Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ତମ ଖେଳ ତମ ଲାଗି କାଳ ହେଲେ, ଆମେ କରିବୁ କ’ଣ?- ବିଶ୍ଵକପ ହକିର ସଫଳତା ପାଇଁ ବ୍ୟଥିତ ବିଜେପି ଲାଗି ଏକ ଅନୁଚିନ୍ତା
ମତାମତ

ତମ ଖେଳ ତମ ଲାଗି କାଳ ହେଲେ, ଆମେ କରିବୁ କ’ଣ?- ବିଶ୍ଵକପ ହକିର ସଫଳତା ପାଇଁ ବ୍ୟଥିତ ବିଜେପି ଲାଗି ଏକ ଅନୁଚିନ୍ତା

November 29, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

ରଙ୍ଗାଚରଣ ପ୍ରଧାନ-

ଯଦି ରନ୍ଧନ ଗ୍ୟାସ୍ ପାଇପ୍ ଲାଇନ୍ ଉଦଘାଟନ ପାଇଁ ସୋନୁ ନିଗମ୍ ନାଇଟ୍ ଆୟୋଜନ ହୋଇପାରିଲା ବିଶ୍ୱ କପ୍ ହକି ପାଇଁ ଶାହରୁଖ୍, ସଲମାନ୍ ଓ ମାଧୁରୀଙ୍କୁ ଡକାଗଲେ ବାଧୁଛି କାହିଁକି? ମନେ ନାଇଁକି, ନାଲକୋ କଲୋନୀ ଗ୍ୟାସ୍ ପାଇପ୍ ଲାଇନ୍ ଶୁଭ ଦେବା ବେଳେ କେତେ ବଡ଼ ଆୟୋଜନ ହୋଇଥିଲା। ସୋନୁ କେତେ ପଇସା ନେଇଥିଲେ, ସେ ପଇସା କିଏ ଦେଇଥିଲା, ତାର ଫଟୋ ଆମକୁ କାଇଁ ଦେଖେଇନ ତ! ସେ ଯାହା ବି ହେଉ, ନାଲକୋ କଲୋନୀକୁ  ଛାଡ଼ିଦେଲେ ଆଉ କୋଉଠି ଗ୍ୟାସ ପାଇପ୍ ଲାଗିଲା ଆମେ ଗତ ତିନିବର୍ଷରେ ଦେଖିପାରିଲୁ ନାହିଁ। କିନ୍ତୁ ବିଶ୍ୱ କପ୍ ତ ଆମ ଆଖି ଆଗରେ ଖେଳା ଯାଉଛି, ଯାହା ଆମେ ଦେଖୁଛୁ। ଖେଳ ହେଉଛି, ପୃଥିବୀ ଯାକର ହକି ଖେଳାଳୀ ଆମ ରାଇଜକୁ ଆସିଛନ୍ତି। ଗୋଟେ ବଡ଼ ମାହୋଲ୍ ତିଆରି ହୋଇଛି। ପଚାରିପାରେ କି, ସେମିତି ମାହୋଲ୍  ତିଆରି କରିବାର ଏ ରାଜନୀତି କିଏ ଆରମ୍ଭ କରିଥିଲା?

ମାହୋଲ୍ ତିଆରି କରିବାର ରାଜନୀତି ଆରମ୍ଭ କରିବା ପୁର୍ବରୁ ଚିନ୍ତା କରିବାର ଥିଲା ଯେ ନବୀନବାବୁଙ୍କ ପାଖରେ ବି ଗୋଟେ ସରକାର ଅଛି, ରାଜକୋଷ ଅଛି, ସେ ବି ଇଭେଣ୍ଟ୍ ତିଆରି କରିପାରିବେ ।

ତମେ ବିଜେଡି କିମ୍ଵା ଅନ୍ୟ ଦଳରୁ ଦି ଚାରିଟାଙ୍କୁ ଖସେଇ ଆଣିଲେ ସେ ବି ତମ ଦଳରୁ ଦି ଚାରିଟାଙ୍କୁ ଖସେଇ ଆଣିପାରିବେ ।

ଦିନ ଥିଲା ତମେ ଓଡ଼ିଶାର ସବୁ ଚାନେଲକୁ ଇସାରାରେ ନଚଉଥିଲ । ମନେ ଅଛି ପ୍ରଧାନମନ୍ତ୍ରୀଙ୍କର ଜୟଦେବ ବିହାରରୁ ଅଳ୍ପ ଦୁର ପର୍ଯ୍ୟନ୍ତ ପଦଯାତ୍ରାର କଥା? ନିଉଜ୍ ଚାନେଲ୍ ମାନେ ସେ ପିନ୍ଧିଥିବା ଫୁଲହାରରେ କେତୋଟି ଫୁଲ ଥିଲା, ପ୍ରତି ଫୁଲରେ କେତୋଟି ପାଖୁଡ଼ା ଥିଲା, ତାକୁ ବି ଗଣିଥିଲେ। ସେ ଓଡ଼ିଶାରୁ ବିଦାୟ ନେଲାବେଳେ ହାତ ହଲେଇ ଟା ଟା କଲାବେଳେ ଆଙ୍କରମାନଙ୍କ ଆଖି ଓଦା ହୋଇଯାଇଥିଲା। ଯେ କୌଣସି ପ୍ରୋଗ୍ରାମ୍ ହଉଥିଲା ଛୋଟ ବଡ଼ ଯେତେ ସମ୍ବାଦପତ୍ର ଅଛି, ସେ ଦୁଇ ପୄଷ୍ଠିଆ ହେଉ କି ୩୨ ପୄଷ୍ଠିଆ ହେଉ, ସମସ୍ତଙ୍କୁ ଓଏନଜିସି ଟଙ୍କାରୁ ଆଡ୍ ମିଳୁଥିଲା। କେତେ ସଭା ସମିତିରେ ତମେ ବଲିଉଡ୍, ଓଲିଉଡ୍ ବାଲାଙ୍କୁ ନଚେଇଛ। ଆଜି ତାଙ୍କ ବେଳକୁ ରାଗିଲେ ହେବ କି? ପ୍ରଧାନମନ୍ତ୍ରୀ ସଲମାନ୍ ଖାନ୍ ସାଙ୍ଗେ ଗୁଡ଼ି ଉଡ଼େଇଲେ ବୋଲି ତମେ ପରା ମିଡିଆରେ ହୁଲସ୍ତୁଲ କରୁଥିଲ। ଆଜି ୟାଙ୍କ ବେଳକୁ ମୁହଁ ଫୁଲାଉଛ କିଆଁ?

ସେତିକିବେଳେ ବୁଝିବାର ଥିଲା ଯେ କ୍ରିକେଟ୍ ହେଉ କି ରାଜନୀତି, ସବୁ ଜିନିଷରେ ଟାଇମିଂ ଅତି ଗୁରୁତ୍ୱପୁର୍ଣ କଥା। ନବୀନବାବୁ ସବୁ ପ୍ରିଣ୍ଟ ମିଡିଆକୁ କେବେ ହୋଇନଥିବା ଏକ ସାକ୍ଷାତକାରର ସଂଳାପ ଧରେଇଦେଲେ। ଓଡ଼ିଶାରେ ମିଡିଆ ମୋଗଲ କୁହାଯାଉଥିବା ଦୁଇଜଣ କେତେବେଳେ ଚୁପଚାପ୍ ନବୀନ ନିବାସରେ ରାଜ୍ୟସଭା ଟିକେଟ୍ ନବାକୁ ପହଞ୍ଚିଗଲେ, ସବୁ ଅନ୍ଦାଜ୍ ଓ ଗୁଲିକୁ ଖବର ଆକାରରେ ଛାଡ଼ୁଥିବା ଇଣ୍ଟରନେଟ୍ ପୋର୍ଟାଲମାନେ ବି ଆଗୁଆ ତାର ଟେର୍ ସୁଦ୍ଧା ପାଇପାରି ନଥିଲେ। ତମେ କଂଗ୍ରେସଠୁ ଛଡ଼େଇ ଆଣିଲ,  ତମଠୁ ବିଜେଡି ବାଲା ଛଡ଼େଇ ନେଲେ। ମିଡିଆ ସବୁବେଳେ ତମର ଖେଳଣା ରହିଥାନ୍ତା କି? ଯାହାର ପଲା ଭାରି, ମିଡିଆର ପ୍ରେମ ସେ ଆଡ଼େ। ନିଜେ ଯେଉଁ କାରବାର କରି ଆସିଛ, ସେଇ ସମାନ କାମ ଆଜି ଆଉ କିଏ କରୁଛି। ମାହୋଲ ତିଆରି କରିବା, ମଞ୍ଚରେ ତାରକା ଆଣି କ୍ରେଜ୍ ତିଆରି କରିବା, ରକ୍ ଷ୍ଟାର୍ ଅନ୍ଦାଜରେ ହାତ ହଲେଇ ନେତା ସାଜିବା, ଏ ସବୁ କ’ଣ ମୋଦୀ ଶିଖେଇ ନଥିଲେ କି? ନା, ତମେ ଭାବୁଥିଲ, ଏ ସବୁ ତମ ସମ୍ପତ୍ତି, ତାକୁ କେହି ଛଡ଼େଇ ପାରିବେନି।

ଛାଡ଼ନ୍ତୁ ସେ କଥା। ଲେଖିବାକୁ ତ ବହୁତ କିଛି ଅଛି। ମାତ୍ର କଥା ଲମ୍ବେଇଲେ ସରିବ ନାଇଁ। ତାଙ୍କ ଗୁଣ ଆଉ ତମ ଗୁଣ ଭିତରେ ବିଶେଷ ଫରକ ନାଇଁ। ଚତୁରେ ଚତୁରେ ଏଠି କୋଳାକୋଳି ଚାଲିଛି। ତେବେ ସାରିବା ପୁର୍ବରୁ ଗୋଟିଏ କଥା କହିରଖୁଛି ।

ଦୁର୍ଯ୍ୟୋଧନର ପ୍ରାଣ ନାଟିକା ତା’ ଜାନୁରେ ଅଛି। କିନ୍ତୁ ଏମାନେ ଜାନୁକୁ ପ୍ରହାର ନକରି ଦୁର୍ଯୋଧନକୁ କୁତୁକୁତୁ କରୁଛନ୍ତି। କୁତୁକୁତୁ କରିବାରେ କାହାର କିଛି କ୍ଷତି ହୁଏନି। ଓଲଟି କୁତୁକୁତୁ ରେ ଗୋଟେ ମଜା ଅଛି।

(ରଙ୍ଗାଚରଣ ପ୍ରଧାନ, ଆମ୍ ଆଦମୀ ପାର୍ଟିର ଜଣେ କର୍ମକର୍ତ୍ତା, ଏଥିରେ ରହିଥିବା ମତ ତାଙ୍କର ନିଜସ୍ଵ)

Share. Facebook Twitter LinkedIn Email WhatsApp Copy Link

Related Posts

ବାମପନ୍ଥୀ ଉଗ୍ରବାଦ ଉପରେ ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

February 9, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଲେସିଆ ଗସ୍ତ ଅବସରରେ ଭାରତ-ମାଲେସିଆ ମିଳିତ ବିବୃତ୍ତି

February 8, 2026

Dhauli Kalinga Festival: ଶେଷ ହେଲା ତିନିଦିନ ଧରି ଚାଲୁଥିବା ଧଉଳି କଳିଙ୍ଗ ନୃତ୍ୟ ଉତ୍ସବ

February 8, 2026

ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହ ଆନୁଷ୍ଠାନିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

February 8, 2026
Latest News

ବାମପନ୍ଥୀ ଉଗ୍ରବାଦ ଉପରେ ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

February 9, 2026

ନୂତନ ଆସାନସୋଲ-ବୋକାରୋ ଟ୍ରେନ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କଲେ ରେଳମନ୍ତ୍ରୀ

February 9, 2026

ଆଜି ଫେବୃୟାରୀ ୯ ତାରିଖ ସୋମବାରରେ ଏହି ରାଶିଗୁଡିକର ହେବ ଧନ ବୃଦ୍ଧି

February 9, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଲେସିଆ ଗସ୍ତ ଅବସରରେ ଭାରତ-ମାଲେସିଆ ମିଳିତ ବିବୃତ୍ତି

February 8, 2026

Dhauli Kalinga Festival: ଶେଷ ହେଲା ତିନିଦିନ ଧରି ଚାଲୁଥିବା ଧଉଳି କଳିଙ୍ଗ ନୃତ୍ୟ ଉତ୍ସବ

February 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.