Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଓଡ଼ିଶା ରସଗୋଲାକୁ ମିଳିଲା ଜିଆଇ ଟ୍ୟାଗ୍‌, ରସଗୋଲା ବିବାଦରେ ପଡିଲା ପୂର୍ଣ୍ଣଚ୍ଛେଦ
ମତାମତ

ଓଡ଼ିଶା ରସଗୋଲାକୁ ମିଳିଲା ଜିଆଇ ଟ୍ୟାଗ୍‌, ରସଗୋଲା ବିବାଦରେ ପଡିଲା ପୂର୍ଣ୍ଣଚ୍ଛେଦ

July 29, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଓଡ଼ିଶା ରସଗୋଲାକୁ ଜିଆଇ (ଭୌଗୋଳିକ ସାଙ୍କେତିକ)ଟ୍ୟାଗ୍‌ ମାନ୍ୟତା ମିଳିଛି। ଏହା ଅନୁସାରେ ରସଗୋଲା ଓଡ଼ିଶାର ଭୌଗୋଳିକ ସ୍ଥିତି ସହିତ ଜଡ଼ିତ ରହିଛି ବୋଲି ସ୍ବୀକୃତି ମିଳିଛି। ଚେନ୍ନାଇର ଜିଆଇ ରେଜିଷ୍ଟାରଙ୍କ ପକ୍ଷରୁ ଏହି ମାନ୍ୟତା ମିଳିଛି। ପ୍ରତିବର୍ଷ ଜୁଲାଇ ୩୦ରେ ଓଡ଼ିଶାରେ ରସଗୋଲା ଦିବସ ପାଳିତ ହେଉଛି। ତେବେ ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍‌ ମିଳିବା ପରେ ଏହାକୁ ନେଇ ଚାଲିଥିବା ପଶ୍ଚିମବଙ୍ଗ ସହ ରସଗୋଲା ବିବାଦରେ ଓଡ଼ିଶାର ବିଜୟ ହୋଇଛି । ୨୦୧୮ ଅଗଷ୍ଟ ୧୭ ତାରିଖରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ପକ୍ଷରୁ ଚେନ୍ନାଇ ସ୍ଥିତ ଜିଆଇ କାର୍ଯ୍ୟାଳୟରେ ‘ଓଡ଼ିଶା ରସଗୋଲା’କୁ ଜିଆଇ ମାନ୍ୟତା ଦାବି ନେଇ ନଥିପତ୍ର ଦାଖଲ ହୋଇଥିଲା।  ଆଜି ଏ ନେଇ ଜିଆଇ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ଆସନ୍ତୁ ଜାଣିବା ଓଡ଼ିଶା ରସଗୋଲା ସମ୍ପର୍କରେ କିଛି ।

ମିଠା ଜାତୀୟ ଖାଦ୍ୟ ଭିତରେ ରସଗୋଲା ପ୍ରାୟ ସମସ୍ତଙ୍କର ପ୍ରିୟ ହୋଇଥାଏ । ଛେନା ଓ ଚିନିରୁ ତିଆରି ଏକ ସିରାଯୁକ୍ତ ମିଠା ଖାଦ୍ୟଟି ଭାରତରେ ବେଶ୍‌ ପ୍ରସିଦ୍ଧ । ଏହା ପୂର୍ବ ଭାରତରେ ଜନ୍ମଲାଭ କରିଥିଲା ତେବେ ଏହାର ଜନ୍ମସ୍ଥାନକୁ ନେଇ ବିବାଦ ଉପୁଜିଥିଲା ।  ଓଡ଼ିଶା ଓ ପଶ୍ଚିମବଙ୍ଗ ଏହାର ଜନ୍ମସ୍ଥାନ ବୋଲି ଅନେକ ଦାବି କରିଛନ୍ତି । ପଶ୍ଚିମବଙ୍ଗ କହିବା ଅନୁଯାୟୀ, ୧୮୬୮ ମସିହାରେ ରସଗୋଲା ପଶ୍ଚିମବଙ୍ଗ ତିଆରି ହୋଇଥିଲା। ହେଲେ ରସଗୋଲା ପାରମ୍ପରିକ ଭାବେ ଓଡ଼ିଶାର, ଏହା ବଡ଼ ପ୍ରମାଣ ହେଉଛି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ସମୟରେ ରଥ ପାଖରେ ରସଗୋଲା ଭୋଗ ହୋଇଥାଏ । ଏହି ଦିନ ରସଗୋଲା ଦେଇ ମହାପ୍ରଭୁ ଅଭିମାନିନୀ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିଥା’ନ୍ତି । ଏହା ହେଉଛି ଦୀର୍ଘ ୭୦୦ ବର୍ଷର ଓଡ଼ିଆ ପରମ୍ପରା । ୨୦୧୬ ମସିହାରେ ଓଡ଼ିଶା ସରକାରଙ୍କ ଦ୍ୱାରା ସ୍ଥାପିତ ଏକ କମିଟି ରସଗୋଲାର ମୂଳ ଓଡ଼ିଶା ବୋଲି ପ୍ରମାଣ କରିଥିଲା । ଜଗନ୍ନାଥ ସଂସ୍କୃତି ସହ ରସଗୋଲା ଜଡିତ ରହିଥିବାରୁ, ରସଗୋଲାର ଜନ୍ମ ଓଡ଼ିଶାରେ ବୋଲି ଦାବି କରାଯାଏ । ଶ୍ରୀମନ୍ଦିର ପରମ୍ପରାରେ ରସଗୋଲାର ବ୍ୟବହାର ଅନେକ ଶତାବ୍ଦୀ ତଳୁ ହୋଇ ଆସୁଛି ।  ୨୦୧୫ ମସିହାରୁ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ଦିନଟିକୁ ଓଡ଼ିଶାରେ ରସଗୋଲା ଦିବସ ଭାବେ ପାଳନ କରାଯାଇଆସୁଅଛି।

ତେବେ ଏହି ଦିବସ ପାଳନ ସମ୍ପର୍କରେ ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ଅସିତ୍‌ ମହାନ୍ତି କହନ୍ତି ଯେ, “ଓଡ଼ିଶା ରସଗୋଲା ହେଉଛି ଓଡ଼ିଶାର। ୨୦୧୫ ମସିହାରେ ଓଡ଼ିଶା ସରକାର ପାହାଳ ରସଗୋଲାକୁ ଜିଆଇ ମାନ୍ୟତା ଦେବା ପାଇଁ ଘୋଷଣା କରିବାରୁ, ପଡ଼ୋଶୀ ପଶ୍ଚିମବଙ୍ଗ ଏହାକୁ ବିରୋଧ କରିଥିଲା। ରସଗୋଲା ଓଡ଼ିଶାର ନୁହେଁ ବୋଲି ପ୍ରତିବାଦ କରିଥିଲା ପଶ୍ଚିମବଙ୍ଗ। ସେଇଠୁ ସୃଷ୍ଟି ହେଲା ରସଗୋଲା ଦିବସ। ୨୦୧୫ ମସିହା ନବକଳେବର ବର୍ଷର ନିଳାଦ୍ରୀବିଜେ ଦିନଟିକୁ ଓଡ଼ିଶାରେ ରସଗୋଲା ଦିବସ ଭାବେ ପାଳନ ହୋଇ ଆସୁଛି।” ସେହିପରି ଓଡ଼ିଶାର ରସଗୋଲାକୁ ନେଇ ଅସିତ୍‌ ମହାନ୍ତି କୁହନ୍ତି ଯେ, ରସଗୋଲା ହେଉଛି ଓଡ଼ିଶାର। ପଞ୍ଚଦଶ ଶତାବ୍ଦୀ ଶେଷ ଏବଂ ଷୋଡ଼ଶ ଶତାବ୍ଦୀ ଆରମ୍ଭରେ ବଳରାମ ଦାସଙ୍କ ଦାଣ୍ଡି ରାମାୟଣରେ ରସଗୋଲା ବିଷୟରେ ଉଲ୍ଲେଖ ହୋଇଛି। ତେବେ ମାତ୍ର ଦେଢ଼ ଶହ ବର୍ଷ ପୂର୍ବେ କଲିକତାରେ ପ୍ରଥମ ଥର ପାଇଁ ରସଗୋଲା ତିଆରି ହୋଇଥିଲା । ସେହିପରି ଓଡ଼ିଶା ରସଗୋଲା ଓ ବଙ୍ଗଳାର ରସଗୋଲାରେ ମଧ୍ୟ ଭିନ୍ନତା ଦେଖିବାକୁ ମିଳେ । ଏହାର ସୂଚନା ବିଶିଷ୍ଟ ଓଡ଼ିଆ ନାଟ୍ୟକାର ଗୋପଳ ଛୋଟରାୟ ତାଙ୍କ ଆତ୍ମଜୀବନୀ ‘ପଥିକ’ରୁ ଦେଖିବାକୁ ମିଳେ। ଏହି ପୁସ୍ତକରେ ରସଗୋଲା ସମ୍ପର୍କରେ ନାଟ୍ୟକାର କହିଛନ୍ତି, “ଆମ ରସଗୋଲା ପୁଚ୍‌ପୁଚ୍‌, ତାଙ୍କ ରସଗୋଲା ଖରଖର।”

ଓଡ଼ିଶାରେ ମଧ୍ୟ ରସଗୋଲାର ପ୍ରସ୍ତୁତିରେ ଭିନ୍ନତା ଦେଖିବାକୁ ମିଳିଥାଏ । ପ୍ରସିଦ୍ଧ ରସଗୋଲା ଭିତରେ ରହିଛି ବିକଳାନନ୍ଦ କରଙ୍କ ସାଲେପୁର ରସଗୋଲା, ପାହାଳରେ ପ୍ରସ୍ତୁତ ରସଗୋଲା ଇତ୍ୟାଦି । ଏହି ସବୁ ରସଗୋଲା ଭାରତ ସମେତ ଭାରତ ବାହାରେ ମଧ୍ୟ ବେଶ୍‌ ପରିଚିତ । ଉନ୍ନବିଂଶ ଶତାବ୍ଦୀର ଶେଷାର୍ଦ୍ଧ ବେଳକୁ “କେଳୁ ଚରଣ ବେହେରା”, ପାହାଳଠାରେ ରସଗୋଲା ପ୍ରସ୍ତୁତକରି, ବ୍ୟବସାୟ ଆରମ୍ଭ କରିଥିଲେ । ତେବେ ପାହାଳ ରସଗୋଲାକୁ ନେଇ ଅନେକ ଲୋକକଥା ରହିଛି । ପାହାଳରେ ଅଧିକାଂଶ ଲୋକ ଗାଈ ପାଳୁଥିଲେ। ପ୍ରଚୁର କ୍ଷୀର ଉତ୍ପାଦନ ହେଉଥିଲା । ଖାଇବା ପରେ ଯାହା ବଳୁଥିଲା ତାକୁ ସ୍ଥାନୀୟ ବାସିନ୍ଦା ବାହାରେ ଫୋପାଡି ଦେଉଥିଲେ । ପୁରୀ ଜଗନ୍ନାଥ ମନ୍ଦିରର ଜଣେ ସେବାୟତଙ୍କ ନଜରରେ ଏହା ପଡିଥିଲା। ପ୍ରଚୁର କ୍ଷୀର ନଷ୍ଟ ହେଉଥିବାରୁ ଦେଖି ସେବାୟତ ଜଣକ ଲୋକଙ୍କୁ ସେଥିରୁ ଛେନା ଓ ଛେନାରୁ ତିଆରି ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ଶିଖାଇଥିଲେ । ସେବେଠୁ ପାହାଳରେ ଛେନାରୁ ରସଗୋଲା ତିଆରି ହୋଇ ଆସୁଛି । ତେବେ ରସଗୋଲାକୁ ନେଇ ଦେଖାଦେଇଥିବା ବିବାଦରେ ଏବେ ପୂର୍ଣ୍ଣଚ୍ଛେଦ ପଡିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଖୋଲିବ ରତ୍ନ ଭଣ୍ଡାରର ସିନ୍ଧୁକ, ହେବ ଗଣତିମଣତି

March 25, 2026

୩ ନିଲମ୍ବିତ କଂଗ୍ରେସ ବିଧାୟକଙ୍କ କୁଶପୁତ୍ତଳିକା ଦାହ କଲା ଯୁବ କଂଗ୍ରେସ

March 25, 2026

ରାଜ୍ୟଗୁଡ଼ିକୁ ବାଣିଜ୍ୟିକ ଏଲପିଜିର ୫୦% ଆବଣ୍ଟନ: ପ୍ରବାସୀ ଶ୍ରମିକଙ୍କୁ ପ୍ରାଥମିକତା

March 25, 2026

ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ରାଜ୍ୟସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 24, 2026
Latest News

ପାକିସ୍ତାନରେ ଅଧିକ ଦରମା ସତ୍ତ୍ୱେ IPLରେ ଯୋଗଦେଲେ ଏହି ଖେଳାଳି: ଧୋନିଙ୍କ ସହିତ ଖେଳିବାକୁ ଆଗ୍ରହୀ

March 25, 2026

ଦୁଷ୍କର୍ମ ଅଭିଯୋଗ ମାମଲା: ୭ ମାସ ଧରି ଫେରାର ଥିବା ଆପ ବିଧାୟକଙ୍କୁ ଗିରଫ କଲା ପୋଲିସ

March 25, 2026

‘ଚୁକ୍ତିରେ ରାଜି ହେଲା ଇରାନ, ଆମ ପାଇଁ ପଠାଇଲା ଅତ୍ୟନ୍ତ ମୂଲ୍ୟବାନ ଉପହାର’: ଟ୍ରମ୍ପଙ୍କ ବଡ଼ ଦାବି

March 25, 2026

ଆଜି ଖୋଲିବ ରତ୍ନ ଭଣ୍ଡାରର ସିନ୍ଧୁକ, ହେବ ଗଣତିମଣତି

March 25, 2026

୩ ନିଲମ୍ବିତ କଂଗ୍ରେସ ବିଧାୟକଙ୍କ କୁଶପୁତ୍ତଳିକା ଦାହ କଲା ଯୁବ କଂଗ୍ରେସ

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.