Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଋଣଭାରକୁ ନେଇ ସମାଲୋଚନା ଓ ଅର୍ଥନୈତିକ ପ୍ରଗତିର ଗୋଲାପୀ ଚିତ୍ର, ଦୁଇଟି ଅର୍ଦ୍ଧସତ୍ୟର କାହାଣୀ
ମତାମତ

ଋଣଭାରକୁ ନେଇ ସମାଲୋଚନା ଓ ଅର୍ଥନୈତିକ ପ୍ରଗତିର ଗୋଲାପୀ ଚିତ୍ର, ଦୁଇଟି ଅର୍ଦ୍ଧସତ୍ୟର କାହାଣୀ

July 4, 2019No Comments8 Mins Read
Share Facebook Twitter LinkedIn Email WhatsApp Copy Link
budget
budget

ରଙ୍ଗାଚରଣ ପ୍ରଧାନ

ପୁର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ଥରେ କହିଥିଲେ ‘ଗରିବ’ ଶବ୍ଦର କୌଣସି ଅର୍ଥ ନାହିଁ, ଯେପର୍ଯ୍ୟନ୍ତ ଏହା ପୁର୍ବରୁ ଏକ ପ୍ରଶ୍ନବାଚକ ଶବ୍ଦ ଲଗାଯାଇ ନାହିଁ। ଯେମିତି କି ‘କେତେ ଗରିବ ?’। ଆପଣ ଯେ କୌଣସି ଅର୍ଥନୈତିକ ଡାଟାକୁ ନିଅନ୍ତୁ, ତାହା ଐକାନ୍ତିକ ତଥ୍ୟ ନୁହେଁ। ଏହାକୁ ଅନ୍ୟ ଏକ ତଥ୍ୟ ସହ ତୁଳନା ନ କରିବା ପର୍ଯ୍ୟନ୍ତ ଏହି ଡାଟାର କୌଣସି ମାନେ ରୁହେ ନାହିଁ। ଓଡିଶା ଏକ ଗରିବ ରାଜ୍ୟ ବୋଲି କହିବା ବେଳେ ଆପେ ଆପେ ପ୍ରଶ୍ନ ଉଠିବ ଯେ ଆଗ ଅପେକ୍ଷା ଗରିବ ନା ଅନ୍ୟ କୌଣସି ରାଜ୍ୟ ଅପେକ୍ଷା ଗରିବ।

ଏବେ ଅନେକ ବନ୍ଧୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହୁଛନ୍ତି ଯେ ରାଜ୍ୟର ୠଣଭାର ହୁ ହୁ ହୋଇ ବଢିଛି। ସେମାନେ ୧୫/୨୦ ବର୍ଷ ପୁର୍ବର ୠଣଭାର ସହିତ ବର୍ତ୍ତମାନର ୠଣକୁ ତୁଳନା କରି ଏକଥା କହୁଛନ୍ତି।

କ୍ଷମା କରିବେ, ମୁଁ ମଧ୍ୟ ରାଜ୍ୟ ସରକାରଙ୍କୁ ଅନେକ କଥାରେ ସମାଲୋଚନା କରିଛି ଓ ଏବେ ବି ସମାଲୋଚନା କରିବାକୁ ଚାହିଁବି। କିନ୍ତୁ ଏକ ଭୁଲ ତର୍କର ଆଧାରରେ ସମାଲୋଚନା କରିବା ଅର୍ଥ ହେଉଛି ବୌଦ୍ଧିକ ଦେବାଳିଆପଣ।

ରାଜ୍ୟର ୠଣକୁ ପୁର୍ବ ବର୍ଷଗୁଡିକର ୠଣ ସଙ୍ଗେ ତୁଳନା କରି ଉପସ୍ଥାପନା କରାଯାଏ ନାହିଁ। କାରଣ ସେହି ସମୟରେ ରାଜ୍ୟର ସକଳ ଘରୋଇ ଉତ୍ପାଦ ବା ରାଜ୍ୟର ଜିଡିପି ମଧ୍ୟ ବଢିଥାଏ। ତେଣୁ ସବୁବେଳେ ୠଣଭାରକୁ ଜିଡିପିର ଅନୁପାତ ହିସାବରେ ଦେଖା ଯାଏ। ପୂର୍ବ ବର୍ଷର ୠଣଭାର ରାଜ୍ୟ ଜିଡିପିର ଶତକଡା ଯେତେ ଭାଗ ଥିଲା ତାହାକୁ ବର୍ତମାନ ଥିବା ୠଣର ସେହି ଅନୁପାତ ସହ ତୁଳନା କଲେ ଯାଇ ୠଣଭାର ଅଧିକ ନା କମ୍ ତାହା ଜଣାପଡେ। ସବୁଆଡେ ଓ ସବୁବେଳେ ୠଣକୁ ଏହି ହିସାବରେ ଦେଖାଯାଏ।

ସେହି ହିସାବରେ ଦେଖିବାକୁ ଗଲେ ୨୦୦୫-୦୬ ମସିହାରେ ରାଜ୍ୟର ୠଣ ଜିଡିପିର ୪୩ % ଥିବା ବେଳେ ୨୦୧୩-୧୪ ବେଳକୁ ତାହା ଖସି ଆସି ୧୩%ରେ ପହଞ୍ଚିଥିଲା। ଗତବର୍ଷ ଅବଶ୍ୟ ଏହା ପୁଣି ବଢିଯାଇ ୧୮% ରେ ପହଞ୍ଚିଛି। ତଥାପି ଏହା ଆଇନ ଦ୍ବାରା ନିର୍ଦ୍ଧାରିତ ସର୍ବାଧିକ ସୀମା ୨୫% ଠାରୁ ବହୁ ନିମ୍ନରେ ଅଛି। ତା’ ମାନେ ୠଣବୄଦ୍ଧି ଅପେକ୍ଷା ରାଜ୍ୟର ସକଳ ଘରୋଇ ଉତ୍ପାଦ ବା ଜିଡିପିରେ ବୄଦ୍ଧି ଦ୍ରୁତତର ହୋଇଛି। ସୁଧ ଓ ୠଣ ପରିଶୋଧ କ୍ଷମତା ଦୄଷ୍ଟିରୁ ମଧ୍ୟ ଓଡିଶାକୁ ଭାରତର ଅନ୍ୟାନ୍ୟ ଅନେକ ରାଜ୍ୟମାନଙ୍କ ତୁଳନାରେ ଅଧିକ ନିରାପଦ ସ୍ଥିତିରେ ରଖାଯାଇଛି। ତେଣୁ ୠଣଭାରକୁ ଏକ ସ୍ପର୍ଶକାତର ଓ ଭାବପ୍ରବଣ ବିଷୟ କରି ଦେଖାଯିବା ଠିକ୍ ନୁହେଁ।

ଏଣେ କିନ୍ତୁ ଦେଖିବାକୁ ଗଲେ ଓଡିଶା ସରକାର ଯେଉଁ କାରଣରୁ ଅଧିକ ସମାଲୋଚିତ ଓ ନିନ୍ଦିତ ହେବା ଉଚିତ୍ , ଆଶ୍ଚର୍ଯ୍ୟଜନକ ଭାବରେ , ତାହା ହେଉନାହିଁ। ବିକାଶର ଯେଉଁ ମାର୍ଗ ଓଡିଶା ସରକାର ଆପଣାଇଛନ୍ତି ସେଥିରେ ସରକାରଙ୍କ ଦିଗଦର୍ଶକ ଓ ଯୋଜନା ପ୍ରସ୍ତୁତରେ ସମ୍ପୄକ୍ତ ଅଫିସରମାନେ ବଡ ଗଡବଡି କରୁଛନ୍ତି। ସେଇଟା ହେଲା ତିନୋଟିଯାକ ଆର୍ଥିକ କ୍ଷେତ୍ରରେ (କୄଷି, ଶିଳ୍ପ ଓ ସେବା ) ବିକାଶର ଭାରସାମ୍ୟ ରଖିବାରେ ବିଫଳତା। ନବୀନବାବୁ ସୁନାପିଲା ଭଳି ଅଫିସରମାନେ ଦେଉଥିବା ହୋମଓ୍ବାର୍କ କରିଚାଲିଛନ୍ତି। ବିକାଶ ନେଇ କୌଣସି ବଡ ସ୍ବପ୍ନ କିମ୍ବା ନୂତନ ଦିଗ ସରକାରଙ୍କ ପାଖରେ ଥିଲା ଭଳି ଦେଖାଯାଉନାହିଁ।

ସରକାର ଖୁସି ପ୍ରକାଶ କରି କହୁଛନ୍ତି ଯେ ଜିଡିପିରେ କୄଷି କ୍ଷେତ୍ରର ଅବଦାନ କମିବା ଏକ ଶୁଭ ଲକ୍ଷଣ ଓ ଅଧିକରୁ ଅଧିକ ଲୋକ କୄଷି ଛାଡି ଶିଳ୍ପ ଓ ସେବା କ୍ଷେତ୍ରରେ ପ୍ରବେଶ କଲେ ଭଲ ହେବ। ଆର୍ଥିକ ମହଲରେ ବଡ ବଡ ଲୋକ ବି ଏଇଆ କୁହନ୍ତି। ମୁଁ ବି ସେଇଆ ଚାହୁଁଛି। ମାତ୍ର ସେହି ଲୋକମାନେ ସ୍ବଇଛାରେ ଓ ଶିଳ୍ପ କ୍ଷେତ୍ରରୁ ଅଧିକ ଆୟ ଆଶାରେ କୄଷି କ୍ଷେତ୍ର ଛାଡନ୍ତୁ , କୄଷିରୁ ତଡା ଖାଇ ଯାଆନ୍ତୁ ନାହିଁ। ବର୍ତମାନ ଆମ ସରକାର ଶିଳ୍ପ କ୍ଷେତ୍ରରେ ଚାକିରୀର ସେମିତି ଗୋଟିଏ ବଡ ସୁଯୋଗ ସୄଷ୍ଟି କରି ନାହାନ୍ତି ଯେ କୄଷି କ୍ଷେତ୍ରରୁ ଲୋକଙ୍କୁ ପଳେଇ ଆସିବାକୁ ନିମନ୍ତ୍ରଣ କରିବେ।

ରାଜ୍ୟର ସକଳ ଘରୋଇ ଉତ୍ପାଦ ବା ଜିଏସଡିପିରେ ଶିଳ୍ପ ଉତ୍ପାଦନର ଯୋଗଦାନ ହେଉଛି ପାଖାପାଖି ୪୦% ଓ ଏଥିମଧ୍ୟରୁ ୧୧% ଖଣି ଉତ୍ତୋଳନରୁ ଆସିଛି। ମାତ୍ର ଖଣି ତ ଦ୍ରୁତ ବେଗରେ ସରୁଛି। ମୁଁ ବୁଝିପାରୁନି, ଅସରନ୍ତି କୄଷିଜମିରୁ ଧ୍ୟାନ ହଟେଇ ସରନ୍ତି ଖଣି ଉପରେ ଜିଡିପି ବୄଦ୍ଧି ବା ସ୍ଥାୟୀ ବିକାଶ ପାଇଁ ନିର୍ଭର କରାଯିବା କିପରି ବୁଦ୍ଧିମାନ କାମ ହେବ? ଯେଉଁ ରାଜ୍ୟରେ ଖଣି ନାହିଁ ସେ ରାଜ୍ୟ କ’ଣ ବିକାଶ କରୁନି ନା ଓଡିଶାଠାରୁ ଆହୁରି ଦ୍ରୁତଗତିରେ ବିକାଶ କରୁଛି ?

୨୦୧୪-୧୫ରେ ଯେଉଁଠି ଖଣି କ୍ଷେତ୍ରରେ ୪୭୩୭୦ ଜଣ ପ୍ରତ୍ୟକ୍ଷ ଭାବରେ କାମ କରୁଥିଲେ , ୨୦୧୭-୧୮ ବେଳକୁ ସେଥିରେ ୫୫୯୪୦ ଜଣ କାମ କରିଥିଲେ ବୋଲି ହିସାବ କହୁଛି। ଏମାନଙ୍କ ମଧ୍ୟରୁ କେତେଜଣ ଓଡିଆ ଓ ଏଣେ ପରୋକ୍ଷଭାବରେ କୁଲି ଓ ଡ୍ରାଇଭର ଭାବେ କାମ କରୁଥିବା ଓଡିଆଙ୍କ ଜୀବନଧାରଣର ମାନ କ’ଣ ତାହା ଆଉ ଗୋଟିଏ ଆଲୋଚନାର ଦାବି ରଖେ। ଏଥିପାଇଁ ପରିବେଶର କ୍ଷତି ଓ ଆଦିବାସୀଙ୍କ ବାସଚ୍ୟୁତ ପାଇଁ ରାଜ୍ୟକୁ କ’ଣ ଦାମ୍ ଦେଉଛି ତାହାର ବି ଏକ ହିସାବ ମିଳିବା ଦରକାର। କିନ୍ତୁ ରାଜ୍ୟ ସରକାର ନିଜ ରାଜସ୍ବର ୧୭% ପାଇଁ ଏହି ଖଣି ଉପରେ ନିର୍ଭର କରୁଛନ୍ତି ଓ ଏହି ନିର୍ଭରତା ବର୍ଷ ପରେ ବର୍ଷ ବଢି ବଢି ଚାଲିଛି।

୨୦୧୬ ମସିହାରେ ସରକାର ‘ମେକ୍ ଇନ୍ ଓଡିଶା’ କନକ୍ଲେଭ୍ ଆୟୋଜନ କରିଥିଲେ। ସେଥିରେ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଲଗାଣର ପ୍ରତିଶୄତି ମିଳିଥିଲା। ମାତ୍ର ସେଥିରୁ ଅଧିକ ରୋଜଗାର ସମ୍ଭାବନା ଥିବା ପୁଞ୍ଜି ଲଗାଣ ପ୍ରସ୍ତାବ ମାତ୍ର ୧୦ ହଜାର କୋଟି ଟଙ୍କାର ଥିଲା।
୨୦୧୮ ରେ ଓଡିଶାରେ ହୋଇଥିବା ‘ମେକ୍ ଇନ୍ ଓଡିଶା’ରେ କମ୍ପାନୀମାନେ ୪ ଲକ୍ଷ କୋଟୀ ଟଙ୍କାର ପୁଞ୍ଜି ଲଗେଇବେ ବୋଲି କହିକି ଯାଇଛନ୍ତି। ତାହା ଦ୍ବାରା ୬ ଲକ୍ଷ ନିଯୁକ୍ତି ସୄଷ୍ଟି ହେବ ବୋଲି ହିସାବ ସରିଛି।

ଗତବର୍ଷର (୨୦୧୭-୧୮)ର ଆର୍ଥିକ ସର୍ଭେରେ କୋଉଠି ଗୋଟେ ଲେଖା ଯାଇଛି ଯେ ସରକାର ୨୦୧୭ ମାର୍ଚ୍ଚ ସୁଦ୍ଧା ୯୨୭୮୮ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ସୁନିଶ୍ଚିତ କରି ୧ ଲକ୍ଷ ୧୮ ହଜାର ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି। ଆପଣ ନିଜେ କାଲକୁଲେଟର ବାହାର କରି ହିସାବ କରୁନାହାନ୍ତି ? ଆପଣଙ୍କର କାଲକୁଲେଟର କହିବ ଯେ ଜଣେ ଲୋକକୁ ନିଯୁକ୍ତି ଦେବା ପାଇଁ ୭୯ ଲକ୍ଷ ଟଙ୍କାର ପୁଞ୍ଜି ବିନିଯୋଗ ଯୋଗାଡ କରିବାକୁ ପଡିଛି। (ଅବଶ୍ୟ ଜଣେ ଲୋକକୁ ୫୦ ହଜାର ଟଙ୍କାର ମୁଦ୍ରା ୠଣ ଦେଇଦେଲେ ସେ ବି ନିଯୁକ୍ତି ପାଇଗଲା ବୋଲି ଛଦ୍ମ ନିରପେକ୍ଷମାନଙ୍କ ସମର୍ଥିତ ସରକାରଙ୍କ ଦାବି ବି ଠିକ୍ ନୁହେଁ।)

ଅନ୍ୟ ପକ୍ଷରେ ରାଜ୍ୟର ୪୮% କର୍ମଜୀବୀ ନିର୍ଭର କରୁଥିବା କୄଷି କ୍ଷେତ୍ରରେ ପୁଞ୍ଜି ବିନିଯୋଗ କାହିଁ ? ସମସ୍ତ କୄଷି ବଜେଟ ୨୦ ହଜାର କୋଟିରେ କାମ ଶେଷ ! ବର୍ତ୍ତମାନ ରାଜ୍ୟର ସକଳ ଘରୋଇ ଉତ୍ପାଦକରେ କୄଷି କ୍ଷେତ୍ରର ଯୋଗଦାନ କମି କମି ୧୮.୯% ରେ ପହଞ୍ଚି ଗଲାଣି। ତଥାପି ବି ସେଥିରେ ଯଦି ୪୮% କର୍ମଜୀବୀ କାମ କରୁଛନ୍ତି ସେମାନଙ୍କୁ ତ ଆଉ ଧକ୍କାମାରି ସେଥିରୁ ବିଦା କରିଦେବାନି ନା। ସରକାର କହୁଛନ୍ତି ଯେ ଚାଷୀମାନଙ୍କର ହାରାହାରି ମାସିକ ଆୟ ବଢିଯାଇ ୮ ହଜାର ଟଙ୍କା ହେଲାଣି। ବଢିଲା ଭଲ ହେଲା। ମାତ୍ର ଆଜି ପିଲାଙ୍କ ପାଠପଢା ଓ ଦେହ ପା ଖର୍ଚ୍ଚ ଯାହା ହେଲାଣି ସେଥିରେ ୮ ହଜାର ଟଙ୍କାରେ କ’ଣ ହେବ ? ପାଠପଢା କଥା ଛାଡନ୍ତୁ, ସେମିତି ବି ପରିବାର ଚଳାଇବା କଷ୍ଟ ହେବ।

ରାଜ୍ୟରେ କୄଷି ଉତ୍ପାଦନ କୋଉ ବର୍ଷ କେତେ ହେଉଛି ତାହା ମୌସୁମୀ ବର୍ଷା ଓ ମରୁଡି ଉପରେ ନିର୍ଭର କରେ। ୨୦୧୭-୧୮ରେ ମରୁଡି ଯୋଗୁଁ କୄଷି ଉତ୍ପାଦନ ୮.୨% କମିଥିବା ବେଳେ ୨୦୧୮-୧୯ରେ ତାହା ୮.୩% ବୄଦ୍ଧି ପାଇଥିବ ବୋଲି ଆଶା କରାଯାଉଛି।

ଏମିତି ବି ଲୋକେ ଚାଷ ଛାଡି ସହରରେ ଥିବା ଶିଳ୍ପରେ ରୋଜଗାର ଖୋଜିବାକୁ ସରକାର ଯଦି ପସନ୍ଦ କରୁଛନ୍ତି, ସେଥିପାଇଁ ଓଡିଶାରେ ଆବଶ୍ୟକ ସହର ସଂଖ୍ୟା କିମ୍ବା ସହରୀକରଣରେ ବୄଦ୍ଧି ଘଟୁନାହିଁ। ସାରା ଭାରତରେ ସହରୀକରଣର ହାର ୩୧% ଥିବାବେଳେ ଓଡିଶାରେ ତାହା ଜମାରୁ ୧୬% ଅଛି। ଲୋକେ କ’ଣ କେବଳ ୫ ଟଙ୍କିଆ ଭାତ ଡାଲମା ଖାଇବାକୁ ଗାଁ ଛାଡି ସହରକୁ ଆସିବେ ?

ଅସଲ କଥା ହେଉଛି ଓଡିଶାରେ ୨୦ ବର୍ଷ ଧରି ଏକ ସ୍ଥିର ସରକାର ରହିଥିବା ବେଳେ ଏହା କୄଷିକୁ ଏକ ନୂଆ ଦିଗ ଦେବାରେ ବିଫଳ ହୋଇଛି। ୨୦୧୫-୧୬ ଓ ୨୦୧୭-୧୮ର ମରୁଡି ଓ କୀଟ ଆକ୍ରମଣ କୄଷି କ୍ଷେତ୍ରର ଅଣ୍ଟା ଭାଙ୍ଗି ଦେଇଛି। ବିଫଳ ହୋଇଛି କହିଲେ ଭୁଲ ହେବ, ବରଂ ସେ ଦିଗରେ ସରକାର ଆରମ୍ଭରୁ ଆନ୍ତରିକତାର ସହ ଓ ଦୀର୍ଘକାଳୀନ ଯୋଜନାର ସହ ଚେଷ୍ଟା ବି କରି ନାହାନ୍ତି।

ମୁଁ ମାନୁଛି ଯେ ଓଡିଶାର ଜଳ ଉପଲବ୍ଧତା ଓ ପାଣିପାଗ ଧାନ ଫସଲ ପାଇଁ ଅନୁକୁଳ। କିନ୍ତୁ ଧାନ ଫସଲ କରାଇ ଚାଷୀଙ୍କର ଆୟରେ ଉନ୍ନତି କରାଇବାର ଯୁଗ ସରି ଆସିଲାଣି। ଧାନ ବ୍ୟତୀତ ଆଉ ସବୁ କୄଷିଜାତ ପଦାର୍ଥ ଆମେ ରାଜ୍ୟ ବାହାରୁ ଆଣୁଛୁ। ମୋ ମତରେ ଧାନ ପାଇଁ ସମର୍ଥନ ମୁଲ୍ୟ ବୄଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିବା ଯେମିତି ଚାଲିଛି ଚାଲୁ। କିନ୍ତୁ ତା’ ସହିତ ଭବିଷ୍ୟତକୁ ଦୄଷ୍ଟିରେ ରଖି ରାଜ୍ୟ ସରକାର ଚାଷୀମାନଙ୍କୁ ଡାଲି, ତୈଳବୀଜ, ଫଳ ଓ ଅନ୍ୟାନ୍ୟ ଅର୍ଥକରି ଓ ରପ୍ତାନୀଯୋଗ୍ୟ ଫସଲ ପାଇଁ ବଜାର ସୄଷ୍ଟିରେ ସାହାଯ୍ୟ କଲେ ଭଲ ହେବ। ମୁଁ ଆଗରୁ କହିଛି, ଭାରତ ତା’ର ତୈଳବୀଜ ଆବଶ୍ୟକତାର ୭୦% ବିଦେଶରୁ ଆଣେ। ରାଜ୍ୟ ସରକାର ଯଦି ଏତିକିବେଳେ, ଆଗରୁ ନହେଲା ନାହିଁ, ଓଡିଶାକୁ ତୈଳବୀଜ ଫସଲ ଉତ୍ପାଦନରେ ଅଗ୍ରଣୀ ରାଜ୍ୟରେ ପରିଣତ କରାଇ ପାରନ୍ତି ତେବେ ଚାଷୀମାନେ ମାଲେମାଲ ହୋଇପାରିବେ ଓ ସେମାନଙ୍କର କ୍ରୟଶକ୍ତିରେ ବୄଦ୍ଧି ରାଜ୍ୟରେ ଶିଳ୍ପ ଓ ସେବା କ୍ଷେତ୍ରକୁ ଦ୍ରୁତ ଅଗ୍ରଗତିରେ ସାହାଯ୍ୟ କରିବ।

ମୁଁ ଶିଳ୍ପର ବିରୋଧୀ ନୁହେଁ। ମାତ୍ର କୄଷି ଶିଳ୍ପବିକାଶର ଅଗ୍ରଦୂତ ନହେଲେ ଅର୍ଥନୀତି ଭାରସାମ୍ୟ ହରାଇ ଦୀର୍ଘସ୍ଥାୟୀ ହେବନାହିଁ। କୄଷି ଉପରେ ନିର୍ଭର କରୁଥିବା ୬୦% ରାଜ୍ୟବାସୀଙ୍କ କ୍ରୟଶକ୍ତି ବୄଦ୍ଧି ନ ହେଲେ ଶିଳ୍ପଜାତ ମାଲ୍ କିଏ କିଣିବ ?

ମାତ୍ର ରାଜ୍ୟ ସରକାର ଏବେ ବି ୨କ ପଣିକିଆ ଘୋଷୁଛନ୍ତି। ରାଜ୍ୟ ସରକାର ମୁଦ୍ରାସ୍ଫିତିକୁ କମ୍ ରଖିଛନ୍ତି ବୋଲି ଖୁସି ହେଉଛନ୍ତି। ମାତ୍ର ସେମାନେ ଏକଥା କହୁ ନାହାନ୍ତି ଯେ ସାରା ଦେଶରେ ଦେଖା ଦେଇଥିବା ଭଳି ଓଡିଶାରେ ବି ଏହାର ମୁଳରେ ରହିଛି କୄଷିଜାତ ଦ୍ରବ୍ୟର ମୁଲ୍ୟ କମ ରହିବା। ସରକାର ବାହାଦୁର କହୁଛନ୍ତି ଯେ ୨୦୦୫ରୁ ୨୦୧୨ ମଧ୍ୟରେ ଶେଷ ୩୦% ନିମ୍ନ ଆୟବର୍ଗଙ୍କ ମଧ୍ୟରେ ଯାହା କ୍ରୟଶକ୍ତି ଥିଲା ଏବେ ସେଥିରେ ସାମାନ୍ୟ ଉନ୍ନତି ଘଟିଛି। ଏହା କି ପ୍ରକାର ଗର୍ବ କରିବାର ବିଷୟ ? ମୁଁ ସେଇଥିପାଇଁ କହିଲି ଯେ ଓଡିଶା ସରକାର ଏବେ ବି ୨କ ପଣିକିଆ ଘୋଷୁଛନ୍ତି। ବିଜେଡି ତିଆରି କରିବା ପଛରେ ରାଜ୍ୟର ବିକାଶ କରିବାର କୌଣସି ସ୍ବପ୍ନ ନ ଥିଲା, କେବଳ କ୍ଷମତା ଦଖଲ କରି ଗଦିରେ ବସି ରହିବା ଉଦ୍ଦେଶ୍ୟ ଥିଲା। ସେଥିରେ ସେମାନେ ସଫଳ ହୋଇଛନ୍ତି।

ଅନ୍ୟ ଦିଗକୁ ଦେଖିଲେ, ମୋତେ କିନ୍ତୁ ଆଶ୍ଚର୍ଯ୍ୟ କରୁଛି ଅଣ ବିଜେଡି ଶକ୍ତି ଏବଂ ସେମାନଙ୍କ ଭିତରେ ଲୁଚିରହି ନିଜକୁ ନିରପେକ୍ଷ ବୋଲି କହି ବୁଲୁଥିବା ଲୋକଙ୍କର କଥାବାର୍ତା।

ଗୋଟିଏ ସମୟ ଥିଲା ଯେତେବେଳେ ଓଡିଶାରେ ଗୁଜୁରାଟ ମଡେଲର ବହୁତ ଚର୍ଚ୍ଚା ଚାଲୁଥିଲା ଓ ମୋଦୀଙ୍କୁ ବିକାଶର ମୂର୍ତ୍ତିମନ୍ତ ଚେହେରା କରି ଗଢା ଚାଲିଥିଲା। ସେତେବେଳେ ଓଡିଶାର ବିକାଶକୁ ଗୁଜୁରାଟର ବିକାଶ ସହ ତୁଳନା କରି ନବୀନଙ୍କୁ ଆକ୍ରମଣ କରାଯାଉ ଥିଲା। ଆଜି ଯେତେବେଳେ ଗୋଟିଏ ଅଳ୍ପଦିନର ଛୋଟିଆ ପାର୍ଟି ଦିଲ୍ଲୀରେ ଗୋଟିକ ପରେ ଗୋଟିଏ ଯୁଗାନ୍ତକାରୀ ଓ ଦୂରଦୄଷ୍ଟିସମ୍ପନ୍ଣ ପଦକ୍ଷେପ ନେଇ ଚାଲିଛି ସେତେବେଳେ ଏହି ନିରପେକ୍ଷମାନେ ଚୁପ୍ ହୋଇଯାଇଛନ୍ତି, ଦେଖିକି ନ ଦେଖିବା ଭଳି ରହୁଛନ୍ତି ଏବଂ ବାହାନା ଦେଉଛନ୍ତି ଯେ ଆମେ ପରା ଆଞ୍ଚଳିକ ରାଜନୀତି ଆଲୋଚନା କରୁଛୁ –ଓଡିଶା ବାହାର କଥାରୁ ଆମକୁ କ’ଣ ମିଳିବ ? – ଓଡିଶାରେ ଆଉ ଗୋଟିଏ ଆଞ୍ଚଳିକ ଦଳ ଦରକାର – ଏମିତି କେତେ କଣ।

ଦିଲ୍ଲୀ ସରକାରଙ୍କ ପାଖରେ ଲୋକଙ୍କୁ ଉପଲବ୍ଧ କରିବା ପାଇଁ ନିଜସ୍ବ ପାଣି ନାହିଁ। ୧୯୯୪ ମସିହାରେ ହରିଆନା ସରକାର ସଙ୍ଗେ ହୋଇଥିବା ଚୁକ୍ତିରେ ଯେତିକି ପାଣି ସେଠାରୁ ଆଣିବା ପାଇଁ ଛିଡିଥିଲା ଆଜି ମଧ୍ୟ ସେଠାରୁ ସେତିକି ପରିମାଣର ପାଣି ଅଣା ଯାଉଛି। ଏହା ଭିତରେ ଦୁଇଟିଯାକ ବଡ ବଡ ପାର୍ଟି ସେଠାରେ ସରକାରରେ ରହି ସାରିଲେଣି। ଦିଲ୍ଲୀର ଜନସଂଖ୍ୟା ବଢି ଚାଲିଛି। ଦିଲ୍ଲୀର ଜଳ ସଂକଟ ବିଷୟରେ ଏକ ବଡ ଯୋଜନା ତିଆରି କରିବା ବିଷୟରେ ସେମାନେ ଭାବିଲେ ନାହିଁ।

ଜଳସଙ୍କଟ ବିଷୟରେ ନୀତି ଆୟୋଗ ସପ୍ତାହକ ତଳେ ସିନା ସତର୍କ କଲେ, ଦିଲ୍ଲୀ ସରକାର କିନ୍ତୁ ୨୦୧୬ରୁ ଏହାର ସମାଧାନ ପାଇଁ କାମ ଆରମ୍ଭ କରିସାରିଲେଣି। ବନ୍ୟା ସମୟରେ ଦିଲ୍ଲୀକୁ ଲାଗି ବହି ଯାଉଥିବା ଯମୂନା ନଦୀର ପାଣିକୁ ଅଟକାଇ ଚାଷକ୍ଷେତରେ ଛୋଟ ଛୋଟ ପୋଖରୀ କରି ଖରାଦିନ ପାଇଁ ସେଠାରେ ସଞ୍ଚୟ କରିବେ। ଚାଷୀଙ୍କୁ ସେମାନଙ୍କ ଜମିର ଭଡା ଦିଆଯିବ। ଏହାକୁ ହିଁ କୁହନ୍ତି ଜୁନୁନ୍ ସରକାର।

ଆମ ଓଡିଶାରେ ୨୦୦୧ ମସିହାରେ ୨.୫% ପରିବାରକୁ ଟ୍ୟାପ୍ ଯୋଗେ ପିଇବା ପାଣି ମିଳୁଥିଲା। ୨୦୧୧ ବେଳକୁ ସେମାନଙ୍କ ସଂଖ୍ୟା ହେଉଛି ୭.୫%।

ଆପଣ ପଚାରି ପାରନ୍ତି ଯେ ଏତେ ପାରିବାର ସରକାର ତାହେଲେ ଗତ ନିର୍ବାଚନରେ ହାରିଲା କାହିଁକି ? ଭାଈ, ଏଇଟା କେବଳ ଆପ୍ ପାଇଁ ଚିନ୍ତାର ବିଷୟ ନୁହେଁ , ଏହା ସମସ୍ତ ଗଣତନ୍ତ୍ରପ୍ରେମୀ ଜନତାଙ୍କ ପାଇଁ ଚିନ୍ତାର ବିଷୟ। ତେବେ ଏହି ପ୍ରଶ୍ନର ଉତ୍ତର ସେତିକିବେଳେ ମିଳିଯିବ ଯେତେବେଳେ ଆମେ ପଚାରିବା ଯେ ସବୁ କ୍ଷେତ୍ରରେ ରେକର୍ଡ ବିଫଳତା ସତ୍ତ୍ବେ ମୋଦୀ ସରକାର ପୁଣି ଥରେ ଅଧିକ ଆସନର ସହ କେମିତି ଜିତିଲା। ସେହିଥିରୁ ଉତ୍ତର ମିଳିଯିବ।

ଓଡିଶା ସରକାରଙ୍କର ୠଣଭାର ଚିନ୍ତାଜନକ ନୂହେଁ। ଵିତ୍ତୀୟ ନିଅଣ୍ଟ ମଧ୍ୟ ସୀମା ମଧ୍ୟରେ ରହିଛି। ଅଧିକାଂଶ ସାଧାରଣ  ଆର୍ଥିକ ପରିମାପ ବେଶ୍ ଭଲ ଅଛି।

ମାତ୍ର ସେଥିପାଇଁ ରାଜ୍ୟବାସୀଙ୍କୁ ଅନେକ ମୂଲ୍ୟ ଦେବାକୁ ପଡୁଛି। ଏଥିପାଇଁ ସରକାର ଖର୍ଚ୍ଚକାଟ କରିଚାଲିଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ , କୄଷି, ପାନୀୟ ଜଳ ଯୋଗାଣ, ସରକାରୀ କର୍ମଚାରୀ ନିଯୁକ୍ତି ଆଦି ସବୁ କ୍ଷେତ୍ରରେ ଟଙ୍କାର ଆବଶ୍ୟକତା ରହିଛି। ସରକାର ସେଥିପାଇଁ ଟଙ୍କା ଯୋଗାଡ କରିପାରୁ ନାହାନ୍ତି। ୨କ ପଣିକିଆରୁ ୧୦କ ପଣିକିଆ ଆଡକୁ ଯିବାକୁ ହେଲେ ଆହୁରି ବହୁତ ଟଙ୍କା ଦରକାର। ଶୁଣାଗଲାଣି ଯେ ଜିଏସଟିରୁ ସରକାର ଯେତିକି ଆଦାୟ କରିବେ ବୋଲି ଭାବିଥିଲେ ସେତକ ମିଳୁନି। ସରକାର କେବଳ ଖଣି ଓ ଧାତୁ ଶିଳ୍ପ ଉପରେ ଆଶା ରଖି ଏବଂ ଲୋକଙ୍କୁ ଚାଉଳ, ଛତା, ଜୋତା ଦେଇ ସନ୍ତୁଷ୍ଟ କରିବା ପାଇଁ କିଛି ଟଙ୍କା ଫିଙ୍ଗି ଦେବାରେ ମନୋନିବେଶ ନକରି ସମ୍ବଳ ବୄଦ୍ଧି ପାଇଁ ଦୀର୍ଘସୁତ୍ରୀ ପଦକ୍ଷେପ ନେବା ପାଇଁ ୨୦ ବର୍ଷ ଯଥେଷ୍ଟ ଥିଲା।

କିନ୍ତୁ ଚେଇଁ ଶୋଇଥିବା ସରକାର ଓ ତଥାକଥିତ ନିରପେକ୍ଷମାନଙ୍କୁ କିଏ ବୁଝେଇବ ଯେ ନିଜ ଦେଶ ଭିତରେ ରହି କେବଳ ଘରୋଇ କ୍ରିକେଟ୍ ଖେଳିଲେ ଖେଳର ମାନରେ ଉନ୍ନତି ହେବନି।

Share. Facebook Twitter LinkedIn Email WhatsApp Copy Link

Related Posts

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ତୃତୀୟ ଦିନରେ ମଧ୍ୟ ଚାଲିପାରିଲା ନାହିଁ ରାଜ୍ୟସଭା ଓ ଲୋକସଭା, ଜାଣନ୍ତୁ କଣ ଘଟିଲା

July 23, 2025

୫ ବର୍ଷ ପରେ ଭାରତର ବଡ଼ ନିଷ୍ପତ୍ତି: ଆସନ୍ତାକାଲିଠାରୁ ଚୀନ୍ ନାଗରିକଙ୍କୁ ଭିସା ଦେବେ ସରକାର

July 23, 2025

ମା’ ତାରିଣୀ ପୀଠ, ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.