Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଏକ ଦଳୀୟ ବିଜ୍ଞାପନ; ସୀମାନ୍ତ ଓ ସେନାକୁ ନେଇ ଭୋଟ ବ୍ୟାପାରର ଏକ ଅଲାଜୁକ ବୃତ୍ତାନ୍ତ
ମତାମତ

ଏକ ଦଳୀୟ ବିଜ୍ଞାପନ; ସୀମାନ୍ତ ଓ ସେନାକୁ ନେଇ ଭୋଟ ବ୍ୟାପାରର ଏକ ଅଲାଜୁକ ବୃତ୍ତାନ୍ତ

March 31, 2019No Comments6 Mins Read
Share Facebook Twitter LinkedIn Email WhatsApp Copy Link
ଜ୍ୟୋତି ନନ୍ଦ

ଗୋଟିଏ ଦଳୀୟ ବିଜ୍ଞାପନ ଉପରେ କିଛି ବିଚାରକୁ ଆପଣମାନଙ୍କ ସହ ସହଭାଗ କରିବାକୁ ଇଚ୍ଛାପ୍ରକାଶ କରୁଛି। ଆଶା ଏହି ନିର୍ବାଚନ ସମୟରେ ଯେତେବେଳେ ସବୁଦଳ ନିଜନିଜର କ୍ଷେତ୍ରଫଳକୁ ସଜାଡିନେବାରେ  ବ୍ୟସ୍ତ ଅଛନ୍ତି ଠିକ୍ ସେତେବେଳେ ଆମକୁ ନିଜନିଜର ଖୁଆଡମନସ୍କତାରୁ ଟିକିଏ ଉପରକୁ ଯାଇ ଏହି ସମସ୍ତ ଘଟଣାକ୍ରମକୁ ନିରେଖି ଦେଖିବାର ଅଛି। ସଂଭବତଃ ଯେଉଁମାନଙ୍କର ଆଖି ଆଗରେ ଗାଢରଂଗର ଚଷମାମାନେ ଚକାପକେଇ ବସିଯାଇଛନ୍ତି ସେମାନଙ୍କୁ ଏହି ବିଚାରର ଅକୀର୍ତ୍ତନ ସେତେ ରୋଚକ ହେବନାହିଁ। ଆଜି ସକାଳୁ ଏକ ସଂବାଦପତ୍ରରେ ଏକ ପ୍ରମୁଖ ରାଜନୈତିକ ଦଳର ବିଜ୍ଞାପନ ଦେଖିବାକୁ ମିଳିଲା। ସେହି ବିଜ୍ଞାପନରେ ଜଣେ ପୋଷାକପ୍ରିୟ ଓ ନିଜକୁ ପ୍ରଧାନ ସେବକ  ଆଉ ଏବେ ଚୌକିଦାର ବୋଲି କହୁଥିବା ନେତା-ବିଶେଷଙ୍କ ଛବି ରହିଛି।

 

ସେ ଆଜି ଏଠାକୁ ଆସି ତାଙ୍କର ନିର୍ବାଚନ ପ୍ରଚାର କରିବେ। ଆଗରୁ ଭାରତର ଯେତେ ଯେତେ ପ୍ରଧାନମନ୍ତ୍ରୀ କୌଣସି ସ୍ଥାନକୁ ନିର୍ବାଚନ ପ୍ରଚାର ପାଇଁ ଆସିଛନ୍ତି ସବୁବେଳେ ସେମାନେ ନିଜସହିତ ନିଜର ସମସ୍ତ ପଦମର୍ଯ୍ୟଦାର ଆଭିଜାତ୍ୟ ସହ ନିଜନିଜର ଦଳ ସପକ୍ଷରେ ଭୋଟଭିକ୍ଷା କରିଛନ୍ତି ମାତ୍ର ଯେହେତୁ ଉପସ୍ଥିତ ଭୋଟଭିକ୍ଷାକାରୀ ଜଣକ ନିଜକୁ ପ୍ରଧାନସେବକ ଓ ଏବେ ଚୌକିଦାର ବା ଆଉ କ’ଣ କିଛି କହିପାରନ୍ତି  ସେତେବେଳେ ସେ ସ୍ୱଇଚ୍ଛାରେ ନିଜର ଦଳୀୟ ପ୍ରତୀକଟିକୁ ବେଶ୍ ବଡ କରି ନିଜ ଛାତିରେ ଲଗାଇ ଆପଣଙ୍କ ସାମ୍ନାକୁ ଆସିବେ। ଆଉ ତାହାସହିତ ନିଜର ଦଳଗତ ସଂକୀର୍ଣ୍ଣତାରୁ ଉପରକୁ ଉଠିପାରୁନାହାଁନ୍ତି ଏବଂ ଏହାହିଁ ଯଥାର୍ଥ ବୋଲି ରାଜନୈତିକ ବିଚାରର କାରୁଣ୍ୟଟିଏ ପରବର୍ତ୍ତି କାଳ ପାଇଁ ଆମମୁଣ୍ଡରେ ପୋତିଦେଇଯିବାକୁ ସକ୍ଷମ ହେବେ।ଆଉ ସେଇଠୁ ସୃଷ୍ଟି ହୋଇଯାଏ ଗଣତନ୍ତ୍ରର ଯାହା ଅସଲ ସୌନ୍ଦର୍ଯ୍ୟ ସେହି ସାମୂହିକତାକୁ ଅସ୍ବୀକାର କରି ବ୍ୟକ୍ତିବାଦର ତଥା ଗଣ ସ୍ଥାନରେ  ଜନକୁ ପ୍ରତିଷ୍ଠା କରିବାର ସୁଚତୁର କୌଶଳ। ସେହି ଦଳୀୟ ବିଜ୍ଞାପନରେ ଠିକ୍ ଉପରେ ଲେଖା ହୋଇଛି,”ସେ(ତାଙ୍କର ସାଙ୍ଗିଆ)ଅଛନ୍ତି ତ ସବୁ ସମ୍ଭବ”। ତାହାପରେ ତାଙ୍କର ସହାସ୍ୟ ଫଟୋ। ଆଉତଳକୁ ଅଛି “ଯାହାଙ୍କ ହାତରେ ଦେଶର ସୀମା ଓ ଭବିଷ୍ୟତ ସୁରକ୍ଷିତ”। ପୁଣି ତାହା ତଳକୁ ଅଛି,”ଦେଶର ସୁରକ୍ଷା ପାଇଁ ସମର୍ପିତ”।

ଏହି ଭଳି ବିଜ୍ଞାପନ ଭାରତର ଗଣତାନ୍ତ୍ରୀକ ପରଂପରା ଓ ଭାରତୀୟତାକୁ ଅପମାନ। ପ୍ରତ୍ୟେକ ଭାରତୀୟ ନିଜର ଦେଶର ସାର୍ବଭୌମତ୍ୱ ପ୍ରତି ଅଙ୍ଗୀକାରବଦ୍ଧ ଅଛନ୍ତି ଭାରତ ସ୍ଵାଧୀନ ହେବା ପରଠାରୁ। ଏହି ବିଶେଷ ବିଜ୍ଞାପନ ତାହାର ନିଜ ଭାଷାରେ ଏକ ସୁଚତୁର କୌଶଳର ସହ ଜଣାଇଦେବାକୁ ଚାହୁଁଛି ଯେ ସେ ସଂପୃକ୍ତ ବ୍ଯକ୍ତି ଜଣକ  ହିଁ କେବଳ ଦେଶର ସୁରକ୍ଷା ପାଇଁ ସମର୍ପିତ ବାକି ତାଙ୍କର ପ୍ରତିପକ୍ଷ ମାନେ ନୁହଁନ୍ତି। କହିବାକୁଗଲେ  ଦେଶର ସୁରକ୍ଷା ପାଇଁ ଯଦି ଆମମାନଙ୍କଠାରୁ ଅଧିକ ସମର୍ପିତ କେହି ରହିଛି ତେବେ ସେମାନେ ହେଉଛନ୍ତି ଆମର ଉତ୍ସର୍ଗୀକୃତ ପ୍ରତିରକ୍ଷା ସେନାନୀ। ଏହି ସଂପୃକ୍ତ ବ୍ୟକ୍ତିବିଶେଷ କେବଳ ରାଜନୈତିକ ବାଗାଡମ୍ବରରେ ବିଶ୍ବାସ ରଖିଥିବା କାରଣରୁ ନିଜେ ଘଡିକିଘଡି ମୂଲ୍ଯବାନ ପୋଷାକ ପିନ୍ଧି ମୁଁ ସମର୍ପିତ ମୁଁ ସମର୍ପିତ କହି ନିଜର ବ୍ଯକ୍ତି ସତ୍ତାକୁ ବିପଣନ  କରିଚାଲିଛନ୍ତି। ଏ ପର୍ଯ୍ୟନ୍ତ କେବଳ ଏହି ବିଜ୍ଞାପନ ନୁହଁ ଯେତେବେଳେ ସେ ସୁଯୋଗ ପାଇଛନ୍ତି(ସୁଯୋଗ ପାଇଛନ୍ତି କହିଲେ କଥାଟି ଭୁଲ ହେବ,ସୁଯୋଗକୁ ତାଙ୍କର ଆଲାଦିନ୍ ର ପ୍ରଦୀପ ଭଳି ବଶମ୍ବଦ କରି ରଖାଯାଇଛି)ସେ ସେତେବେଳେ ସେନାର କୃତିତ୍ବକୁ ନିଜର ବ୍ୟକ୍ତିଗତ ସିଭି ରେ ଯୋଡିବାର କୌଶଳଟି କରିଛନ୍ତି।
ଏପର୍ଯ୍ୟନ୍ତ ତାଙ୍କର ରାଜତ୍ୱରେ (ରାଜତ୍ବ କହିବା ଠିକ୍ ହେବ କାରଣ ଗଣତନ୍ତ୍ରର ଯେଉଁ “ଆମେ” ବୋଲି ସାମୂହିକତାଟି ହେଉଛି ମୂଖ୍ୟ ବିଭାବ ସେଇଟିକୁ ସେ ହାଇଜାକ୍ କରି “ମୁଁ “ର  ପ୍ରତିରୋପଣ କରିବାରେ ସଫଳ ହୋଇଛନ୍ତି।) ଯାହାଯାହା ଦେଶର ସୁରକ୍ଷାଜନୀତ ଘଟଣା ଘଟିଛି ତାହାକୁ ପର୍ଯ୍ୟାଲୋଚନା କଲେ ଦେଖିବା ଯେ ସମସ୍ତ ଘଟଣାକ୍ରମକୁ ଏମିତି ଭାବରେ ପ୍ରସ୍ତୁତ କରାଯାଇଛି ଯେମିତି ଆମର ଉତ୍ସର୍ଗୀକୃତ ପ୍ରତିରକ୍ଷା ସେନାନୀମାନେ ଆମର ରଜଛୁଟିରେ ବସି କେବଳ ତାସ୍ ଆଉ ପଶା ଖେଳୁଥିଲେ ଆଉ ଏହି ମହାନାୟକ ଜଣକ ହୁଇସିଲ୍ ଫୁଙ୍କିବାମାତ୍ରକେ ସମସ୍ତେ ଅତର୍ଚ୍ଛରେ ନିଜନିଜ ୟୁନିଫର୍ମ ଗଳାଇ ବାହାରିପଡିଛନ୍ତି ଯୁଦ୍ଧକ୍ଷେତ୍ରକୁ। ଯୁଦ୍ଧ ହେଉ ବା ନହେଉ ସମସ୍ତ ସେନାନୀ ଅହୋରାତ୍ର ଯୁଦ୍ଧଭଳି ସଂଭାବିତ ପରିସ୍ଥିତିକୁ ସାମ୍ନା କରିବାକୁ ସଜାଗ ହୋଇ ରହିଥାଆନ୍ତି। ମୁଁ ମୁଁ କରି ଏହି ମହାନାୟକବେଶୀ ପ୍ରଧାନ ସେବକ ଜଣକ ସେନାର ପ୍ରସ୍ତୁତି ଏବଂ ଏକନିଷ୍ଠ ସମର୍ପଣର ଗୌରବ କୁ ସେମାନଙ୍କ ଠାରୁ ନିଜ ଆଡକୁ ଛଡାଇଆଣିଛନ୍ତି।ସେ ପ୍ରଧାନସେବକ ଥାଆନ୍ତୁ ନଥାଆନ୍ତୁ ବା ଆଉ ଯିଏ ତାଙ୍କ ସ୍ଥାନରେ ଅଭିଷିକ୍ତ ହେଉ ସେଥିରେ ଆମର ତିଳାର୍ଦ୍ଧ  ଶୋଚନା ନାହିଁ।ଆମର ସମର୍ପିତ ସେନା ଥିବାଯାଏଁ ମୁଁ ସୁରକ୍ଷିତ ରହିବି ବୋଲି ମୁଁ ଭାରତୀୟ ହିସାବରେ ବିଶ୍ବାସ କରେ।
ଭାରତୀୟ ସେନା ର କୃତିତ୍ବକୁ ଅପହରଣ କରି ଜଣେ ବ୍ୟକ୍ତିବିଶେଷ ଯିଏକି ମୋର ପ୍ରଧାନ ସେବକ ହେବ ବା ଅଛି ସିଏ କେବଳ ଯାହାକୁ କହନ୍ତି ମୋର ସର୍ଭିସ୍ ପ୍ରୋଭାଇଡର୍;ମୋର ରାଜା ବା ପ୍ରଭୂ ନୁହଁ,  ତାହାର ହାତରେ ଏହି କୃତିତ୍ୱ ଅର୍ପଣ କରିବାର ଅପକୌଶଳକୁ ମୁଁ ସବୁବେଳେ ପ୍ରତିବାଦ କରିବି।ଆଉଥରେ କହୁଛି ମୁଁ ସବୁବେଳେ ମୋ ସେନାଦ୍ୱାରା ସୁରକ୍ଷିତ ଆଉ ଏହା ସେମାନଙ୍କର ବଳିଦାନ ଆଉ ତ୍ୟାଗରେ ପରିପୁଷ୍ଟ ହୋଇଛି।ନିର୍ବାଚନୀ ଭାଷାରେ କହିଲେ ଜଣେ ଗୋଟିଏ ନିର୍ବାଚନମଣ୍ଡଳୀକୁ ନିଜର ସମୟ ଆଉ ତ୍ଯାଗ ରେ ଗଢିଆସିଥିବ ଅଥଚ ନିର୍ବାଚନ ଟିକେଟ୍ ପାଇଲା ବେଳକୁ ଦେଖିବ ଆଉଜଣେ ତାହାକୁ ହଡପ କରିନେଲାଣି।ଠିକ୍ ସେହିପରି ଯାହା ଭାରତୀୟ ସେନାର  ଏହିଭଳି ଏକ ନିଜର କନଷ୍ଟିଚୁଏନ୍ସି ତାହାସହିତ ଚଂଚକତା ଆଦୌ ଶୋଭନୀୟ ନୁହଁ ଏବଂ ଏହା ସର୍ବାଗ୍ରେ ପ୍ରତିବାଦ ଯୋଗ୍ୟ। ଗୋଟିଏ ଦଳ କ୍ଷମତାକୁ ଆସିଲେ ଆମକୁ କ’ଣ ସର୍ଭିସ୍ ପ୍ରଦାନ କରିବ ତାହା ସେମାନଙ୍କର କହିବାର ଅଧିକାର ରହିଛି। ସେମାନେ ସେଥିପାଇଁ ଯେତେଯେତେ ମଧୁର ବିଜ୍ଞାପନୀ ଭାଷାର ବ୍ୟବହାର କରି ପାରନ୍ତି ସେଥିରେ ଆମର ଆପତ୍ତି ନାହିଁ। ହାଟରେ ସେମାନେ ନିଜନିଜ ପସରାକୁ ଏକଦମ୍ ଫ୍ରେଶ୍ ଆଉ ଏକଦମ୍ ବେଟର୍ ବୋଲି ମାଇକ୍ ଲଗାଇ ଗର୍ଜି ଗର୍ଜି କହିପାରନ୍ତି।କିନ୍ତୁ ଦେଶର ସୁରକ୍ଷା ପସରା ଧରି ଏଇ ନିର୍ବାଚନ ବଜାରବୁଲା ତାଙ୍କର ଅଧିକାରରେ ନାହିଁ। ଆମେ ଜାଣୁ ଯେ ନିର୍ବାଚନ କମିଶନ୍ ବୋଲି ସଂସ୍ଥାଟି ଆଦ୍ୟନ୍ତ ଏକ ନଖଦନ୍ତହୀନ ପ୍ରଜାତି।ଯଦି କେତେବେଳେ ସେମାନେ ଖୁସି ହୋଇ ନକଲିଦାନ୍ତ ହଳେ ଲଗାଇ ଏହି ସାମ୍ବିଧାନିକ ସଂସ୍ଥା  ଏହି ଭଳି “ଯାହାଙ୍କ ହାତରେ ଦେଶର ସୀମା ସୁରକ୍ଷିତ” ବୋଲି ଅଶୋଭନୀୟ ଓ ଅବାଞ୍ଛିତ ବିଜ୍ଞାପନୀ ଭାଷା ଉପରେ କୌଣସି ପ୍ରତିବଂଧ ଲଗାଇ ପାରନ୍ତେ ତେବେ ତାହା ଅଧିକ ଯଥାର୍ଥ ହେବ। ତାହାହିଁ ଆମର ପ୍ରତିରକ୍ଷା ସେନାନୀଙ୍କର ପ୍ରକୃତ ଗୌରବରେ ସିନ୍ଧିକାଟିବାକୁ ବସିଥିବା ଚୌକିଦାର (?)ର ଏହିଭଳି ଯେତେ ରାଜନୈତିକ ଅଭ୍ୟାସ ରହିଛି ସେଥିରେ ସାମାନ୍ୟ ପ୍ରତିବନ୍ଧକ ଲଗାଇ ପାରିବ।
ତାଙ୍କ ହାତରେ ଆମର ସୀମା ସୁରକ୍ଷିତ ହୋଇ ରହିବ ବୋଲି ଏହିଭଳି ବିଜ୍ଞାପନ ଭାଷାରେ କହିବାପଛରେ ଏକମାତ୍ର  ଲକ୍ଷ୍ୟ ଆଗରୁ ଯାହା କୁହାଯାଇଛି ଠିକ୍ ସେହି ଭଳି,ତାହା ହେଉଛି ସେହି ବ୍ୟକ୍ତିଟିକୁ ଅର୍ଥାତ୍ “ତାଙ୍କୁ” ଏକ ଉଜ୍ଜଳତମ ମହନୀୟତା ପ୍ରଦାନ କରିବା ସହ ତାଙ୍କୁ ହିଁ ବ୍ରାଣ୍ଡ ଓ ମାର୍କେଟିଂ କରି ନିଜର ଦଳୀୟ ଅପାରଗତା ତଥା ନିଜର ପ୍ରସ୍ତାବିତ କାର୍ଯ୍ୟସୂଚୀ ତଥା ଆଗରୁ ନିଜର ସମସ୍ତ ବିଫଳତାକୁ ଏଡାଇଯାଇ ଆଗାମୀ ନିର୍ବାଚନର ବୈତରଣୀକୁ ଉତ୍ତପ୍ତ ହେବାକୁ ନଦେଇ ସୁରୁଖୁରୁରେ ତାଙ୍କର ଛାଇରେ ପାର୍ ହୋଇଯିବା ଏବଂ ଏମିତି ବିଜ୍ଞାପନୀ କୌଶଳ ସେଥିରେ ଖଂଜିଦେଇଥିବା ଯେ ସେହି ବ୍ରାଣ୍ଡ୍ କୁ ବା “ତାଙ୍କୁ” ବା ତାଙ୍କର ବିଫଳତାକୁ ପ୍ରଶ୍ନ କରିବା ଅର୍ଥ ଆମେ ସମଗ୍ର ଦେଶର ଅସ୍ମିତାକୁ ପ୍ରଶ୍ନ କରିବାର ଦୁରାଚାର କରୁଛୁ।ଏହା କୌଣସି ଦେଶପ୍ରେମଯୋଗ୍ୟ ଔଚିତ୍ୟ ନୁହଁ। ତେଣୁ ଆମେ “ତାଙ୍କୁ”କେବଳ ଶୁଣିବା ପାଇଁ ବାଧ୍ୟ,ତାଙ୍କର ଅଭିନୟ ପଟୁତାରେ ବିମୁଗ୍ଧ ହୋଇ ରହିବାକୁ ବାଧ୍ୟ। କୌଣସି ପ୍ରଶ୍ନ ତାଙ୍କର ଗ୍ରାହ୍ୟ ନୁହଁ।ସେ କେବଳ କହିବେ ଆଉ ନିଜର ବାଗାଡମ୍ବରର ଯେତେଯେତେ କୌଶଳ ତାଙ୍କର ଅକ୍ତିଆରରେ ଅଛି ସେ ସବୁର ସଠିକ ଉପଯୋଗ କରି ଆମକୁ ଏକ ମାସ୍ ହିପନୋସିସ୍ ରେ ବିହ୍ବଳ କରି ରଖିବେ। ଆମେ ସେହି ବିହ୍ୱଳତାର ଘୋର ଭିତରେ ଭୁଲିଯିବୁ ଆମର ଉଜୁଡି ଯାଇଥିବା କ୍ଷେତ,ଚାକିରୀପାଇଁ ଯାଇ ଶୁଖିଲାମୁହଁରେ ଘରକୁ ଫେରିଆସିଥିବା ଆମ ପିଲାଏ, ନିଜର ସେବାନିବୃତ୍ତି ପରେ ନିଜର ସୁରକ୍ଷା ପାଇଁ ଉପଯୁକ୍ତ ପେନସନ୍ ର ପ୍ରତୀକ୍ଷା କରି ଧାରଣାରତ ସୈନିକ, ଏବଂ ଆହୁରି ଅନେକ କିଛି ।
ଏଇମିତି ଦିନେ ରାଜାଟିଏ ଆସିଥିଲା।କହିଥିଲା,ଭଗବାନ ମୋତେ ବାଛିଛନ୍ତି ପିଲାଏ। ତମକୁ ଶାସନ କରିବା ପାଇଁ।ଆଉ ଭଗବାନଙ୍କ କଥା ତ ଅମାନ୍ଯ କରିହେବ ନାହିଁ ତେଣୁ ସେ ଶାସନ କଲା। ଆଉ ତାହା ସହିତ ଏଇ ଧାରଣାଟି ବି ଆମ ମୁଣ୍ଡରେ ଭର୍ତ୍ତିକରିଦେଲା ଯେ,ରାଜାକୁ ଯଦି କିଏ ବିରୋଧ କରୁଛ ତାହା ସିଧା ଭଗବାନଙ୍କୁ ବିରୋଧ କରିବା ସହ ସମାନ। ତେଣୁ ରାଜାବିରୋଧୀଟି ସାଧାରଣରେ ଈଶ୍ୱରଦ୍ୱେଷୀ ହୋଇ କଠିନତମ ସଜା ଭୋଗିଲା। ଏଇକଥାକୁ ଆଉ ଟିକିଏ ବିସ୍ତାର କରି ଫରାସୀ ଜଣେ ରାଜା ଅଷ୍ଟମ ଶତାବ୍ଦୀରେ କହିଥିଲା,ମୁଁ ହେଉଛି ରାଷ୍ଟ୍ର ଆଉ ମୋ ପରେ ପ୍ରଳୟ। ସେହି ରାଜା ଚତୁର୍ଦଶ ଲୁଇ ଅତ୍ୟନ୍ତ କ୍ଷମତା ଧର କିନ୍ତୁ ଠିକ୍ ତାହାରି ତଳେ ଗୋଟିଏ ବଡ ବିପ୍ଳବ ଦାନା ବାନ୍ଧୁଥିଲା ସେକଥା ସେ ଜମା ଜାଣିପାରୁନଥିଲା। କହିବା କଥା ହେଉଛି ରାଜା ଓ ଦେଶ ସମାର୍ଥକ ବୋଲି ବୁଝାଯାଇଥାଏ ବା ସେମିତି ବୁଝାଇବାର ଚେଷ୍ଟା ସବୁକାଳରେ ଚାଲିଛି ମାତ୍ର ଆମର ଏବେ ଗଣତନ୍ତ୍ର, ଯେଉଁଠି ଆମର ସାମୁହିକତାର ବିଜୟଗାନ, ଠିକ୍ ସେତିକିବେଳେ ଜଣକୁ, କେବଳ ଜଣକୁ ହିଁ ଦେଶର ପ୍ରତିଭୂ ବୋଲି ପ୍ରତିପାଦିତ କରିବାର ବିଜ୍ଞାପନୀ କୌଶଳ ନିହାତି ବିଡମ୍ବନା। ଆଗରୁ ଏହିଭଳି ଯେତେବେଳେ ସାମୁହିକତାକୁ ଅପହରଣ କରିବାର ପ୍ରଚେଷ୍ଟା ହୋଇଛି  ଗଣତାନ୍ତ୍ରୀକ ସମାଜବାଦରେ ଦୀକ୍ଷିତ ଭାରତୀୟମାନେ ତାହାର ଉପଯୁକ୍ତ ଜବାବ ଦେଇଛନ୍ତି।
ରାଜାଟିଏ  ନିଜର ବାହୁବଳରେ ଦେଶକୁ ସୁରକ୍ଷିତ କରି ରଖିବାର ସର୍ତରେ ଆମର ଆନୁଗତ୍ୟ ହାସଲ କରିଥାଏ। କିନ୍ତୁ ଏବେ ଆମେ ଯେଉଁ ସେବକ ମାନଙ୍କୁ ବାଛିବୁ ସେମାନେ ଆମର ସୁରକ୍ଷା ବ୍ୟତୀତ ଅନ୍ୟାନ୍ୟ ମୌଳିକ ଆବଶ୍ୟକତାକୁ ପୂରଣକରିବା ପାଇଁ କାର୍ଯ୍ୟ କରିବା ଦରକାର। ଆମର ସୁରକ୍ଷା ପାଇଁ ଆମେ ଏକ ଫୁଲପ୍ରୁଫ୍ ସିଷ୍ଟମ୍  ଗଢିସାରିଛୁ। ଏଠାରେ ସେଇ ସେବକ ମାନଙ୍କୁ ସେହି ସିଷ୍ଟମ ଅନୁସାରେ କାମ କରିବାକୁ ପଡିବ।ସେହି ସିଷ୍ଟମରେ କିଛି ବିକଶିତ କରିପାରିବାରେ ହିଁ ଜଣକର ଦକ୍ଷତାକୁ ଆକଳନ କରାଯାଇ ପାରିବ। ମୁଁ ନିଜେ ସିଷ୍ଟମ ବୋଲି ଉଭୟ ନିଜେ ଆଉ ସିଷ୍ଟମକୁ ଏକାଠି ଥୋଇଲେ ଘଟଣାଟି ଏହିଭଳି ହେବ ଯେ,ଆଜି ମୁଁ ସୂର୍ଯ୍ୟକୁ କହିଲି ସକାଳ ଛଅଟା ସାତ ମିନିଟ୍ ରେ ଉଇଁବା ପାଇଁ ଆଉ ଦେଖନ୍ତୁ ସୂର୍ଯ୍ୟ ମୋକଥା ମାନିଛି।ତେଣୁ ମୋ ଯୋଗୁ ଆପଣଙ୍କ ଦିନର ଆଲୁଅ ସୁରକ୍ଷିତ।
ଅନ୍ୟଭାବରେ କହିଲେ ନିଜର ସାମୂହିକ ବିଫଳତାକୁ ଏଡାଇ ଯିବା ପାଇଁ ବ୍ଯକ୍ତି କୁ ଗଢା ଯାଇଛି ଆଉ ବ୍ଯକ୍ତିର ବିଫଳତାକୁ ଘୋଡାଇବା  ପାଇଁ ଦେଶର ଢାଲଟି ମଧ୍ୟ ବ୍ୟବହାର କରାଯାଇଛି। ଏମିତି ବ୍ୟକ୍ତିବାଦର ଚତୁର ଗୋଲକଧଂଦାଟି  ହେଉଛି ଏହି ବିଜ୍ଞାପନ। ଧରାଯାଉ ଜଣେ ରାଜା କୌଣସି ଅଂଧାରିବିଜେ ରେ ଚୌକିଦାର ସାଜିବାରେ ଖୁସି ମଣିଲା। ସେ କିନ୍ତୁ ତାହାର ଆବହମାନ କାଳରୁ ସମସ୍ତ ବର୍ବରତା ଓ ନିର୍ମମତା ସତ୍ତ୍ୱେ ପ୍ରଜାମାନଙ୍କର ପ୍ରତିପୋଷଣ ପାଇଁ ଏକ ପିତୃସୁଲଭ ଦୃଷ୍ଟିକୋଣ ରଖିଥାଏ। ଆଉ ରାଜାମାନଙ୍କର କେବେ ମିଛ କହିବାରେ ପ୍ରୟୋଜନ ନଥାଏ।
(ମୋବାଇଲରେ ଫଟାଫଟ୍ ଖବର ପଢିବା ପାଇଁ ପ୍ଲେ-ଷ୍ଟୋରକୁ ଯାଇ ଡାଉନଲୋଡ କରନ୍ତୁ  sankhipta . ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ପଢନ୍ତୁ ଖବର ପରେ ଖବର। )
Share. Facebook Twitter LinkedIn Email WhatsApp Copy Link

Related Posts

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ତୃତୀୟ ଦିନରେ ମଧ୍ୟ ଚାଲିପାରିଲା ନାହିଁ ରାଜ୍ୟସଭା ଓ ଲୋକସଭା, ଜାଣନ୍ତୁ କଣ ଘଟିଲା

July 23, 2025

୫ ବର୍ଷ ପରେ ଭାରତର ବଡ଼ ନିଷ୍ପତ୍ତି: ଆସନ୍ତାକାଲିଠାରୁ ଚୀନ୍ ନାଗରିକଙ୍କୁ ଭିସା ଦେବେ ସରକାର

July 23, 2025

ମା’ ତାରିଣୀ ପୀଠ, ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.