ସମ୍ପତ୍ତି ଆଗରେ ରକ୍ତର ସମ୍ପର୍କ ତୁଚ୍ଛ : ଜମି ପାଇଁ ମା’ ଓ ଭଉଣୀକୁ ରଶିରେ ବାନ୍ଧି ମାଡ ମାରିଲେ ଭାଇ

Published: Jan 8, 2020, 4:40 pm IST

ସମୀକ୍ଷା ବ୍ୟୁରୋ

କୁଜଙ୍ଗ: ସମ୍ପତ୍ତି ପାଇଁ ରକ୍ତର ସମ୍ପର୍କ ମଧ୍ୟ ତୁଚ୍ଛ ପାଲଟିଯାଏ। ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତରେ। ଜମି ବାଡିକୁ କେନ୍ଦ୍ର କରି ଦୁଇ ଭାଇ ମା ଓ ଦୁଇ ଭଉଣୀକୁ ଗଛରେ ବାନ୍ଧି ଅମାନୁଷିକ ଭାବେ ମାଡ ମାରିଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁସାରେ, କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜପୂର୍ ପଞ୍ଚାୟତର ହଁଶିନା(ଖ) ଗ୍ରାମର ଦୁଇ ଯୁବକ ଗଜେନ୍ଦ୍ର ତରାଇ ଓ ବିଜୟ ତରାଇ ନିଜ  ଜନ୍ମ କଲା ମା ଓ ନିଜ ରକ୍ତର ଦୁଇ ଭଉଣୀଙ୍କୁ ଘରର କାନ୍ଥରେ ଥିବା ବାଉଁଶ ଓ ଘର ପାଖରେ ଥିବା ନଡ଼ିଆ ଗଛରେ ବାନ୍ଧି ଅମାନୁଷିକ ଭାବେ ମାଡ଼ ମାରିଥିଲେ। ଏହି ମାଡ ମାରିବାର ଫଟୋ ଭାଇରାଲ୍‌ ହେବା ପରେ ସମ୍ପୃକ୍ତ ସ୍ଥାନରେ କୁଜଙ୍ଗ ଥାନା ଅଧିକାରୀ ଦିଲିପ୍ କୁମାର ସାହୁ ସେଠାରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଘଟଣାର ଅଭିଯୁକ୍ତ ମାନଙ୍କୁ ଗିରଫ କରି ତାଙ୍କ ଉପରେ କେଶ୍ ନମ୍ବର୍ ୬/୨୦୨୦ ଦଫା ୩୪୨,୨୯୪,୩୦୭, ୩୫୪(ଏ)୩୪ ଲଗାଇ କୋର୍ଟ ଚାଲାଣ କରାଯାଇଛି। ମା’ ଦୁଇ ଝିଅଙ୍କ ନାମରେ କିଛି ଜମି କରିଦେବାରୁ ଦୁଇ ଭାଇ ଉତ୍ତ୍ୟକ୍ତ ହୋଇ ଏପରି ବର୍ବର କାଣ୍ଡ ଘଟାଇଛନ୍ତି ।

Related posts