Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଆଇପିଏଲ୍ ପୂର୍ବରୁ ବୁକିଙ୍କୁ ବଡ଼ ଝଟକା: ମାଷ୍ଟର ମାଇଣ୍ଡ ଗିରଫ
ଅପରାଧ

ଆଇପିଏଲ୍ ପୂର୍ବରୁ ବୁକିଙ୍କୁ ବଡ଼ ଝଟକା: ମାଷ୍ଟର ମାଇଣ୍ଡ ଗିରଫ

February 27, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ନଭେମ୍ବର ମାସରେ ୨୦୨୦ ବର୍ଷର ଆଇପିଏଲ୍ ଶେଷ ହୋଇଥିବାବେଳେ ମାର୍ଚ୍ଚ ମାସରେ ପୁଣି ୨୦୨୧ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏହି ସଂସ୍କରଣ ପୂର୍ବରୁ ଆଇପିଏଲ୍ ବୁକିମାନଙ୍କୁ ବଡ଼ ଝଟକା ଲାଗିଛି। ଆଇପିଏଲ୍ ଲାଇନ୍ ଦେଉଥିବା ମାଷ୍ଟରମାଇଣ୍ଡ ଷ୍ଟକିଷ୍ଟ କୋଲ୍‌କତାର ଦିନେଶ କୁମାର ରାଠି (୪୬) ଗିରଫ ହୋଇଛନ୍ତି। ଏନେଇ ବ୍ରହ୍ମପୁର ପୋଲିସ୍ ଜିଲ୍ଲା ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏସ୍‌ପି ପିନାକ ମିଶ୍ରଙ୍କ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ।

ସୂଚନାଥାଉକି ଆଇପିଏଲ୍ ବ୍ୟାଟିଂ ବାବଦର ଏକ ବଡ଼ ର‌୍ୟାକଟ୍‌କୁ ଗତ ୨୯.୧୦.୨୦୨୦ ତାରିଖରେ ଗୋଷାଣିନୂଆଗାଁ ପୋଲିସ୍ ପର୍ଦ୍ଦାଫାସ୍ କରିଥିଲା। ଏହି ସମୟରେ ଦକ୍ଷିଣ ଓଡ଼ିଶାର ଆଇପିଏଲ୍ ବ୍ୟାଟିଂର ବେତାଜ ବାଦଶାହା ଲାଲି ଆଚାର୍ଯ୍ୟ ଏବଂ କେ. ପ୍ରଶାନ୍ତ କୁମାର ସୁବୁଦ୍ଧି ଗିରଫ ହୋଇଥିଲେ। ପୋଲିସ୍ ଏମାନଙ୍କୁ ନିକଟରୁ ପ୍ରାୟ ୩୨ ଲକ୍ଷ ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା। ଏହାପରେ ବିଶାଳ ଅଗ୍ରୱାଲ୍‌, ଅଜୟ କୁମାର ପଣ୍ଡା, ସଂଜିତ କୁମାର ବେହେରା ଏବଂ ବିକ୍ରେତା ଅଜିତ କୁମାର ବାରଦାକୁ ପୋଲିସ୍ ଗିରଫ କରିଥିଲା। ଏମାନଙ୍କଠାରୁ ବହୁ ମୋବାଇଲ୍ ଫୋନ୍‌, ଏକାଧିକ ଏଟିଏମ୍ କାର୍ଡ଼ ଓ ବାଇକ୍ ଜବତ ହୋଇଥିଲା। ଏମାନଙ୍କୁ ପଚରାଉଚରା ଏବଂ ଅନ୍ୟ ତଥ୍ୟକୁ ଆଧାର କରି ପୋଲିସ୍ ମୁଖ୍ୟ ଷ୍ଟକିଷ୍ଟକୁ ଧରିବା ପାଇଁ ଚେଷ୍ଟା ଚଳାଇ ଆସୁଥିଲା।

ବ୍ରହ୍ମପୁର ଟାଉନ୍‌ଥାନା ପୋଲିସ୍‌, ଗୋଷାଣିନୂଆଗାଁ ପୋଲିସ୍ ଏବଂ ସାଇବର ଥାନା ପକ୍ଷରୁ ଟିମ୍‌ମାନ ଗଠନ ହୋଇ କିଭଳି ଏହି ଲାଇନ୍ ବେପାର ଚାଲୁଛି ସେ ନେଇ ପ୍ରଥମେ ବୁଝିବା ପରେ କଲିକତାରୁ ଏମାନେ ଲାଇନ୍ ଆଣୁଥିବା ବା ଡ଼ିଷ୍ଟ୍ରିିବୁଟର ଥିବା ଜଣାପଡ଼ିଥିଲା। ପରେ ଲାଇନ୍ ଦେଉଥିବା ତଥା ଷ୍ଟକିଷ୍ଟ୍ ଦିନେଶ ଉପରେ ପୋଲିସ୍ ନଜର ରଖିବା ଆରମ୍ଭ କରିଥିଲା। କୋଲକତା ପୋଷ୍ଟା ପୋଲିସ୍ ଷ୍ଟେସନ, ସୋଭାରାମ୍ ବାସାକ୍ ସାହିରୁ ମୁଖ୍ୟ ଅଭିଯୁକ୍ତ ଷ୍ଟକିଷ୍ଟ ଦିନେଶ କୁମାର ରାଠିକୁ ଏହି ଟିମ୍ ଗିରଫ କରିଥିଲା। ତାକୁ ୨୫ ତାରିଖ ଦିନ କୋଲକତା ଏସିଏମ୍‌ଏମ୍ କୋର୍ଟରେ ହାଜର କରିବା ପରେ ଗୋଷାଣିନୂଆଗାଁ ପୋଲିସ୍ ପକ୍ଷରୁ ରିମାଣ୍ଡରେ ବ୍ରହ୍ମପୁରକୁ ଅଣାଯାଇଛି।

ପୋଲିସ୍ ତା’ ନିକଟରୁ ମୋବାଇଲ୍ ଫୋନ୍‌, ସିମ୍ କାର୍ଡ଼, ଲାପ୍‌ଟପ୍ ଏବଂ ଅନ୍ୟାନ୍ୟ କାଗଜପତ୍ର ଜବତ ହୋଇଛି। ଅନୁସନ୍ଧାନ ପରେ ତା’ ପାଖରେ ବହୁ ବ୍ୟାଙ୍କ ଆକାଉଣ୍ଟ ଥିବାବେଳେ ସେଥିରେ ଥିବା ୭୨ଲକ୍ଷ ୯୬ ହଜାର ଟଙ୍କାକୁ ଜବତ କରାଯାଇଛି। ଇତି ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟରୁ ପ୍ରାୟ ୫ କୋଟିରୁ ଉର୍ଦ୍ଧ୍ଵ ଟଙ୍କାକୁ ଅଚଳ କରି ରଖାଯାଇଛି।

ଏହି ଘଟଣାର ଅନୁସନ୍ଧାନ ଜାରି ରହିଥିବା ଏସ୍‌ପି ସୂଚନା ଦେଇଥିବାବେଳେ ଆଇପିଏଲ୍ ପୂର୍ବରୁ ଏଭଳି ମୁଖ୍ୟ ଷ୍ଟକିଷ୍ଟ ଗିରଫ ହେବା ପରେ ବୁକିମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯିବା ସହ ସେମାନେ ବର୍ତ୍ତମାନ ଅଣ୍ଡରଗ୍ରାଉଣ୍ଡ ହେବାକୁ ଆରମ୍ଭ କରିଦେଲେଣି।

ଆଇପିଏଲ୍
Share. Facebook Twitter LinkedIn Email WhatsApp Copy Link

Related Posts

କେରଳର SAI ହଷ୍ଟେଲରେ ଦୁଇ ନାବାଳିକା ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ: ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

January 15, 2026

ମମତା ସରକାରଙ୍କୁ ବଡ଼ ଝଟକା: ED ଅଧିକାରୀଙ୍କ ବିରୁଦ୍ଧରେ FIR ଉପରେ ରୋକ ​​ଲଗାଇଲେ ସୁପ୍ରିମକୋର୍ଟ

January 15, 2026

ଯୁବକଙ୍କୁ ଆତର୍କିତ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

January 15, 2026

National Startup Day 2026: ଶୁକ୍ରବାରରେ ଆରମ୍ଭ ହେବ ଷ୍ଟାର୍ଟଅପ ଦିବସ, ଦିଆଯିବ 20 ଟି ପୁରସ୍କାର 

January 15, 2026
Latest News

କେରଳର SAI ହଷ୍ଟେଲରେ ଦୁଇ ନାବାଳିକା ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ: ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

January 15, 2026

ମମତା ସରକାରଙ୍କୁ ବଡ଼ ଝଟକା: ED ଅଧିକାରୀଙ୍କ ବିରୁଦ୍ଧରେ FIR ଉପରେ ରୋକ ​​ଲଗାଇଲେ ସୁପ୍ରିମକୋର୍ଟ

January 15, 2026

ଯୁବକଙ୍କୁ ଆତର୍କିତ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

January 15, 2026

National Startup Day 2026: ଶୁକ୍ରବାରରେ ଆରମ୍ଭ ହେବ ଷ୍ଟାର୍ଟଅପ ଦିବସ, ଦିଆଯିବ 20 ଟି ପୁରସ୍କାର 

January 15, 2026

ରନ୍ଧା ମଦ କାରଖାନା ଉପରେ ଚଢ଼ାଉ, ବହୁ ସାମଗ୍ରୀ ସହ ୫ ଗିରଫ

January 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.