ପ୍ରଧାନମନ୍ତ୍ରୀଙ୍କ ନାମରେ ନାମିତ ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଣ୍ଡିୟମ ହେଲା ଉଦଘାଟିତ

Published: Feb 24, 2021, 2:27 pm IST

ଅହମଦାବାଦ: ଗୁଜୁରାଟର ଅହମଦାବାଦରେ ଉଦଘାଟିତ ହେଲା ବିଶ୍ୱର ବୃହତ କ୍ରିକେଟ ଷ୍ଟାଡିୟମ। ବୁଧବାର ଦିନ ଏହାକୁ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ୍ ଶାହା, କ୍ରୀଡାମନ୍ତ୍ରୀ କିରଣ ରିଜ୍ଜୁ, ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ ନୀତିନ୍ ପଟେଲ ଉପସ୍ଥିତ ଥିଲେ।

ଏହି ଷ୍ଟାଡିୟମର ନାମ ବଦଳାଯାଇ ନରେନ୍ଦ୍ର ମୋଦି ଷ୍ଟାଡିୟମ ନାମରେ ନାମିତ କରାଯାଇଛି। ଏହି ଷ୍ଟାଣ୍ଡିୟମରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବର୍ତ୍ତମାନ ଏହି ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ସିରିଜ୍ ଖେଳାଯିବ।

Related posts