Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ମୁକ୍ତ ଇଚ୍ଛା ଏକ କଳ୍ପନା, ଏହା ସ୍ଥାନ,କାଳ ଓ ପରିସ୍ଥିତି ଭେଦରେ ଭିନ୍ନ ଭିନ୍ନ ରୂପ ନେଇଥାଏ
ମତାମତ

ମୁକ୍ତ ଇଚ୍ଛା ଏକ କଳ୍ପନା, ଏହା ସ୍ଥାନ,କାଳ ଓ ପରିସ୍ଥିତି ଭେଦରେ ଭିନ୍ନ ଭିନ୍ନ ରୂପ ନେଇଥାଏ

June 15, 2019No Comments5 Mins Read
Share Facebook Twitter LinkedIn Email WhatsApp Copy Link
free will make change in different situation
free will make change in different situation

ସମୀତ ପଣ୍ଡା

ଆପଣ ବହୁତ ସମୟରେ ଶୁଣିଥିବେ ଅଲଗା ସ୍ଥାନରେ ଘଟିଥିବା ଦୁଇଟା ସମାନ ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ମାନେ ଭିନ୍ନ ପ୍ରକାର ବ୍ୟବହାର କରିଥାନ୍ତି। ଗୋଟିଏ କ୍ଷେତ୍ରରେ ସମ୍ପୃକ୍ତ ବ୍ୟକ୍ତି ମାନେ କଥାବାର୍ତ୍ତା ଦ୍ଵାରା ଅପୋଷ ସମାଧାନ କରିପାରିଥିଲା ବେଳେ ଅନ୍ୟ କ୍ଷେତ୍ରରେ ଏହା ହିଂସାତ୍ମକ ମୋଡ ନେଇଥାଏ।  ଏଠାରେ ପ୍ରଥମ ଘଟଣାର ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରଶଂସା କରାଯାଉଥିଲା ବେଳେ ଦ୍ଵିତୀୟ ଘଟଣାର ସମ୍ପୃକ୍ତ ବ୍ୟକ୍ତିମାନେ ପୁଲିସ ଦ୍ଵାରା ଗିରଫ ହୋଇ ଜେଲ ଯିବା ସମ୍ଭାବନା ଅଧିକ ଥାଏ, କାରଣ ଆମର ନ୍ୟାୟ ବ୍ୟବସ୍ଥା ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ନିଜ ବ୍ୟବହାର ଏବଂ ପ୍ରତିକ୍ରିୟା ପାଇଁ ନିଜେ ସମ୍ପୂର୍ଣ୍ଣ ମାତ୍ରାରେ ଦାୟୀ।

ନିଜେ ନିଜର ବ୍ୟବହାର ଏବଂ ପ୍ରତିକ୍ରିୟା ପାଇଁ ଦାୟୀ ରହିବାଟା ଆମର ମୁକ୍ତ ଇଚ୍ଛା ବା Free will ସମ୍ପର୍କିତ ଧାରଣାରୁ ଆସିଅଛି । ମୁକ୍ତ ଇଚ୍ଛାର ଅର୍ଥ ହେଲା ଜଣେ ବ୍ୟକ୍ତି ନିଜ ପାଖରେ ଥିବା ବିଭିନ୍ନ ବିକଳ୍ପ ଉପାୟ ମଧ୍ୟରୁ ଗୋଟାକୁ ମୁକ୍ତ ଭାବରେ ବାଛି ପରିବାର କ୍ଷମତା। ଯେପରି ଦାୟିତ୍ଵବୋଧ, ଅପରାଧ, ପ୍ରଶଂସା, ପାପ ଭଳିଆ ବିଚାର ଯାହା ମୁକ୍ତ ଭାବରେ ବ୍ୟକ୍ତି ନେଇଥାଏ ତାହା ମୁକ୍ତ ଇଚ୍ଛା ସହିତ ଜଡିତ ବୋଲି ଧରାଯାଏ। ପ୍ରକୃତରେ ମୁକ୍ତ ଇଚ୍ଛା ସମ୍ପର୍କିତ ଧାରଣା ମୁଖ୍ୟତଃ ଖ୍ରୀଷ୍ଟିୟାନ ଧମତତ୍ତ୍ବରୁ ଆସିଅଛି। ଏହି ଧାରଣା ଅନୁସାରେ ଯେହେତୁ ମଣିଷ ଭୁଲ ବା ଠିକ ରାସ୍ତା ନିଜର ମୁକ୍ତ ଇଚ୍ଛା ଦ୍ଵାରା ବାଛିଥାଏ ତେଣୁ ଭଗବାନ ପାପୀକୁ ନିଜ ଭୁଲ ନିଷ୍ପତ୍ତି ନେବାର ପାପ ପାଇଁ ଦଣ୍ଡିତ କରିବା ଏବଂ ସାଧୁକୁ ଠିକ ନିଷ୍ପତ୍ତି ପାଇଁ ପୁରସ୍କୃତ କରିବା ଯଥାର୍ଥ ବୋଲି କୁହା ଯାଇଛି। ଭଗବାନଙ୍କ ଦ୍ଵାରା ଦଣ୍ଡିତ ହେବା ଡରରେ ମଣିଷଙ୍କ ଭିତରେ ନୈତିକତା ବଢିବ ଏବଂ ପାପ କରିବାକୁ ଲୋକେ ଡରିବେ ବୋଲି ଆଶା କରାଯାଉଥିଲା। ଏହି ଧାରଣାକୁ ପାଶ୍ଚାତ୍ୟ ସଭ୍ୟତା ତାର ସମାଜ ପରିଚାଳନା କରିବାର ମୁଖ୍ୟ ଆୟୁଧ ଭାବରେ ବ୍ୟବହାର କରିଆସିଅଛି ।

କିନ୍ତୁ, ମୁକ୍ତ ଇଚ୍ଛା ପ୍ରକୃତରେ ମୁକ୍ତ କି ? ଆମେ ପ୍ରଥମେ ଆଲୋଚନା କରିଥିବା ଉଦାହରଣକୁ ବିଚାର କରିବା। ଯଦି ଆପଣଙ୍କୁ ପଚରାଯାଏ ଦୁଇଟା ସମାନ ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ମାନେ ଅଲଗା ଅଲଗା କାହିଁକି ପ୍ରତିକ୍ରିୟା କଲେ ଆପଣ ବୋଧହୁଏ କହିବେ ପ୍ରଥମ ଘଟଣାର ସମ୍ପୃକ୍ତ ବ୍ୟକ୍ତି ମାନେ ଶାନ୍ତ ମିଜାଜର ଥିଲା ବେଳେ ଦ୍ଵିତୀୟ ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ଗରମ ମିଜାଜ ବା ରାଗି କହି ପାରନ୍ତି। ଟିକେ ଅଧିକ ଚର୍ଚ୍ଚା କଲେ ଆପଣ ସମ୍ପୃକ୍ତ ବ୍ୟକ୍ତିର ବ୍ୟବହାର ପାଇଁ ତାଙ୍କ ପରିବାର, ଜାତି, ବର୍ଗ, ଶିକ୍ଷାଗତ ଯୋଗ୍ୟତା ଇତ୍ୟାଦିକୁ ମଧ୍ୟ ଆଲୋଚନା ପରିସର ଭୁକ୍ତ କରିପାରନ୍ତି। ଯଦି ଏହି ଯୁକ୍ତିକୁ ଗ୍ରହଣ କରାଯାଏ ମୁଁ କେଉଁଠି ଜନ୍ମ ନେବି, ମୋର ଜିନ କଣ ହେବ, ମୋର ଜାତି କଣ, ମୋର ମା ବାପା ମତେ କେମିତି ବଢେଇବେ ମୋର ସେଥିରେ କିଛି ଆୟତ୍ତ ଅଛି କି? ମୋର ଜିନ ଏବଂ ଡ଼ିଏନଏ ଯଦି କୌଣସି ନିଷ୍ପତ୍ତି ନେବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେଇଥାଏ ତାହେଲେ ମୁଁ ମୋର ବ୍ୟବହାର, ପ୍ରତିକ୍ରିୟା ପାଇଁ କେମିତି ଦାୟୀ ରହିଲି? ଖାଲି ସେତିକି ନୁହେଁ ମୁଁ ମୋର କୌଣସି କ୍ରିୟା ମୁକ୍ତ ଇଚ୍ଛାରେ ନେଲି ବୋଲି କେମିତି କୁହା ଯାଇପାରିବ?

ମୁକ୍ତ ଇଚ୍ଛା ସମ୍ବନ୍ଧରେ ସ୍ପିନୋଜା ସପ୍ତଦଶ ଶତାଦ୍ଧୀର ଅନ୍ୟତମ ବିଖ୍ୟାତ ପାଶ୍ଚାତ୍ୟ ଦାର୍ଶନିକ ନିଜର ଅସହମତା ପ୍ରକାଶ କରିଥିଲେ। ତାଙ୍କ ମତରେ ଭଗବାନଙ୍କ ଦ୍ଵାରା ଦଣ୍ଡିତ ହେବାର ଭୟରେ ନୈତିକ ହେବା ମଣିଷର ପ୍ରକୃତ ନୈତିକତାର ସନ୍ଧାନ ବିଗାଡି ଦିଏ। ତେଣୁ ପ୍ରକୃତ ନୈତିକତା ଡରରୁ ଊର୍ଦ୍ଧ୍ଵରେ ରହିକି ହାସିଲ କରାଯିବା କଥା ବୋଲି ସେ ଯୁକ୍ତି ବାଢିଥିଲେ। ବର୍ତ୍ତମାନର ବୈଜ୍ଞାନିକ ସନ୍ଧାନ ମୁକ୍ତଇଚ୍ଛା  ଧାରଣାର ପରିପନ୍ଥୀ। ୧୯୮୦ ମସିହାରେ ଆମେରିକୀୟ ବୈଜ୍ଞାନିକ ଡାକ୍ତର ବେଞ୍ଜାମିନ ଳିବେଟ ପ୍ରମାଣ କରି ଦେଖାଇଥିଲେ ଯେ ମଣିଷ ପାଖରେ ମୁକ୍ତ ଇଚ୍ଛା ବୋଲି କିଛି ନାହିଁ । ସେ ପରୀକ୍ଷା କରି ଦେଖାଇଥିଲେ ଯେ ଜଣେ ବ୍ୟକ୍ତି ନିଜ ହାତ ଉଠେଇବାର ନିଷ୍ପତ୍ତି ନେବା ପୂର୍ବରୁ ମସ୍ତିଷ୍କରେ ସେ ସମ୍ବନ୍ଧୀୟ ରାସାୟନିକ ପ୍ରତିକ୍ରିୟା ହେଇସାରିଥାଏ। ବ୍ୟକ୍ତି ଦ୍ଵାରା ନିଜ ହାତ ଉଠାଇବାର ନିଆଯାଉଥିବାର ସ୍ବଚ୍ଛନ୍ଦ ନିଷ୍ପତ୍ତିକୁ ମୁକ୍ତ ଇଚ୍ଛା ସହିତ ଯୋଡିକି ଦେଖାଯାଏ। କିନ୍ତୁ ଏହା ପ୍ରକୃତରେ ଗୋଟିଏ ସହଯୋଗୀ କ୍ରିୟା ଯାହାର ନିଷ୍ପତ୍ତି ମସ୍ତିଷ୍କ ନେଇସାରିଥାଏ। ବର୍ତ୍ତମାନ ସମୟରେ ବୈଜ୍ଞାନିକ ସମୂହ ମଧ୍ୟରେ ମୁକ୍ତ ଇଚ୍ଛା ଯେ ଏକ ମିଥକ ବୋଲି କିଛି ଦ୍ଵନ୍ଦ୍ଵ ନାହିଁ।

ମୁକ୍ତ ଇଚ୍ଛା ଉପରେ ଏହି ଚର୍ଚ୍ଚା ଏବଂ ସନ୍ଦେହ ବର୍ତ୍ତମାନ ବୈଜ୍ଞାନିକଙ୍କ ପରୀକ୍ଷାଗାରରୁ ବାହାରି ଅନ୍ୟ କ୍ଷେତ୍ରରେ ମଧ୍ୟ ପ୍ରଭାବ ପକେଇବା ଆରମ୍ଭ କଲାଣି।ଯେମିତିକି ଗତ ଦଶନ୍ଧିରେ ଅନେକ କୋର୍ଟ କେସ୍‌ରେ ମସ୍ତିଷ୍କ ବିଜ୍ଞାନର ପ୍ରମାଣ ଆଧାର କରି ଅନେକେ ଯୁକ୍ତି ବାଢିଛନ୍ତି କି ତାଙ୍କର ମସ୍ତିଷ୍କ ଭିଆଇଥିବା ଅପରାଧ ପାଇଁ ଦାୟୀ ସେ ନୁହଁ କାରଣ ସେ ନିଷ୍ପତ୍ତି ମୁକ୍ତ ଇଚ୍ଛାରେ ନେଇନଥିଲେ। ଉଦାହରଣ ଏହା ମଧ୍ୟ ଦିଅଯାଇଛି କି ମସ୍ତିଷ୍କରେ ଆଘାତ ଲାଗିଲା ପରେ ଅବା ମସ୍ତିସ୍କ ଜନିତ ବେମାରୀ ହେଲା ପରେ କିଛି ଲୋକ ହତ୍ୟାକାରୀ ହେଇଯିବାର ଅନେକ ନଜିର ରହିଛି। ମସ୍ତିଷ୍କ ସମ୍ବନ୍ଧୀୟ ବେମାରୀର ଚିକତ୍ସା ପରେ ପୁଣିଥରେ ସାଧାରଣ ବ୍ୟବହାର କରିବା ଦେଖା ଯାଏ। ଏ ସବୁ ଉଦାହରଣ ମଧ୍ୟ ଏହା ଦେଖାଏ କି ଆମର ବ୍ୟବହାର ମସ୍ତିଷ୍କ ଭିତରେ ହେଉଥିବା ରାସାୟନିକ ପ୍ରତିକ୍ରିୟା ଦ୍ଵାରା ପରିଚାଳିତ ହେଇଥାଏ ନା କି ଆମର ମୁକ୍ତ ଇଚ୍ଛା ଦ୍ଵାରା ।

ଏଥିପାଇଁ ବର୍ତ୍ତମାନ ବୈଜ୍ଞାନିକ ଏବଂ ଦାର୍ଶନିକ ସମୂହ ଭିତରେ ବିବାଦ ହେଲା ମୁକ୍ତ ଇଚ୍ଛା ଗୋଟିଏ ମିଥକ ହେଇଥିବାର ସତ୍ୟତା ସାଧାରଣ ଜନତାଙ୍କୁ ଜଣେଇବା କଥା ନା ନୁହଁ। କିଛି ଏହି ସତ୍ୟକୁ ସାଧାରଣ କରିବା ସପକ୍ଷରେ ଥିଲେ ଅନେକ ସପକ୍ଷରେ ନାହାନ୍ତି। ଏହାର ମୁଖ୍ୟ କାରଣ ହେଲା ମୁକ୍ତ ଇଚ୍ଛା ଧାରଣାକୁ ନେଇ ବର୍ତ୍ତମାନ ର ଅଧିକାଂଶ ବ୍ୟବସ୍ଥା ଯଥା ନ୍ୟାୟ ବ୍ୟବସ୍ଥା, ଶାସନ ବ୍ୟବସ୍ଥା ର ସୃଷ୍ଟି । ଯଦି ମୁକ୍ତ ଇଚ୍ଛା ମିଥକ ତାହେଲେ ଆମ ନ୍ୟାୟ ବ୍ୟବସ୍ଥା, ମୁକ୍ତ ଇଚ୍ଛା ଦ୍ଵାରା କରିଥିବା ଅପରାଧ ନାଁରେ ବିଚାର କେମିତି କରାଯାଇପାରିବ ବା ସଜା କେମିତି ଦିଆଯାଇପରିବା।  ତାହେଲେ ଆମ ନ୍ୟାୟ ବ୍ୟବସ୍ଥା ସ୍ଥିତି କୋଉଠି ରହିଲା ? ଗଣତନ୍ତ୍ର ବ୍ୟବସ୍ଥାର ମଧ୍ୟ ଅବସ୍ଥା ସମୀଚୀନ କାରଣ ଏହି ବ୍ୟବସ୍ଥା ଅନୁସାରେ ମୁକ୍ତ ଇଚ୍ଛା ଦ୍ଵାରା ଜନତା ନିଜ ପାଇଁ ପ୍ରତିନିଧି ଚୟନ କରିଥାନ୍ତି, ଯଦି ମୁକ୍ତ ଇଚ୍ଛା  ହିଁ ମିଥକ ତାହେଲେ ଗଣତନ୍ତ୍ର ବ୍ୟବସ୍ଥା ର ମୂଲ୍ୟ କେଉଁଠି ରହିଲା? ବୈଜ୍ଞାନିକ ଏବଂ ଦାର୍ଶନିକଙ୍କୁ ଏହାବି ଲାଗୁଛି ଲୋକ ମୁକ୍ତ ଇଚ୍ଛା ଏକ ମିଥକ ଜାଣିଲା ପରେ ନିଜର ସବୁ ଭୁଲ କାମକୁ ମସ୍ତିଷ୍କ ଭିତରେ ନ୍ୟୁରନମାନଙ୍କ ଭିତରେ ହେଉଥିବା ରାସାୟନିକ ପ୍ରତିକ୍ରିୟାକୁ ଦାୟୀ କରିବେ। ଏହା ଦ୍ଵାରା ସମାଜ ନୈତିକତା ହରାଇ ଅରାଜକତା ବ୍ୟାପିବାର ସମ୍ଭାବନାକୁ ଏଡାଇ ପାରୁନାହାନ୍ତି। କିନ୍ତୁ ଅନେକ ବୈଜ୍ଞାନିକଙ୍କ ମତରେ ସତ୍ୟ ସାଧାରଣ କରିବା ଦ୍ଵାରା ଅଧିକାଂଶ ଅଯଥାର୍ଥ  ପ୍ରତିକ୍ରିୟାକୁ ରୋକା ଯାଇପାରିବ। ମସ୍ତିଷ୍କଭିତରେ ରାସାୟନିକ ପ୍ରତିକ୍ରିୟା ଯୋଗୁଁ ଯଦି ଜଣେ ଅପରାଧ କରୁଛି ତାହେଲେ ମସ୍ତିଷ୍କର ରାସାୟନିକ ପ୍ରତିକ୍ରିୟାରେ ଆବଶ୍ୟକୀୟ ପରିବର୍ତ୍ତନ କରି ସେମିତି ଅପରାଧ ରୋକା ଯାଇ ପାରିବ। ଏପରିକି ଦୁନିଆରେ ଘଟୁଥିବା ଅନେକ ବଡ ଘଟଣା ପ୍ରତି ସମାଜର ପ୍ରତିକ୍ରିୟା ପରିବର୍ତ୍ତିତ ହେବାର ସମ୍ଭାବନା ଅଧିକ। ଉଦାହରଣ ସ୍ୱରୂପ ପ୍ରାକୃତିକ ଦୁର୍ବିପାକ ଏବଂ ଆତଙ୍କବାଦ ଉଭୟରେ ଅନେକ ଜନ ଧନର କ୍ଷତି ହେଇଥାଏ  କିନ୍ତୁ ସମାଜ ପ୍ରାକୃତିକ ଦୁର୍ବିପାକ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରେ ନାହିଁ ବରଂ ତାହାର ସମାଧାନର ଉପାୟ ବାହାର କରିବାକୁ ଚେଷ୍ଟା କରେ। ଯଦି ମୁକ୍ତ ଇଚ୍ଛା ଏକ ମିଥକସମାଜ ଗ୍ରହଣ କରିଥାନ୍ତା ଆମେରିକା ବୋଧେହୁଏ ୯/୧୧ ଘଟଣା ପରେ ଆଫଗାନିସ୍ଥାନକୁ ଆକ୍ରମଣ ନ କରି ତାହାର ଯୁକ୍ତି ସଙ୍ଗତ ସମାଧାନ ଖୋଜିବାରେ ଅଧିକ ସମୟ ଏବଂ ସମ୍ପଦ ଲଗେଇଥାନ୍ତା।

ଏହି ପରିବର୍ତ୍ତିତ ସ୍ଥିତିରେ ସମାଜର ନ୍ୟାୟ ଏବଂ ଗଣତନ୍ତ୍ର ଭଳି ଗୁରୁତ୍ବପୂର୍ଣ ବ୍ୟବସ୍ଥାକୁ କିପରି ସ୍ଥିତି ଉପଯୋଗୀ କରାଯାଇପାରିବ, ଦେଖିବାକୁ ପଡିବ।

Email: sameet1983@gmail.com

Share. Facebook Twitter LinkedIn Email WhatsApp Copy Link

Related Posts

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ତୃତୀୟ ଦିନରେ ମଧ୍ୟ ଚାଲିପାରିଲା ନାହିଁ ରାଜ୍ୟସଭା ଓ ଲୋକସଭା, ଜାଣନ୍ତୁ କଣ ଘଟିଲା

July 23, 2025

୫ ବର୍ଷ ପରେ ଭାରତର ବଡ଼ ନିଷ୍ପତ୍ତି: ଆସନ୍ତାକାଲିଠାରୁ ଚୀନ୍ ନାଗରିକଙ୍କୁ ଭିସା ଦେବେ ସରକାର

July 23, 2025

ମା’ ତାରିଣୀ ପୀଠ, ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.