Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ବାତ୍ୟା ପରେ ପରେ, ରାଜ୍ୟ ରାଜନୀତିର ବିଚିତ୍ର ପାଣିପାଗ
ମତାମତ

ବାତ୍ୟା ପରେ ପରେ, ରାଜ୍ୟ ରାଜନୀତିର ବିଚିତ୍ର ପାଣିପାଗ

May 8, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Aftermath of Cyclone Fani
Aftermath of Cyclone Fani

କେଦାର ମିଶ୍ର

“ଫନୀ” ଆସି ଅନେକ କିଛି ବିଗାଡି ଦେଇ ଯାଇଛି।ଘରଦ୍ଵାର, ଗଛପତ୍ର, ବିଜୁଳି, ଟେଲିଫୋନ ଇତ୍ୟାଦି ସବୁକିଛି ବିପର୍ଯସ୍ତ। ରିଲିଫ କ୍ୟାମ୍ପରେ ଲମ୍ବା ଧାଡି। ବାଲଟିଏ ପାଣି ଲାଗି ମରାମରି। ତାରି ଭିତରେ କିନ୍ତୁ ଗୋଟେ କଥା ସଜାଡି ହୋଇଯାଇଛି। ସେ ହେଲା ଓଡିଶା ରାଜନୀତିର କୋଳାହଳ। ୨୯, ଏପ୍ରିଲ ଆଗରୁ ସବୁ ରାଜନୈତିକ ଦଳ ପରସ୍ପର ପ୍ରତି ଯେତେ ଅସହିଷ୍ଣୁ ଓ ହିଂସ୍ର ଥିଲେ, ଏମାନେ ସମସ୍ତେ ଆଜି ନୀରବ। ଯେହେତୁ ଆଗକୁ ଆଉ ନିର୍ବାଚନ ନାଇଁ, ତେଣୁ ରାଜନୈତିକ ଚାପ ବିଷୟରେ ଆଉ କେହି ଚିନ୍ତା ବି କରୁନାହାନ୍ତି। ଲୋକଙ୍କ ଦାବି ନେଇ କୌଣସି ରାଜନେତା ଏବେ ଆଉ ସାମ୍ବାଦିକ ସମ୍ମିଳନୀ ବି କରୁନାହାନ୍ତି। ଗତ ପାଞ୍ଚ ଦିନ ଭିତରେ ରାଜନୀତି ବେଶ ସହଜ ଓ ଶାନ୍ତ ହୋଇ ଯାଇଛି। ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି କୁ ଗାଳି କରି ଚାଲିଥିବା ବିଜେପିର ରାଜ୍ୟ ନେତାମାନେ ଏବେ ଭୀଷଣ ନୀରବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୬ ତାରିଖରେ ବାତ୍ୟା ଅଞ୍ଚଳ ବୁଲି ସମୀକ୍ଷା କଲାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉଚ୍ଛ୍ଵସିତ ପ୍ରଶଂସା କରିଛନ୍ତି। ମୋଦୀଙ୍କ ଓଡିଶା ଗସ୍ତ ସମୟରେ ନବୀନଙ୍କ ସହ ତାଙ୍କର ତାଳମେଳ ଦେଖି ଆମର ନିର୍ବାଚନ ସମୟର ଭାଷଣ ସବୁ ମନେ ପଡିଗଲା। ନେତାଙ୍କ ଭାଷଣ ପରେ ଚେଲା ଚାମୁଣ୍ଡା ଓ ଭକ୍ତଙ୍କ ପ୍ରତିକ୍ରିୟା କଥା ବି ମନେ ପଡିଲା।
ତଳ ସ୍ତରର ନେତା ଓ କର୍ମୀମାନେ ଯାହାକୁ ନେଇ ନିଜ ନିଜ ଭିତରେ ଏତେ ବାଡିଆ ପିଟାହେଉଥିଲେ, ତାଙ୍କ ନେତାମାନେ ଏବେ ପରସ୍ପର ର ଘନିଷ୍ଠ ବନ୍ଧୁ। ନିର୍ବାଚନ ବେଳେ ଷଣ୍ଢ ଭଳି ରଡି ଛାଡୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ ନବୀନଙ୍କୁ ଦେଖି ଅଣ୍ଟାକୁ ନବେ ଡିଗ୍ରୀ ବଙ୍କେଇ ଜୁହାର ହେଉଥିବାର ଛବି ଆମେ ଦେଖୁଛୁ। ଯେଉଁ ମୋଦୀ “ନବୀନ ବାବୁ ଆପକା ଜାନା ତୟ ହୈ “ ବୋଲି କହୁଥିଲେ, ଏବେ ସେ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ବସେଇବାକୁ ନିଜେ ଚୌକି ଟାଣି ଆଣୁଛନ୍ତି। ନବୀନ ଏବେ ବିଜେପି ଆଖିରେ ସବୁଠୁ ବଡ ନାୟକ। ଏହାର କାରଣ ଅତ୍ୟନ୍ତ ସ୍ପଷ୍ଟ। ଜାତୀୟ ନିର୍ବାଚନର ଚିତ୍ର ଯାହା ସେଥିରେ ବିଜେପି କିମ୍ବା ଏନଡିଏ ସ୍ପଷ୍ଟ ବହୁମତ ପାଇବାର କୌଣସି ସମ୍ଭାବନା ନାହିଁ। ତେଣୁ ନୂଆ ସରକାର ଗଠନରେ ବିଜେଡି ପ୍ରମୁଖ ଭୂମିକା ନେବ। ତାକୁ ଆଖି ଆଗରେ ରଖି ଏବେ ବିଜେପିର ନବୀନ ତୁଷ୍ଟୀକରଣ ରାଜନୀତି ଆରମ୍ଭ ହୋଇଛି।
ବାକିଥିବା ଆଉ ଦୁଇଟି ପର୍ଯାୟର ନିର୍ବାଚନ ପୂର୍ବରୁ ବିଜେପିର ଦୁଇ ତୁଙ୍ଗ ନେତା ସୁବ୍ରମନ୍ୟମ ସ୍ଵାମୀ ଓ ରାମ ମାଧବ ବିଜେପି ସ୍ପଷ୍ଟ ଜନମତ ପାଉନାହିଁ ବୋଲି ସ୍ଵୀକାର କରିଛନ୍ତି। ସେହି ପୃଷ୍ଠଭୂମିରେ ନବୀନଙ୍କ ପ୍ରତି ବିଜେପିର ପ୍ରେମକୁ ବିଶ୍ଲେଷଣ କରାଯାଇପାରେ। ବାତ୍ୟା ଫନୀ ଏବେ ନବୀନଙ୍କ ସହିତ ସୁସମ୍ପର୍କ ଯୋଡିବାକୁ ବିଜେପି ପାଇଁ ଏକ ସୁଯୋଗ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ଅତ୍ୟନ୍ତ ତତ୍ପରତାର ସହିତ ପ୍ରାୟ ୧୪ ଶହ କୋଟି ଟଙ୍କାର ଅଗ୍ରୀମ ବାତ୍ୟା ସହାୟତା ମଞ୍ଜୁର କରିଛନ୍ତି। ଯଦିଓ ବାତ୍ୟା ସମୟରେ ଅତ୍ୟାବଶ୍ୟକ କେନ୍ଦ୍ରୀୟ ସେବା ଯଥା, ଟେଲିଫୋନ ଓ ବ୍ୟଙ୍କିଙ୍ଗ ବ୍ୟବସ୍ଥା ଏକ ପ୍ରକାର ଅକାମୀ ହୋଇ ପଡିଛି। ତାକୁ ନ ସୁଧାରି ଆର୍ଥିକ ସହାୟତାକୁ ନିଜର ବଦାନ୍ୟତା ବୋଲି ବିଜେପି କହିବାର ଉଦ୍ୟମ କରୁଛି। ବାତ୍ୟା ପରବର୍ତ୍ତୀ ରାଜନୈତିକ ସମୀକରଣ ଦେଖି ବିଜେଡି ଓ ବିଜେପି ଭିତରେ ବୁଝାମଣାର ସୂତ୍ରଟି ବାରି ହୋଇ ଦିଶୁଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର ଭବିଷ୍ୟତ ଅଭିବୃଦ୍ଧିର ନେତୃତ୍ୱ ନେବ ଉତ୍ତର-ପୂର୍ବ: ପ୍ରଧାନମନ୍ତ୍ରୀ

December 20, 2025

ମୋଦୀଙ୍କ ଅଭୂତପୂର୍ବ କୂଟନୀତି: ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କଲେ ୫ ଟି ଗଲ୍ଫ ଦେଶ

December 20, 2025

୨୦୨୬ ଟି୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ: ଗିଲ୍ ଆଉଟ, ଇଶାନ୍ କିଶାନ୍ ଇନ୍

December 20, 2025

ଆଜି ଚୂଡ଼ାନ୍ତ ହେବ ଭାରତର ଟି-୨୦ ବିଶ୍ୱକପ୍ ଦଳ: ଏହି ପାଞ୍ଚଟି ପ୍ରମୁଖ ପ୍ରସଙ୍ଗ ଉପରେ ରହିବ ନଜର

December 20, 2025
Latest News

ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ଭିତରକନିକା ଜାତୀୟ ଉଦ୍ୟାନ

December 21, 2025

ନବରଙ୍ଗପୁର ଜିଲ୍ଲାର ଡାବୁଗାଁଠାରେ ସାଂସଦ ଖେଳ ମହୋତ୍ସବ ଉଦଘାଟିତ

December 21, 2025

କୋରାପୁଟ ପରବ ପଡ଼ିଆରେ ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ ୨୦୨୫ ଅନୁଷ୍ଠିତ

December 21, 2025

ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଜାରି

December 21, 2025

ଓଡିଶା ରାଜ୍ୟ କ୍ଷମତା ଓ ନିରନ୍ତର ଅଭିବୃଦ୍ଧି ନୀତି କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା

December 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.