
ଭୁବନେଶ୍ବର: ସୁନ୍ଦରଗଡରେ ଅନୁଷ୍ଠିତ ୬୯ ତମ ରାଜ୍ୟ ସ୍ତରୀୟ ସିନିୟର ପୁରୁଷ ଏବଂ ମହିଳା କବାଡି ଚାମ୍ପିଅନସିପରେ ପୂର୍ବତଟ ରେଳପଥ ମହିଳା କବାଡି ଦଳ ଚାମ୍ପିଅନସିପ୍ ଟ୍ରଫି ହାସଲ କରିବାର ଗୌରବ ଅର୍ଜନ କରିଛି। ତେବେ ଏହି ଚାମ୍ପିଅନ ଦଳକୁ ରେଳ ସଦନରେ ପୂର୍ବ ତଟ ରେଳପଥ କ୍ରୀଡା ସଂଗଠନ (ଇକୋର୍ସା)ର ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର ଏବଂ ଅନ୍ୟ ଅଧିକାରୀମାନେ ସମ୍ମାନିତ କରିଛନ୍ତି। ଏହି କବାଡି ଦଳର ନେତୃତ୍ବ ନେଇଥିଲେ କବାଡି କୋଚ୍ ଜୟଶ୍ରୀ ସ୍ବାଇଁ।
ପୂର୍ବତଟ ରେଳପଥର କବାଡି ଖେଳାଳି ବିନତି ପ୍ରଧାନ, ମୁକ୍ତି ଭଦ୍ରା ,ନୀତୁ,କାଫି, ଅଂଜନୀ ପଟେଲ,ସୁନୀଥା, ଜୋତି, ସନ୍ତୋସିନୀ ଭୂୟାଁ,ସଂଗିତା ଓରାମ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ସମୁଦାୟ ୨୮ ଟି ମହିଳା ଦଳ ସାରା ଓଡିଶାରୁ ଅଂଶ ଗ୍ରହଣ କରିଥିଲେ।