
ନୂଆଦିଲ୍ଲୀ: ଆଗାମୀ ଆଇପିଏଲ (ଇଣ୍ଡିଆନ ପି୍ରମିୟର ଲିଗ) ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ଆଇପିଏଲର ପରିଚାଳନା ପରିଷଦ ସଦସ୍ୟ ଏବଂ ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲଙ୍କ ମଧ୍ୟରେ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି। ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଆଗାମୀ ଆଇପିଏଲ ପାଇଁ ଯୋଜନା ଓ ପ୍ରସ୍ତୁତ ଉପରେ ଆଲୋଚନା ହୋଇଛି। ଏହି ପ୍ରରିପ୍ରେକ୍ଷୀରେ ୮ ଟି ଦଳର ଫ୍ରାଞ୍ଚାଇଜଙ୍କ ପାଇଁ ନିୟମାବଳୀ ଜାରି କରାଯାଇଛି।
ଆଇପିଏଲ ପରିଚାଳନା ପରିଷଦର ନିଷ୍ପତ୍ତି ମୁତାବକ, ଜାନୁଆରୀ ୨୧ ତାରିଖ ସୁଦ୍ଧା ଫ୍ରାଞ୍ଚାଇଜ ଗୁଡ଼ିକ କେଉଁ ଖେଳାଳିଙ୍କୁ ନିଜ ପାଖରେ ରଖିବେ ଏବଂ କାହାକୁ ଛାଡ଼ିବେ ସେମାନଙ୍କ ନାମ ଦାଖଲ କରିପାରିବେ। ଖେଳାଳି କିଣାବିକା ତଥା ଅଦଳ ବଦଳ ପ୍ରକ୍ରିୟାର ଶେଷ ତାରିଖ ଫେବୃୟାରୀ ୪ ପାଇଁ ଧାର୍ଯ୍ୟ କରାଯାଇଛି। ଆଇପିଏଲ ଦଳ ଗୁଡିକ ପାଇଁ ଖେଳାଳିଙ୍କ ବାବଦରେ ଉପଲବ୍ଧ ୮୫ କୋଟି ଟଙ୍କାରେ କୌଣସି ବୃଦ୍ଧି କରାଯିବ ନାହିଁ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଏ ନେଇ ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ସୂଚନା ଦେଇଛନ୍ତି।