Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ପୂର୍ଣ୍ଣ ସଫଳତାରୁ ଏକ ପାଦ ଦୂରରେ ଅଟକିଲା ଚନ୍ଦ୍ରଯାନ-2 : ଲ୍ୟାଣ୍ଡର ଓ ରୋଭର ସହିତ ଯୋଗାଯୋଗ ବିଛିନ୍ନ
ମତାମତ

ପୂର୍ଣ୍ଣ ସଫଳତାରୁ ଏକ ପାଦ ଦୂରରେ ଅଟକିଲା ଚନ୍ଦ୍ରଯାନ-2 : ଲ୍ୟାଣ୍ଡର ଓ ରୋଭର ସହିତ ଯୋଗାଯୋଗ ବିଛିନ୍ନ

September 7, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-2 ସଫଳତାର ଗୋଟିଏ ପାଦ ଦୂରରୁ ଅଟକି ଯାଇଛି । ଚନ୍ଦ୍ର ପୃଷ୍ଠରେ ଅବତରଣର ମାତ୍ର 2.1 କିମି ପୂର୍ବରୁ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ସହିତ ଇସ୍ରୋର ଯୋଗାଯୋଗ ବିଛିନ୍ନ ହୋଇଛି । ଗତାକିଲ ରାତି 1.55 ସମୟରେ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ପୂର୍ବାନୁମାନ ଲଗାଯାଇଥିଲା । ମାତ୍ର ଲ୍ୟାଣ୍ଡର ଏବଂ ରୋଭର ସହିତ ସମ୍ପର୍କ ବିଛିନ୍ନ ହେବା ପରେ ମିଶନ ବିଫଳ ହୋଇଥିବା ନେଇ ଇସ୍ରୋ ମୁଖ୍ୟ କେ ଶିବନ ଘୋଷଣା କରିଥିଲେ । ଏହି ମିଶନ ବିଫଳ ହୋଇଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ଭାବରେ ବିଫଳତା ବୋଲି କୁହାଯାଇପାରିବ ନାହିଁ କାରଣ ଚନ୍ଦ୍ରର କକ୍ଷପଥରେ ଅର୍ବିଟର ସଫଳତାର ସହ ଅବତରଣ କରି ସାରିଛି । ଏହା ଦୂରରୁ ଚନ୍ଦ୍ରପୃଷ୍ଠ ସମ୍ପର୍କରେ ଅନୁଧ୍ୟାନ କରିପାରିବ । ଏହି ମିଶନର ମାତ୍ର 5 ପ୍ରତିଶତ ବିଫଳ ହୋଇଛି, କିନ୍ତୁ ଯେହେତୁ ଅର୍ବିଟର କାର୍ଯ୍ୟ କରୁଛି ଏହା ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ଏହା ଚନ୍ଦ୍ର ପୃଷ୍ଠର ଫଟୋ ଉତ୍ତୋଳନ କରିବା ସହିତ ଅନ୍ୟାନ୍ୟ ଅନୁଧ୍ୟାନ କରିପାରିବ ବୋଲି ଇସ୍ରୋର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି । ସେହିପରି ଆମେରିକାର ଚନ୍ଦ୍ର ମିଶନ ଆପୋଲୋରେ ସମୁଦାୟ 100 ବିଲିୟନ୍‌ ଡଲାର ଖର୍ଚ୍ଚ ହୋଇଥିବା ବେଳେ ଭାରତ ମାତ୍ର 140 ମିଲିୟନ୍‌ ଡଲାରରେ ଚନ୍ଦ୍ରରେ ପହଞ୍ଚିଛି । ଏହା ଭବିଷ୍ୟତରେ ଭାରତର ଅନ୍ୟାନ୍ୟ ମିଶନ ପାଇଁ ସହାୟକ ରହିବ ବୋଲି କୁହାଯାଇଛି ।

ଏହାକୁ ନେଇ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟରୁ ନିଜର ବକ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କହିଛନ୍ତି ବିଜ୍ଞାନରେ ବିଫଳତା ବୋଲି କିଛି ଜିନିଷ ନଥାଏ। ବିଫଳତା ସର୍ବଦା ସଫଳତାର ଉତ୍ସ ହୋଇଥାଏ ବୋଲି ମୋଦି ନିଜ ବକ୍ତବ୍ୟରେ କହିଥିଲେ। ଇସ୍ରୋର ବୈଜ୍ଞାନିକ ମାନଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି, ଆପଣଙ୍କ ପାଇଁ ଦେଶବାସୀ ଗର୍ବିତ, ଆପଣ ମାନେ ଦେଶର ମସ୍ତକ ଉଚ୍ଚରେ ରଖିବା ପାଇଁ ସର୍ବଦା ନିଜର ସ୍ବପ୍ନ ସହିତ ସାଲିସ କରିଥାନ୍ତି, ତେଣୁ ଏହି ବିଫଳତାରେ ବୈଜ୍ଞାନିକ ମାନେ ନିରାଶ ନହୋଇ ଆଗକୁ ବଢିବା ଉଚିତ୍‌ ବୋଲି ମୋଦି କହିଥିଲେ। ନିଜର ୩୦ ମିନିଟର ଅଭିଭାଷଣ ପରେ ଇସ୍ରୋ ଚେୟାରମ୍ୟାନ୍‌ କେ ଶିବନଙ୍କୁ ଆଲିଙ୍ଗନ କରି ସାନ୍ତ୍ବନା ପ୍ରଦାନ କରିଥିଲେ ମୋଦି। ପ୍ରତିବନ୍ଧକକୁ ଅତିକ୍ରମ କରି ସଫଳତା ହାସଲ କରିବା ଆମେ ଭଲଭାବରେ ଜାଣିଛେ ଏବଂ ଆମେ ଏହା କରି ଦେଖାଇବା ବୋଲି ମୋଦି କହିଥିଲେ। ଗତକାଲି ରାତିରେ ମିଶନର ସିଧା ପ୍ରସାରଣକୁ ଉଭୟ ଶିବନ ଏବଂ ମୋଦି ଦେଖୁଥିଲେ ମାତ୍ର ମିଶନର ବିଫଳତା ନେଇ ଶିବନଙ୍କ ସୂଚନା ପରେ ମୋଦି ତଳକୁ ଚାଲି ଆସିଥିଲେ। ଏହାକୁ ନେଇ ମୋଦି କହିଛନ୍ତି, ବିଫଳତା ପରେ ସମସ୍ତଙ୍କ ମୁହଁରେ ଚିନ୍ତାର ଏକ ଝଲକ ଦେଖିବାକୁ ମିଳିଥିଲା ତେଣୁ ସେହି ସମୟରେ ସେଠାରୁ ଚାଲିଯାଇଥିଲି।

 

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ-ବାଣପୁର ଏନଏସି ମିଶି ହେବ ଏକ ମ୍ୟୁନିସିପାଲିଟି, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କଲେ ଘୋଷଣା

March 7, 2026

ଆଜି ଦିଲ୍ଲୀରେ ବିଭିନ୍ନ ବିକାଶ ପ୍ରକଳ୍ପ ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

March 7, 2026

ସରକାର ଏଗ୍ରିଷ୍ଟାକ୍‌ ମାଧ୍ୟମରେ କୃଷି ପାଇଁ ଏକ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ବିକଶିତ କରୁଛି: ପ୍ରଧାନମନ୍ତ୍ରୀ

March 7, 2026

୩୨୭୫ କୋଟିରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

March 6, 2026
Latest News

ବାଲୁଗାଁ-ବାଣପୁର ଏନଏସି ମିଶି ହେବ ଏକ ମ୍ୟୁନିସିପାଲିଟି, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କଲେ ଘୋଷଣା

March 7, 2026

ମାଲ ପରିବହନରେ ବୃଦ୍ଧି: ଫେବୃଆରୀରେ ରେଳବାଇର ରାଜସ୍ୱ ୧୪,୫୭୧ କୋଟି

March 7, 2026

ଆଜି ଦିଲ୍ଲୀରେ ବିଭିନ୍ନ ବିକାଶ ପ୍ରକଳ୍ପ ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

March 7, 2026

ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ୍ ସହିତ ଫିନଲ୍ୟାଣ୍ଡର ପ୍ରମୁଖ ଖାଦ୍ୟ କମ୍ପାନୀ ଫାଜେରର ଏମଓୟୁ ସ୍ୱାକ୍ଷର

March 7, 2026

କଳିଙ୍ଗ ଆର୍ଟ ଗ୍ୟାଲେରୀ ଠାରେ ୨ ଦିନିଆ “ଜାତୀୟ କଳା ସମ୍ମିଳନୀ-କ୍ୟାନଭାସ ଉଦଘାଟିତ

March 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.