Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଅବସରପ୍ରାପ୍ତ ଡାକ୍ତରମାନଙ୍କ କାନ୍ଧରେ ଆମର ସ୍ବାସ୍ଥ୍ୟସେବା କେତେଦିନ ଚାଲିପାରିବ?
ମତାମତ

ଅବସରପ୍ରାପ୍ତ ଡାକ୍ତରମାନଙ୍କ କାନ୍ଧରେ ଆମର ସ୍ବାସ୍ଥ୍ୟସେବା କେତେଦିନ ଚାଲିପାରିବ?

June 22, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଓଡିଶାର ସ୍ବାସ୍ଥ୍ୟମନ୍ତ୍ରୀ ଭାବରେ ଦାୟିତ୍ଵ ନେବା ପରେ ଶ୍ରୀ ନବ କିଶୋର ଦାସ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ପ୍ରୟାସ କରୁଛନ୍ତି, ସେଥିଲାଗି ତାଙ୍କୁ ପ୍ରଶଂସା କରିବାକୁ ପଡିବ। ତେବେ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କଥା କହିବା ପୂର୍ବରୁ ବାସ୍ତବ ସମସ୍ୟାଗୁଡ଼ିକର ଚିହ୍ନଟ ଜରୁରୀ। ରାଜ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠୁ ଆରମ୍ଭ କରି ମେଡିକାଲ କଲେଜ ପର୍ୟନ୍ତ ସବୁଠି ଡାକ୍ତରଖାନା ଅଛି, ହେଲେ ଡାକ୍ତର ନାହାନ୍ତି। ଏହି ସମସ୍ୟାର ସମାଧାନ ଲାଗି ଅବସରପ୍ରାପ୍ତ ଡାକ୍ତରମାନଙ୍କୁ ଠିକା ଭିତ୍ତିରେ ପୁନଃନିଯୁକ୍ତି ଦିଆଯିବ ଓ ସେମାନଙ୍କ କାମ କରିବାର ସମୟସୀମାକୁ ୭୦ ବର୍ଷ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏହା ହୁଏତ ଡାକ୍ତର ସମସ୍ୟାକୁ କିଛିଟା ହାଲୁକା କରିବ, ଏହା କିନ୍ତୁ ସମାଧାନ ନୁହେଁ। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଅତିକମରେ ହଜାରେ ଲୋକରେ ଜଣେ ଡାକ୍ତର ରହିବା କଥା ବୋଲି କହିଛନ୍ତି। ଏହି ଲକ୍ଷ୍ୟ ପୂରଣରେ ଭାରତ ସରକାର ମଧ୍ୟ ସମର୍ଥ ହେଉନାହାନ୍ତି। ଏବେ ଜାତୀୟ ସ୍ତରରେ ୧୫୯୭ ଲୋକରେ ଜଣେ ଡାକ୍ତର ରହିଛନ୍ତି। ସେହି ତୁଳନାରେ ରାଜ୍ୟର ସ୍ଥିତି ଅତ୍ୟନ୍ତ ଖରାପ । ଆମର ପ୍ରତି ୨୭୪୯ ଜଣଙ୍କ ପାଇଁ ଜଣେ ଡାକ୍ତର ଅଛନ୍ତି। ଗ୍ରାମୀଣ ଓ ସହରୀ ଭେଦରେ ଏ ସଂଖ୍ୟା ଆହୁରି ଚିନ୍ତାର ବିଷୟ। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଲକ୍ଷ୍ୟ ପୂରଣ ତ ଦୂରର କଥା ଜାତୀୟ ହାର ସହ ସମାନ ହେବାକୁ ଆମକୁ ବହୁତ ସମୟ ଲାଗିବ।

ଅତିକମରେ ରାଜ୍ୟ ପାଇଁ  ୧୦,୦୦୦ ଡାକ୍ତରଙ୍କ ନୂଆ ନିଯୁକ୍ତିର ଆବଶ୍ୟକତା ରହିଛି। ତେବେ ଏତେ ସଂଖ୍ୟକ ଡାକ୍ତର ଆସିବେ କୋଉଠୁ? ଆମର ସବୁ ମେଡିକାଲ କଲେଜରୁ ବାହାରୁଥିବା ଡାକ୍ତରଙ୍କ ସଂଖ୍ୟା ୯୦୦ ରୁ ୧୦୦୦ ଭିତରେ ସୀମିତ । ତାଙ୍କ ଭିତରୁ ଅନେକ ଡାକ୍ତର ବାହାର ରାଜ୍ୟକୁ କିମ୍ବା ବିଦେଶକୁ ପଳାଉଛନ୍ତି। ରାଜ୍ୟ ସରକାରଙ୍କ ଚାକିରିରେ ଥିବା ତିନିଶହରୁ ଅଧିକ ଡାକ୍ତର ପ୍ରତିବର୍ଷ ଅବସର ନେଉଛନ୍ତି। ସେହି ସବୁ ହିସାବକୁ ନେଇ ଦେଖିଲେ ହାରାହାରି ୫୦୦ ନୂଆ ଡାକ୍ତର ଆମର ବ୍ୟବସ୍ଥା ଭିତରକୁ ଆସିପାରୁଛନ୍ତି। ଏହା ରାଜ୍ୟର ଆବଶ୍ୟକତା ପୂରଣ ଲାଗି ଯଥେଷ୍ଟ ନୁହେଁ।

ସରକାରୀ ଡାକ୍ତରକ୍ଷାନ ଗୁଡିକରେ କେବଳ ଡାକ୍ତର ସମସ୍ୟା ଯେ ରହିଛି, ତାହା ନୁହେଁ। ଅନେକ ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ। ଡାକ୍ତରଖାନା ଲାଗି ଘର ଅଛି, ହେଲେ ଛାତରୁ ପାଣି ଗଳୁଛି। ଅନେକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ରହିବା ଲାଗି ରହିବା ଯୋଗ୍ୟ ଘରନାହିଁ। ରାଜ୍ୟର ଅଧାରୁ ଅଧିକ ସ୍ୱାସ୍ଥ୍ୟ କେନ୍ଦ୍ର ଜଣେ ଡାକ୍ତର ଓ ଜଣେ ପିଅନରେ ଚାଲୁଛି। ବିଭିନ୍ନ ନୂଆ ଯନ୍ତ୍ରପାତି ଚଳାଇବାକୁ ଟେକନିସିଆନ ନାହାନ୍ତି କିମ୍ବା ପାରା ମେଡିକାଲ କର୍ମଚାରୀ ମଧ୍ୟ ନାହାନ୍ତି। ସେମାନଙ୍କ ଅଭାବ ପୂରଣ କରିବା ଲାଗି ରାଜ୍ୟ ସରକାରଙ୍କ ନୀତି କଣ? ଜିଲା ସ୍ତରୀୟ ଡାକ୍ତରଖାନା ଗୁଡିକରେ ସବୁ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକଙ୍କୁ ସର୍ବାଧିକ ସୁବିଧା ଜିଲା ସ୍ତରରେ ହିଁ ମିଳବା କଥା। ତେବେ ଜିଲା ଡାକ୍ତରଖାନା ଗୁଡିକ ସୁରକ୍ଷିତ ଅବସ୍ଥାରେ ଅଛନ୍ତି ତ! ନୂଆ ଖୋଲାଯାଉଥିବା ମେଡିକାଲ କଲେଜ ଗୁଡିକର ସ୍ଥିତି ମଧ୍ୟ ଅତ୍ୟନ୍ତ ସଙ୍ଗୀନ। ସେଠି ଆବଶ୍ୟକୀୟ ପ୍ରଫେସର ନାହାନ୍ତି କିମ୍ବା ଭିତ୍ତିଭୂମି ର ସୁବିଧା ମଧ୍ୟ ନାହିଁ। କୋରାପୁଟ, ବାରିପଦା ଓ ବଲାଙ୍ଗୀର ମେଡିକାଲ କଲେଜର ଅନେକ ସମସ୍ୟା ରହିଛି, ଯାହାକି ନୂଆ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି କୁ ନିହାତି ଆସିବା ଜରୁରୀ।

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିଜ ଅଞ୍ଚଳ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜର ଅବସ୍ଥାକୁ ସୁଧାରିବା ତାଙ୍କ ଲାଗି ସବୁଠୁ ବଡ ଆହ୍ଵାନ। ବୁର୍ଲା ଓ ବ୍ରହ୍ମପୁରର ଦୁଇଟି ଯାକ ମେଡିକାଲ କଲେଜର ଅବସ୍ଥା ଓ ଭିତ୍ତିଭୂମି ଆଦୌ ଭଲ ନାହିଁ। ତେବେ ଏ ରିପୋର୍ଟ ଲେଖା ହେବା ବେଳକୁ ଗୋଟେ ଭଲ ଖବର ହେଉଛି, ବୁର୍ଲା, ବାରିପଦା ଓ କୋରାପୁଟ କଲେଜ ପାଇଁ ୧୦୦ ଟି ନୂଆ ଆସନ ବଢିଛି। ଏହା ଭବିଷ୍ୟତରେ ନୂଆ ଡାକ୍ତର ତିଆରି କ୍ଷେତ୍ରରେ ସହାୟକ ହେବ। ନୂଆ ଡାକ୍ତର ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସରକାରଙ୍କୁ ନିଜର ନୀତି ଓ ଦୃଷ୍ଟିକୋଣ ବଦଳାଇବାକୁ ପଡିବ। ଠିକା ଭିତ୍ତିକ ଡାକ୍ତର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଶେଷ ସହାୟକ ହେବେନାହିଁ। ସ୍ୱାସ୍ଥ୍ୟମନ୍ତ୍ରୀ ଅବସରପ୍ରାପ୍ତ ଡାକ୍ତରଙ୍କ କାର୍ୟକାଳ ବଢାଇବାର ଯେଉଁ ପ୍ରସ୍ତାବ ରଖିଛନ୍ତି, ସେଥିରେ ଡାକ୍ତରଖାନାର ମୌଳିକ ସମସ୍ୟା ସୁଧୁରିବ ନାହିଁ। ଠିକାରେ କାମ କରୁଥିବା ଏହି ଡାକ୍ତରମାନେ ସର୍ଜରୀ କିମ୍ବା ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସେବାରେ ସହଯୋଗ କରିପାରିବେ ନାହିଁ। କେବଳ ଆଉଟ ଡୋର ସେବାରେ ଏମାନଙ୍କର ବିଶେଷ ଭୂମିକା ରହିବ।

ରାଜ୍ୟର ସ୍ଵାସ୍ଥ୍ୟନୀତି ପ୍ରଣୟନ ବେଳେ  ମନ୍ତ୍ରୀ ଓ ତାଙ୍କର ବିଭାଗ ବିଭିନ୍ନ ପେଷାଦାର ସଂଗଠନ ଓ ନାଗରିକ ସଂଗଠନଗୁଡିକର ପରାମର୍ଶ ନେବା ଜରୁରୀ। ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏ ସମ୍ପର୍କରେ ନିଜର ଦୁଆର ଖୋଲା ରଖିବେ ବୋଲି ଆଶା କରାଯାଏ।

 

kedarmishra minister nabadas
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 26, 2026

ବାଲେଶ୍ବର ରାଜନୀତିରେ ହଲଚଲ, ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି, ଜୀବନ ପ୍ରଦୀପ ଦାସ

March 25, 2026

ବିଶ୍ୱ ସଙ୍କଟ ସମୟରେ କୃଷି କ୍ଷେତ୍ରରେ ସ୍ଥିରତା ପାଇଁ ଶିବରାଜ ସିଂହ ଚୌହାନଙ୍କ ଉଚ୍ଚସ୍ତରୀୟ ବୈଠକ

March 25, 2026

ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତିତ, କିନ୍ତୁ ଭାରତ ପାଇଁ କିଛି ଭଲ ଖବର: ଜାଣନ୍ତୁ…

March 25, 2026
Latest News

ରାମ ନବମୀରେ ପ୍ରଭୃ ଶ୍ରୀରାମଙ୍କୁ ଅର୍ପଣ କରନ୍ତୁ ଏହି ପାରଂପାରିକ ଭୋଗ

March 26, 2026

ଆସନ୍ତାକାଲି ରାମ ନବମୀ: ମୋବାଇଲେ ମାଧ୍ୟମରେ ବନ୍ଧୁଙ୍କ ନିକଟକୁ ପଠାନ୍ତୁ ଏହି ଓଡିଆ ବାର୍ତ୍ତା

March 26, 2026

ହାଇଦ୍ରାବାଦସ୍ଥିତ ଜାତୀୟ ଦକ୍ଷତା ପ୍ରଶିକ୍ଷଣ ଅନୁଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 26, 2026

ଚଣ୍ଡିଖୋଲ ଠାରେ ‘ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ’ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ଚିଠି

March 26, 2026

ଭାରତର ଏନଡିସିକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.