Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ରାଜଭବନ ପାର୍କ ଦେଖିବାକୁ ଲମ୍ବା ଲାଇନ, ସୁବିଧାରେ ପରିଦର୍ଶନ ପାଇଁ ଜାଣନ୍ତୁ କଣ ରହିଛି ଏହାର ସ୍ବତନ୍ତ୍ର ବ୍ୟବସ୍ଥା
ରାଜ୍ୟ ଖବର

ରାଜଭବନ ପାର୍କ ଦେଖିବାକୁ ଲମ୍ବା ଲାଇନ, ସୁବିଧାରେ ପରିଦର୍ଶନ ପାଇଁ ଜାଣନ୍ତୁ କଣ ରହିଛି ଏହାର ସ୍ବତନ୍ତ୍ର ବ୍ୟବସ୍ଥା

January 11, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ରାଜଭବନ ପାର୍କ ଦେଖିବାକୁ ଲମ୍ବା ଲାଇନ, ସୁବିଧାରେ ପରିଦର୍ଶନ ପାଇଁ ଜାଣନ୍ତୁ କଣ ରହିଛି ଏହାର ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର-ଆଜି ଦ୍ବିତୀୟ ଶନିବାର ଛୁଟି ଥିବାରୁ ଭୁବନେଶ୍ବରସ୍ଥିତ ରାଜଭବନ ପାର୍କ ବୁଲିବା ପାଇଁ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା। ଦିନ 2ଟାରୁ ଲୋକମାନେ ଲମ୍ବା ଲାଇନରେ ପାର୍କ ଭିତରକୁ ପ୍ରବେଶ କରୁଥିଲେ। ବର୍ଷରେ ଥରେ ମାତ୍ର ଏହି ପାର୍କ ଦେଖିବାର ସୁଯୋଗ ମିଳୁଥିବାରୁ ପାର୍କ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ରହିଛି। ସର୍ବସାଧାରଣଙ୍କ ପାଇଁ ରାଜଭବନ ଉଦ୍ୟାନ ଗତ ଜାନୁଆରୀ 5 ତାରିଖଠାରୁ ଖୋଲାଯାଇଛି। ଏହା ଆସନ୍ତା  19 ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଏହି ପାର୍କକୁ ଛୁଟିଦିନ ଓ ରବିବାର ସହିତ ପ୍ରତ୍ୟେହ ଅପରାହ୍ନ ସାଢେ 2ଟାରୁ 5ଟା ପର୍ଯ୍ୟନ୍ତ ସର୍ବସାଧାରଣ ପରିଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି। ତେବେ ଅପରାହ୍ନ ୪.୩୦ ପର୍ଯ୍ୟନ୍ତ ଲୋକମାନଙ୍କୁ ଉଦ୍ୟାନକୁ ପ୍ରବେଶ କରିବା ପାଇଁ ସମୟ ଦିଆଯାଇଛି। ୱାଟର ଫାଉଣ୍ଟେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌, ଗୋଲାପ ଉଦ୍ୟାନ, ହରିଣ ପାର୍କ, ପକ୍ଷୀ ପାର୍କ ଏବଂ ସର୍ବୋପରି ଉଦ୍ୟାନର ସବୁଜିମାକୁ ଦର୍ଶକମାନେ ଦେଖି ଏହାର ଆନନ୍ଦ ଉଠାଉଛନ୍ତି।

ପରିଦର୍ଶନ ସମୟରେ ରାଜଭବନ ପରିସରକୁ ସାଙ୍ଗରେ ଖାଦ୍ୟଦ୍ରବ୍ୟ ଓ ଅନ୍ୟାନ୍ୟ ଆପତିଜନକ ସାମଗ୍ରୀ ନଆଣିବା ସହ ସ୍ୱଚ୍ଛତା ଓ ଶୃଙ୍ଖଳା ବଜାୟ ରଖିବାକୁ ରାଜଭବନ ପକ୍ଷରୁ ମଧ୍ୟ ଅନୁରୋଧ କରାଯାଇଛି। ଲୋକଙ୍କୁ ସହଜ ଓ ସୁବିଧାରେ ପ୍ରବେଶପତ୍ର ମିଳିବା ଉଦ୍ଦେଶ୍ୟରେ ରାଜଭବନ ପକ୍ଷରୁ ମୋବାଇଲ୍‌ ଆପ୍‌ ଓ ଓ୍ବେବ୍‌ସାଇଟ୍‌ରେ ମଧ୍ୟ ବ୍ୟବସ୍ଥା କରାଯାଇଛି। ରାଜଭବନ ଓ୍ବେବ୍‌ସାଇଟ୍‌ rajbhavanodisha.gov.in କୁ ଯାଇ ଏହାର ହୋମ୍‌ ପେଜ୍‌ ଉପରେ ଥିବା ‘Raj Bhavan Services’ ପାର୍ଶ୍ୱରେ ଉଲ୍ଲିଖିତ ଡାଉନ୍‌ଲୋଡ୍‌ ଆପ୍‌ରେ କ୍ଲିକ୍‌ କରି ନିଜର ପ୍ରବେଶପତ୍ର ପ୍ରସ୍ତୁତ କରିପାରିବେ। ଆସନ୍ତାକାଲି ରବିବାର ଥିବାରୁ ଏହି ଭିଡ ଆହୁରି ବଢିବ ବୋଲି ଜଣାପଡିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026
Latest News

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.