Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
ରାଜ୍ୟ ଖବର

ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

March 22, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ
ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଆଜି ସ୍ଥାନୀୟ ଲୋକ ସେବା ଭବନ କନଭେନଶନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଜଳ ସମ୍ପଦ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି।

ସୂଚନା ଯୋଗ୍ୟ ଯେ, ଆଜି ମୁଖ୍ୟମନ୍ତ୍ରୀ ସମୁଦାୟ ୨୬୧୨ କୋଟି ଟଙ୍କାର ବହୁମୂଲ୍ୟ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିମଧ୍ୟରୁ ପ୍ରାୟ ୨୨୯୨ କୋଟି ଟଙ୍କାର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଥିବା ବେଳେ ପ୍ରାୟ ୩୨୦ କୋଟି ଟଙ୍କାର ବ୍ୟୟ ବରାଦରେ ସମୁଦାୟ ୧୨୪ ଟି ପ୍ରକଳ୍ପର ଶୁଭ ଉଦଘାଟନ ହୋଇଛି ।

ଜଳର ଗୋଟିଏ ବୁନ୍ଦା ମଧ୍ୟ ବିଶ୍ୱର ଅନେକ ଲୋକଙ୍କ ପାଇଁ ଦୁର୍ମୂଲ୍ୟ । ତେଣୁ ଜଳର ଗୋଟିଏ ବୁନ୍ଦା ଯେପରି ନଷ୍ଟ ନ ହୁଏ, ସେଥିପାଇଁ ସମସ୍ତଙ୍କୁ ଶପଥ ନେବାକୁ କହି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଶ୍ୱ ଜଳ ଦିବସରେ ଜଳ ଅପଚୟ ନ କରିବାର ବାର୍ତ୍ତା ପ୍ରତିଟି ଘରେ ପହଞ୍ଚିବା ଦରକାର ।

ପିଲାମାନଙ୍କୁ ସ୍କୁଲରୁ ହିଁ ପାଣି ବଞ୍ଚେଇବାର ଶିକ୍ଷା ଦେବାକୁ ପଡ଼ିବ କାରଣ ସେମାନେ ହିଁ ଆଗାମୀ ଦିନର ଜଳ ସୈନିକ। ଆମେ ପାଣି ନଷ୍ଟ କରିବା ନାହିଁ ଏବଂ ବର୍ଷାପାଣିକୁ ସଞ୍ଚୟ କରି ମାଟିକୁ ସଜଳ ରଖିବା ବାର୍ତ୍ତା ସହ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣ ଆରମ୍ଭ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଜଳ ଜୀବନ ମିଶନ୍‌କୁ ଏକ ବୈପ୍ଲବିକ ଯୋଜନା ବୋଲି କହି ମୁଖ୍ୟମନ୍ତ୍ରୀ ପ୍ରତି ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଜଳାଭାବକୁ ଦୂର କରିବା ବୋଲି ସଂକଳ୍ପ ନେବା ବୋଲି କହିଥିଲେ ।

ଜଳ ଶକ୍ତି ଅଭିଯାନ ମାଧ୍ୟମରେ ଜଳ ସଂରକ୍ଷଣକୁ ଏକ ଜାତୀୟ ପ୍ରାଥମିକତା ଭାବେ ଗ୍ରହଣ କରିବା ଏବଂ Catch the Rain ମାଧ୍ୟମରେ ମହିଳାମାନଙ୍କୁ ଜଳ ଗୁଣବତ୍ତା ପରୀକ୍ଷା ଏବଂ ପରିଚାଳନା ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ଏହା ଫଳରେ ଜଳ ସେବା କ୍ଷେତ୍ରରେ ଆମେ କୌଣସି ବି ବର୍ଗଙ୍କୁ ପଛରେ ପକାଇବୁ ନାହିଁ ଏବଂ ସମସ୍ତଙ୍କ ପାଇଁ ସୁଲଭ ଜଳ ଉପଲବ୍‌ଧ ହେବ ।

ଜଳ ପରିଚାଳନାରେ ଲିଙ୍ଗଗତ ବୈଷମ୍ୟ ଦୂର କରିବା ସହିତ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଆମର ଲକ୍ଷ୍ୟ ରହିଛି । ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଜଳ ସୁରକ୍ଷା ହେଉଛି ପ୍ରମୁଖ ସର୍ତ୍ତ । ଏଥିପାଇଁ ମହିଳା ଏବଂ ସ୍ୱଂୟ ସହାୟକ ଗୋଷ୍ଠୀ ଗୁଡିକୁ ଜଳସାଥୀ ଭାବେ ନିୟୋଜିତ କରାଯାଇଛି । ସେଥିପାଇଁ ଚଳିତ ବର୍ଷର ବିଶ୍ୱ ଜଳ ଦିବସର ବିଷୟବସ୍ତୁ ‘ଜଳ ଏବଂ ଲିଙ୍ଗଗତ ସମାନତା’ (Water and Gender) କୁ ଆଧାର କରି ସମସ୍ତ ରାଜ୍ୟବାସୀଙ୍କୁ ଜଳ ସୁରକ୍ଷା ପାଇଁ ଆଗେଇ ଆସିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।

ରାଜ୍ୟରେ ବିଭିନ୍ନ ଜଳଭିତ୍ତିକ ଯୋଜନା ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜଳର ଅଭାବ ଗରିବ ଲୋକଙ୍କୁ ସବୁଠାରୁ ଅଧିକ ପ୍ରଭାବିତ କରେ । ତେଣୁ ସମାଜରେ ଶେଷ ପାହାଚରେ ଥିବା ବ୍ୟକ୍ତିଙ୍କ ପାଖରେ ବିଶୁଦ୍ଧ ଜଳ ପହଞ୍ଚାଇବା ଆମ ଅନ୍ତ୍ୟୋଦୟ ନୀତିର ଅଂଶ ବିଶେଷ । ଆମ ସରକାର ମିଶନ୍ ପାୱାର୍ ଅଧୀନରେ ପ୍ରତିଟି ଅପହଞ୍ଚ ଗାଁ, ଏବଂ ପଛୁଆ ଅଞ୍ଚଳକୁ ବିଶୁଦ୍ଧ ଜଳ ଯୋଗାଇବା ପାଇଁ କାର୍ଯ୍ୟ କରୁଛି ।

କୃଷି କ୍ଷେତ୍ରରେ ପ୍ରତି ବୁନ୍ଦା ଜଳରେ ଅଧିକ ଫସଲ ନୀତିକୁ ଆମେ ପ୍ରୋତ୍ସହିତ କରୁଛୁ । ‘ଏକ୍ ପେଡ୍ ମା କେ ନାମ୍’ ଅଭିଯାନ ମାଧ୍ୟମରେ ବୃକ୍ଷ ରୋପଣ କରିବାରେ ଦେଶରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ନିଜର ସ୍ଥାନ ଅଧିକାର କରିଛି । ଆଗାମୀ ଦିନରେ ଜଳକୁ ନେଇ ଯେପରି କୌଣସି ବିବାଦ ନ ହୁଏ, ସେଥିପାଇଁ ମଧ୍ୟ ଆମ ରାଜ୍ୟ ସନ୍ତୁଳିତ ଜଳ ନୀତି ପ୍ରସ୍ତୁତ କରିଛି ।

ଆଗାମୀ ଦିନମାନଙ୍କରେ ଓଡ଼ିଶାର ଜଳ ସେଚନ ସୁବିଧା ପାଇଁ ଶସ୍ୟର ସାନ୍ଦ୍ରତା ବା Crop Intensity କୁ ୨୦୩୬ ସୁଦ୍ଧା ୨୨୦ ପ୍ରତିଶତ ଏବଂ ୨୦୪୭ ସୁଦ୍ଧା ୨୫୦ ପ୍ରତିଶକୁ ବୃଦ୍ଧି କରିବା ହେଉଛି, ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାଛଡା ଭୂତଳ ଜଳ ପୁନର୍ଭରଣ ପାଇଁ ଛାତ ଯୋଜନା ଏବଂ ଅରୁଆ ଯୋଜନା ଅଧିନରେ ଅନେକ ରିଚାର୍ଜ ଶାଫ୍ଟ ପ୍ରସ୍ତୁତ ସମ୍ପୂର୍ଣ୍ଣ କରାଯାଇଛି ।

କେନାଲ ଲାଇନିଂ ସିଷ୍ଟମ, ରିହାବିଲିଟେସନ୍ ପ୍ରୋଗ୍ରାମ୍, ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପ ଏବଂ କୁସୁମୀ ସ୍ମାର୍ଟ ଜଳସେଚନ ପ୍ରକଳ୍ପର ସଫଳତା ଆମର ୨୧ ମାସର କାର୍ଯ୍ୟକାରିତାରେ ଏକ ଉତ୍ସାହଜନକ ନିଦର୍ଶନ ଏବଂ ବିଭିନ୍ନ ଜଳସେଚନ ଯୋଜନା ମାଧ୍ୟମରେ ପ୍ରାୟ ୨ ଲକ୍ଷ ୨୦ ହଜାର ହେକ୍ଟର ଜମିରେ ଅତିରିକ୍ତ ଜଳସେଚନ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଥିଲେ ।

ସେ ଆହୁରି କହିଥିଲେ ଯେ, ଜଳର ଉପଯୁକ୍ତ ବ୍ୟବହାର ଏବଂ ଶୁଦ୍ଧ ପାନୀୟ ଜଳର ଉପଲବ୍‌ଧତାକୁ ବୃଦ୍ଧି କରିବା ବର୍ତ୍ତମାନର ଆବଶ୍ୟକତା । ଏଣୁ ଓଡ଼ିଶା ଭିଜନ ଡକୁମେଣ୍ଟ ୨୦୩୬ ଏବଂ ୨୦୪୭ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରୁ ବଢ଼ୁଥିବା ଚାହିଦାକୁ ପୂରଣ କରିବା ପାଇଁ ଜଳ ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ । ଏଣୁ ଆମେ ସମସ୍ତେ ସଂକଳ୍ପ ନେବା ଯେ, ଜଳ ପରିଚାଳନରେ ପୁରୁଷ ଓ ମହିଳାଙ୍କ ସମାନ ଭାଗୀଦାରି ଦ୍ୱାରା ହିଁ ଆମେ ସମାଜରେ ପ୍ରକୃତ ପରିବର୍ତ୍ତନ ଆଣିବା । ଜଳକୁ ଜୀବନ ଭରି ଭଲ ପାଇବା ଓ ଏହାର ସୁରକ୍ଷା ପାଇଁ କାର୍ଯ୍ୟ କରିବା ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜୀବ ଭବନ ଠାରେ ଶିଶୁ ଯତ୍ନ କେନ୍ଦ୍ର ‘‘କଳିକା’’ର ଉଦଘାଟନ ହେବା ସହିତ ଏଆଇ (AI) ଚାଳିତ ନାଗରିକ ମତାମତ ବ୍ୟବସ୍ଥା ‘ବିନ୍ଦୁ’ ଚାଟବୋଟ’ର ପ୍ରୟୋଗିକ ଶୁଭାରମ୍ଭ କରିଥିଲେ। ଏଥି ସହିତ ଜଳ ସମ୍ପଦ ବିଭାଗ ପକ୍ଷରୁ କେନ୍ଦ୍ରୀୟ ଜଳ ଆୟୋଗଙ୍କ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ସହ ଏକ କଫି ଟେବୁଲ ବୁକ୍ ‘ସୁଜଳା’ ଏବଂ ନଦୀ ମାନଚିତ୍ର ବହିର ଉନ୍ମୋଚନ ମଧ୍ୟ ହୋଇଥିଲା ।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହ ଦେଓ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି କହିଥିଲେ ଯେ, ଯେଉଁ ସ୍ଥାନ ମାନଙ୍କରେ ଲୋୟର ଲେଭେଲ୍ ବ୍ରିଜ୍ ମାନଙ୍କୁ ଭଙ୍ଗାଯାଇ ଅଧିକ ଉଚ୍ଚତା ବିଶିଷ୍ଟ ବ୍ୟାରେଜ ନିର୍ମାଣ କରାଯାଉଛି, ସେ ସ୍ଥାନରେ ପୁରୁଣା ନିମ୍ନ ସ୍ତରରେ ଥିବା ବ୍ରିଜ୍ ମାନଙ୍କୁ ଭଙ୍ଗା ନ ଯାଇ ସେ ସବୁରେ ଗେଟ୍ ଲଗାଇ ଜଳ ସଂରକ୍ଷଣ ନିମିତ୍ତ ବ୍ୟବହାର କରାଯାଉ । ଏହି ପ୍ରସ୍ତାବକୁ ଷ୍ଟଡି କରି ରିପୋର୍ଟ ଦେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଜଳ ସମ୍ପଦ ବିଭାଗର ଫଟୋଚିତ୍ର ପ୍ରଦର୍ଶନୀ ପ୍ରତିବିମ୍ୱକୁ ଉଦ୍‌ଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଲିଙ୍ଗରାଜ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।

Water Day ବିଶ୍ବ ଜଳ ଦିବସ ମୋହନ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷରେ ପରିବହନ ଲକ୍ଷ୍ୟ ସମୟ ପୂର୍ବରୁ ହାସଲ କଲା ନୂତନ ରେକର୍ଡ

March 22, 2026

ବି.ଏଡ଼, ଏମ.ଏଡ଼, ବି.ଏଚ.ଏଡ଼ ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି

March 22, 2026

ଶ୍ରୀ ବଳଦେବଜୀଉଙ୍କ ନୂତନ ରଥ ନିର୍ମାଣ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲା ବଳଦେବ ସେନା

March 22, 2026

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଆଶ୍ୱସ୍ତି!: ଭାରତରେ ପହଞ୍ଚିଲା ଆଉ ଏକ ବଡ଼ ଏଲପିଜି ଜାହାଜ

March 22, 2026
Latest News

ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

March 22, 2026

ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷରେ ପରିବହନ ଲକ୍ଷ୍ୟ ସମୟ ପୂର୍ବରୁ ହାସଲ କଲା ନୂତନ ରେକର୍ଡ

March 22, 2026

ବି.ଏଡ଼, ଏମ.ଏଡ଼, ବି.ଏଚ.ଏଡ଼ ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି

March 22, 2026

ଗୋଟିଏ ମ୍ୟାଚରେ ୫୦୦ ରୁ ଉର୍ଦ୍ଧ୍ଵ ରନ: ଅଭିଷେକ ଶର୍ମା ଏବଂ ଈଶାନ କିଷାନଙ୍କ ବିସ୍ଫୋରକ ପାଳି

March 22, 2026

ନବରାତ୍ରର ଚତୁର୍ଥ ଦିବସ: ମାଆଙ୍କ କୁଷ୍ମାଣ୍ଡା ରୂପ

March 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.