Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିନିୟର ନାସନାଲ ଟେନିସ୍ କ୍ରିକେଟ ଚମ୍ପିୟାନସିପ: ୧୬ ଜଣିଆ ଓଡିଶା ଦଳ ଘୋଷିତ
ଆଜିର ଖବର

ସିନିୟର ନାସନାଲ ଟେନିସ୍ କ୍ରିକେଟ ଚମ୍ପିୟାନସିପ: ୧୬ ଜଣିଆ ଓଡିଶା ଦଳ ଘୋଷିତ

February 25, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଟେନିସ୍ କ୍ରିକେଟ ଆସୋସିଏସନ ଅଫ ଇଣ୍ଡିଆର ଆହ୍ୱାନ କ୍ରମେ ୫ମ ସିନିୟର ନାସନାଲ ଟେନିସ୍ କ୍ରିକେଟ ଚମ୍ପିୟାନସିପ ୨୦୨୧ (ପୁରୁଷ) ଚଣ୍ଡିଗଡ଼ରେ ଚଳିତ ମାସ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଅଛି। ଏଥିପାଇଁ ଟେନିସ୍ କ୍ରିକେଟ ଆସୋସିଏସନ ଅଫ ଓଡ଼ିଶା ତରଫରୁ ଗତ ଫେବୃୟାରୀ ୬ ଓ ୭ ତାରିଖରେ ଏକ ଖେଳାଳୀ ଚୟନ ପ୍ରକ୍ରିୟା ପୋଖରୀପୁଟ ବିହାରୀଲାଲ ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଥିଲା।

ଏହି ଚୟନ ପ୍ରକ୍ରିୟାରେ ରାଜ୍ୟର ୧୭ଟି ସ୍ୱୀକୃତିପ୍ରାପ୍ତ ଜିଲ୍ଲା ଅଂଶଗ୍ରହଣ କରିଥିଲେ। ପ୍ରତି ଜିଲ୍ଲାରୁ ୫ଜଣ ପ୍ରତିଭାବାନ ଖେଳାଳୀ ଏଥିରେ ଭାଗ ନେଇଥିଲେ। ତନ୍ମଧ୍ୟରୁ ୮ଟି ଜିଲ୍ଲା ଯଥାକ୍ରମେ କେନ୍ଦ୍ରାପଡ଼ା, ଭୁବନେଶ୍ୱର, ପୁରୀ, ଗଞ୍ଜାମ, ଗଜପତି, ଅନୁଗୁଳ, ଢେଙ୍କାନାଳ ଏବଂ କଟକରୁ ଭାଗ ନେଇଥିବା ଖେଳାଳୀମାନଙ୍କ ମଧ୍ୟରୁ ଭୁବନେଶ୍ୱରୁ ୬ଜଣ ଖେଳାଳୀ ମନୋନୀତ ହୋଇଥିବା ବେଳେ କେନ୍ଦ୍ରାପଡ଼ାରୁ ୨ଜଣ, ପୁରୀରୁ ଜଣେ, ଅନୁଗୁଳୁରୁ ଜଣେ, ଢେଙ୍କାନାଳରୁ ଜଣେ, ଗଜପତିରୁ ଜଣେ, ଗଞ୍ଜାମରୁ ଜଣେ, ଖୋର୍ଦ୍ଧାରୁ ୩ଜଣ।

ଏହି ୧୬ଜଣିଆ ଖେଳାଳୀଙ୍କୁ ନେଇ ଏକ ୫ ଦିନିଆ ପ୍ରିଶିକ୍ଷଣ ଶିବିର ପୋଖରୀପୁଟସ୍ଥିତ ବିହାରୀଲାଲ ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଥିଲା। ଏହି ୧୬ଜଣିଆ ଖେଳାଳୀ ଦଳ ସହିତ ମ୍ୟାନେଜର ଗତ ୨୩.୦୨.୨୦୨୧ରିଖରେ ପୁରୁଷୋତ୍ତମ ଏକ୍ସପ୍ରେସ ଟ୍ରେନ ଯୋଗେ ଯାତ୍ରା କରିଛନ୍ତି। ଏହି ଚୟନ ପ୍ରକ୍ରିୟା ସିଲେକ୍ସନ କମିଟି ଏବଂ ବୋର୍ଡ଼ ମେମ୍ବରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପୂର୍ଣ୍ଣ ହୋଇଥିଲା। ଏହି ୧୬ଜଣିଆ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ପାଇଁ ବିହାରୀଲାଲ ଷ୍ଟାଡ଼ିୟମରେ ଅନୁଷ୍ଠାନର ପ୍ରତିଷ୍ଠାତା ଶକ୍ତି ମହାନ୍ତି, ଉପେନ୍ଦ୍ର ମହାନ୍ତି ଓ ଅନୁଷ୍ଠାନର ସଭାପତି ବିଜୟ କେତନ ମିଶ୍ର, ସମ୍ପାଦକ କିଶୋର ନାୟକ, ଯୁଗ୍ମ ସମ୍ପାଦକ ସୁନିତା ବର୍ମା ଓ ଗଣେଶ ଜେନା ଉପସ୍ଥିତ ରହି ଖେଳାଳୀମାନଙ୍କୁ ଶୁଭକାମନା ଜ୍ଞାପନ କରିଥିଲେ। ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲା ଆସୋସିଏସନର ସମ୍ପାଦକ ମନୋଜ ବେହେରା ମଧ୍ୟ ଉପସ୍ଥିତ ଥିଲେ ଏବଂ ବହୁ ଖେଳ ଅନୁଷ୍ଠାନରେ ଜଡ଼ିତ ଥିବା ସୁପରିିଚିତ ବ୍ୟକ୍ତି ଓ ଜଣାଶୁଣା ବଡ଼ଭାଇ ବାବୁ ସିଂ, ଅଖି ଭାଇ ଖୋଳାଳୀମାନଙ୍କର ଶୁଭକାମନା କରିଥିଲେ।

ଚୟନ ହୋଇଥିବା ଖେଳାଳୀମାନେ ହେଲେ ବିଘ୍ନେଶ ବିନାୟକ ସାମଲ, ସୁନିଲ କୁମାର ସେଠି (ଅଧିନାୟକ), ଯତିନ କୁମାର ନାୟକ, ଶିବପ୍ରସାଦ ମାଲିଆ, ରତି ରଞ୍ଜନ ପ୍ରଧାନ, ଏମ୍‌. ହୁସେନ ମୁବାରକ, ବିଜୟ କୁମାର ପାତ୍ର (ଉପ ଅଧିନାୟକ), ଦେବାଶିଷ ବିଶ୍ୱାଳ, ପ୍ରଭୁକୃପା ସାମନ୍ତ, ଆଶୁତୋଷ ପ୍ରଧାନ, ବିଶ୍ୱଜିତ ମହାପାତ୍ର, ଲିପୁ ସାହୁ, ଆଲୋକ ବିଶ୍ୱାଳ, ଶୁଭ ରଞ୍ଜନ ସାହୁ, ଶୁଭରଞ୍ଜନ ସାହୁ, ସୁଧାକର ଜାନି ଏବଂ ଏ ମହେଶ୍ୱର ରାଓ।

ଓଡିଶା ଦଳ ଚଣ୍ଡିଗଡ
Share. Facebook Twitter LinkedIn Email WhatsApp Copy Link

Related Posts

Ayush Students Strike: ରାଜ୍ୟର ସରକାରୀ ଆୟୁଷ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦିବାରାତ୍ର ଧାରଣା 

December 2, 2025

ଆଜି ଡିସେମ୍ବର 2 ତାରିଖ ମଙ୍ଗଳବାରରେ ଏହି ପାଞ୍ଚଟି ରାଶିର ବ୍ୟକ୍ତି ହେବେ ଶକ୍ତିଶାଳୀ-Rashifal

December 2, 2025

Konark Sand Art Festival: କୋଣାର୍କରେ ଉଦଘାଟିତ ହେଲା ବାଲୁକା କଳା ଉତ୍ସବ

December 1, 2025

AIDS Awareness Program: ବ୍ରହ୍ମପୁରରେ ଏଡସ ସଚେତନତା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

December 1, 2025
Latest News

Ayush Students Strike: ରାଜ୍ୟର ସରକାରୀ ଆୟୁଷ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦିବାରାତ୍ର ଧାରଣା 

December 2, 2025

ଆଜି ଡିସେମ୍ବର 2 ତାରିଖ ମଙ୍ଗଳବାରରେ ଏହି ପାଞ୍ଚଟି ରାଶିର ବ୍ୟକ୍ତି ହେବେ ଶକ୍ତିଶାଳୀ-Rashifal

December 2, 2025

Subhadra Shakti Mela: କୋଣାର୍କ ଉତ୍ସବ ଅବସରରେ ଉଦଘାଟିତ ହେଲା ସୁଭଦ୍ରା ଶକ୍ତି ମେଳା

December 1, 2025

Konark Sand Art Festival: କୋଣାର୍କରେ ଉଦଘାଟିତ ହେଲା ବାଲୁକା କଳା ଉତ୍ସବ

December 1, 2025

Konark Festival Inauguration: ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେଲା କୋଣାର୍କ ଉତ୍ସବ

December 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.