ରାଷ୍ଟ୍ରମଣ୍ଡଳ ଖେଳରେ ଲଢିବେ ଭାରତ-ପାକିସ୍ତାନ ମହିଳା କ୍ରିକେଟ ଦଳ

Published: Nov 12, 2021, 8:52 pm IST

ନୂଆଦିଲ୍ଲୀ: ରାଷ୍ଟ୍ରମଣ୍ଡଳ ଖେଳ-୨୦୨୨ ର ମହିଳା କ୍ରିକେଟ୍ ପ୍ରତିଯୋଗିତାର ଉଦଘାଟନୀ ମ୍ୟାଚରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ସହିତ ମୁହାଁମୁହିଁ ହେବ। ଅଗଷ୍ଟ ୭ ତାରିଖରେ ଫାଇନାଲ ଖେଳାଯିବ। ଆଜି ଆୟୋଜକମାନେ ଏହି ଘୋଷଣା କରିଛନ୍ତି। ରାଷ୍ଟ୍ରମଣ୍ଡଳ ଖେଳରେ ମହିଳା କ୍ରିକେଟ୍ ଟି-୨୦ ଫର୍ମାଟ ଡେବ୍ୟୁ କରିବାକୁ ଯାଉଛି।

ପ୍ରଥମ ମ୍ୟାଚ୍ ଜୁଲାଇ ୨୯ ତାରିଖରେ ଉଦଘାଟନୀ ଅଧିବେଶନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଏହା ପରେ ପାକିସ୍ତାନ ବାରବାଡୋ ସହିତ ମୁହାଁମୁହିଁ ହେବ। ଜୁଲାଇ ୩୧ ତାରିଖରେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଖେଳାଯିବ। ଅଗଷ୍ଟ ୩ ତାରିଖରେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ଖେଳିବେ। ଏହା ପରେ ଇଂଲଣ୍ଡ ଦଳ ଅଗଷ୍ଟ ୨ ତାରିଖରେ ଦକ୍ଷିଣ ଆଫ୍ରିକା ଏବଂ ଅଗଷ୍ଟ ୪ ତାରିଖରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ।

Related posts