Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ପାଟକୁରା ନିର୍ବାଚନ ସରିଲା, ଏବେ ସାରଥୀ ବାବା  ପ୍ରସଙ୍ଗ; ଗଣମାଧ୍ୟମରେ ଲୋକଙ୍କ ବାସ୍ତବ ପ୍ରସଙ୍ଗ କାଇଁ ?
ମତାମତ

ପାଟକୁରା ନିର୍ବାଚନ ସରିଲା, ଏବେ ସାରଥୀ ବାବା  ପ୍ରସଙ୍ଗ; ଗଣମାଧ୍ୟମରେ ଲୋକଙ୍କ ବାସ୍ତବ ପ୍ରସଙ୍ଗ କାଇଁ ?

July 23, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link

ରଙ୍ଗାଚରଣ ପ୍ରଧାନ

ବୁଝିହୁଏନା,  ପାଟକୁରା ନିର୍ବାଚନ କାହିଁକି ଏତେ ଗୁରୁତ୍ବପୂର୍ଣ । କାହିଁକି ଏ ସମ୍ବନ୍ଧୀୟ ତମାମ ମିଛ ସତ ଓ  ଧାରାବିବରଣୀ ଶୈଳୀରେ ପରିବେଷଣ ହେଉଥିବା ଖବରକୁ ମିଡିଆ ଅଗ୍ରାଧିକାର ଦେଉଛି ? ପାଟକୁରା ନିର୍ବାଚନର ଭୋଟଦାନ ପରେ ପରେ ଭଣ୍ଡବାବା ସାରଥୀ  ଜାମିନିରେ ଜେଲ୍ ବାହାରକୁ ଆସିବା ଖବର ବି ଗଣମାଧ୍ୟମ ଓ ସୋସିଆଲ୍ ମିଡିଆରେ ଅତି ଚର୍ଚ୍ଚାର ବିଷୟ ହୋଇଛି ।

ଏଠାରେ ପ୍ରଶ୍ନ ଉଠିପାରେ ଯେ ଲୋକେ ଯେଉଁ ଖବର ଜାଣିବାକୁ ଆଗ୍ରହୀ ମିଡିଆ ସେହି ବିଷୟରେ କହିବ ନା ଯେଉଁ ଖବର ବିଷୟରେ ଜାଣିବା ଲୋକଙ୍କ ପାଇଁ ଅତି ଜରୁରୀ ସେହି ଖବର ବିଷୟରେ କହିବ । ଓଡିଶାରେ ଏ ବିଷୟରେ ବ୍ୟକ୍ତିଗତ ଭାବରେ ମୋର ଏକ ଦୁଃଖଦ ଅନୁଭବ ରହିଛି, ଯେଉଁ ବିଷୟରେ ପାଠକମାନଙ୍କ ମଧ୍ୟରୁ ଅନେକଙ୍କର ଅବଶ୍ୟ ଦ୍ବିମତ ରହିପାରେ । ବିଶ୍ବକପ୍ କ୍ରିକେଟ୍ ଚାଲିଥିବା ବେଳେ ବହୁ ସଂଖ୍ୟକ ଲୋକଙ୍କର ସେ ବିଷୟରେ ନିର୍ଦ୍ଦିଷ୍ଟ ରାୟ ରହୁଥିଲା । ମାତ୍ର ରାୟ ରଖୁଥିବା ଲୋକଙ୍କ ମଧ୍ୟରୁ ଖୁବ୍ କମ୍ ଲୋକ, କ୍ରିକେଟ୍ ର ସମସ୍ତ ନିୟମ ଓ  ଖେଳର ବିଭିନ୍ନ ସୁକ୍ଷ୍ମ କଳା କୌଶଳ ବିଷୟରେ ଜାଣନ୍ତି ।

କିଛି ଦିନ ପୁର୍ବେ ରାଜ୍ୟ ବିଧାନସଭାରେ ବଜେଟ ଆଗତ ହେଲା । ଏହି ବାର୍ଷିକ ବଜେଟ୍ ଉପରେ ବି ଅନେକ ଲୋକ ଊଣା ଅଧିକେ ନିଜର ମତାମତ ରଖିଲେ । ମାତ୍ର ସେମାନଙ୍କ ମଧ୍ୟରୁ କେତେଜଣ ବଜେଟ୍ ଓ ଆର୍ଥିକ ସର୍ଭେ ପଢିଥିଲେ ? ଏକଥା ସତ ଯେ ମତାମତ ଦେଉଥିବା ଲୋକମାନେ ସମସ୍ତେ ବଜେଟ ଓ ସର୍ଭେ ପଢନ୍ତୁ ବୋଲି ଆଶା କରିବା ଏକ ଅବାନ୍ତର ପ୍ରସ୍ତାବ । ଅଧିକ ଜାଣିବା ଶୁଣିବା ମହଲରେ ମଧ୍ୟ ଅନେକଙ୍କର ଭିନ୍ନ ଭିନ୍ନ ସ୍ବତନ୍ତ୍ର ଜ୍ଞାନ ଓ ତଥ୍ୟ ସଂଗ୍ରହର କ୍ଷେତ୍ର ରହିଛି ଯେଉଁଠାରେ ସେମାନେ କଠିନ ପରିଶ୍ରମ କରନ୍ତି । କିନ୍ତୁ  ତଥାପି ମୁଁ କହିବି ଯେ ବଜେଟ ଓ ସର୍ଭେ ପୁସ୍ତକର ମୌଳିକ ତଥ୍ୟ ପଢି ସେ ବିଷୟରେ ନିବନ୍ଧ ଓ ଭାଷଣ ଦେବା ଲୋକଙ୍କ ସଂଖ୍ୟା ଓଡିଶାରେ ହାତଗଣତି । ପ୍ରତିବର୍ଷ ବଜେଟ ବିଷୟରେ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ ଓ ଶ୍ରୀଯୁକ୍ତ ସନ୍ତୋଷ ମହାପାତ୍ର ନିଜର ବ୍ୟାଖ୍ୟା ବିଭିନ୍ନ ସଭାସମିତିରେ ଓ ନିବନ୍ଧ ମାଧ୍ୟମରେ ଦେଇ ଆସୁଛନ୍ତି । ସେମାନଙ୍କ ବ୍ୟତୀତ ଅବଶ୍ୟ ଆହୁରି ଅନେକ ଥିବେ । ତଥାପି ମୋ ଭଳି ଦିନରାତି ଖବରରେ ବୁଡି ରହୁଥିବା ଓ  ଅର୍ଥନୀତି ବିଷୟରେ ଆଗ୍ରହ ରଖୁଥିବା  ଜଣେ ଲୋକର ନଜରରେ ତାହା ପଡିନାହିଁ । ଆହୁରି ଅନେକ ଅଛନ୍ତି ଯେଉଁମାନେ ଏସବୁ ବ୍ୟାଖ୍ୟା ପଢି ନିଜର ବ୍ୟାଖ୍ୟା ଦିଅନ୍ତି । ମୁଁ ଏବେ ଏକଥା ଲେଖି ଆପଣଙ୍କୁ ହୁଏତ ଦୁଃଖିତ କରିପାରେ ଯେ ସାଢେ ୪ କୋଟି ଜନସଂଖ୍ୟାର ରାଜ୍ୟ ଓଡିଶାରେ ଯେତିକି ବିଜ୍ଞ ବ୍ୟକ୍ତି ବଜେଟକୁ ପୁଙ୍ଖାନୁପୁଙ୍ଖ ପଢି ତାହାର ବ୍ୟାଖ୍ୟା କରନ୍ତେ ଓ ଲୋକମାନଙ୍କୁ ସେ ବିଷୟରେ ବୁଝାନ୍ତେ ତାହା ହେଉନାହିଁ ।

ହୁଏତ ଏମିତି ବି ହୋଇପାରେ ଯେ ସେସବୁ ବ୍ୟାଖ୍ୟା ଓ ତର୍ଜମାକୁ ସ୍ଥାନ ଦେବା ପାଇଁ ଗଣମାଧ୍ୟମରେ ଯଥେଷ୍ଟ ସ୍ଥାନ ଓ ସୁଯୋଗ ରହୁନାହିଁ ।

ସର୍ବଭାରତୀୟ ସ୍ତରରେ କିନ୍ତୁ କେନ୍ଦ୍ରୀୟ ବଜେଟ ବିଷୟରେ କହିବା ପାଇଁ ଶହ ଶହ ନିପୁଣ

ବିଶେଷଜ୍ଞ ରହିଛନ୍ତି ଏବଂ ସମ୍ବାଦପତ୍ର ଓ ଇଣ୍ଟରନେଟ୍ ନିଉଜ୍ ପୋର୍ଟାଲଗୁଡିକରେ ସେ ବିଷୟରେ ମାସ ମାସ ଧରି ଥୁଣ୍ଟିନାଣ୍ଟି କରି ଆଲୋଚନା ହୁଏ । ମାତ୍ର ଆମ ଟିଭି ଚାନେଲଗୁଡିକରେ ବଜେଟ ଆଲୋଚନା କେବଳ ଗୋଟିଏ ସନ୍ଧ୍ୟାରେ ସୀମିତ ରୁହେ । କେନ୍ଦ୍ରୀୟ ବଜେଟ ସହ ତୁଳନା କଲେ ଏପରିକି  ଆନୁପାତିକ ଦୄଷ୍ଟିରୁ ମଧ୍ୟ ତାହା  ବହୁତ କମ୍ ।

ଅଭିଯୋଗ ଆସିପାରେ ଯେ ଅର୍ଥନୀତି ଏକ ଶୁଷ୍କ ବିଷୟ ଏବଂ ସେ ବିଷୟରେ ସାମାନ୍ୟ ଅଧିକ ଆଲୋଚନା ଦର୍ଶକ କିମ୍ବା ପାଠକଙ୍କୁ ଗଣମାଧ୍ୟମଠାରୁ  ଦୁରେଇ ଦେବ । ମାତ୍ର ଏହି ଅଭିଯୋଗ ଭିତରେ ଲୁଚିରହିଛି ଆଉ ଏକ କଥା । ତାହା ହେଲା ଅର୍ଥନୈତିକ ବିତର୍କ ପ୍ରତି ଦର୍ଶକ ଓ ପାଠକଙ୍କ ମଧ୍ୟରେ ଆଗ୍ରହ ସୄଷ୍ଟି କରିବାରେ ସେମାନଙ୍କର ବିଫଳତା । ପାଖାପାଖି ଏକ ଡଜନ ହେବ ଖବର ଚାନେଲ ଓ ସମ୍ବାଦପତ୍ର ରୋମାଞ୍ଚ ଓ ଚାଞ୍ଚଲ୍ୟର  ଉପଭୋକ୍ତାଙ୍କର ସେହି ଏକମାତ୍ର ବଜାରକୁ ନିଜ ହାତରେ ଗଢିଛନ୍ତି ଓ ତାହାରି ଉପରେ ନିର୍ଭର କରି ଆସୁଛନ୍ତି ।

ଓଡିଶା ଭଳି ଆର୍ଥିକ ଦୄଷ୍ଟିରୁ ଅନଗ୍ରସର ରାଜ୍ୟରେ ଅର୍ଥନୀତି ଓ ଅନ୍ୟାନ୍ୟ ମହତ୍ବପୂର୍ଣ ବିଷୟକୁ ନେଇ ଯେତିକି ଗଭୀରତା ସହ ଆଲୋଚନା ହେବା କଥା ତାହା ହେଉନାହିଁ । ଅର୍ଥନୀତିର ଗୁଢ ତଥ୍ୟକୁ ନେଇ ରାଜନୈତିକ ଦଳ ଓ ନେତାଙ୍କୁ ଯେତିକି ପ୍ରଶ୍ନବାଣର ସମ୍ମୂଖୀନ କରାଇବା କଥା ତାହା ସେମାନେ କରୁ ନାହାନ୍ତି । ଦୁଇ ବର୍ଷ ପୁର୍ବେ ବୈଜୟନ୍ତ ପଣ୍ଡା ବିମୁଦ୍ରୀକରଣକୁ ସମର୍ଥନ କରି ଲେଖିଥିଲେ । ଏ ବିଷୟରେ ଅଧିକ ବୁଝାଇ କହିବାକୁ ଓଡିଶାର କୌଣସି ଗଣମାଧ୍ୟମ ସଂସ୍ଥା ତାଙ୍କୁ କାଠଗଡାରେ ଠିଆ କଲା ନାହିଁ । ଅପରାଜିତା ଷଢଙ୍ଗୀ ବାରମ୍ବାର କହିଲେ ଯେ ସେ ପ୍ରଧାନମନ୍ତ୍ରୀଙ୍କଠାରୁ ପ୍ରେରଣା ପାଇ ରାଜନୀତିରେ ଯୋଗ ଦେଇଛନ୍ତି । ମୋଦୀ ସରକାରଙ୍କ ବିଭିନ୍ନ ବିଫଳତାକୁ ନେଇ ତାଙ୍କ ଦ୍ବାରା ଦାବୀ କରାଯାଉଥିବା ପ୍ରେରଣାକୁ କେହି ଆହ୍ବାନ କଲେ ନାହିଁ । ଓଡିଶାର ସ୍ବାସ୍ଥ୍ୟ କ୍ଷେତ୍ରରେ ଦେଖା ଦେଇଥିବା ଦୁରବସ୍ଥାକୁ ନେଇ ବିତର୍କ କେବଳ ଦୁଇ ଦଳ ମଧ୍ୟରେ ବାଦୀପାଲାରେ ହଜିଯାଏ । ବିତର୍କରେ ଭାଗ ନେବାବେଳେ ଖାରବେଳ ସ୍ବାଇଁଙ୍କର ମତକୁ ଆପ୍ତବାକ୍ୟ ବୋଲି ଧରି ନିଆଯାଏ । ଆହୁରୀ ଅନେକ ଗଣମାଧ୍ୟମ ସଂସ୍ଥା ଅଛନ୍ତି ଯେଉଁଠାରେ ରାଜ୍ୟସରକାରଙ୍କ ପ୍ରେସ୍ ନୋଟକୁ ମଧ୍ୟ କମା ଓ ପୁର୍ଣଛେଦ ସହ ଖବର ଆକାରରେ ପରିବେଷଣ କରାଯାଏ ।

ସଫଳ ଗଣତନ୍ତ୍ର ଓ ସନ୍ତୁଳିତ ଆର୍ଥିକ ବିକାଶ ପାଇଁ ସର୍ବ ପ୍ରଥମ ଆବଶ୍ୟକତା ହେଉଛି ସୂଚନା । ବିଭିନ୍ନ ସରକାର ସୂଚନାକୁ ଚପେଇ ରଖିବା ପାଇଁ ଚେଷ୍ଟିତ ହେବାରେ ହୁଏତ ଖୁବ୍ କମ୍ ଲୋକ ଆଶ୍ଚର୍ଯ୍ୟ ହେବେ । ମାତ୍ର ଗଣମାଧ୍ୟମ ଦ୍ବାରା  ଏପରିକି ସାଧାରଣ ଭାବେ ଉପଲବ୍ଧ ସୂଚନାକୁ ବି ଗୁରୁତ୍ବ ନ ଦେବା ଦୁର୍ଭାଗ୍ୟପୁର୍ଣ ଓ ଏହା ଏକ ଜବାବଦେହି ରାଜନୈତିକ ବାତାବରଣର ପରିପନ୍ଥୀ ।

ଆଜି ଯେତେବେଳେ କେନ୍ଦ୍ର ସରକାର ସୂଚନା ଅଧିକାର ଆଇନରେ ସଂଶୋଧନ କରି  ସୁଚନା କମିଶନଙ୍କର ଥାର୍ଡ ଅମ୍ପାୟାର କରିବାକୁ ହେବାକୁ ଯାଉଛନ୍ତି ସେତେବେଳେ ଓଡିଶାରେ ପାଟକୁରା ନିର୍ବାଚନ ଓ ସାରଥୀ ଜେଲରୁ ଖଲାସ ହେବା ଭଳି  ମନୋରଞ୍ଜନଧର୍ମୀ ଓ କୌତୁହଳପ୍ରଦ ଖବର ଚର୍ଚ୍ଚାର ଶୀର୍ଷରେ ରହିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

Share. Facebook Twitter LinkedIn Email WhatsApp Copy Link

Related Posts

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

Konark Dance & Music Festival: କୋଣାର୍କ ନାଟ୍ୟ ମଣ୍ଡପରେ ଫେବୃୟାରୀ 19 ରେ ହେବ ନୃତ୍ୟ ଉତ୍ସବ

February 12, 2026

କଂଗ୍ରେସ ସାଂସଦ ପାପୁ ଯାଦବଙ୍କ ହାଜର ହେବ ପୂର୍ବରୁ ପାଟନା ସିଭିଲ୍ କୋର୍ଟକୁ ପୁଣି ଥରେ ବୋମା ଧମକ

February 12, 2026

ଲାଲକିଲ୍ଲା ବିସ୍ଫୋରଣରେ ଜୈଶ-ଏ-ମହମ୍ମଦର ହାତ: UNSC ରିପୋର୍ଟକୁ ପାକିସ୍ତାନର ଆପତ୍ତି

February 12, 2026
Latest News

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026

ରଙ୍କନାଥ ଦେବଙ୍କ ପୀଠରେ ହନୁମାନ ଚାଳିଶା ଯଜ୍ଞ: ମନ୍ଦିର ଉନ୍ନୟନ ପ୍ରକଳ୍ପ ଉଦଘାଟନ କରିବେ ଆଇନ ମନ୍ତ୍ରୀ

February 12, 2026

ମଧ୍ୟପ୍ରଦେଶର ଖଜୁରାହୋ ନୃତ୍ୟୋତ୍ସବରେ ଚମକିବେ ବ୍ରହ୍ମପୁର ନୃତ୍ୟଶିଳ୍ପୀ ସୌମ୍ୟା ପ୍ରିୟଦର୍ଶିନୀ

February 12, 2026

“ବନ୍ଦେ ମାତରମ୍” ର ନୂତନ ନିୟମକୁ ବିରୋଧ କଲେ ମୁସଲିମ ନେତା: ଅର୍ଶଦ ମଦନୀ କହିଲେ……

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.