Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ସୋସିଆଲ ମିଡିଆର ସମୟ ଓ ଉଗ୍ର ଦେଶପ୍ରେମର ମହାନାଟକ
ମତାମତ

ସୋସିଆଲ ମିଡିଆର ସମୟ ଓ ଉଗ୍ର ଦେଶପ୍ରେମର ମହାନାଟକ

February 17, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link
Ultra nationalism in the age of social media
GUWAHATI, FEB 16 (UNI):- Airforce officials carrying the mortal remainings of martyr Maneswar Basumatary at LGBI airport in Guwahati on Saturday. UNI PHOTO-138U

କେଦାର ମିଶ୍ର

ଚାଳିଶ ଟି ଅମୂଲ୍ୟ ଜୀବନର ଭରଣା କେବେ ବି ହୋଇପାରିନ ନାହିଁ। ଗତ ୧୪ ତାରିଖ ଦିନ ସାରା ଦେଶ ଯେତେବେଳେ ପ୍ରେମର ଦିବସ ପାଳୁଥିଲା, ସେତେବେଳେ ଚରମ ସନ୍ତ୍ରାସର ଶୀକାର ହୋଇ ଆମର କେନ୍ଦ୍ରୀୟ ସ୍ଵତନ୍ତ୍ର ସୁରକ୍ଷା ବଳର ଚାଳିଶ ଜଣ ଜବାନ ଶହୀଦ ହେଲେ। ଯେ କୌଣସି ଦେଶ ଲାଗି ନିଜ ଶହୀଦର ରକ୍ତ ସବୁଠୁ ବଡ ଭାବ ପ୍ରବଣତା ର ବିଷୟ। ଏଇ ଘଟଣାକୁ ନେଇ ସାରା ଦେଶ ମର୍ମାହତ ଓ ସମସ୍ତଙ୍କ ମନରେ ଏହାକୁ ନେଇ କ୍ଷୋଭ, କ୍ରୋଧ ଓ ପ୍ରତିଶୋଧର ଭାବନା ରହିଛି। ତେବେ ଏହି ଘଟଣାକୁ ନେଇ କିଛି ଏମିତି ପ୍ରତିକ୍ରିୟା ବି ଆସୁଛି, ଯାହା ଶହୀଦଙ୍କର ବଳିଦାନକୁ ବ୍ୟର୍ଥ କରିଦେବାର ସମ୍ଭାବନା ରହିଛି। ଶହୀଦଙ୍କର ରକ୍ତ ନ ଶୁଖୁଣୁ ତାକୁ ନେଇ ଆମର ପ୍ରତିକ୍ରିୟା ବେଳେ ବେଳେ ନାଟକୀୟ ସ୍ତର କୁ ଅତିକ୍ରମ କରି ଅତି ନାଟକୀୟ ହୋଇ ଉଠୁଛି। ଟେଲିଭିଜନ ପର୍ଦ୍ଦାରେ ଆମର ସାମ୍ବାଦିକ ମାନେ ଏମିତି ବ୍ୟବହାର କରୁଛନ୍ତି, ସତେକି ସେମାନେ ଏଇନା ସୀମାନ୍ତରେ ପହଞ୍ଚି ପାକିସ୍ତାନକୁ  ପୃଥିବୀ ପୃଷ୍ଠରୁ ନିଶ୍ଚିହ୍ନ କରିଦେବେ। ସମାନ ଅବସ୍ଥା ସୋସିଆଲ ମିଡିଆରେ ମଧ୍ୟ ଆମେ ଦେଖୁଛୁ। କିଛି ଲୋକଙ୍କର ଦେଶପ୍ରେମ ସେଇ ଫେସବୁକ ଓ ଟୁଇଟର କାନ୍ଥରେ ଇ ସୀମିତ। ଅତି ବେଶୀରେ ମହମବତୀ ଟିଏ ଜାଳିବା କିମ୍ବା ଶହୀଦ ଅମର ରହେ ବୋଲି ସ୍ଲୋଗାନ ଦେବା ପର୍ୟନ୍ତ ଆମେ ଯାଇ ପାରିବା।

ଦୁର୍ଭାଗ୍ୟର କଥା ହେଉଛି, ଗତ ତିନୋଟି ପ୍ରମୁଖ ଆତଙ୍କବାଦୀ ଆକ୍ରମଣ ସମୟରେ ଆମର ପ୍ରତିକ୍ରିୟାର ସ୍ଵରୂପ ଓ ପରିଣାମ ପ୍ରାୟ ସମାନ ରହିଛି। ୨, ଜାନୁଆରୀ ୨୦୧୬ ର ପଠାନକୋଟ ଏୟାର ବେସ ଉପରେ ଆକ୍ରମଣ ଓ ୧୮, ସେପ୍ଟେମ୍ବର ୨୦୧୬ରେ  ଉରି ସ୍ଥିତ ସେନା ଶିବିର  ଉପରେ ଆକ୍ରମଣ ପରବର୍ତ୍ତୀ ସମୟରେ ଆମର ଯେଉଁ ପ୍ରକାର ପ୍ରତିକ୍ରିୟା ଥିଲା ଆଜି ବି ଠିକ ସେଇ ସମାନ ଢଙ୍ଗରେ ଆମେ ପ୍ରତିକ୍ରିୟା ପ୍ରକାଶ କରୁଛୁ। ଗୋଟେ ସମୟରେ କଂଗ୍ରେସ ସରକାର ଥିବା ବେଳେ ଆମ ପ୍ରତିକ୍ରିୟା ଯେମିତି ଥିଲା, ଆଜିର ପ୍ରତିକ୍ରିୟା ତାଠୁ ଢେର ଅଲଗା। ମନେ ପକାନ୍ତୁ, କଂଗ୍ରେସ ସରକାର ଅମଳରେ ଯେତେବେଳେ ବି କୌଣସି ପ୍ରକାର ଆତଙ୍କବାଦୀ ଆକ୍ରମଣ ଘଟଣା ଘଟୁଥିଲା, ସେତେବେଳେ ସରକାରକୁ ଆମେ ତୀବ୍ର ସମାଲୋଚନା କରୁଥିଲୁ। ମୁମ୍ବାଇ ଆକ୍ରମଣ ଘଟଣା ପରେ ଦେଶର ଗୃହ ମନ୍ତ୍ରୀ ଶିବରାଜ ପାଟିଲ, ତତ୍କାଳୀନ ସୁରକ୍ଷା ପରାମର୍ଶଦାତା, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ବିଳାସରାଓ ଦେଶମୁଖ ଓ ଉପ ମୁଖ୍ୟମନ୍ତ୍ରୀ ଆର.ଆର. ପାଟିଲ ନିଜ ପଦରୁ   ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ।  ସେତେବେଳେ ବିରୋଧୀ ଦଳରେ ଥିବା ବିଜେପି ନେତ୍ରୀ ମାନେ ମନମୋହନ ସିଂ ସରକାରକୁ କାପୁରୁଷ ବୋଲି କହି ଚୁଡି ପଠାଉଥିଲେ।

ସୌଭାଗ୍ୟକ୍ରମେ ଆଜି ସେ ପରିସ୍ଥିତି ବଦଳି ଯାଇଛି। ଆଜି ପୁଲବାମା ଆତଙ୍କବାଦୀ ଘଟଣାକୁ ସମାନ ଭାବରେ ସବୁ ଦଳ ନିନ୍ଦା କରିଥିବା ବେଳେ ଦେଶର ସର୍ବ ବୃହତ ବିରୋଧୀ ଦଳର ସଭାପତି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ସହିତ ଠିଆ ହୋଇଛନ୍ତି। ଆଜି କେହି ପ୍ରଧାନମନ୍ତ୍ରୀ ବା ଗୃହ ମନ୍ତ୍ରୀ ବା ପ୍ରତିରକ୍ଷା ପରାମର୍ଶଦାତାଙ୍କ ଇସ୍ତଫା ମାଗୁନାହାନ୍ତି। ସମସ୍ତେ ଏକାଠି ରହିବା ଦେଶର ସାର୍ବଭୌମତ୍ଵ ପ୍ରତି ଏକ ଶୁଭ ସଙ୍କେତ। ହେଲେ ସୋସିଆଲ ମିଡିଆ ଏ ପ୍ରକାର ଏକତା ପ୍ରଦର୍ଶନ କରୁଛି କି? ଏଠି ରୋଜ ଶହୀଦଙ୍କ ମୃତ ଦେହକୁ ନେଇ ଶହ ଶହ ମିଛ ଖବର ପରିବେଷଣ କରାଯାଉଛି। ସବୁଠୁ ଅଶ୍ଳୀଳ ଦୃଶ୍ୟ ହେଉଛି ଶହୀଦଙ୍କ ଶୋକାତୁର ପରିବାର ସଦସ୍ୟଙ୍କ ଆଗରେ ଠିଆ ହୋଇଥିବା ଟେଲିଭିଜନ ଚାନେଲମାନଙ୍କର ବୁମ।ଆମକୁ ତୁରନ୍ତ ପ୍ରତିକ୍ରିୟା ଦରକାର। ଶୋକ ଓ ଲୁହକୁ ନେଇ ଏକ ସରଗରମ ଟିଆରପି ବଜାର ଖୋଜୁଥିବା ଆମର ଗଣମାଧ୍ୟମ, ଶହୀଦଙ୍କ ବାପା, ମା, ସ୍ତ୍ରୀ, ଛୁଆଙ୍କୁ ଏମିତି ପ୍ରଶ୍ନ ସବୁ ପଚାରୁଛନ୍ତି, ଯାହାକୁ ଅମାନବୀୟ ଛଡା ଆଉ କିଛି କୁହାଯାଇପାରିବ ନାହିଁ।

ଏହା ସହିତ ଆଉ ଏକ ଗୋଷ୍ଠୀ ଅଛନ୍ତି,ଯେଉଁମାନେ ଖୁନ କା ବଦଲା ଖୁନ ବୋଲି ଚିତ୍କାର କରି ଚାଲିଛନ୍ତି। ତେବେ ପୁଲବାମା ଘଟଣାର ପ୍ରତିଶୋଧ କେମିତି ନିଆଯିବ ସେ ଦାୟିତ୍ଵ ସେନାବାହିନୀର। ତାକୁ ନେଇ ଭାଷଣବାଜିର ମାନେ କଣ? ପୁଲବାମା ଘଟନା ପରେ ଆମର ପ୍ରଧାନମନ୍ତ୍ରୀ ଗୋଟେ ପରେ ଗୋଟେ ରାଜନୈତିକ ରାଲିରେ ଭାଷଣ ଦେଇ ଭୋଟ ମାଗି ଚାଲିଛନ୍ତି। ଏ ଦୃଶ୍ୟ କାହାକୁ ଅଶ୍ଳୀଳ ମାନେ ହେଉନି କେମିତି? ଏତେ ବଡ ଆତଙ୍କବାଦୀ ଘଟଣାରେ ଯେତେବେଳେ ସବୁ ରାଜନୈତିକ ଦଳ ଏକାଠି ହୋଇ ସନ୍ତ୍ରାସବାଦ ବିରୋଧରେ ସଂକଳ୍ପ କରୁଛନ୍ତି, ସେ ସଭାରେ ଦେଶର ପ୍ରଧାନମନ୍ତ୍ରୀ ଉପସ୍ଥିତ ରହିବା ନିହାତି ଉଚିତ ନଥିଲା କି? ଗୃହ ମନ୍ତ୍ରୀଙ୍କୁ ଦାୟିତ୍ଵ ଦେଇ ପ୍ରଧାନମନ୍ତ୍ରୀ ଭାଷଣରେମ୍ଯାଗନା ଥିବା ଆମର ପ୍ରଧାନମନ୍ତ୍ରୀଙ୍କୁ କେହି ଜେନ କହିବା ଉଚିତ ନୁହଁ କି, ମହାଶୟ! ଆପଣ ଦିନେ ଦୁଇ ଦିନ ରାଲି ନକଲେ, ବିଶେଷ କିଛି ଅସୁବିଧା ହେବ ନାହିଁ ତ!! ଆମର ମାନେ ପଡୁଛି, ଗୋଟେ ସମୟରେ ଗୃହ ମନ୍ତ୍ରୀ ଶିବରାଜ ପାଟିଲ ନିଜର କୁର୍ତ୍ତା ବଦଳାଇଲେ ବୋଲି ତାଙ୍କୁ ଛି ଛାକର କରା ଯାଇଥିଲା। ଆଜି ପ୍ରଧାନମନ୍ତ୍ରୀ କେତେ ହଳ ଡ୍ରେସ ବଦଲା କରିଛନ୍ତି, ତାର ହିସାବ କିଏ ଦେବ?

ଦେଶପ୍ରେମ ଆମ ଅନ୍ତର ଭିତରେ ଅଛି ଓ ରହିବ।  ନାଟକବାଜିରେ ଦେଶପ୍ରେମର ପ୍ରତିଫଳନ ଘଟେନାଇଁ। ଆଜିର ସମୟରେ ଆମକୁ ବହୁ କଠିନ ପ୍ରଶ୍ନର ଉତ୍ତର ଖୋଜିବାକୁ ପଡିବ। ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଭଳି ଅତ୍ୟନ୍ତ ସୁରକ୍ଷିତ ବଳୟରେ କୁଇଣ୍ଟାଲ ଟେ ଆରଡ଼ିଏକ୍ସ ନେଇ ଗୋଟେ କାର ଆସି ପାରିଲା କେମିତି? ଜୈଶ-ଏ-ଅହମଦ ସଂଗଠନର କାଶ୍ମୀର ୟୁନିଟ କୁ ପୂରା ନିପାତ କରିଦିଆ ଯାଇଛି ବୋଲି କିଛି ଦିନ ତଳେ ଦାବୀ କରାଯାଇଥିଲା, ତାହେଲେ ଏପ୍ରକାର ଆତ୍ମଘାତି ସନ୍ତ୍ରାସବାଦୀଙ୍କ ଗୋଷ୍ଠୀ ଆସିଲେ କେମିତି? ସର୍ଜିକାଲ ଷ୍ଟ୍ରାଇକ ପରେ ସୀମା ସେପାଖେ ଆତଙ୍କବାଦୀ ଶିବିର ସବୁ ଧ୍ଵଂସ ହୋଇ ଯାଇଛି ଓ ବିମୁଦ୍ରାକରଣ ପରେ କାଶ୍ମୀର ସନ୍ତ୍ରାସବାଦୀଙ୍କ ଅଣ୍ଟା ଭାଙ୍ଗି ଯାଇଛି ବୋଲି ଯାହା କୁହା ଯାଉଥିଲା, ସେ ଦାବି ସବୁ ଜୁମଲା ଥିଲା କି?

ଆଜିର ସଙ୍କଟଜନକ ସମୟରେ ଆମକୁ ଏ ସବୁ ପ୍ରଶ୍ନ ପଚାରିବାକୁ ପଡିବ। ଆମ ଶହୀଦଙ୍କ ରକ୍ତର ମୂଲ୍ୟ  ଯେମିତି ନିର୍ବାଚନୀ ପାଣ୍ଠି ଭାବରେ ବ୍ୟବହୃତ ନହୁଏ ସେଥି ପ୍ରତି ସତର୍କ ନଜର ରଖିବା ପ୍ରତ୍ୟେକ ଦେଶପ୍ରେମୀ ନାଗରିକଙ୍କ ପ୍ରାଥମିକ କର୍ତ୍ତବ୍ୟ ହେବା ଉଚିତ।

crpf thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଉପରାଷ୍ଟ୍ରପତି ନିର୍ବାଚନ: ପ୍ରଧାନମନ୍ତ୍ରୀ ମୋଦି ଦେଲେ ଭୋଟ୍

September 9, 2025

ଭାରତ ଓ ଇସ୍ରାଏଲ ସରକାରଙ୍କ ମଧ୍ୟରେ ଦ୍ୱିପାକ୍ଷିକ ନିବେଶ ଚୁକ୍ତିନାମା ସ୍ବାକ୍ଷରିତ

September 9, 2025

ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ତୁରନ୍ତ କରିବା ପାଇଁ ଦାବୀ କଲା ପ୍ରଦେଶ କଂଗ୍ରେସ, ହେଲେ କାହିଁକି ?

September 8, 2025

ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ବିଜେଡି କଲା ବଡ ଘୋଷଣା, ନିଆଗଲା ଏହି ନିଷ୍ପତି

September 8, 2025
Latest News

‘ଆମେ ନିଶ୍ଚିତ ଜିତିବୁ’: ଭୋଟ ଦେବା ପୂର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ବଡ ଦାବି

September 9, 2025

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରୀ, ତେବେ ଜଣେ ପ୍ରାର୍ଥୀ ଜିତିବାକୁ କେତେ ଭୋଟ ଆବଶ୍ୟକ

September 9, 2025

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ: ୧୩ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ: ପ୍ରଧାନମନ୍ତ୍ରୀ ମୋଦି ଦେଲେ ଭୋଟ୍

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.