Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»“ଚାଣକ୍ୟ” ର ଭବିଷ୍ୟବାଣୀ, ୨୦୧୯ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ଅସମ୍ଭବ, ହେଲେ ଓଡିଶାରେ ପୁନଶ୍ଚ ବିଜେଡି ସରକାର!
ମତାମତ

“ଚାଣକ୍ୟ” ର ଭବିଷ୍ୟବାଣୀ, ୨୦୧୯ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ଅସମ୍ଭବ, ହେଲେ ଓଡିଶାରେ ପୁନଶ୍ଚ ବିଜେଡି ସରକାର!

March 12, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଯେଉଁ ନିର୍ବାଚନ ପଣ୍ଡିତମାନେ ଭବିଷ୍ୟବାଣୀ କରୁଥିଲେ, ସମସ୍ତଙ୍କର ବିଶ୍ଵାସ ଥିଲା ଯେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଭାରତୀୟ ଜନତା ପାର୍ଟିର ସରକାର ଗଠିତ ହେବ, କିନ୍ତୁ ସେ ସରକାରକୁ ହୁଏତ ପୂର୍ଣ୍ଣ ବହୁମତ ମିଳିବ ନାହିଁ। ସେଥିରେ ଏକମାତ୍ର ବ୍ୟତିକ୍ରମ ଥିଲା “ଚାଣକ୍ୟ’’। ଆରଏନବି ରିସର୍ଚ୍ଚ ନାଁରେ ପଞ୍ଜିକୃତ “ଚାଣକ୍ୟ” ସେତେବେଳେ ଭବିଷ୍ୟବାଣୀ କରିଥିଲା ଯେ କେବଳ ବିଜେପିକୁ ୨୦୧୪ ରେ ୨୯୧ ଟି ଆସନ ଓ କଂଗ୍ରେସକୁ ୫୭ ଟି ଆସନ ମିଳିବ। ଫଳାଫଳ ବାହାରିଲା ପରେ ଦେଖାଗଲା “ଚାଣକ୍ୟ” ର ଭବିଷ୍ୟବାଣୀ ପ୍ରାୟ ସତ୍ୟ ପ୍ରମାଣିତ ହୋଇଛି। ବାସ୍ତବରେ ବିଜେପିକୁ ୨୮୨ ଓ କଂଗ୍ରେସକୁ ୪୪ ଟି ଆସନ ମିଳିଥିଲା। ସେହିପରି ୨୦୧୩ ଦିଲ୍ଲୀ ବିଧାନସଭା ନିର୍ବାଚନ ବିଷୟରେ ମଧ୍ୟ ଏହି ସଂସ୍ଥାର ଭବିଷ୍ୟବାଣୀ ସତ୍ୟ ସାବ୍ୟସ୍ତ ହୋଇଥିଲା। ତେଣୁ “ଚାଣକ୍ୟ” ବର୍ତ୍ତମାନ ସମୟରେ ଟେଲିଭିଜନ ଜଗତରେ  ସବୁଠୁ ବିଶ୍ଵସ୍ତ ନିର୍ବାଚନ ବିଶ୍ଳେଷକ ବୋଲି କୁହାଯାଉଛି।

୨୦୧୯ ନିର୍ବାଚନ ଘୋଷଣା ହେବାର ସପ୍ତାହେ ଆଗରୁ “ଚାଣକ୍ୟ” ୨୦୧୯ ନିର୍ବାଚନ ସମ୍ପର୍କରେ ଯେଉଁ ଭବିଷ୍ୟବାଣୀ କରିଛି ତାହା ବିଜେପି ପାଇଁ ଅତ୍ୟନ୍ତ ନୈରାଶ୍ୟଜନକ। ପୁଲବାମା ଘଟନା ପରେ ଜାତୀୟତାବାଦର ହାୱା ବୋହୁଛି ଓ ସେହି ହାୱାରେ ମୋଦୀ ସରକାର ପୁଣିଥରେ ନିର୍ବାଚନ ଜିତିଯିବେ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା, ସେ ଚର୍ଚ୍ଚାରେ “ଚାଣକ୍ୟ’ ପାଣି ଢାଳି ଦେଇଛି। ପୁଲବାମା ପରବର୍ତ୍ତୀ ସମୟର ଜନମତକୁ ବିଶ୍ଳେଷଣ କରି “ଚାଣକ୍ୟ”ର ପାର୍ଥ ଦାସ ଘୋଷଣା କରିଛନ୍ତି ଯେ ଏହି ନିର୍ବାଚନରେ ନରେନ୍ଦ୍ର ମୋଦୀ ପୁଣିଥରେ ସରକାର ଗଢିବାର ସମ୍ଭାବନା ଅତ୍ୟନ୍ତ କ୍ଷୀଣ । ସଂସ୍ଥା ତରଫରୁ ପାର୍ଥ ଦାସ ତାଙ୍କ ଟୁଇଟର ୱାଲ ରେ ରାଜ୍ୟୱାରି ଜୟ ପରାଜୟର ଭବିଷ୍ୟବାଣୀ କରିଛନ୍ତି। ଏହି ନିର୍ବାଚନରେ ବିଜେପି ନେତୃତ୍ଵରେ ଏନଡିଏ ମାତ୍ର ୧୯୮ , କଂଗ୍ରେସ ନେତୃତ୍ଵରେ ୟୁପିଏ ୨୦୫ ଓ ଅନ୍ୟମାନେ ୧୪୦ ଟି ଆସନ ପାଇବେ ବୋଲି କୁହାଯାଇଛି। ବିଜେପି ୧୪୦-୧୫୦ ଆସନ ଭିତରେ ସୀମିତ ରହିପାରେ ବୋଲି ଏହି ସଂସ୍ଥା ଭବିଷ୍ୟବାଣୀ କରିଛି।

ରାଜ୍ୟୱାରି ଗଣନାରେ ବିଜେପିକୁ ଉତ୍ତର ପ୍ରଦେଶରେ ସବୁଠୁ ବେଶୀ କ୍ଷତି ପହଞ୍ଚିପାରେ। ଏହି ସର୍ବେକ୍ଷଣ ଅନୁଯାୟୀ ୟୁପିରେ ଏନଡିଏ କୁ ୨୫, ୟୁପିଏ କୁ ୭ ଓ ଅନ୍ୟାନ୍ୟ ଅର୍ଥାତ ବହୁଜନ ସମାଜ ପାର୍ଟି+ସମାଜବାଦୀ ପାର୍ଟି+ରାଷ୍ଟ୍ରୀୟ ଲୋକଦଳ କୁ ୪୯ ଟି ଆସନ ମିଳିବ। ବିହାରରେ ଏନଡିଏ ୨୫ ଓ ୟୁପିଏ ୧୫, ପଶ୍ଚିମବଙ୍ଗରେ ଏନଡିଏ ୪, ୟୁପିଏ ୨ ଓ ତୃଣମୂଳ କଂଗ୍ରେସ ୩୬, ତାମିଲନାଡୁରେ ଏନଡିଏ ୪, ୟୁପିଏ ୩୬, ମହାରାଷ୍ଟ୍ରରେ ଏନଡିଏ ୩୦, ୟୁପିଏ ୧୮, ମଧ୍ୟ ପ୍ରଦେଶରେ ଏନଡିଏ ୧୮, ୟୁପିଏ ୧୧, କର୍ଣ୍ଣାଟକ ରେ ଏନଡିଏ ୧୪ , ୟୁପିଏ ୧୪, ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ଏନଡିଏ ୧୦ ଓ ୟୁପିଏ ୧୫ ଆସନ ପାଇ ପାରନ୍ତି।

ଓଡିଶା ପ୍ରସଙ୍ଗରେ “ଚାଣକ୍ୟ”ର ଭବିଷ୍ୟବାଣୀ ହେଉଛି, ଏଠାରେ ଶାସକ ବିଜୁ ଜନତା ଦଳର ପ୍ରାଧାନ୍ୟ ବଜାୟ ରହିବ। ଓଡିଶାରେ ବିଜୁ ଜନତା ଦଳକୁ ୧୫, ବିଜେପିକୁ ୪ ଓ କଂଗ୍ରେସକୁ ୨ ଟି ଆସନ ମିଳିବ ବୋଲି କୁହା ଯାଇଛି। କେବଳ ରିପବ୍ଲିକ ଟିଭି (ଯାହାକି ବିଜେପିର ମୁଖପାତ୍ର ଭଳି କାମ କରେ) କୁ ବାଦ ଦେଲେ ବାକି ପ୍ରାୟ ସବୁ ନିର୍ବାଚନୀ ସର୍ବେକ୍ଷଣରେ ଓଡିଶାର ଚିତ୍ର ପାଖାପାଖି ଏୟା ହିଁ ହେବ ବୋଲି ଅନୁମାନ କରିଛନ୍ତି।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇ “ଚାଣକ୍ୟ” କହିଛି ଯେ ୨୦୧୪ ନିର୍ବାଚନ ବେଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତାର ଅନୁପାତ ଥିଲା ୫୩:୧୮ ଅର୍ଥାତ ଲୋକପ୍ରିୟତାର ବ୍ୟବଧାନ ହାର ଥିଲା ୩୫%। ସମ୍ପ୍ରତି ଏହି ଅନୁପାତ ହାର ବଦଳିଛି ଓ ମୋଦୀ ତଥା ରାହୁଲଙ୍କ ଭିତରେ ୫୨:୩୩ ଅର୍ଥାତ ବ୍ୟବଧାନ ହାର ୧୯% କୁ ଖସି ଆସିଛି। ନିର୍ବାଚନ ସମୟରେ ପ୍ରଚାର ଓ ତାର ଗ୍ରହଣଶୀଳତାକୁ ନେଇ ଏଇ ହାର ବଢିବା କମିବାର ସମ୍ଭାବନା ମଧ୍ୟ ରହିଛି। ନିଜର ଚୂଡାନ୍ତ ରିପୋର୍ଟରେ “ଚାଣକ୍ୟ” କହିଛି ଯେ ନିର୍ବାଚନ ପରବର୍ତ୍ତୀ ସମୀକରଣକୁ ଦେଖିଲେ ଏନଡିଏ ୨୪୭ ଓ ୟୁପିଏ ୨୯୬ ଆସନ ପାଇପାରନ୍ତି । ଏହାର ଅର୍ଥ ହେଉଛି ୨୦୧୯ ରେ ସରକାର ବଦଳିବାର ସମ୍ଭାବନା ଅଧିକ।

ତେବେ ଏହି ଭବିଷ୍ୟବାଣୀ ଆମର ନୁହେଁ। ଆମେ କେବଳ “ଚାଣକ୍ୟ” ସଂସ୍ଥାର ପ୍ରମୁଖ ନିର୍ବାଚନୀ ପଣ୍ଡିତ ପାର୍ଥ ଦାସଙ୍କ ମତକୁ ଅବିକଳ ଆପଣମାନଙ୍କ ପାଖରେ ରଖିଛୁ। ଏହାର ସତ୍ୟତା ଅବଶ୍ୟ ମଇ ୨୩ ତାରିଖରେ ଜଣାପଡିବ।

Share. Facebook Twitter LinkedIn Email WhatsApp Copy Link

Related Posts

ନୂତନ ବିହନ ଆଇନ ସଂକ୍ରାନ୍ତରେ ସୂଚନା ପ୍ରଦାନ କଲେ କେନ୍ଦ୍ର କୃଷିମନ୍ତ୍ରୀ

January 16, 2026

ଷ୍ଟାର୍ଟଅପଗୁଡ଼ିକର ସାହସ, ଆତ୍ମବିଶ୍ୱାସ ଏବଂ ନବସୃଜନ ଭାରତର ଭବିଷ୍ୟତକୁ ଗଢ଼ି ତୋଳିଛି: ପ୍ରଧାନମନ୍ତ୍ରୀ

January 16, 2026

Sisira Sarasa in Bhubaneswar: କିଣାକିଣି କରିବାରେ ଲୋକଙ୍କ ବଢୁଛି ଆଗ୍ରହ

January 16, 2026

ଭାରତରେ ଗଣତନ୍ତ୍ରର ଅର୍ଥ ହେଉଛି ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ସେବା ପହଞ୍ଚାଇବା: ପ୍ରଧାନମନ୍ତ୍ରୀ

January 16, 2026
Latest News

ସିବିସି ଏବଂ ପିଆଇବି ଭୁବନେଶ୍ବର ପକ୍ଷରୁ ସ୍ୱଚ୍ଛତା ପଖୱାଡା ପାଳିତ

January 16, 2026

ଆଇଆଇଏମସି ଢେଙ୍କାନାଳ ପକ୍ଷରୁ ଦୁଇଟି ନୂଆ ସ୍ନାତକୋତ୍ତର ପାଠ୍ୟକ୍ରମ ଘୋଷଣା

January 16, 2026

ନୂତନ ବିହନ ଆଇନ ସଂକ୍ରାନ୍ତରେ ସୂଚନା ପ୍ରଦାନ କଲେ କେନ୍ଦ୍ର କୃଷିମନ୍ତ୍ରୀ

January 16, 2026

ଏବେ ବ୍ୟାଟସମ୍ୟାନ କରିବେ ନାହିଁ ଫିଲ୍ଡିଂ!: ବଦଳିଯିବ ଲିଗ୍ କ୍ରିକେଟର ଦୃଶ୍ୟପଟ

January 16, 2026

ଷ୍ଟାର୍ଟଅପଗୁଡ଼ିକର ସାହସ, ଆତ୍ମବିଶ୍ୱାସ ଏବଂ ନବସୃଜନ ଭାରତର ଭବିଷ୍ୟତକୁ ଗଢ଼ି ତୋଳିଛି: ପ୍ରଧାନମନ୍ତ୍ରୀ

January 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.