
ନୂଆଦିଲ୍ଲୀ: ଆଇପିଏଲ୍ ମେଗା ନିଲାମ ୨୦୨୨ ପୂର୍ବରୁ, ସମସ୍ତ ଦଳ ନିଜ ଖେଳାଳିଙ୍କ ଗଣିତ ସଂଶୋଧନ କରିବାରେ ବ୍ୟସ୍ତ ଅଛନ୍ତି। ନଭେମ୍ବର ୩୦ ତାରିଖ ସୁଦ୍ଧା ସମସ୍ତ ଦଳଙ୍କୁ ସେମାନଙ୍କ ରଖାଯାଇଥିବା ଖେଳାଳିଙ୍କ ତାଲିକା ବିସିସିଆଇରେ ଦାଖଲ କରିବାକୁ ପଡିବ। ମେଗା ନିଲାମ ପୂର୍ବରୁ ଏକ ବଡ ଖବର ଆସୁଛି ଯେ, କେ.ଏଲ୍ ରାହୁଲ ପଞ୍ଜାବର ଦଳ ଛାଡିଛନ୍ତି ଏବଂ ବର୍ତ୍ତମାନ ସେ ଆଇପିଏଲରେ ଲକ୍ଷ୍ନୌର ନୂତନ ଦଳର ଅଧିନାୟକ ହୋଇପାରନ୍ତି। ପ୍ରକାଶ ଯେ, ଲକ୍ଷ୍ନୌ ଦଳର ମାଲିକ ସଞ୍ଜୀବ ଗୋଏଙ୍କାଙ୍କ ପ୍ରସ୍ତାବକୁ କେ.ଏଲ୍ ରାହୁଲ ଗ୍ରହଣ କରିଥିବା ସୂଚନା ରହିଛି।