Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ସାଧାରଣତନ୍ତ୍ର ଦିବସ ୨୦୨୬: କଟକରେ ପତାକା ଉତ୍ତୋଳନ କରି ଅଭିଭାଷଣ ରଖିଲେ ମୁଖ୍ୟମନ୍ତ୍ରୀ 
ରାଜ୍ୟ ଖବର

ସାଧାରଣତନ୍ତ୍ର ଦିବସ ୨୦୨୬: କଟକରେ ପତାକା ଉତ୍ତୋଳନ କରି ଅଭିଭାଷଣ ରଖିଲେ ମୁଖ୍ୟମନ୍ତ୍ରୀ 

January 26, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସାଧାରଣତନ୍ତ୍ର ଦିବସ ୨୦୨୬
ସାଧାରଣତନ୍ତ୍ର ଦିବସ ୨୦୨୬: କଟକରେ ପତାକା ଉତ୍ତୋଳନ କରି ଅଭିଭାଷଣ ଦେଲେ ମୁଖ୍ୟମନ୍ତ୍ରୀ 

ସାଧାରଣତନ୍ତ୍ର ଦିବସ ୨୦୨୬: କଟକର ବାରବାଟୀ ଷ୍ଟାଡିଅମରେ ୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ଭାରତୀୟ ସମ୍ବିଧାନ ହେଉଛି ଆମ ଗଣତନ୍ତ୍ରର ଆଧାର ଓ ପ୍ରତ୍ୟେକ ନାଗରିକଙ୍କ ପାଇଁ ମାର୍ଗଦର୍ଶକ।

ସେ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶାର ବୀର ସଂଗ୍ରାମୀ ଏବଂ ଦେଶର ସୁରକ୍ଷା ପାଇଁ  ବଳିଦାନ କରିଥିବା ଅମର ଶହୀଦ୍‌ମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଡକ୍ଟର ବି.ଆର୍. ଆମ୍ବେଦକରଙ୍କ ଅବଦାନକୁ ସ୍ମରଣ କରି ସେ କହିଥିଲେ ଯେ, ସମ୍ବିଧାନ ଆମକୁ ସମାନ ଅଧିକାର ସହିତ ସମାନ କର୍ତ୍ତବ୍ୟର ପାଠ ମଧ୍ୟ ଦେଇଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୧୪ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଦ୍ରୁତ ବିକାଶ ପଥରେ ଅଗ୍ରସର ହୋଇ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହୋଇଛି। ‘ମେକ୍‌ ଇନ୍‌ ଇଣ୍ଡିଆ’, ‘ଡିଜିଟାଲ ଇଣ୍ଡିଆ’, ‘ଆୟୁଷ୍ମାନ ଭାରତ’, ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ ଭଳି ଯୋଜନା ଯୋଗୁଁ ୨୫ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇପାରିଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ।

ଦେଶର ସୁରକ୍ଷା ମାମଲାରେ ମୋଦୀ ସରକାରଙ୍କ ଦୃଢ଼ ନୀତି, ଆତଙ୍କବାଦ ବିରୋଧରେ କଡା ଆଭିଗମ ଏବଂ ନକ୍ସଲ ମୁକ୍ତ ଭାରତ ଗଠନ ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ।

ଓଡ଼ିଶା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ୧୯ ମାସ ଧରି ରାଜ୍ୟ ଦ୍ରୁତ ବିକାଶର ପଥରେ ଆଗୁଆଁ ଚାଲିଛି। ୨୦୩୬ରେ ଓଡ଼ିଶା ଗଠନର ଶତବାର୍ଷିକୀ ପୂର୍ବରୁ ରାଜ୍ୟକୁ ଦେଶର ଶୀର୍ଷ ପାଞ୍ଚଟି ରାଜ୍ୟ ମଧ୍ୟରେ ଆଣିବା ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଥିଲେ।

ଶିକ୍ଷା, ସ୍ୱାସ୍ଥ୍ୟ, ନାରୀ ସଶକ୍ତିକରଣ ଓ ଗରିବ କଲ୍ୟାଣକୁ ପ୍ରାଥମିକତା ଦେଇ ରାଜ୍ୟ ସରକାର କାମ କରୁଛି ବୋଲି ଉଲ୍ଲେଖ କରି ସେ ‘ସୁଭଦ୍ରା ଯୋଜନା’, ‘ଆୟୁଷ୍ମାନ ଭାରତ–ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ ଓ ନୂତନ ଶିକ୍ଷାନୀତି-୨୦୨୦ର କାର୍ଯ୍ୟାନ୍ୱୟନକୁ ରାଜ୍ୟର ମୁଖ୍ୟ ସଫଳତା ଭାବେ ଉଲ୍ଲେଖ କରିଥିଲେ।

ସେ କହିଥିଲେ ଯେ, ଆଜି ଆମ ଓଡ଼ିଶା ପାଇଁ ଏକ ଅତ୍ୟନ୍ତ ଆନନ୍ଦ ଓ ଗୌରବର ବିଷୟ ଯେ, ଚଳିତ ବର୍ଷ ଓଡିଶାର ଚାରିଜଣ ବିଶିଷ୍ଟ ବ୍ୟକ୍ତି ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି। ସାନ୍ତାଳୀ ସାହିତ୍ୟ ଓ ଶିକ୍ଷାରେ ଅବଦାନ ଏବଂ ଆଦିବାସୀ ସାହିତ୍ୟକୁ ଜାତୀୟ ମଞ୍ଚରେ ପହଞ୍ଚାଇବା ପାଇଁ ଶ୍ରୀ ଚରଣ ହେମ୍ବ୍ରମ, ଓଡ଼ିଶାର ଲୋକ ସଂସ୍କୃତିକୁ ଶିକ୍ଷାରେ ସମ୍ମିଳିତ କରିବା ପାଇଁ ଶ୍ରୀ ମହେନ୍ଦ୍ର କୁମାର ମିଶ୍ର, ଓଡ଼ିଶାର ପାରମ୍ପରିକ ନାଟ୍ୟ କଳା ସଖୀ ନାଟର ସୁରକ୍ଷା ଓ ପ୍ରସାର ପାଇଁ ଶ୍ରୀ ସୀମାଞ୍ଚଳ ପାତ୍ର ଏବଂ ଓଡ଼ିଶାର ପାରମ୍ପରିକ କଳାରେ ସୃଜନଶୀଳତା ଓ ଓଡିଆ କଳାକୁ ଜାତୀୟ ମଞ୍ଚରେ ପ୍ରତିଷ୍ଠା କରିବା ପାଇଁ ଶ୍ରୀ ଶରତ କୁମାର ପାତ୍ର ଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯିବ। ଏମାନେ ସମସ୍ତେ ଆମ ଓଡିଆ କଳା ଓ ସଂସ୍କୃତିର ଜାଗ୍ରତ ପ୍ରହରୀ । ଏହି ଅବସରରେ, ମୁଁ ଏହି ମହାନ ସାହିତ୍ୟିକ ଓ କଳାକାରମାନଙ୍କୁ ମୋର ଅଭିନନ୍ଦନ ଜଣାଉଛି ।

ଗୋଟିଏ ସମାଜର ଭାଷା, ସାହିତ୍ୟ ଓ ସଂସ୍କୃତି ହେଉଛି ତା’ର ପରିଚୟ। ସମାଜର ବରପୁତ୍ର ମାନେ ହେଉଛନ୍ତି ଆମର ପ୍ରେରଣା। ଏ ସବୁକୁ ମିଶେଇ ପ୍ରତିଷ୍ଠା ହୁଏ ଆମର ଅସ୍ମିତା । ଓଡିଆ ଅସ୍ମିତାର ସୁରକ୍ଷା ପାଇଁ ଆମ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ।

Mohan Majhi republic day Republic Day 2026 ଗଣତନ୍ତ୍ର ଦିବସ ସାଧାରଣତନ୍ତ୍ର ଦିବସ-୨୦୨୬
Share. Facebook Twitter LinkedIn Email WhatsApp Copy Link

Related Posts

ଆର୍ଯ୍ୟ ସମାଜ ପକ୍ଷରୁ ମହର୍ଷି ଦୟାନନ୍ଦ ଋଷିବୋଧ ଉତ୍ସବ ପାଳିତ

February 15, 2026

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ୬୧ ରନରେ ଜିତିଲା ଟିମ ଇଣ୍ଡିଆ

February 15, 2026

ମହାଶିବରାତ୍ରୀ: ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ପ୍ରଭୃ ଲିଙ୍ଗରାଜଙ୍କ ମହାଦୀପ 

February 15, 2026

ପ୍ରଖ୍ୟାତ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଆଉ ନାହାଁନ୍ତି, ମହାଶିବରାତ୍ରୀରେ ପରଲୋକ

February 15, 2026
Latest News

ଆର୍ଯ୍ୟ ସମାଜ ପକ୍ଷରୁ ମହର୍ଷି ଦୟାନନ୍ଦ ଋଷିବୋଧ ଉତ୍ସବ ପାଳିତ

February 15, 2026

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ୬୧ ରନରେ ଜିତିଲା ଟିମ ଇଣ୍ଡିଆ

February 15, 2026

ମହାଶିବରାତ୍ରୀ: ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ପ୍ରଭୃ ଲିଙ୍ଗରାଜଙ୍କ ମହାଦୀପ 

February 15, 2026

ପ୍ରଖ୍ୟାତ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଆଉ ନାହାଁନ୍ତି, ମହାଶିବରାତ୍ରୀରେ ପରଲୋକ

February 15, 2026

ଇଶାନ କିଶାନଙ୍କ ବିସ୍ଫୋରକ ବ୍ୟାଟିଂ: ପାକିସ୍ତାନକୁ ୧୭୬ ରନର ଟାର୍ଗେଟ ଦେଲା ଭାରତ

February 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.