Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଇତିହାସ ସୃଷ୍ଟି କଲେ ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ନାମ ପୂର୍ବରୁ “ହିଜ୍ ଏକ୍ସଲେନସି” ନ କହିବା ପାଇଁ ସରକାରଙ୍କୁ ଦେଲେ ପରାମର୍ଶ
ମତାମତ

ଇତିହାସ ସୃଷ୍ଟି କଲେ ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ନାମ ପୂର୍ବରୁ “ହିଜ୍ ଏକ୍ସଲେନସି” ନ କହିବା ପାଇଁ ସରକାରଙ୍କୁ ଦେଲେ ପରାମର୍ଶ

July 26, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଇତିହାସ ସୃଷ୍ଟି କଲେ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ନାମ ପୂର୍ବରୁ “ହିଜ୍ ଏକ୍ସଲେନସି” ନ କହିବାକୁ ସରକାରଙ୍କୁ ଦେଲେ ପରାମର୍ଶ
VIJAYAWADA, JULY 24 (UNI) Biswa Bhusan Harichandan administering the oath as Governor of Andhra Pradesh by Chief Justice of Andhra Pradesh High Court C Praveen Kumar at Raj Bhavan, in Vijayawada on Wednesday. UNI PHOTO-8u

ସମୀକ୍ଷା ବ୍ୟୁରୋ

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ବିଶ୍ବଭୂଷଣ ହରିଚନ୍ଦନ ଶପଥ ନେବା ପରେ ଆରମ୍ଭ କରିଛନ୍ତି ପ୍ରଶାସନିକ ସଂସ୍କାର। ପ୍ରଥମ ପଦକ୍ଷେପ ସ୍ବରୂପ ସେ ନିଜର ରାଜ୍ୟପାଳ ପଦବୀ ଆଡୁ ସଂସ୍କାର ଆରମ୍ଭ କରିଛନ୍ତି। ରାଜ୍ୟପାଳଙ୍କ ନାମ ପୂର୍ବରୁ “ହିଜ୍ ଏକ୍ସଲେନସି” ବା “ମହାମହିମ” ଶଦ୍ଦ ପ୍ରୟୋଗକୁ ବନ୍ଦ କରିବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ବିଶ୍ବଭୂଷଣଙ୍କ ହିସାବରେ ଏହି ଶଦ୍ଦଟି ହେଉଛି ଇଂରେଜ ଅମଳର ଶଦ୍ଦ। ସେତେବେଳେ ଇଂରେଜ ଗଭର୍ଣ୍ଣରମାନଙ୍କୁ ଖୁସି କରିବା ପାଇଁ ଏହି ଶବ୍ଦର ପ୍ରୟୋଗ କରାଯାଉଥିଲା। ବର୍ତ୍ତମାନ ସ୍ବାଧୀନ ଭାରତରେ ଏପରି ଶଦ୍ଦର ଆବଶ୍ୟକତା ନାହିଁ ବୋଲି ବିଶ୍ବଭୂଷଣ ସରକାରଙ୍କୁ ଜଣାଇଛନ୍ତି। ସେଥିପାଇଁ ତାଙ୍କୁ କେହି ବି “ହିଜ୍ ଏକ୍ସିଲାନସି” ଶଦ୍ଦ ଉଚ୍ଚାରଣ କରି ନ ଡାକିବା ପାଇଁ କହିଛନ୍ତି। ଏପରିକି ସରକାରୀ କାଗଜପତ୍ରରେ ମଧ୍ୟ ଏହି ଶଦ୍ଦ ନ ଲେଖିବା ପାଇଁ ମଧ୍ୟ କହିଛନ୍ତି। ସରକାର ତୁରନ୍ତ ସମସ୍ତ ବିଭାଗକୁ ଏ ନେଇ ନିର୍ଦ୍ଦେଶନାମା ଦେବାକୁ ରାଜ୍ୟପାଳ ବିଶ୍ବଭୂଷଣ ପରାମର୍ଶ ଦେଇଛନ୍ତି।

ସାଧାରଣତଃ ରାଷ୍ଟ୍ରପତି, ରାଜ୍ୟପାଳ କିମ୍ବା ରାଷ୍ଟ୍ରଦୂତଙ୍କ ନାମ ପୂର୍ବରୁ “ହିଜ୍ ଏକ୍ସଲେନସି” ବା “ ମହାମହିମ” ଶଦ୍ଦ ବ୍ୟବହାର କରାଯାଇଥାଏ। କେତେକ ଦେଶର ରାଜା କିମ୍ବା ରୟାଲ ପରିବାରଙ୍କୁ ମଧ୍ୟ “ହିଜ୍ ଏକ୍ସଲେନସି” ବୋଲି ସମ୍ବୋଧିତ କରାଯାଇଥାଏ। ସେହିପରି ବିଚାରପତିଙ୍କୁ ମଧ୍ୟ “ଇୟୋର ଅନର” ବୋଲି କୁହାଯାଇଥାଏ। ଏହି ଦୁଇଟି ଶଦ୍ଦ ଇଂରେଜ ଅମଳରୁ ଆମ ଦେଶରେ ପ୍ରଚଳିତ ହୋଇଆସୁଛି। ତେବେ ସମ୍ବିଧାନ ବିଶେଷଜ୍ଞଙ୍କ କହିବା କଥା ଯେ ଏପରି ସମ୍ମାନ ସୂଚକ ଶଦ୍ଦ ପ୍ରୟୋଗ କରିବା ପାଇଁ ସେପରି କିଛି ଲିଖିତ ନିୟମ ନାହିଁ। ଯଦି ନିଜେ ରାଜ୍ୟପାଳଏହି ଶଦ୍ଦକୁ ବ୍ୟବହାର ନ କରିବା ପାଇଁ ଚାହିଁବେ ତେବେ ତାହା କାର୍ଯ୍ୟକାରୀ କରିବାରେ କୌଣସି ଅସୁବିଧା ନାହିଁ। ତେବେ ଯେହେତୁ ପୂର୍ବରୁ ଏହି ଶଦ୍ଦଟି ପ୍ରଚଳିତ ହୋଇ ଆସୁଛି ତାହାକୁ ପ୍ରୟୋଗ କରିବାରେ କିଛି ଅସୁବିଧା ନାହିଁ ବୋଲି ବିଶେଷଜ୍ଞଙ୍କ ମତ।

ରାଜ୍ୟପାଳ ବିଶ୍ବଭୂଷଣଙ୍କ ଏପରି ନିଷ୍ପତିକୁ ନେଇ ଆନ୍ଧ୍ର ପ୍ରଦେଶରେ ବେଶ୍ ଚର୍ଚ୍ଚା ଚାଲିଛି। ସରକାରଙ୍କ ପାଖକୁ ଏହି ନିର୍ଦ୍ଦେଶନାମା ଯିବା ପରେ ତାହାକୁ ବିଭିନ୍ନ ସ୍ତରରେ ତର୍ଜମା କରାଯାଇଛି। ତେବେ ଖୋଦ ରାଜ୍ୟପାଳ ଏପରି ପରାମର୍ଶ ଦେଇଥିବାରୁ ତାହାକୁ ବର୍ତ୍ତମାନ ପାଇଁ ଲାଗୁ କରିବା ନିମନ୍ତେ ସରକାର ନିଷ୍ପତି ଗ୍ରହଣ କରିଛନ୍ତି। ଏହି ଶଦ୍ଦ ବ୍ୟବହାର ରାଜ୍ୟପାଳଙ୍କ ନିଜ ଇଚ୍ଛାଧିନ ହୋଇଥିବାରୁ ସରକାର ବର୍ତ୍ତମାନ ସମସ୍ତ ବିଭାଗକୁ “ହିଜ୍ ଏକ୍ସଲାନସି” ଶଦ୍ଦ ପ୍ରୟୋଗ ନ କରିବାକୁ ଚିଠି ଲେଖିବେ ବୋଲି ଜଣାପଡିଛି। କେବଳ ସେତିକି ନୁହେଁ ରାଜ୍ୟପାଳ ବିଶ୍ବଭୂଷଣ ସରକାରରେ କିପିର ସ୍ବଚ୍ଛତା ଏବଂ ସମୟାନୁବର୍ତ୍ତିତାରେ କାମ ହେବ ସେ ନେଇ ମଧ୍ୟ ପରାମର୍ଶ ଦେଇଛନ୍ତି। ଏପରିକି ରାଜଭବନର କର୍ମଚାରୀମାନେ ଠିକ୍ ଭାବେ କାମ କରିବା ସହିତ ଅଯଥା ଖର୍ଚ୍ଚ ନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ପ୍ରଣବ ମୁଖାର୍ଜି ରାଷ୍ଟ୍ରପତି ଥିବା ବେଳେ ସେ ମଧ୍ୟ ଏହିପରି ଏକ ପଦକ୍ଷେପ ନେଇଥିଲେ। ସେତେବେଳେ ସେ ଦେଶ ଭିତରେ ଆୟୋଜିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ “ମହାମହିମ” ପରିବର୍ତ୍ତେ “ରାଷ୍ଟ୍ରପତି ମହୋଦୟ” ଉଚ୍ଚାରଣ କରିବା ପାଇଁ ପରାମର୍ଶ ଦେଇଥିଲେ। କେବଳ ବିଦେଶ ପ୍ରତିନିଧିଙ୍କ ସହିତ ଆଲୋଚନା ବେଳେ ମହାମହିମ ବା “ହିଜ୍ ଏକ୍ସଲେନସି” ବ୍ୟବହାର କରାଯାଇପାରେ ବୋଲି କହିଥିଲେ। କାରଣ ବିଦେଶ ପ୍ରୋଟକଲ ଅନୁସାରେ ଆମର ପୁରୁଣା ସମ୍ମାନଯୁକ୍ତ ଶଦ୍ଦକୁ ବ୍ୟବହାର କରାଯାଉ ବୋଲି ସେ ଚାହିଁଥିଲେ। ପ୍ରକୃତରେ ରାଷ୍ଟ୍ରପତିଙ୍କ ପ୍ରୋଟକଲରେ କଣ ରହିଛି ତା ଉପରେ ସେ ତଦାରଖ କରି ଏହି ନିଷ୍ପତି ନେଇଥିଲେ। ରାଷ୍ଟ୍ରପତି କିମ୍ବା ରାଜ୍ୟପାଳଙ୍କୁ ହିନ୍ଦିରେ “ମହାମହିମ” ପରିବର୍ତ୍ତେ “ରାଷ୍ଟ୍ରପତି ମହୋଦୟ” ବା “ରାଜ୍ୟପାଳ ମହୋଦୟ” ଏବଂ ଇଂରାଜୀରେ “ଅନରେବୁଲ୍ ପ୍ରେସିଡେଣ୍ଟ” ବା “ଅନରେବୁଲ୍ ଗଭର୍ଣ୍ଣନର” କୁହାଯାଉ ବୋଲି ସେ ମତ ଦେଇଥିଲେ। ବର୍ତ୍ତମାନ ରାଜ୍ୟପାଳ ଭାବେ ବିଶ୍ବଭୂଷଣ ଏହିପରି ଏକ ନିଷ୍ପତି କରି ଆଉ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି।

biswabhushan
Share. Facebook Twitter LinkedIn Email WhatsApp Copy Link

Related Posts

କଳାହାଣ୍ଡି ଘୁମୁରା ମହୋତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ଭେଟି ଦେଲେ ୮୯୧ କୋଟି ଟଙ୍କାର ପ୍ରକଳ୍ପ

January 19, 2026

‘ଭିବି-ଜୀ ରାମ୍ ଜୀ ଯୋଜନାର ମିଥ୍ୟା ସୂଚନା ଦେଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି’: କେନ୍ଦ୍ର ସରକାର

January 19, 2026

ଗାଜାରେ ‘ଶାନ୍ତି ଦୁତ’ ହେବ ଭାରତ!: ମୋଦିଙ୍କୁ ଶାନ୍ତି ବୋର୍ଡରେ ଯୋଗଦେବାକୁ ନିମନ୍ତ୍ରଣ କଲେ ଟ୍ରମ୍ପ

January 19, 2026

ଆସାମରେ ୬୯୫୦ କୋଟିର କାଜିରଙ୍ଗା ଏଲିଭେଟେଡ୍ କରିଡର ପ୍ରକଳ୍ପର ଭୂମିପୂଜା କଲେ ପ୍ରଧାନମନ୍ତ୍ରୀ

January 19, 2026
Latest News

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ଲଢେଇ: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

January 19, 2026

ମୁମ୍ବାଇର ଓଡ଼ିଶା ଭବନରେ ଓଡ଼ିଆ ସଂସ୍କୃତି, ସୃଜନଶୀଳତା ଏବଂ ସମ୍ପ୍ରଦାୟକୁ ପାଳନ କରୁଛି ମୁଦ୍ରାମୋକ୍ଷ 

January 19, 2026

ଚିଲିକାରେ ପକ୍ଷୀ ଗଣନା: ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର ୨୦୦ ଅତିଥି ପକ୍ଷୀ

January 19, 2026

କଳାହାଣ୍ଡି ଘୁମୁରା ମହୋତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ଭେଟି ଦେଲେ ୮୯୧ କୋଟି ଟଙ୍କାର ପ୍ରକଳ୍ପ

January 19, 2026

ଟ୍ରାକ୍ ଆଧୁନିକୀକରଣ ଏବଂ ସୁରକ୍ଷା କ୍ଷେତ୍ରରେ ଭାରତୀୟ ରେଳବାଇର ବ୍ୟାପକ ପଦକ୍ଷେପ

January 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.