Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ନବୀନ ପଟ୍ଟନାୟକଙ୍କୁ ଯଦି ମହାମେଣ୍ଟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିଥାଆନ୍ତା,ତେବେ ଦେଶର ଫଳାଫଳରେ ଏକ ବଡ ପରିବର୍ତ୍ତନ ଆସିଥାଆନ୍ତା କି ?
ମତାମତ

ନବୀନ ପଟ୍ଟନାୟକଙ୍କୁ ଯଦି ମହାମେଣ୍ଟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିଥାଆନ୍ତା,ତେବେ ଦେଶର ଫଳାଫଳରେ ଏକ ବଡ ପରିବର୍ତ୍ତନ ଆସିଥାଆନ୍ତା କି ?

May 25, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
if Naveen would be prime ministerial candidate
if Naveen would be prime ministerial candidate

ସମୀକ୍ଷା ବ୍ୟୁରୋ

ସାରା ଦେଶରେ ଏନଡିଏ ଯେପରି ସବୁ ବିରୋଧୀ ଦଳକୁ ଧୂଳିସାତ କରିଦେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ହେଲେ ସବୁଠୁ ବଡ ଆଶ୍ଚର୍ଯ୍ୟ ହେଉଛି ଦେଶରେ ମୋଦି ହାୱା ପ୍ରବାହିତ ହୋଇଥିବା ବେଳେ ଓଡିଶାରେ ତାହା କାମ ଦେଲା ନାହିଁ। ଓଡିଶାରେ ନବୀନ ୱାହା ହିଁ ପ୍ରବାହିତ ହେଲା। ଏହାକୁ ନେଇ ବର୍ତ୍ତମାନ ଜାତୀୟ ରାଜନୀତିରେ ଏକ ବଡ ଆଲୋଚ୍ୟର ବିଷୟ ହୋଇଛି। ଫାୟାର ବ୍ରାଣ୍ଡ ମମତା ବାନାର୍ଜି ହୁଅନ୍ତୁ କିମ୍ବା କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ। ସେପଟେ ଏନ.ଚନ୍ଦ୍ରବାବୁ ନାଇଡୁ ହୁଅନ୍ତୁ କିମ୍ବା ମାୟାବତି। ନବୀନଙ୍କୁ ଛାଡି ଦେଲେ ସବୁ ବିରୋଧୀ ଦଳ ଏକ ପ୍ରକାରର ଧରାଶାୟୀ ହୋଇପଡିଛନ୍ତି। ଚାନ୍ଦ୍ରବାବୁ ସବୁ ବିରୋଧୀ ଦଳ ନେତାଙ୍କ ପାଖକୁ ଯାଇ ଯେପରି ମହାମେଣ୍ଟର ପରିକଳ୍ପନା କରିଥିଲେ ତାହା ଫସର ଫାଟିଯାଇଛି। ଏପରି ପରିସ୍ଥିତିରେ ଗୋଟିଏ ବଡ ପ୍ରସଂଗ ଆଲୋଚନାର ପରିସରକୁ ଆସୁଛି। ତାହା ହେଲା ଯଦି ମହାମେଣ୍ଟ ନିର୍ବାଚନ ପୂର୍ବରୁ ଏକାଠି ହୋଇ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି ଘୋଷଣା କରିଥାଆନ୍ତେ ତେବେ ଦେଶ ରାଜନୀତିରେ ଏକ ବଡ ପରିବର୍ତ୍ତନ ଆସିଥାଆନ୍ତା କି?

ଏପରି ପ୍ରଶ୍ନରେ ଅନେକ ମତ ହୁଏତ ଆସିପାରେ। ହେଲେ ଗୋଟିଏ ବହୁମତ ଯାହା ଆସିଛି ତାହା ହେଲା, ନବୀନ ପଟ୍ଟନାୟକଙ୍କୁ ଯଦି ମହାମେଣ୍ଟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିଥାଆନ୍ତେ ତେବେ ଦେଶର ଫଳାଫଳ ଉପରେ ନିଶ୍ଚିତ ପ୍ରଭାବ ପଡିଥାଆନ୍ତି। ଏହା କୈଣସି ନିର୍ଦ୍ଧିଷ୍ଠ ଲୋକଙ୍କର,ଦଳର ବା ଲେଖକର ମତ ନୁହେଁ। ଏହି ପ୍ରଶ୍ନ ନେଇ ସମୀକ୍ଷା ଡଟ କମ ତରଫରୁ ବହୁ ବୁଦ୍ଧିଜୀବୀ, ସାମ୍ବାଦିକଙ୍କୁ ପ୍ରଶ୍ନ ପଚାରାଯାଇ ଥିଲା। ଭିନ୍ନ ଭିନ୍ନ ଉତ୍ତର ମଧ୍ୟରୁ ବହୁମତ ଆସିଥିଲା ଯେ, ନବୀନଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କଲେ ସେ ନିଶ୍ଚିତ ମୋଦିଙ୍କୁ ଟକ୍କର ଦେଇପାରିଥାଆନ୍ତେ। ଦ୍ବିତୀୟ ବହୁମତ ଯାହା ଥିଲା ତାହା ହେଲା ଯେ, ନବୀନଙ୍କ ଲୋକପ୍ରିୟତା କେବଳ ଓଡିଶା ଭିତରେ ସୀମିତ ଥିବାରୁ ସେ ସାରା ଦେଶ ପାଇଁ ଲୋକପ୍ରିୟ ହୋଇପାରି ଥାଆନ୍ତେ କି ନାହିଁ ତାହା କହିବା ମୁସ୍କିଲ।

ଏହି ଦ୍ବିତୀୟ ବହୁମତକୁ ଯଦି ତର୍ଜମା କରାଯାଏ ତେବେ ଆମକୁ 2014 ନିର୍ବାଚନର ଉଦାହରଣ ଦେବାକୁ ପଡିବ। କାରଣ 2014 ନିର୍ବାଚନରେ ଏହିପରି ଘଟଣା ହିଁ ଘଟିଥିଲା। ସେତେବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜନାଥ ସିଂ ତତକାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ରାଜନାଥ ସିଂ ଏପରି କରିବାର କାରଣ ଥିଲା ଯେ, ମୋଦି ଗୁଜୁରାଟ ରାଜ୍ୟକୁ ଯେପରି କରିଛନ୍ତି ତାହା ସାରା ଦେଶ କେଉଁଠି ନା କେଉଁ ଅନୁଭବ କରିଛି। ତାଙ୍କର ଲୋକପ୍ରିୟତା ପାଇଁ ଗୁଜୁରାଟବାସୀ ଲଗାତର ଭାବେ 13 ବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଥିଲେ। ସେତେବେଳେ ବିଜେପିର ଆଭ୍ୟନ୍ତରୀଣୀୟ ସର୍ଭେ ଅନୁସାରେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କଲେ ଜନ ସମର୍ଥନ ମିଳିବ ବୋଲି ଜଣାପଡିଥିଲା। ଆଉ ଏହାର ଫଳ ସ୍ବରୁପ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା। ଯାହା ଫଳରେ ବର୍ତ୍ତମାନ ମୋଦି ବିଜେପିକୁ ଶୀର୍ଷ ସ୍ତରରେ ପହଁଚାଇ ଲୋକପ୍ରିୟତା ହାସଲ କରିପାରିଛନ୍ତି।

ବର୍ତ୍ତମାନ ନବୀନ ପଟ୍ଟନାୟକଙ୍କ ଉପରେ ଆଲୋଚନା କଲେ ତାହା ମୋଦି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଯୋଜନାଠାରୁ କୌଣସି ଗୁଣରେ କମ୍ ହେବ ନାହିଁ। ମୋଦିଙ୍କ ପରି ନବୀନ ମଧ୍ୟ ଓଡିଶାରେ ଜନପ୍ରିୟ ନେତା ଭାବେ ସମର୍ଥନ ହାସଲ କରିଛନ୍ତି। ନିରନ୍ତର ଭାବେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଓଡିଶାର ଜନସାଧାରଣ ଅଧିଷ୍ଠିତ କରାଇଛନ୍ତି। ସାରା ଦେଶର ମୋଦି ଲହର ଥିବା ବେଳେ ଓଡିଶାରେ ତାହା କାମ ଦେଲା ନାହିଁ। ଏପରିକି ନରେନ୍ଦ୍ର ମୋଦି, ଅମିତ ସାହାଙ୍କଠାରୁ ଆରମ୍ଭ କରି ପ୍ରାୟ ଡଜନେ ମନ୍ତ୍ରୀ ଓଡିଶାକୁ ଟ୍ୟାର୍ଗେଟ କରିଥିଲେ ମଧ୍ୟ ତାହା ବ୍ୟର୍ଥ ସାବସ୍ତ୍ୟ ହେଲା। ବିରୋଧୀ ଦଳ ହୁଏତ ମାନିବେ ନାହିଁ ହେଲେ ସାରା ଦେଶରେ ନବୀନଙ୍କ ଲୋକପ୍ରିୟତା ବର୍ତ୍ତମାନ କେଉଁଠି ନା କେଉଁଠି ରହିଛି। ମୁଖ୍ୟତଃ ନବୀନ ତାଙ୍କର ଜନହିତକର ଯୋଜନା ପାଇଁ ଓଡିଶାର ଲୋକେ ଭୋଟ ଦେଉଛନ୍ତି। ଅନ୍ୟପକ୍ଷରେ ନବୀନଙ୍କ ଭାବମୂର୍ତ୍ତି କଥା ଆସିଲେ ଏହା ନିଃସନ୍ଦେହରେ କୁହାଯାଇପାରେ ଯେ, ଭାରତରେ ବର୍ତ୍ତମାନ ସେପରି କେହି ନେତା ନାହିଁନ୍ତି ଯେ କି ନବୀନଙ୍କ ଭାବମୂର୍ତ୍ତି ସହ ସମକକ୍ଷ ହୋଇପାରିବ।

ଅନ୍ୟପକ୍ଷରେ ମହାମେଣ୍ଟରେ ଯେଉଁ ତୁଙ୍ଗ ନେତାମାନେ ଅଛନ୍ତି ଏବଂ ଯେଉଁମାନେ ମନେମନେ ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଛନ୍ତି ସେମାନଙ୍କଠାରୁ ନବୀନ ଢେର ଉପରେ। ପ୍ରକୃତରେ କହିବାକୁ ଗଲେ ମହାମେଣ୍ଟର ଉଦ୍ଦେଶ୍ୟ ମୋଦିଙ୍କୁ ହଟାଇବା ହୋଇପାରେ ହେଲେ ଅନ୍ୟପଟେ ମେହାମେଣ୍ଟର ନେତାଙ୍କ ପ୍ରଧାନମନ୍ତ୍ରୀ ହେବାର ଆଗ୍ରହ ବେଶୀ ଅଛି ବୋଲି ଲୋକେ ଭାବି ନେଲେ। ହେଲେ ନବୀନଙ୍କୁ ଯେତେବେଳେ ପ୍ରଧାନମନ୍ତ୍ରୀ ହେବେ ବୋଲି ପ୍ରଶ୍ନ ପଚରାଯାଏ ସେତେବେଳେ ତାଙ୍କର ଉତ୍ତର ହେଲା ମୁଁ ଓଡିଶାର ସେବା କରିବି। ଏହି କଥା ଏବେ ନୁହେଁ ଦୀର୍ଘ ବର୍ଷ ଧରି ନବୀନ ବାରମ୍ବାର କହିଆସୁଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ହେବା ଲକ୍ଷ୍ୟ ନେଇ ସେ କେବେବି ମହାମେଣ୍ଟ ଗଠନ କରିବାକୁ କିମ୍ବା ସେଥିରେ ସାମିଲ ହେବାକୁ ପ୍ରୟାସ ମଧ୍ୟ କରିନାହାଁନ୍ତି। ଫଳରେ ସାରା ଭାରତ ବର୍ଷର ଲୋକଙ୍କ ମଧ୍ୟରେ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଛି ଅନ୍ତରର ସମର୍ଥନ। ସେଥିପାଇଁ ମହାମେଣ୍ଟର ନେତାମାନେ ରାଜନାଥ ସିଂ ପରି ଯଦି ନିଜ ମନ ଭିତରେ ଥିବା ପ୍ରଧାନମନ୍ତ୍ରୀ ଆଗ୍ରହକୁ ତ୍ୟାଗ କରି ଏକ ତ୍ୟାଗୀ ପୁରୁଷ ନବୀନଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିଲେ ହୁଏତ ଏହି ସ୍ଥିତି ନିଶ୍ଚିତ ପରିବର୍ତ୍ତନ ହେବାର ସମ୍ଭାବନା ଅଧିକ ଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ସାରା ଦେଶରେ ଯାତ୍ରୀ ଟର୍ମିନାଲର କ୍ଷମତା ବୃଦ୍ଧି ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ରେଳ ମନ୍ତ୍ରୀ

February 26, 2026
Latest News

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ସାରା ଦେଶରେ ଯାତ୍ରୀ ଟର୍ମିନାଲର କ୍ଷମତା ବୃଦ୍ଧି ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ରେଳ ମନ୍ତ୍ରୀ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.