
କୋଲକାତା: ଭାରତର ଟେନିସ୍ ଖେଳାଳି ଲିଆଣ୍ଡର ପେସ୍ ଟିଏମସିରୁ ନିଜର ରାଜନୈତିକ ଇନିଂସ ଆରମ୍ଭ କରିଛନ୍ତି। ଆଜି ଗୋଆରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଲିଆଣ୍ଡର୍ ତ୍ରୂଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି।
ଟେନିସ୍ କୋର୍ଟ ପରେ, ବର୍ତ୍ତମାନ ଲିଆଣ୍ଡର୍ ରାଜନୀତି କ୍ଷେତ୍ରରେ ନିଜର ଶକ୍ତି ପ୍ରଦର୍ଶନ କରିବାର ଦେଖିବାକୁ ମିଳିବ। ଆସନ୍ତା ବର୍ଷ ହେବାକୁ ଥିବା ଗୋଆ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଟିଏମସି କ୍ରମାଗତ ଭାବରେ ଏହାର ଶିବିରରେ ଭେଟେରାନମାନଙ୍କୁ ଯୋଡିଛି। ସେହି ତାଲିକାରେ ଆସିଛନ୍ତି ଟେନିସ ତାରକା ଲିଆଣ୍ଡର। ସେ ଗୋଆ ନିର୍ବାଚନର ମଙ୍ଗ ଧରିବେ ବୋଲି ଜଣାପଡିଛି।