Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଆଇପିଏଲ: ସ୍ଵଦେଶ ଫେରିବାକୁ ଅଷ୍ଟ୍ରେଲିଆ ଖେଳାଳି ଚିନ୍ତିତ, ଚାର୍ଟର ପ୍ଳେନ ପାଇଁ କରିଲେ ଦାବି
ଅନ୍ତରାଷ୍ଟ୍ରୀୟ

ଆଇପିଏଲ: ସ୍ଵଦେଶ ଫେରିବାକୁ ଅଷ୍ଟ୍ରେଲିଆ ଖେଳାଳି ଚିନ୍ତିତ, ଚାର୍ଟର ପ୍ଳେନ ପାଇଁ କରିଲେ ଦାବି

April 27, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ବଢୁଥିବାରୁ ଆଇପିଏଲର ଅନେକ ଖେଳାଳି ଚିନ୍ତିତ ଅଛନ୍ତି। କିଛି ଖେଳାଳି ଏହି ଟୁର୍ଣ୍ଣାମେଣ୍ଟ ଛାଡି ଘରକୁ ଫେରିଥିବା ଦେଖିବାକୁ ମିଳିଛି। ଏହି ସମୟରେ ମୁମ୍ବାଇ ଇଣ୍ଡିଆନ୍ସରେ ଖେଳୁଥିବା ଅଷ୍ଟ୍ରେଲିଆ ଖେଳାଳି କ୍ରିସ ଲୀନ୍ ଚିନ୍ତା ପ୍ରକଟ କରିଛନ୍ତି। ସେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡକୁ ଚିଠି ଲେଖି ଜଣାଇଛନ୍ତି ଯେ, ଆଇପିଏଲ ଖେଳ ସରିବା ପରେ ଖେଳାଳିମାନେ ସ୍ଵଦେଶ ଫେରିବା ପାଇଁ ଚାର୍ଟର ପ୍ଳେନର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।

ଲୀନ୍ କହିଛନ୍ତି ଯେ, କ୍ରିକେଟ ଅଷ୍ଟ୍ରେଲିଆ ପ୍ରତ୍ୟେକ ଆଇପିଏଲରେ ଖେଳାଳିଙ୍କ ଠାରୁ ୧୦ ପ୍ରତିଶତ ଭାଗ ନେଉଛି। ତେଣୁ କ୍ରିକେଟ ଅଷ୍ଟ୍ରେଲିଆ କଣ ଚଳିତ ବର୍ଷ ଖେଳାଳିଙ୍କ ପାଇଁ ଚାର୍ଟର ପ୍ଳେନ ପାଇଁ ଖର୍ଚ୍ଚ କରି ପାରିବ ନାହିଁ? ଆମ ଠାରୁ ଲୋକେ ଭଲ ସ୍ଥିତିରେ ଅଛନ୍ତି। ଆମେ ଏବେ କଠିନ ସମୟ ଦେଇ ଗତି କରୁଛୁ। ଆଇପିଏଲ ଶେଷ ହେବା ମାତ୍ରେ ଘରକୁ ଶୀଘ୍ର ଫେରିବା ଆମେ ଉଚିତ ମାନେ କରୁଛୁ। ତେଣୁ ସରକାରଙ୍କୁ ଅନୁରୋଧ, ଆମ ପାଇଁ ଚାର୍ଟର ପ୍ଳେନର ବ୍ୟବସ୍ଥା କରିବେ।

ତେବେ ବର୍ତ୍ତମାନ ଆଇପିଏଲ ଭଲ ବାତାବରଣରେ ଖେଳାଯାଉଛି ଏବଂ ଆମେ ଏଥିରେ ସନ୍ତୁଷ୍ଟ ଅଛୁ। ମୁଁ ଏବେ ଆଇପିଏଲରୁ ହଟିବା ପାଇଁ କୌଣସି ଯୋଜନା ନାହିଁ। ଯଦିବା ଏହି ସମୟରେ ଭାରତର ସ୍ଥିତି ଭଲ ନାହିଁ, ତଥାପି ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ଆମେ ଲୋକଙ୍କ ପାଇଁ କିଛି କ୍ଷଣ ପାଇଁ ଖୁସି ଆଣିପାରୁଛୁ।

ସ୍ଵଦେଶ ଫେରିବାକୁ ନେଇ ଅଷ୍ଟ୍ରେଲିଆ ଖେଳାଳିମାନଙ୍କ ମଧ୍ୟରେ ସସ୍ପେନ୍ସ ଜାରି ରହିଛି। ଏହା ଭିତରେ ଦେଶରେ ପ୍ରବେଶ ନିଷେଦ୍ଧ ଆଶଙ୍କା କରି ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଏଣ୍ଡ୍ର୍ଯୁ ଟାଏ ଅଷ୍ଟ୍ରେଲିଆ ଫେରିଯାଇଛନ୍ତି। ସେହିଭଳି ବ୍ୟକ୍ତିଗତ କାରଣରୁ ଆଡମ ଜାମ୍ପା ଏବଂ କେନ ରିଚାର୍ଡସନ ଆଇପିଏଲରୁ ହଟିଯାଇଛନ୍ତି। କିନ୍ତୁ ଷ୍ଟିଭ ସ୍ମିଥ, ଡେଭିଡ ୱାର୍ନର ଏବଂ ପେଟ କୁମିନ୍ସ ଏବେ ବି ଖେଳ ଜାରି ରଖିଛନ୍ତି।

ଆଇପିଏଲ କରୋନା ସଂକ୍ରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.