Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ବେଚାରା ସାମ୍ବାଦିକ !! ତା’ର ଘର ନାହିଁ କି ଘାଟ ନାହିଁ
ମତାମତ

ବେଚାରା ସାମ୍ବାଦିକ !! ତା’ର ଘର ନାହିଁ କି ଘାଟ ନାହିଁ

December 22, 2018No Comments4 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଅସୁରକ୍ଷିତ ଓ ଅରକ୍ଷିତ ଜୀବ ମାନଂକର ଏକ ତାଲିକା ଯଦି ତିଆରି କରାଯାଏ ସେହି ତାଲିକାରେ ଆଉ କିଏ ରହୁ କି ନ ରହୁ ସାମ୍ବାଦିକ ନାମକ  ପ୍ରାଣୀଟି ନିଶ୍ଚୟ ରହିବ! ପାଠକେ ହୁଏତ ଏ କଥା କୁ ବିଶ୍ବାସ କରି ନ ପାରନ୍ତି! ଏବେ ମଧ୍ୟ ଆପଣ ମାନେ ପାଠ ବହିରେ ପଢିଥିବା “ଅସୀ ଠାରୁ  ମସୀ ବଳିୟାନ” କିମ୍ବା “ସାମ୍ବାଦିକ ହେଉଛି ସମାଜର ଜାଗ୍ରତ ପ୍ରହରୀ” ଭଳି ବାକ୍ୟ କୁ ବିଶ୍ବାସ କରୁଥାଇ ପାରନ୍ତି ।  ସମ୍ବିଧାନ ର ଚତୁର୍ଥ ସ୍ତମ୍ଭ ଭାବରେ ଗଣମାଧ୍ୟମ ଅତ୍ୟନ୍ତ ପ୍ରଭାବଶାଳୀ ଓ ଏହାର କର୍ମକର୍ତ୍ତା ମାନେ ଗଣତନ୍ତ୍ରରେ ଆଗୁଆ ନାଗରିକ ବୋଲି ମଧ୍ୟ କେହି କେହି କହିପାରନ୍ତି।  ଅନ୍ୟ ଏକ ଚିନ୍ତନ ଅନୁସାରେ ଗଣତନ୍ତ୍ର ର ବାକି ତିନୋଟି ସ୍ତମ୍ଭ , ଯଥା-ବିଧାନପାଳିକା, କାର୍ୟପାଳିକା ଓ ନ୍ୟାୟପାଳିକା ର ଅବକ୍ଷୟ ସହିତ ତାଳ ଦେଇ ଗଣମାଧ୍ୟମ ମଧ୍ୟ ନିମ୍ନଗାମୀ  । ତେବେ ଅସଲ କଥା ଟି ହେଉଛି ସାମ୍ବାଦିକ ବେଚାରା ଗଣମାଧ୍ୟମର ଅଂଶ ବିଶେଷ ସିନା, ଏହାର ମାଲିକାନା ତା’ ପାଖରେ ନାହିଁ । ସେ ବେଚାରା କେବଳ ଦରମାଖିଆ ଚାକର । ସେ ଭିତରୁ ନବେ ଭାଗ ସାମ୍ବାଦିକ ଗୋତି ଶ୍ରମିକ ଜାତୀୟ . ସେମାନଂକୁ ସାମ୍ବାଦିକର ପରିଚୟ ପତ୍ର ଟିଏ କେବଳ ମିଳେ- ଆଉ କିଛି ମିଳେ ନାହିଁ । ସତୁରୀ ଦଶକରେ ଓଡିଶାର ଜଣେ ବିଶିଷ୍ଟ ଜନନେତା ଓ ଖବର କାଗଜ ସମ୍ପାଦକଂକୁ ତାଂକର ଅଧସ୍ତନ ସାମ୍ବାଦିକ କିଛି ମାସିକ ଭାତିଆ ମାଗିବାରୁ ମାନ୍ୟବର ସମ୍ପାଦକ ରହସ୍ୟମୟ ହସ ହସି କହିଥିଲେ- ହଇହୋ !! ପରିଚୟ ପତ୍ର ର ଭାତ ହାଣ୍ଡି ଟି ତମକୁ ଦେଇଛୁ ପରା, ପୁଣି ଭାତିଆ ଦେବୁ କିଆଁ !! କହିବା ବାହୁଲ୍ୟ, ସମ୍ପାଦକ ସିଧା ସିଧା କହିଲେ ଯେ ତମେ ନିଜେ ନିଜର ଜୀବନ ଜୀବିକା କଥା ବୁଝ ଓ ସେଥିରେ ସାମ୍ବାଦିକ ପରିଚୟର ଦୁରୁପଯୋଗ କଲେ ଆମ୍ଭର କିଛି କହିବାର ନାହିଁ  ।

ତେବେ ସତୁରୀ ଦଶକ ଓ ଆଜିର ତାରିଖ ଭିତରେ ବହୁତ୍ ବଡ ଫରକ ଆସିଛି।   ଗଣମାଧ୍ୟମର ଚେହେରା ଓ ଚରିତ୍ର ଇତି ମଧ୍ୟରେ ଆମୂଳଚୁଳ ବଦଳି ଯାଇଛି ।  ସମ୍ବାଦପତ୍ର, ଆକାଶବାଣୀ ଓ ଦୂରଦର୍ଶନ ର ସୀମିତ ପରିସର ରୁ ୨୪ * ୭ ଟେଲିଭିଜନ ଚାନେଲ୍, ପୋର୍ଟାଲ୍ , ସୋସିଆଲ୍ ମିଡିଆ ଓ ମୋବାଇଲ୍ ଖବର ର ବ୍ୟାପକ କ୍ଷେତ୍ର ରେ ଏବେ ଗଣମାଧ୍ୟମ ରେ ଚରମ ବିଷ୍ଫୋରକ  ଅବସ୍ଥା ଆସି ପହଂଚିଛି। ଆଜିର ତାରିଖରେ ଖବର କେବଳ ବିକ୍ରୀଯୋଗ୍ୟ  ସାମଗ୍ରୀ ନୁହଁ ଏହା ମନୋରଂଜନ ର ମାଧ୍ୟମ ମଧ୍ୟ। ଖବର ପ୍ରସ୍ତୁତି, ପ୍ରସାରଣ ଓ  ବିତରଣ ସହିତ ବହୁ ପରିମାଣରେ ଅର୍ଥର ଆବଶ୍ୟକତା ପଡୁଥିବାରୁ ତାକୁ ଚଲାଇରଖିବାର ସାହସ ସାମ୍ବାଦିକ ପାଖରେ ନାହିଁ । ତେଣୁ ସମ୍ବାଦ ଶିଳ୍ପ ର ମାଲିକାନା ଆପେ ଆପେ ପଇସାବାଲାଂକ ହାତକୁ ଚାଲି ଯାଉଛି।  କହିବାରେ ଦ୍ବିଧା ନାହିଁ, ଏବେ ଗଣମାଧ୍ୟମ ଜନମତକୁ ପ୍ରଭାବିତ କରିପାରୁଥିବା ଏକ ବ୍ୟବସାୟ ଯାହାର ମାଲିକାନା ଓ ପରିଚାଳନାରେ ସାମ୍ବାଦିକର କୌଣସି ବିଶେଷ ଭୂମିକା ନାହିଁ  ।

ଗଣମାଧ୍ୟମର ଯେଉଁ ଚେହେରା ଆମକୁ ଦିଶୁଛି, ସେଥିରେ ହୁଏତ ସାମ୍ବାଦିକକୁ ଆମେ ଦେଖୁଛୁ। ଭଲ ଲାଗିଲେ ତାକୁ ପ୍ରଶଂସା କରୁଛୁ, ଖରାପ ଲାଗିଲେ ଗାଳି ବି  କରୁଛୁ । ତେବେ ଟେଲିଭିଜନ ପରଦାରେ ଯିଏ ଚିତ୍କାର କରୁଛି ଅବା ଖବର କାଗଜରେ  ଯୋଉ ସବୁ କଡା ଖବର ଲେଖୁଛି, ସେ କେବଳ ମୁଖା ମାତ୍ର। ତା’ ପଛରେ ମାଲିକର ଛାଟ ଆମକୁ ଦେଖାଯାଉ ନାହିଁ । ମାଲିକ ହେଉଛି ସବୁକିଛି। ସାମ୍ବାଦିକତା ଏବେ କର୍ପୋରଟ୍  ମାଲିକାନା ର ସଖୀ କଣ୍ଢେଇ ମାତ୍ର ! ଗୋଟେ ପକ୍ଷରେ ଅମ୍ବାନୀ, ଅଦାନୀ, ଜିନ୍ଦଲ ମାନଂକର ସ୍ବାର୍ଥ ଓ ଅପର ପକ୍ଷରେ ରାଜନୀତିର ବିଷ ବଳୟ  । କ୍ଷମତା ରେ ଥିବା ସବୁ ଶାସକ ଚାହାଁନ୍ତି, ଗଣମାଧ୍ୟମ ତାଂକର ଗୁଲାମ ହୋଇ ରହୁ । ଏବେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବା ମୁଖ୍ୟମନ୍ରୀ, ଏପରିକି ଛୋଟିଆ କୁଜିନେତା ମଧ୍ୟ ସାମ୍ବାଦିକକୁ କିଣି ନେବାକୁ ତତ୍ପର। ଏ ଦେଶର ବଡ ଗଣମାଧ୍ୟମ ସବୁର ମାଲିକାନା କର୍ପୋରଟ୍  ଓ ବଡ ବଡ ରାଜନେତାଂକ ହାତରେ ଥିବାବେଳେ ମଧ୍ୟମ ଧରଣର ବା ଛୋଟିଆ ସଂସ୍ଥା ସବୁ ଖୁଚୁରା ନେତାଂକ ହାତରେ । ତେଣୁ ସ୍ବାଧିନ ସାମ୍ବାଦିକତା ବୋଲି ଯାହା କୁହାଯାଉଛି ତାହା କେବଳ ଭ୍ରମ !

ସାମ୍ବାଦିକଂକ ଉପରେ ଅଂକୁଶ ଲଗେଇବାକୁ ଏବେ ନୁଆ ନୁଆ ତରିକା ମିଳିଯାଇଛି। ବୋଲ ମାନୁ ନଥିବା ସାମ୍ବାଦିକକୁ ଆଗେ ନିର୍ଭୀକ ବୋଲି କୁହାଯାଉଥିଲା । ସାମ୍ବାଦିକ ମାନେ ସ୍ବାଭାବିକ ଭାବରେ ଶାସନ କ୍ଷମତାରେ ଥିବା ଲୋକଂକ ବିରୋଧୀ ବୋଲି ଜନମତ ରହିଥିଲା।ଏବେ କିନ୍ତୁ ପରିସ୍ଥିତି ଅଲଗା । ଆପଣ ଯଦି ସରକାରଂକ ସପକ୍ଷରେ ଲେଖୁନାହାନ୍ତି , ଆପଣ “ଗଣିକା ସାମ୍ବାଦିକ” ବା “ପ୍ରେଷ୍ଟିଚ୍ୟୁଟ “। ପ୍ରତିଦିନ ସରକାର ଓ ସରକାରୀ ଦଳ ର ମୁଖପାତ୍ରମାନେ ନିଜକୁ ସୁପର୍ ଏଡିଟର୍ ଭାବେ ଉପସ୍ଥାପନ କରି ଆସୁଛନ୍ତି। ଏବେ କୁହାଯାଉଛି ମନ୍ତ୍ରୀ ଓ ଅମଲା ମାନେ ଯାହା ନିର୍ଦ୍ଦେଶ ଦେବେ ତାକୁ କାର୍ୟକାରୀ କରିବା ସମ୍ବାଦିକ ର କାମ। ଅନେକାଂଶରେ ସାମ୍ବାଦିକ ଏବେ ଷ୍ଟେନୋଗ୍ରାଫର୍ ଅଥବା ପୋଷ୍ଟ୍ ମ୍ୟାନ୍ । ସେ ବଡ ମାଲିକର ଇଛା ଓ ସ୍ବାର୍ଥକୁ ନେଇ ଚଳିବାକୁ ବାଧ୍ୟ।ଏକଦା ଜାତୀୟ ସ୍ତରର ଖବର କାଗଜ ଗୁଡିକ ଏକ ନିର୍ଦ୍ଦିଷ୍ଟ ଆଦର୍ଶ ଓ ମାପଦଣ୍ଡ ରଖି କାମ କରୁଥିଲେ । ଟାଇମସ୍ ଅଫ ଇଣ୍ଡିଆ ଅବା ହିନ୍ଦୁସ୍ତାନ୍ ଟାଇମସ୍ ଭଳି କାଗଜର ଚରିତ୍ର ଟିକେ ଅଲଗା ବୋଲି କୁହାଯାଉଥିଲା । ତେବେ ଆଜି ସେ ସ୍ଥିତି ନାହିଁ । ଏହି ସବୁ ଖବର କାଗଜର ସାମ୍ବାଦିକ ମାନେ ଅନେକାଂଶରେ ଅସହାୟ ଓ ଅସୁରକ୍ଷିତ। କିଛି ନିର୍ଦ୍ଦିଷ୍ଟ ରାଜନେତା ଏବେ ସବୁ ଗଣମାଧ୍ୟମର ଡୋର ନିଜ ହାତରେ ଧରି ବୁଲୁଛନ୍ତି ।

(ଏଠାରେ ଦିଆଯାଇଥିବା କାର୍ଟୁନ ଟି ପ୍ରସିଦ୍ଧ କାର୍ଟୁନିଷ୍ଟ ଆର॰କେ॰ ଲକ୍ଷ୍ମଣ ଙ୍କର ଗଣମାଧ୍ୟମ ସ୍ଵାଧୀନତା ଉପରେ ଏକ କିମ୍ବଦନ୍ତୀ ପର୍ଯାୟର)

journalist kedarmishra
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ: ବିଜୟ ମହାପାତ୍ରଙ୍କ ଘରକୁ କାହିଁକ ଗଲେ ଦିଲ୍ଲୀପ ରାୟ, ବିଧାୟକ ଅରବିନ୍ଦ କହିଲେ..

March 4, 2026

Holi Festival 2026: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

March 4, 2026

ଆଜି ଫାଇନାଲ ପାଇଁ ଲଢେଇ: ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ

March 4, 2026

ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 3, 2026
Latest News

ରାଜ୍ୟସଭା ନିର୍ବାଚନ: ବିଜୟ ମହାପାତ୍ରଙ୍କ ଘରକୁ କାହିଁକ ଗଲେ ଦିଲ୍ଲୀପ ରାୟ, ବିଧାୟକ ଅରବିନ୍ଦ କହିଲେ..

March 4, 2026

ଅହମ୍ମଦାବାଦ ବିମାନବନ୍ଦରରେ ଭାବପ୍ରବଣ ଦୃଶ୍ୟ: ଜେଦ୍ଦାରୁ ଫେରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯାତ୍ରୀ 

March 4, 2026

Holi Festival 2026: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

March 4, 2026

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.