Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ପୁଣି ଆଇଏଏସ ସ୍ତରରେ ଅଦଳବଦଳ, ବାତିଲ ହେଲା ସ୍ମାର୍ଟ ସିଟି ଓ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତି
ରାଜ୍ୟ ଖବର

ପୁଣି ଆଇଏଏସ ସ୍ତରରେ ଅଦଳବଦଳ, ବାତିଲ ହେଲା ସ୍ମାର୍ଟ ସିଟି ଓ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତି

February 11, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ପୁଣି ଆଇଏଏସ ସ୍ତରରେ ଅଦଳବଦଳ
ପୁଣି ଆଇଏଏସ ସ୍ତରରେ ଅଦଳବଦଳ, ବାତିଲ ହେଲା ରଶ୍ମିତା ପଣ୍ଡାଙ୍କ ସ୍ମାର୍ଟ ସିଟି ଓ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତି

ଭୁବନେଶ୍ବର- ଆଜି ରାଜ୍ୟ ସରକାର ପୁଣି ଥରେ ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି। ଏଥିରେ ପାଞ୍ଚ ଜଣଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି। ତେବେ ପୂର୍ବ ବଦଳରେ ରଶ୍ମିତା ପଣ୍ଡାଙ୍କୁ ଦିଆଯାଇଥିବା ବିଡିଏ ଉପାଧ୍ୟକ୍ଷ ଏବଂ ସ୍ମାର୍ଟ ସିଟି ଏମଡି ନିଯୁକ୍ତିକୁ ସରକାର ବାତିଲ କରିଛନ୍ତି। ପୂର୍ବପରି ଚଞ୍ଚଳ ରଣା ସେହି ପଦବୀରେ ରହିବେ। ଆଜି ରାଜ୍ୟ ସରକାର ଯେଉଁ ସବୁ ଅଦଳବଦଳ କରିଛନ୍ତି ତାହା ହେଲା…

୧-ଭୂପେନ୍ଦ୍ର ସିଂ ପୁନିଆ- କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସେ ବର୍ତ୍ତମାନ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଦାୟିତ୍ବରେ ଅଛନ୍ତି।

୨- ରଶ୍ମିତା ପଣ୍ଡା– ଏମଏସଏମଇ ବିଭାଗର କମିଶନର ତଥା ସଚିବ ଭାବେ ନିଯୁକ୍ତି ମିଳିଛି । ତାଙ୍କ ନିକଟରେ ବିଡିଏ ଉପାଧ୍ୟକ୍ଷ ଏବଂ ଭୁବନେଶ୍ବର ସ୍ମାର୍ଟ ସିଟିର ଏମଡି ଭାବେ ନିଯୁକ୍ତି ଦିଆଯାଇଥିଲା। ତାହାକୁ ବାତିଲ କରାଯାଇଛି।

୩- ଡି ପ୍ରଶାନ୍ତ କୁମାର ରେଡ୍ଡୀ- ଇଡ଼କୋ ପରିଚାଳନା ନିର୍ଦ୍ଦେଶକ ଭାବେ ପୂର୍ଣ୍ଣକାଳୀନ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେ ଏମଏସଏମଇ ସଚିବ ସହ ଅତିରିକ୍ତ ଭାବେ ଇଡକୋ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଥିଲେ ।

୪- ସୁରେନ୍ଦ୍ର କୁମାର ମୀନା- ସେଣ୍ଟର ଫର ମଡର୍ଣ୍ଣାଇଜେସନ୍ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ(ସିଏମଜିଆଇ), ପ୍ରଶାସନିକ ଓ ଶାସନ ସଂସ୍କାର କମିଟିର ଆବାହକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେ ପୂର୍ବପରି ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବିଭାଗର ଅତିରିକ୍ତ ସଚିବ ରହିବେ।

୫- ଆବୋଲି ସୁନୀଲ ନରୱଣେ- ଇପିକଲ ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ । ସେ ପୂର୍ବଭଳି ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଓ ଓଡ଼ିଶା ଅର୍ଥ ନିଗମର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ।

IAS Transfer ଆଇଏଏସ ଅଦଳବଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 3, 2026

ଓଡ଼ିଶାରେ ୫୪ ପ୍ରତିଶତରୁ ଅଧିକ ରାଜସ୍ବ ବଜାର ଅଂଶ ସହିତ ଜିଓର ଦବଦବା ଜାରି: ଟ୍ରାଇ ରିପୋର୍ଟ

March 3, 2026

ପ୍ରଥମ କ୍ରିକେଟ୍ ଦଳ ଭାବେ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହେଲା ଟିମ୍ ଇଣ୍ଡିଆ

March 3, 2026

ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ଘୋଷଣା କଲା ପ୍ରାର୍ଥୀଙ୍କ ନାମ, ସେପଟେ ଦିଲ୍ଲୀପ ରାୟ କଲେ ଘୋଷଣା

March 3, 2026
Latest News

ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 3, 2026

ମହତପଲ୍ଲାରେ ବାର୍ଷିକ ଉତ୍ସବ: ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ

March 3, 2026

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 3, 2026

ଓଡ଼ିଶାରେ ୫୪ ପ୍ରତିଶତରୁ ଅଧିକ ରାଜସ୍ବ ବଜାର ଅଂଶ ସହିତ ଜିଓର ଦବଦବା ଜାରି: ଟ୍ରାଇ ରିପୋର୍ଟ

March 3, 2026

ପ୍ରଥମ କ୍ରିକେଟ୍ ଦଳ ଭାବେ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହେଲା ଟିମ୍ ଇଣ୍ଡିଆ

March 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.