Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂତନ ବର୍ଷର ଆନ୍ତର୍ଜାତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଜାଣନ୍ତୁ ଭାରତୀୟ ଦଳର ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ
ଆଜିର ଖବର

ନୂତନ ବର୍ଷର ଆନ୍ତର୍ଜାତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଜାଣନ୍ତୁ ଭାରତୀୟ ଦଳର ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ

January 1, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ବରେ ଲକ୍ଷାଧିକ ଲୋକଙ୍କ ଜୀବନ ନେଇଛି। ବିଶ୍ଵର ସବୁ କ୍ଷେତ୍ର, ସବୁ ବର୍ଗର ଲୋକଙ୍କୁ ଅନେକ କ୍ଷତି ପହଞ୍ଚାଇଛି ଏହି ମହାମାରୀ। ଏହା ଯୋଗୁଁ ଖେଳାଳି ଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସବୁ ବର୍ଗର ଲୋକ ପ୍ରଭାବିତ ହୋଇଛନ୍ତି।

ତେବେ ଏହି କରୋନା ଭୂତାଣୁ ଯୋଗୁଁ ଜାପାନ ଠାରେ ଅଲମ୍ପିକ ଖେଳ ମଧ୍ୟ ବନ୍ଦ ହୋଇଥିଲା। ସେହିପରି ବହୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। କିନ୍ତୁ ୨୦୨୧ ମସିହାରେ ଭାରତୀୟ କ୍ରିକେଟ ଦଳର ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ଥିବା ଜଣାପଡିଛି।ଚଳିତ ବର୍ଷ ୧୪ ଟେଷ୍ଟ, ୧୬ ଟି ଦିନିକିଆ ଓ ୨୩ ଟି ୨୦ ଆନ୍ତର୍ଜାତୀୟ ମୁକାବିଲାରେ ଭାରତ ଅଂଶଗ୍ରହଣ କରିବା ନେଇ ସୂଚନା ରହିଛି।

ଅଷ୍ଟ୍ରେଲିଆ ଗସ୍ତ: ଚଳିତ ଅଷ୍ଟ୍ରେଲିଆ- ଭାରତ ସିରିଜ ପାଇଁ ଆଉ ମାତ୍ର ଦୁଇଟ ଟେଷ୍ଟ ଖେଳାଯିବାକୁ ବାକି ଥିବା ବେଳେ ଏହା ଆସନ୍ତା ୧୪ ତାରିଖରେ ଶେଷ ହେବ।

ଇଂଲଣ୍ଡର ଭାରତ ଗସ୍ତ: ଇଂଲଣ୍ଡ ଟିମ୍ ଫେବୃୟାରୀ-ମାର୍ଚ୍ଚ ମାସରେ ଭାରତ ଗସ୍ତରେ ଆସିବ। ଏହି ଗସ୍ତରେ ୪ ଟି ଟେଷ୍ଟ ଖେଳାଯିବ। ଫେବୃୟାରୀ ୫ରୁ ପ୍ରଥମ, ୧୩ରୁ ଦ୍ୱିତୀୟ, ୨୪ରୁ ତୃତୀୟ ଓ ୪ ମାର୍ଚ୍ଚରୁ ୪ର୍ଥ ଟେଷ୍ଟ ଖୋଳାଯିବ। ସେହିପରି ୫ ଟି-୨୦( ମାର୍ଚ୍ଚ ୧୨, ୧୪, ୧୬, ୧୮, ୨୦) ଓ ୩ ଦିନିକିଆ ମ୍ୟାଚ( ମାର୍ଚ୍ଚ ୨୩, ୨୬ ଓ ୨୮) ଖେଳାଯିବ।

ଆଇପିଏଲ ୨୦୨୧: ଆଇପିଏଲର ୧୪ ତମ ସଂସ୍କରଣ ଏପ୍ରିଲ ମାସରୁ ମେ ମାସ ମଧ୍ୟରେ ଆୟୋଜିତ ହେବ।

ଭାରତର ଶ୍ରୀଲଙ୍କା ଗସ୍ତ: ଭାରତ ଜୁନ-ଜୁଲାଇ ମଧ୍ୟରେ ଶ୍ରୀଲଙ୍କା ଗସ୍ତ କରିବ। ସେଠାରେ ୩ ଟି ଦିନିକିଆ ଓ ୫ ଟି ଟି-୨୦ ମ୍ୟାଚ ଖେଳାଯିବ । ସିରିଜ ଶେଷ ହେବା ପରେ ସେଠାରେ ଏସିଆ କପ ମଧ୍ୟ ଖେଳିବ।

ଭାରତର ଜିମ୍ବାୱେ ଗସ୍ତ: ଜୁଲାଇରେ ଭାରତୀୟ ଟିମ୍ ଜିମ୍ବାୱେ ଗସ୍ତରେ ଯିବ।

ଇଂଲଣ୍ଡ ଗସ୍ତ: ଭାରତ ଅଗଷ୍ଟ-ସେପ୍ଟମ୍ବର ମଧ୍ୟରେ ଇଂଲଣ୍ଡ ଗସ୍ତରେ ଯିବ। ସେଠାରେ ୫ଟି ଟେଷ୍ଟ ମ୍ୟାଚ ଖେଳାଯିବ।

ଦକ୍ଷିଣ ଆଫ୍ରିକାର ଭାରତ ଗସ୍ତ: ଦକ୍ଷିଣ ଆଫ୍ରିକା ଅକ୍ଟୋବରରେ ଭାରତ ଗସ୍ତରେ ଆସିବ।

ଆଇସିସି ଟି୨୦ ବିଶ୍ୱକପ ଆୟୋଜନ: ଦକ୍ଷିଣ ଆଫ୍ରିକା ସିରିଜ ପରେ ଆଇସିସି ଟି୨୦ ବିଶ୍ୱକପ ଆରମ୍ଭ ହେବ। ଏହି ମେଗା ଟୁର୍ଣ୍ଣାମେଂଟ ଭାରତରେ ଆୟୋଜନ କରାଯିବ।

ନ୍ୟୁଜିଲାଣ୍ଡର ଭାରତ ଗସ୍ତ: ତା’ପରେ ନ୍ୟୁଜିଲାଣ୍ଡ ନଭେମ୍ବର-ଡିସେମ୍ବର ମାସରେ ଭାରତ ଗସ୍ତରେ ଆସିବ। ସେହି ସମୟରେ୨ଟି ଟେଷ୍ଟ, ୩ ଟି ଟି-୨୦ ଖେଳାଯିବ।

ଦକ୍ଷିଣ ଆଫ୍ରିକା ଗସ୍ତ: ଭାରତୀୟ ଦଳ ବର୍ଷର ଶେଷ ଭାଗରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ। ସେଠାରେ ୩ ଟି ଟେଷ୍ଟ, ୩ ଟି ଟି୨୦ ଖେଳିବ।

indian cricket team international cricket
Share. Facebook Twitter LinkedIn Email WhatsApp Copy Link

Related Posts

ସାକେତ କୋର୍ଟ କୋଠାରୁ ଡେଇଁ ଜଣେ କର୍ମଚାରୀଙ୍କ ଆତ୍ମହତ୍ୟା: ମିଳିଲା ସୁଇସାଇଡ ନୋଟ୍

January 9, 2026

ସୁଧୁରୁନି ବାଂଲାଦେଶ: ପୁଣିଥରେ ଭାରତ ବିରୋଧରେ ICC କୁ ପଠାଇଲା ଚିଠି

January 9, 2026

ନାଚୁଣୀ: ଆସନ୍ତା ୧୧ରେ ମାଗଣା ସ୍ବାସ୍ଥ୍ୟ ଶିବିର ଓ ଔଷଧ ବଣ୍ଟନ କାର୍ଯ୍ୟକ୍ରମ, ଉଦଘାଟନ କରିବେ ଆଇନ ମନ୍ତ୍ରୀ

January 9, 2026

‘ମୁଁ ନେହେରୁଙ୍କ ବଡ଼ ପ୍ରଶଂସକ, କିନ୍ତୁ ସମସ୍ତ ନୀତିକୁ ସମର୍ଥନ କରେ ନାହିଁ’: କଂଗ୍ରେସ ସାଂସଦ ଶଶି ଥରୁର

January 9, 2026
Latest News

ସାକେତ କୋର୍ଟ କୋଠାରୁ ଡେଇଁ ଜଣେ କର୍ମଚାରୀଙ୍କ ଆତ୍ମହତ୍ୟା: ମିଳିଲା ସୁଇସାଇଡ ନୋଟ୍

January 9, 2026

ସୁଧୁରୁନି ବାଂଲାଦେଶ: ପୁଣିଥରେ ଭାରତ ବିରୋଧରେ ICC କୁ ପଠାଇଲା ଚିଠି

January 9, 2026

ନାଚୁଣୀ: ଆସନ୍ତା ୧୧ରେ ମାଗଣା ସ୍ବାସ୍ଥ୍ୟ ଶିବିର ଓ ଔଷଧ ବଣ୍ଟନ କାର୍ଯ୍ୟକ୍ରମ, ଉଦଘାଟନ କରିବେ ଆଇନ ମନ୍ତ୍ରୀ

January 9, 2026

‘ମୁଁ ନେହେରୁଙ୍କ ବଡ଼ ପ୍ରଶଂସକ, କିନ୍ତୁ ସମସ୍ତ ନୀତିକୁ ସମର୍ଥନ କରେ ନାହିଁ’: କଂଗ୍ରେସ ସାଂସଦ ଶଶି ଥରୁର

January 9, 2026

‘ଚାକିରି ବଦଳରେ ଜମି’ ମାମଲା: ଲାଲୁ ଯାଦବଙ୍କ ପରିବାରକୁ ବଡ଼ ଝଟକା ଦେଲେ କୋର୍ଟ

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.