Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ନିର୍ମଳା ସୀତାରମଣଙ୍କ ନାଲିରଙ୍ଗର ବହିଖାତା ଓ ୨୦୧୯ ବଜେଟ, ବାସ୍ତବରେ କିନ୍ତୁ ବହି ନାହିଁ କି ଖାତା ବି ନାହିଁ
ମତାମତ

ନିର୍ମଳା ସୀତାରମଣଙ୍କ ନାଲିରଙ୍ଗର ବହିଖାତା ଓ ୨୦୧୯ ବଜେଟ, ବାସ୍ତବରେ କିନ୍ତୁ ବହି ନାହିଁ କି ଖାତା ବି ନାହିଁ

July 6, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆୟ ନାହିଁ, ବ୍ୟୟ ପ୍ରବଳ; ମୋଦୀ ସରକାର ର ବଜେଟ ବହିଖାତାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ରହସ୍ୟମୟ ହିସାବ
ଆୟ ନାହିଁ, ବ୍ୟୟ ପ୍ରବଳ; ମୋଦୀ ସରକାର ର ବଜେଟ ବହିଖାତାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ରହସ୍ୟମୟ ହିସାବ

ଜ୍ୟୋତି ନନ୍ଦ

ଭାରତ ସରକାରଙ୍କର ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଶ୍ରୀ ଅରବିନ୍ଦ ସୁବ୍ରମଣ୍ୟମ ଆଜି ସଂସଦରେ ବିତ୍ତମନ୍ତ୍ରୀ ଶ୍ରୀଯୁକ୍ତା ସୀତାରମଣ ଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ବଜେଟ୍ କୁ “ଏହା ବଜେଟ୍ ନୁହଁ ଏହା ବହିଖାତା ” ବୋଲି ନିଜର ବକ୍ତବ୍ୟରେ କହିଛନ୍ତି।

ତେଣୁ ଆମେ ଆଉ ବଜେଟ୍ ନକହି ଏହାକୁ ବହିଖାତା-୨୦୧୯ ବୋଲି କହିବା।

ଏଥର ଶ୍ରୀଯୁକ୍ତା ସୀତାରମଣ ସଂସଦରେ ଯେଉଁ ବହିଖାତା ଉପସ୍ଥାପନ କଲେ ତାହାକୁ ଆଗରୁ ବଜେଟ୍ ବୋଲି କୁହାଯାଉଥିଲା। ବଜେଟ୍ ର ଏପରି ଗୋଟିଏ ନାମକରଣ କରାଯିବାର ଅର୍ଥ ହେଉଛି ଦେଶର ସଂଭାବ୍ୟ ଆୟ ଓ ବ୍ୟୟର ବିବରଣୀ ଯାହାକୁ ଏକ ଚମଡା ବ୍ୟାଗ୍ (ଫରାସୀ ଭାଷାରେ ଯାହାକୁ କୁହାଯାଏ ବୁଗେଟି)ରେ ଭର୍ତ୍ତି କରି ସଂସଦରେ ଉପସ୍ଥାପନ କରିବାର ପ୍ରକ୍ରିୟା।

ଆମର ସମସ୍ତ ବିଜୟୀ ବନ୍ଧୁ ମାନେ ଏକଥାରେ ନିଶ୍ଚୟ ଆନନ୍ଦରେ ବିହ୍ୱଳ ହେବେ ଯେ ଶ୍ରୀଯୁକ୍ତା ସୀତାରମଣ ପଣ୍ଡିତ ନେହେରୁଙ୍କ ଅମଳରୁ ପ୍ରଚଳିତ ଚମଡା ବ୍ୟାଗରେ ଭର୍ତ୍ତି କରି ଆୟବ୍ୟୟର ଚିଠାକୁ ଉପସ୍ଥାପନ କରିବାର କୁସଂସ୍କାରକୁ ଧୂଳିସାତ୍ କରିଦେଇଛନ୍ତି।ସେ ସଂସଦରେ ଏହି ଆୟବ୍ୟୟର ଚିଠାକୁ ପବିତ୍ର ଲାଲ ରଂଗ ର ରୁମାଲ୍ (ଆମର ଭାଷାରେ ଶାଲୁ କନାରେ) ରେ ବାନ୍ଧି ଆଣି ଉପସ୍ଥାପନ କରିଛନ୍ତି।ଏହି ପବିତ୍ର କର୍ମକୁ ଭାରତର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଶ୍ରୀ ସୁବ୍ରମଣ୍ୟମ “ବହି ଖାତା”ବୋଲି ଉଲ୍ଲେଖ କରିଛନ୍ତି।ତେଣୁ ଏହି ଭଳି ଯୁଗାନ୍ତକାରୀ ପଦକ୍ଷେପ ଯୋଗୁ ଆମର ବହି ଖାତା ର ପ୍ରଶଂସା ଯେତେ କଲେ ସେତେ କମ୍ ହେବ।ଭାରତର ଅର୍ଥନୈତିକ ବିକାଶ ପାଇଁ ଏହି ଶୁଭଙ୍କର ପଦକ୍ଷେପ ଟିକୁ ଭକ୍ତ ଅଭକ୍ତ ନିର୍ବିଶେଷରେ ସମସ୍ତେ ସ୍ୱାଗତ କରିବା ଦରକାର।ଏହି ଶାଲୁକନା ବା ଲାଲରଂଗର କପଡା ରେ ଗୁଡାଇବା ଭଳି ସାମାନ୍ୟ କଥାଟି ନେହେରୁ ଙ୍କ ଠୁ ଆରମ୍ଭ କରି କାହାର ମୁଣ୍ଡକୁ ଢୁକି ନଥିବା ଘୋର ପରିତାପର ବିଷୟ।ଆଗରୁ ଏହି କାମଟି କରିଥିଲେ ଭାରତ ଏବେ ଆମେରିକା ଯେଉଁଠି ଅଛି ସେଇଠି ପହଞ୍ଚିଯାଇ ଥାନ୍ତା।ତେଣୁ ସେମାନଙ୍କୁ ଯେତେ ନିନ୍ଦା କଲେ କମ୍ ହେବ।ଆପଣ ଦେଖନ୍ତୁ ଆମର ଶ୍ରୀଯୁକ୍ତା ସୀତାରମଣ ଙ୍କ ଲାଲରୁମାଲ ର ମାର୍ଫତ୍ ରେ ଆମ ବିକାଶ କେଉଁ ଶିଖର କୁ ନଛୁଉଁଛି ?ଟିକିଏ ଅପେକ୍ଷା କରନ୍ତୁ।ଦେଖନ୍ତୁ।

ଶ୍ରୀଯୁକ୍ତ ସୁବ୍ରମଣ୍ୟମ ଖାଲି ଆଗର ବଜେଟ୍ ତାହାକୁ ଏବେ ବହି ଖାତା ବୋଲି କହିନାହାଁନ୍ତି,ସେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି।ଶ୍ରୀଯୁକ୍ତା ସୀତାରମଣଙ୍କର ଲାଲକନାରେ ବାନ୍ଧି ଏହିଭଳି
ବହି ଖାତା ର ସଂସଦରେ ଉପସ୍ଥାପନ କରିବାକୁ ଭାରତୀୟ ସଭ୍ୟତା ଓ ପରଂପରା ବୋଲି କହିବା ସହ ଏହା ଦ୍ୱାରା ଭାରତୀୟ ମାନେ ପାଶ୍ଚାତ୍ୟ ଚିନ୍ତାର “ଦାସତ୍ୱ”ରୁ ମୁକ୍ତ ହେଲେ ବୋଲି ଦୃଢ କଂଠରେ କହିଛନ୍ତି।

ହୁଏତ ଏହା ପରଠାରୁ ଆମମାନଙ୍କୁ ଆମର ସମସ୍ତ ଚମଡା ବ୍ୟାଗ ଓ ସୁଟକେଶ ଭଳି ପାଶ୍ଚାତ୍ୟ ଚିନ୍ତାର ଦାସତ୍ୱରୁ ମୁକ୍ତ ହେବା ପାଇଁ ନିର୍ଦ୍ଦେଶନାମା ଦିଆଯିବ।ଆମକୁ ତେଣୁ ପ୍ରସ୍ତୁତ ରହିବାକୁ ପଡିବ।

ପାଶ୍ଚାତ୍ୟ ଚିନ୍ତାର ଦାସତ୍ୱରୁ ମୁକ୍ତ ହୋଇ ଆମର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଶ୍ରୀ ସୁବ୍ରମଣ୍ୟମ ଏକ ମହାଭାରତ ଯୁଗର ଭ୍ରାମ୍ୟଭାଷର ସହ ଭାରତର ସଂସ୍କୃତିବିଶାରଦମାନଙ୍କ ସହ କଥା ହେଉଥିବାର ଦୃଶ୍ୟଟିଏ ଏଇଟି ସଂଲଗ୍ନ ରହିଛି। ଆପଣମାନେ ତାହାକୁ ଦେଖି ପାରନ୍ତି।

ବହି ଖାତା ୨୦୧୯ କୁ ବିତ୍ତମନ୍ତ୍ରୀ ଶ୍ରୀଯୁକ୍ତା ସୀତାରମଣ ଲାଲ ରୁମାଲ ରେ ବାନ୍ଧି ସଂସଦରେ ଉପସ୍ଥାପନ କରିଥିବା ବେଳେ ସଂସଦ ବାହାରେ ଏହି ବହି ଖାତା ଗୁଡିକ ଶାଗୁଆ ରଂଗ ର କପଡା ରେ ଗୁଡାହୋଇ ସମସ୍ତଙ୍କୁ ଦିଆଯିବା ପାଇଁ ପ୍ରସ୍ତୁତ ହୋଇ ରହିଛି।ବାହାରେ ଏହି ଭଳି ଶାଗୁଆ ରଂଗ ର ବ୍ୟବହାର ହୋଇ ଥିବା ଯଦି ବୈଷ୍ଣବଜନୋଚିତ ବିଜେଡି-ବିଜେପି ମୈତ୍ରୀ ର ପ୍ରତୀକ ବୋଲି କହିଲେ ତାହା ଅତିଶୟୋକ୍ତି ହେବ।

ବହିଖାତା-୨୦୧୯ ର ଶ୍ରୀଯୁକ୍ତା ସୀତାରମଣ ଙ୍କ ଭାଷଣ ଶୁଣିବାର ସୁଯୋଗ ମିଳିନାହିଁ।ମାତ୍ର ତାଙ୍କର ସେହି ଯୁଗାନ୍ତକାରୀ ଭାଷଣ ଶୁଣିବା ପରେ ନିଜର ପ୍ରତିକ୍ରିୟା ରେ ବିଶିଷ୍ଟ କୃଷକନେତା ଶ୍ରୀଯୁକ୍ତ ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ,ବିତ୍ତ ମନ୍ତ୍ରୀଙ୍କ ସଂପୂର୍ଣ୍ଣ ଭାଷଣରେ କେଉଁଥିପାଇଁ କେତେ ବ୍ୟୟ ବରାଦ ରହିଛି ଅର୍ଥାତ୍ ବଜେଟାରୀ ହେଡ୍ ଫର୍ ଆଲୋକେସନ ଅଫ୍ ଫଣ୍ଡ୍ ତାହାର କୌଣସି ସୂଚନା ମିଳିଲା ନାହିଁ।କେଉଁ ବିଭାଗର ଆବଶ୍ୟକତା କେତେ ଆଉ ଲକ୍ଷ୍ୟ କ’ଣ ସେ କଥା କୁହାଯାଇନାହିଁ। ଏବଂ ବିତ୍ତମନ୍ତ୍ରୀଙ୍କ ଭାଷଣ ହେଉଛି ଆୟବ୍ୟୟ ଚିଠା ବଦଳରେ ଗୋଟିଏ ସୁନ୍ଦର ଭାଷାରେ କୁହାଯାଇଥିବା ଏକ ଗଦ୍ୟ।

ଏହି ବହିଖାତା ୨୦୧୯ ରେ ଭାରତ ସରକାର ବିଦେଶରୁ ଆସୁଥିବା ବହି ଉପରେ ଶତକଡା ୫ପରସେଣ୍ଟ କଷ୍ଟମସ ଶୁଳ୍କ ଲଗାଇବାକୁ ଯାଉଛନ୍ତି। ବେଶ୍ ଭଲ କଥା।ଯେତେ ବହି ପଢିବ ସେତେ ମୁଣ୍ଡ ଗୋଳମାଳ ଧରିବ।ମୁଣ୍ଡକୁ ପରିଷ୍କାର ରଖିବା ପାଇଁ ବହିଠାରୁ ଯେତେ ଦୂରରେ ରହିବ ସେତେ ଭଲ।ଏହା ଏକ ଉତ୍ତମ ପ୍ରସ୍ତାବ।

ବହିଖାତା ୨୦୧୯ ରେ ୱିକିପିଡିଆ ପରି ଆଉ ଗୋଟିଏ ଅନଲାଇନ୍ ପ୍ରକଳ୍ପ ପ୍ରସ୍ତୁତ କରାଯିବ ଯାହା ଯୁବାଶକ୍ତିକୁ ପ୍ରୋତ୍ସାହିତ କରିବ।ଅବଶ୍ୟ ଏଇ ନିର୍ଦ୍ଦିଷ୍ଟ ପ୍ରକଳ୍ପ ଟିର ଦାୟିତ୍ୱରେ ଆମର ମାନନୀୟ ସାଂସଦ ଶ୍ରୀଯୁକ୍ତା ପ୍ରଜ୍ଞା ସିଂ ଠାକୁର ରହିବେ କି ନାହିଁ ସେକଥା ଜଣାନାହିଁ।

ଏହି ବିଶେଷ ପ୍ରକଳ୍ପର ନାଆଁ ହେଉଛି ଗାନ୍ଧୀପିଡିଆ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର ଭବିଷ୍ୟତ ଅଭିବୃଦ୍ଧିର ନେତୃତ୍ୱ ନେବ ଉତ୍ତର-ପୂର୍ବ: ପ୍ରଧାନମନ୍ତ୍ରୀ

December 20, 2025

ମୋଦୀଙ୍କ ଅଭୂତପୂର୍ବ କୂଟନୀତି: ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କଲେ ୫ ଟି ଗଲ୍ଫ ଦେଶ

December 20, 2025

୨୦୨୬ ଟି୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ: ଗିଲ୍ ଆଉଟ, ଇଶାନ୍ କିଶାନ୍ ଇନ୍

December 20, 2025

ଆଜି ଚୂଡ଼ାନ୍ତ ହେବ ଭାରତର ଟି-୨୦ ବିଶ୍ୱକପ୍ ଦଳ: ଏହି ପାଞ୍ଚଟି ପ୍ରମୁଖ ପ୍ରସଙ୍ଗ ଉପରେ ରହିବ ନଜର

December 20, 2025
Latest News

ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଜାରି

December 21, 2025

ଓଡିଶା ରାଜ୍ୟ କ୍ଷମତା ଓ ନିରନ୍ତର ଅଭିବୃଦ୍ଧି ନୀତି କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା

December 21, 2025

ଅନ୍ତର୍ଜାତୀୟ ସମବାୟ ବର୍ଷ- ୨୦୨୫ ପାଳନର ଉଦଯାପନୀ ସମାରୋହ

December 21, 2025

ରାଜ୍ୟସ୍ତରୀୟ ସର୍ଗି ଫୁଲ୍ ମହୋତ୍ସବ ୨୦୨୫ ଉଦଯାପିତ

December 21, 2025

ଡିସେମ୍ବର ୨୧ ତାରିଖ ରାଶିଫଳ, ଆଜି ୪ ଟି ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ, ହୋଇପାରେ ଧନହାନୀ

December 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.