
ମୁମ୍ବାଇ: ନ୍ୟୁଜିଲ୍ୟାଣ୍ଡ ବିରୋଧ ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଭାରତୀୟ ଦଳ ସମସ୍ତ ୱିକେଟ୍ ହରାଇ ୩୨୫ ରନ୍ ସଂଗ୍ରହ କରିଛି। ବିଶେଷ କଥା ହେଉଛି ନ୍ୟୁଜିଲ୍ୟାଣ୍ଡର ବାମହାତୀ ସ୍ପିନର ଅଜାଜ ପଟେଲ ସମସ୍ତ ୧୦ ୱିକେଟ୍ ନେଇ ଇତିହାସ ସୃଷ୍ଟି କରିଛନ୍ତି। ଭାରତ ପାଇଁ ଓପନର୍ ମୟଙ୍କ ଅଗ୍ରୱାଲ ୧୫୦ ରନର ଚମତ୍କାର ଇନିଂସ ଖେଳିଥିଲେ। ଅକ୍ସର ପଟେଲ ୫୨ ରନ୍ ସଂଗ୍ରହ କରିଥିଲେ। ଶୁଭମାନ ଗିଲ ୪୪ ରନ ସ୍କୋର କରିଥିଲେ। ଏହି ୩ ଖେଳାଳିଙ୍କ ବ୍ୟତୀତ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରିନଥିଲେ।