Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ବରଗଡ଼ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୩୮୦ କୋଟିର ଚାରିଟି ନୂଆ ପ୍ରକଳ୍ପ ଘୋଷଣା
ରାଜ୍ୟ ଖବର

ବରଗଡ଼ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୩୮୦ କୋଟିର ଚାରିଟି ନୂଆ ପ୍ରକଳ୍ପ ଘୋଷଣା

December 30, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link
ବରଗଡ଼ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୩୮୦ କୋଟିର ଚାରିଟି ନୂଆ ପ୍ରକଳ୍ପ ଘୋଷଣା
ବରଗଡ଼ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୩୮୦ କୋଟିର ଚାରିଟି ନୂଆ ପ୍ରକଳ୍ପ ଘୋଷଣା

ଭୁବନେଶ୍ୱର/ବରଗଡ଼: ବିଶ୍ଵର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାର ଆଜି ସପ୍ତମ ଦିନରେ ଦର୍ଶକମାନେ ଏକ ନିଆରା ଦୃଶ୍ୟ ଦେଖିବାକୁ ପାଇଥିଲେ। କଂସ ମହାରାଜ ତାଙ୍କ ଦରବାରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କଳିଙ୍ଗ ସମ୍ରାଟ ଭାବେ ସମ୍ୱୋଧନ କରି ପଚାରିଥିଲେ ମଥୁରା ନଗରୀ (ବରଗଡ଼) ର ବିକାଶ ପାଇଁ କି ପଦକ୍ଷେପ ନିଆଯାଇଛି। ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମଥୁରା (ବରଗଡ଼)ର ଉନ୍ନତି ପାଇଁ ଆଜି ସମୁଦାୟ ପ୍ରାୟ ୧୩୬୨ କୋଟି ଟଙ୍କାରୁ ଅଧିକ ବିନିଯୋଗରେ ୧୨୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହା ସହିତ ୩୮୦ କୋଟି ଟଙ୍କାର ଚାରିଟି ନୂଆ ପ୍ରକଳ୍ପ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ବରଗଡ଼ରେ ଆଜି ୯୮୦ କୋଟି ୫୮ ଲକ୍ଷ ଟଙ୍କା ବିନିଯୋଗରେ ସମୁଦାୟ ୮୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ, ୩୮୨ କୋଟି ୨୬ ଲକ୍ଷ ଟଙ୍କା ମୂଲ୍ୟର ୩୮ ଟି ଉନ୍ନତିମୂଳକ ପ୍ରକଳ୍ପର ଉଦ୍‌ଘାଟନ ମଧ୍ୟ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।

ମହିଳାମାନଙ୍କ ପାଇଁ ହୋଇଥିବା ସୁଭଦ୍ରା ଯୋଜନାରେ ମଥୁରା ନଗରୀ (ବରଗଡ଼)ର ୩,୪୧, ୬୧୪ ଜଣ ମା ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପାଇଛନ୍ତି । ସେହିପରି, ୨୦୨୪-୨୫ ଖରିଫ୍‌ ଓ ରବି ଋତୁରେ ବରଗଡ଼ର ୨,୪୧, ୧୩୫ ଜଣ ଚାଷୀଙ୍କ ଠାରୁ ୧୩,୯୯,୦୦୦ ମେଟ୍ରିକ୍ ଧାନ ସଂଗ୍ରହ କରାଯାଇ ଇନ୍‌ପୁଟ୍‌ ସହାୟତା ସହିତ ୪୩୩୮ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ହିସାବ ଦେଇଥିଲେ । ଏଭଳି ଆର୍ଥିକ ସହାୟତା ପୂର୍ବରୁ କେବେ ବି ଦିଆଯାଇ ନଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏଥିରେ ସନ୍ତୋଷପ୍ରକାଶ କରି କଂସ ମହାରାଜ କହିଲେ ‘ଆତ୍ମତୃପ୍ତି ଲାଭ କଲା ମହାବୀର କଂସାସୁର’ ।

ମୁଖ୍ୟମନ୍ତ୍ରୀ ଏହି ଅବସରରେ ବରଗଡ଼ ପାଇଁ ନୂଆ ପ୍ରକଳ୍ପ ଘୋଷଣା କରି କହିଥିଲେ ଯେ, ୧୩୨ କୋଟି ଟଙ୍କା ବ୍ୟୟ ବରାଦରେ ଜିରା ନଦୀ ଉପରେ ଏକ ସ୍ୱେରେଜ୍ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବ । ଏହା ସହିତ ୩୦ କୋଟି ଟଙ୍କା ବ୍ୟୟରେ ବରଗଡ଼ ମ୍ୟୁନିସିପାଲଟିର ହାଟପଦା ଠାରେ ଏକ ଭେଣ୍ଡିଙ୍ଗ୍ ଜୋନ୍‌ର ବିକାଶ କରାଯିବ । ୬୫ କୋଟି ଟଙ୍କା ବିନିଯୋଗରେ ବରଗଡ଼ ସଦରରେ ଅଟଳ ବସ୍‌ଷ୍ଟାଣ୍ଡ ଯୋଜନାରେ ଏକ ଅତ୍ୟାଧୁନିକ ବସ୍‌ ଟର୍ମିନାଲ୍ ନିର୍ମାଣ କରାଯିବ ଓ ଗ୍ରୀଣ୍ଡୋଲା ଠାରେ ୧୫୦ କୋଟି ଟଙ୍କା ବିନିଯୋଗରେ ଏକ ଅନ୍ତନଦୀ ଜଳାଶୟ ନିର୍ମାଣ କରାଯିବ । ସୂଚନାଯୋଗ୍ୟ ଯେ, ଏହି ଚାରୋଟି ପ୍ରକଳ୍ପ ପାଇଁ ପ୍ରାୟ ୩୮୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିଛନ୍ତି।

ଧନୁଯାତ୍ରାକୁ ଭାରତର ସାଂସ୍କୃତିକ ଅର୍ଥନୈତିକ (Cultural Economy) ମଡେଲର ଉଦାହରଣ ବୋଲି କହି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଯାତ୍ରା ସାମାଜିକ ଜୀବନରେ ଆଧ୍ୟାତ୍ମିକତାର ଏକ ପ୍ରକୃଷ୍ଟ ନିଦର୍ଶନ । ଏହି ଉତ୍ସବ ପାଇଁ ଅନୁଦାନ ରାଶି ଏକ କୋଟି ଟଙ୍କାରୁ ଦେଢ଼ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି ଏବଂ ୨୦୦ ପ୍ରମୁଖ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ପ୍ରଦାନ କରାଯାଇଛି । ଏକ ବଡ଼ ପ୍ରତିଶୃତି ଥିଲା ଧନୁଯାତ୍ରା ପାଇଁ ରଙ୍ଗମହଲ ନିର୍ମାଣ । ଆଜି ଏହାର ମଧ୍ୟ ଶିଳାନ୍ୟାସ ହେଲା ଆଉ ସେଥିପାଇଁ ପ୍ରାୟ ୧୨ କୋଟି ୮୦ ଲକ୍ଷ ଟଙ୍କା ବିନିମୟରେ ଏବଂ ଏହା ସାରା ବିଶ୍ୱରେ ଶ୍ରେଷ୍ଠ ରଙ୍ଗମହଲ ଭାବେ ପରିଚୟ ସୃଷ୍ଟି କରିବ । ୟୁନେସ୍କୋ ଦ୍ୱାରା ବିଶ୍ୱ ଦରବାରରେ କିଭଳି ମାନ୍ୟତା ପାଇବ, ସେଥିପାଇଁ ଆମେ ଚେଷ୍ଟା ଜାରି ରଖିଛୁ ଏବଂ ଏଥିରେ ଆମେ ସଫଳ ହେବୁ ବୋଲି ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖି କହିଛନ୍ତି ।

ରାଜ୍ୟର ଦୁର୍ନୀତିଖୋର୍‌ କର୍ମଚାରୀମାନଙ୍କୁ କଂସ ମହାରାଜଙ୍କ ଦରବାରରୁ ଭିଜିଲାନ୍ସର ଚେତାବନୀ ଦେଇ ମୁଖ୍ୟମନ୍ତ୍ରୀ ସୁଧୁରି ଯିବାପାଇଁ କହିଛନ୍ତି ଏବଂ ଆହ୍ୱାନ ଦେଇଛନ୍ତି ଯେ, ସରକାରୀ କର୍ମଚାରୀମାନେ ଜନସେବାକୁ ପ୍ରାଥମିକତା ଦିଅନ୍ତୁ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଧନୁଯାତ୍ରା, ମହାରାଜ କଂସଙ୍କ ରାଜତ୍ୱର ଅନନ୍ୟ ନାଟ୍ୟ ଚିତ୍ରଣ ସହିତ ସାଂସ୍କୃତିକ ଶୋଭାଯାତ୍ରା, ରଙ୍ଗୋଲି ଓ ଚିତ୍ରକଳା ପ୍ରଦର୍ଶନୀ, ଚିତ୍ରଶିଳ୍ପୀ ଶିବିର, ହସ୍ତତନ୍ତ ମେଳା, ମୀନାବଜାର ଏବଂ ପଲ୍ଲିଶ୍ରୀ ମେଳା ଭଳି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ସଂସ୍କୃତି ଏବଂ ଅର୍ଥନୀତିକୁ ମଧ୍ୟ ପ୍ରୋତ୍ସାହିତ କରିଆସିଛି। ନିଜର ଅନନ୍ୟ ନାଟ୍ୟ ମହିମା ବ୍ୟତୀତ, ଧନୁଯାତ୍ରା ବିଭିନ୍ନ ପ୍ରଦର୍ଶନୀ ଓ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ସଂସ୍କୃତି, ଐତିହ୍ୟ, ବାଣିଜ୍ୟ ଏବଂ ସାମୂହିକ ଅଂଶଗ୍ରହଣକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ ।

ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସାଂସ୍କୃତିକ ରାଷ୍ଟ୍ରବାଦର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଭାରତର ସଂସ୍କୃତି ଓ ପରମ୍ପରାକୁ ପୁର୍ନଜାଗୃତି ପାଇଁ ମାନନୀୟ ମୋଦୀଜୀ ବ୍ୟକ୍ତିଗତ ସ୍ତରରେ ତଥା ତାଙ୍କ ନେତୃତ୍ୱାଧୀନ ସରକାର ଅନେକ କାର୍ଯ୍ୟ କରିଛନ୍ତି। ପୁଣ୍ୟଭୂମି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର, କୁମ୍ଭମେଳାକୁ ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ଯାତ୍ରା, କାଶୀ ବିଶ୍ଵନାଥ ମନ୍ଦିରର ପୁନଃନିର୍ମାଣ, ମଥୁରା, ମହାକାଳ ପରି ବିଶ୍ଵ ବିଖ୍ୟାତ ମନ୍ଦିରର କୟାକଳ୍ପ, ଉତ୍ତର ଭାରତର ଚାରିଧାମ ଯାତ୍ରାପଥର ଉନ୍ନତିକରଣ ଏହି ସାଂସ୍କୃତିକ ରାଷ୍ଟ୍ରବାଦର ପ୍ରକୃଷ୍ଟ ଉଦାହରଣ। ମୋଦୀଜୀଙ୍କ ‘ବିକାଶ ଭି, ବିରାଶତ ଭି’ ମନ୍ତ୍ରରେ ଉଦ୍‍ବୁଦ୍ଧ ହୋଇ ଆମ ସରକାର ‘ଓଡିଆ ଅସ୍ମିତା’କୁ ଶାସନ-ପ୍ରଶାସନର ଏକ ଅଭିନ୍ନ ଅଙ୍ଗଭାବେ ବିବେଚନା କରୁଛନ୍ତି।

ସେ ପୁଣି କହିଥିଲେ, ବରଗଡ଼ ସହରରେ ଅନେକ ମନୋରମ ତୋରଣ ନିର୍ମାଣ ହୋଇଛି । ଏହା ସହରର ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଛି । ଏହା ସହିତ ଧନୁଯାତ୍ରା ଉପରେ ଅଧ୍ୟୟନ କରିବା ପାଇଁ National School of Drama ରୁ ଡାଇରେକ୍ଟର ଏବଂ ଆସିଷ୍ଟାଣ୍ଟ ଡାଇରେକ୍ଟରମାନେ ଆସିଛନ୍ତି । ଏହା ଉପରେ ସେମାନେ ଅଧ୍ୟୟନ କରିବେ, ରିପୋର୍ଟ ଦେବେ ଏବଂ ଏହାର ଉପଯୁକ୍ତ ଡକୁମେଣ୍ଟେସନ୍ କରାଯିବ ।

ସେ ଆହୁରି କହିଥିଲେ ଯେ, ଗତ ଦେଢ ବର୍ଷରେ ଆମ ସରକାର ରାଜ୍ୟବାସୀଙ୍କ ପାଇଁ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି। ରାଜ୍ୟର ପ୍ରତି ବର୍ଗ ଯେପରିକି ମହିଳା, ଗରିବ, ଯୁବା, ଅନ୍ନଦାତା, ଶ୍ରମିକ, ଛୋଟ ବେପାରୀ ସମସ୍ତଙ୍କ ପାଇଁ କିଛି ନା କିଛି ଯୋଜନା କରିଛନ୍ତି। ଏହା ସହିତ ରାଜ୍ୟରେ ଭିତ୍ତିଭୂମି ଏବଂ ଉଦ୍ୟୋଗର ବିକାଶ ପାଇଁ ମୁଁ ନିରନ୍ତର ଭାବେ ଚେଷ୍ଟା କରି ଆସୁଅଛି। ଏହି କ୍ରମରେ ଓଡିଶା ଆଗାମୀ ଦିନରେ ଏକ ପ୍ରକାର ଶିଳ୍ପ ବିପ୍ଲବ ଦେଖିବ। ରାଜ୍ୟର ପ୍ରତି ଜିଲ୍ଲା ହେବ ଶିଳ୍ପାୟନ। ଏଥିପାଇଁ ଉଦ୍ୟମ ଜାରି ରହିଛି।

ଏହି କାର୍ଯ୍ୟକ୍ରମ ଅବସରରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ବିଜେପୁର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡତିଆ, ପଦ୍ମପୁର ବିଧାୟକ ବର୍ଷା ସିଂ ବରିହା, ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଆରକ୍ଷୀ ଅଧୀକ୍ଷକ ପ୍ରହ୍ଲାଦ ସହାଇ ମୀନା ଏବଂ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥି ପ୍ରମୁଖ ଉପସ୍ଥିତ ଥିଲେ ।

ନୂଆ ପ୍ରକଳ୍ପ ଘୋଷଣା ବରଗଡ ବରଗଡ଼ ଜିଲ୍ଳା ବିକାଶ ପ୍ରକଳ୍ପ ମହାରାଜ କଂସ ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ଚର୍ଚ୍ଚିତ ଯୌତୁକ ଜନିତ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ

January 21, 2026

ଭାରତ ଆସିବ କି ନାହିଁ?, ୨୪ ଘଣ୍ଟା ଭିତରେ ନିଷ୍ପତ୍ତି ନିଅ, ନଚେତ…: ବାଂଲାଦେଶକୁ ଚେତାବନୀ ଦେଲା ଆଇସିସି

January 21, 2026

ଆଜି ମହାପ୍ରଭୃଙ୍କର ପଦ୍ମବେଶ: କାହିଁକି ହୁଏ ଏହି ବେଶ, କଣ ରହିଛି ଏହା ପଛର କିମ୍ବଦନ୍ତୀ?

January 21, 2026

ଅଟଳ ପେନସନ ଯୋଜନାର ଅବଧି ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି

January 21, 2026
Latest News

ବାଣପୁରରେ ଚର୍ଚ୍ଚିତ ଯୌତୁକ ଜନିତ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ

January 21, 2026

ଭାରତ ଆସିବ କି ନାହିଁ?, ୨୪ ଘଣ୍ଟା ଭିତରେ ନିଷ୍ପତ୍ତି ନିଅ, ନଚେତ…: ବାଂଲାଦେଶକୁ ଚେତାବନୀ ଦେଲା ଆଇସିସି

January 21, 2026

ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କକୁ ଇକ୍ୟୁଟି ସହାୟତାକୁ କ୍ୟାବିନେଟ୍‌ ମଞ୍ଜୁରି

January 21, 2026

ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦: ଦେଖନ୍ତୁ ଉଭୟ ଦଳର ସମ୍ଭାବ୍ୟ ଏକାଦଶ

January 21, 2026

ଆଜି ମହାପ୍ରଭୃଙ୍କର ପଦ୍ମବେଶ: କାହିଁକି ହୁଏ ଏହି ବେଶ, କଣ ରହିଛି ଏହା ପଛର କିମ୍ବଦନ୍ତୀ?

January 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.