏ। କିନ୍ତୁ, ସାମାଜିକ ଓ ଆର୍ଥିକ ବିକାଶ ପାଇଁ ମୂଳଭିତ୍ତି ହେଉଛି ବିଜ୍ଞାନ। କେଉଁ ପ୍ରାଚୀନ କାଳରୁ ଆମ ଦେଶର ୠଷି, ମୁନୀ ଓ ପଣ୍ଡିତମାନେ ବିଭିନ୍ନ ବୈଜ୍ଞାନିକ ସୂତ୍ରକୁ ସୃଷ୍ଟି କରିଥିଲେ। ଆମର ଚତୁର୍ବେଦର ଅନେକ ଅଂଶରେ ସମ୍ପୂର୍ଣ୍ଣ ବୈଜ୍ଞାନିକ ଚିନ୍ତାଧାରା ପ୍ରତିଫଳିତ ହୋଇଛି। ଆଚାର୍ଯ୍ୟ କଣାଦ ବୈଶେଷିକ ସୂତ୍ରରେ ଅଣୁ ଓ ପରମାଣୁ ସମ୍ପର୍କରେ ବର୍ଣ୍ଣନା ରହିଛି। ଆମ ଓଡିଶାର ମହାନ୍ ଜ୍ୟୋତିର୍ବିଦ୍ ପଠାଣି ସାମନ୍ତ ମାତ୍ର ଦୁଇ ଖଣ୍ଡ ବାଉଁଶ ନଳୀରୁ ପୃଥିବୀରୁ ଚନ୍ଦ୍ର ପର୍ଯ୍ୟନ୍ତ ଦୂରତାକୁ ସଠିକ୍ ମାପି ପାରିଥିଲେ ବୋଲି ସେ କହଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେଯେ ଭାରତରେ ରହିଛି ଜ୍ଞାନର ଏକ ସଂସ୍କୃତି। ସେଥିରେ ଆତ୍ମା ଓ ପରମାତ୍ମା ଭଳି ଦାର୍ଶନିକ ତତ୍ତ୍ବର ଗବେଷଣା ଓ ଚର୍ଚ୍ଚା କରାଯାଉଥିବା ବେଳେ, ସାମାଜିକ ପ୍ରଗତି ଓ ଅର୍ଥନୈତିକ ଉନ୍ନତି ପାଇଁ ପ୍ରୟୋଗ ଭିତ୍ତିକ ବିଜ୍ଞାନ ବା ଟେକ୍ନୋଲୋଜିର ବିକାଶରେ ମଧ୍ୟ ଉଦ୍ୟମ କରାଯାଇଛି। ଆମର ଏହି ଜ୍ଞାନର ସଂସ୍କୃତିକୁ ଜନକଲ୍ୟାଣରେ ଲଗାଇବା ପାଇଁ ତୁମ ଭଳି ମେଧାବୀ ପିଲା ଓ ଯୁବକ ମାନେ ଅଧିକ ଗବେଷଣା କରିବା ଆବଶ୍ୟକ। ଆଜିକାଲି ଛାତ୍ରଅଛାତ୍ରୀଙ୍କ ଶିକ୍ଷା ପାଇଁ ବହୁତ୍ ପ୍ରକାର ସାଧନ ଅଛି। ପାଠ୍ୟ ପୁସ୍ତକ ବ୍ୟତୀତ ଡିଜିଟାଲ ଲାଇବ୍ରେରୀ ଏବଂ ବିଭିନ୍ନ ଅନ୍‌ଲାଇନ୍ ମାଧ୍ୟମରେ ଅନେକ ନୂଆ ନୂଆ ତଥ୍ୟ ଓ ଜ୍ଞାନ ଉପଲବ୍ଧ ଅଛି। ଏହାକୁ ଉପଯୋଗ କରି ଛାତ୍ରଛାତ୍ରୀମାନେ ଅଧିକ ଗବେଷଣା କରିବା ଉଚିତ ବୋଲି ସେ ପରାମର୍ଶ ଦେଇଥିଳେ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ଦେଶକୁ ଆତ୍ମନିର୍ଭର କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଦୃଢ ପ୍ରତିଜ୍ଞା ନେଇଛନ୍ତି। ଏଥିରେ ବିଜ୍ଞାନ ଓ ପ୍ରଯୁକ୍ତିର ଏକ ବଡ ଭୂମିକା ରହିବ। ନୂଆ ନୂଆ ଜ୍ଞାନ ପାଇଁ ଆବଶ୍ୟକ ହେଉଛି ଗବେଷଣା। ତେଣୁ ଆଜିକାର ଛାତ୍ରଛାତ୍ରୀ ପ୍ରତିଭାବାନ୍ ପିଲାମାନେ ଆଗାମୀ ଦିନରେ ବ୍ୟାପକ ଗବେଷଣା କରିବା ଉଚିତ। ବୈଜ୍ଞାନିକ ଚିନ୍ତାଧାରା ନେଇ ସବୁ ଜିନିଷର ଅନୁସନ୍ଧାନ କରିବା ଉଚିତ। ଆଜିକାର ଛାତ୍ରଛାତ୍ରୀ ଆଗାମୀ ଦିନରେ ବଡ ବୈଜ୍ଞାନିକ ହୋଇ ନୂଆ ନୂଆ ଟେକ୍ନୋଲୋଜିର ଉଦ୍‌ଭାବନ କରିବା ସହିତ ଦେଶକୁ ଆତ୍ମନିର୍ଭର ହେବାରେ ନିଜର ଯୋଗଦାନ ରଖଇବାକୁ ପରାମର୍ଶ ଦେଇଥିଲେ।

ସେ କହିଥିଲେ, ବର୍ତ୍ତମାନ ଓଡିଶାରେ ଆମ ସରକାର ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ଲାଗୁ କରାଯାଇଛି। ଏଥିରେ ବିଶେଷକରି ସ୍କୁଲ ଶିକ୍ଷାରେ ବ୍ୟାପକ ପରିବର୍ତ୍ତନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଆମର ଲକ୍ଷ୍ୟ ହେଉଛି ଗୁଣାତ୍ମକ ଶିକ୍ଷା। ସେଥିପାଇଁ ପ୍ରାଥମିକ ସ୍ତରରେ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏ ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଗଠନ କରାଯିବ। ପ୍ରଥମ ପର୍ଯ୍ୟାୟ ରେ ୧୨ ହଜାର କୋଟି ଟଙ୍କାରେ ୨୨ ଶହ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ। ପ୍ରାଥମିକ ସ୍ତରରେ ଭଲ ଶିକ୍ଷାପାଇଲେ ହାଇସ୍କୁଲ ଓ କଲେଜ୍ ସ୍ତରରେ ମଧ୍ୟ ତୁମର ପ୍ରତିଭାର ବିକାଶ ଘଟିବ। ଆଗାମୀ ଦିନରେ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ଅନୁଷ୍ଠାନ ଗୁଡିକରେ ଆହୁରି ଅନେକ ପରିବର୍ତ୍ତନ କରାଯିବ। ମୌଳିକ ଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ଦକ୍ଷତା ଉପରେ ବ୍ୟାପକ ଗୁରୁତ୍ବ ଦେବା ଆରମ୍ଭ କରାଯାଇଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ପ୍ରକଳ୍ପ ଗୁଡିକୁ ବୁଲି ଦେଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ, ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ, ବିଧାୟକ ଡାକ୍ତର ଫକୀର ମୋହନ ନାୟକ, ବିଧାୟକ ଅଖିଳ ଚନ୍ଦୟ ନାୟକ, କେନ୍ଦୁଝରଗଡ ପୌର ପରିଷଦର ଅଧ୍ୟକ୍ଷକ୍ଷା ନିକୁ ସାହୁ ଜିଲ୍ଲପାଳ ବିଶାଳ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

Mohan Majhi କେଉଁଝରରେ ମୋହନ ମାଝୀ କେନ୍ଦୁଝରରେ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ମୋହନ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026
Latest News

ଆଜିଠାରୁ ଆରମ୍ଭ ହେଲା ନବରାତ୍ରି: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

March 19, 2026

ବାରବାଙ୍କୀରୁ ବହରାଇଚ୍ ୪-ଲେନ୍ ପ୍ରବେଶ-ନିୟନ୍ତ୍ରିତ ଜାତୀୟ ରାଜପଥ ନିର୍ମାଣକୁ ଅନୁମୋଦନ

March 19, 2026

କୁଏତର ଯୁବରାଜଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

March 19, 2026

‘ବନ୍ଦେ ଭାରତ ଚେୟାର କାର୍ ସର୍ଭିସ୍’ ର ସମ୍ପ୍ରସାରଣ ପାଇଁ ରାଜ୍ୟମାନଙ୍କର ସହାୟତା ଲୋଡିଲା କେନ୍ଦ୍ର

March 19, 2026

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.