ନୂଆଦିଲ୍ଲୀ: ଆଜି ଅଷ୍ଟ୍ରେଲିଆକୁ ଧୁଳି ଚଟାଇବା ପରେ ଆଗାମୀ ଇଂଲଣ୍ଡ ସିରିଜ ପାଇଁ ଭାରତୀୟ ଦଳର ମନୋବଳ ବଢିଛି। ଏହି ସିରିଜ ଶେଷ ହେବା ସହ ଆସନ୍ତା ଫେବୃୟାରୀ ୫ ତାରିଖରୁ ଟେଷ୍ଟ ଖେଳିବା ନେଇ ଇଂଲଣ୍ଡ ଦଳ ଭାରତ ଆସୁଛି। ଭାରତୀୟ ଦଳ ନିଜ ଘରୋଇ ପିଚରେ ଖେଳିବା ନେଇ ବହୁତ ଉତ୍ସାହିତ ଅଛି। ଏଥିପାଇଁ ଭାରତୀୟ ଦଳର ୧୮ ଜଣିଆ ଖେଳାଳୀକୁ ମନୋନୀତ କରାଯାଇଛି।
ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ। ହେଲେ ଚୟନ କମିଟି ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଖେଳାଳି ଚୟନ କରିଛି। ଅଷ୍ଟ୍ରେଲିଆରେ କ୍ରମାଗତ ବିଫଳ ହୋଇଥିବା ପୃଥ୍ବୀ ଶ’ ଙ୍କୁ ଦଳରୁ ବାଦ ଦିଆଯାଇଛି। ସେହିପରି ଆହତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆ ସିରିଜର ଅଧାରୁ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଥିବା ମହମ୍ମଦ ଶାମି, ରବୀନ୍ଦ୍ର ଜାଡେଜା, ଉମେଶ ଯାଦବ ଓ ହନୁମା ବିହାରୀଙ୍କୁ ଇଂଲଣ୍ଡ ବିପକ୍ଷ ସ୍କ୍ୱାଡରେ ସାମିଲ କରାଯାଇ ନାହିଁ। ଶେଷ ଟେଷ୍ଟରେ ଭାରତ ପାଇଁ ଡେବ୍ୟୁ କରିଥିବା ଦ୍ରୁତ ବୋଲର ଟି ନଟରାଜନ ମଧ୍ୟ ୧୮ ଜଣିଆ ସ୍କ୍ୱାଡରେ ସ୍ଥାନ ପାଇ ନାହାନ୍ତି।
ଭାରତୀୟ ଦଳର ୧୮ ଜଣିଆ ମନୋନୀତ ଖେଳାଳୀ:
ରୋହିତ ଶର୍ମା, ଶୁବମନ ଗିଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି(ଅଧିନାୟକ), ଅଜିଙ୍କ୍ୟ ରାହଣେ(ଉପ ଅଧିନାୟକ), ଋଷଭ ପନ୍ତ, ରିଦ୍ଧିମାନ ସାହା, ହାର୍ଦ୍ଦିକ ପାଣ୍ଡ୍ୟା, କେଏଲ ରାହୁଲ, ଯଶପ୍ରୀତ ବୁମ୍ରା, ଈଶାନ୍ତ ଶର୍ମା, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର, ରବିଚନ୍ଦ୍ର ଅଶ୍ୱିନ, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ