ନୂଆଦିଲ୍ଲୀ: ଆଜିଠୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପ ଇଂଲଣ୍ଡର ସାଉଥେମ୍ପଟନରେ ଖେଳାଯିବ। ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩ ଟା ସମୟରେ ମ୍ୟାଚ ଆରମ୍ଭ ହେବ। କିନ୍ତୁ ମିଳିଥିବା ଖବର ଅନୁଯାୟୀ ବର୍ତ୍ତମାନ ସାଉଥେମ୍ପଟନରେ ବର୍ଷା ହେଉଛି। ବର୍ଷା କାରଣରୁ ନିର୍ଦ୍ଧାରିତ ସମୟରେ ମ୍ୟାଚ ଖେଳାଯିବା ସମ୍ଭାବନା ନାହିଁ।
ଉଲ୍ଲେଖ ଯୋଗ୍ୟ ଯେ, ଏହା ଏକ ଐତିହାସିକ ମ୍ୟାଚ। ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପ ଫାଇନାଲ ମ୍ୟାଚ ପ୍ରଥମ ଥର ପାଇଁ ଆଇସିସି ଆୟୋଜନ କରୁଛି। ତେଣୁ ଯେଉଁ ଦଳ ଏହି ମ୍ୟାଚ ଜିତିବ, ସେହି ଦଳ ଇତିହାସ ରଚିବ। ଏବଂ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଚମ୍ପିୟାନ ହେବାର ଗୌରଭ ଲାଭ କରିବ।
ତେଣୁ ଏହି ମ୍ୟାଚ ଉପରେ ସମସ୍ତଙ୍କର ନଜର ରହିଛି। ସାଉଥେମ୍ପଟନରେ ଗତକାଲି ରାତିରୁ ବର୍ଷା ଲାଗିରହିଥିଲା। ବର୍ଷା ୫ ଦିନ ହେବା ସମ୍ଭାବନା ଦେଖାଯାଉଥିବାରୁ ମ୍ୟାଚ ଖେଳାଯିବା ନେଇ ବିପଦ ଦେଖାଯାଇଛି। ଏହି ମ୍ୟାଚ ପାଇଁ କେବଳ ଗୋଟିଏ ଅତିରିକ୍ତ ଦିନ ରିଜର୍ବ ଅଛି।



