Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତୃଣମୂଳ ସ୍ତରରେ ହକିକୁ ବୃହତ୍ ପ୍ରୋତ୍ସାହନ: ବିଜେତାମାନଙ୍କ ପାଇଁ ୩୦ ଲକ୍ଷ ଟଙ୍କାର ପୁରସ୍କାର ରାଶି
ଆଜିର ଖବର

ତୃଣମୂଳ ସ୍ତରରେ ହକିକୁ ବୃହତ୍ ପ୍ରୋତ୍ସାହନ: ବିଜେତାମାନଙ୍କ ପାଇଁ ୩୦ ଲକ୍ଷ ଟଙ୍କାର ପୁରସ୍କାର ରାଶି

December 16, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଯୁବ ବ୍ୟାପାର ଏବଂ କ୍ରୀଡା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ନୂଆଦିଲ୍ଲୀସ୍ଥିତ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ୍‌ଠାରେ ଆନୁଷ୍ଠାନିକ ଭାବେ ସର୍ବପ୍ରଥମ ଜାତୀୟ ସ୍ତରୀୟ ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌କୁ (୨୧ ବର୍ଷରୁ କମ୍ ବୟସ ବର୍ଗର) ବୁଧବାର ଦିନ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ଠାକୁରଙ୍କ ସହିତ ଯୁବ ବ୍ୟାପାର ଏବଂ କ୍ରୀଡା ରାଷ୍ଟ୍ରମନ୍ତ୍ରୀ ନିଶୀଥ ପ୍ରାମାଣିକ ଏବଂ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍‌ର ଅଧ୍ୟକ୍ଷ ନରେନ୍ଦ୍ର ବାତ୍ରା ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥିବୃନ୍ଦ ଯୋଗ ଦେଇଥିଲେ। ଏହି ଲିଗ୍ ନିମନ୍ତେ ବିଜେତାଙ୍କ ପାଇଁ ପୁରସ୍କାର ରାଶି ୩୦ ଲକ୍ଷ ଟଙ୍କା ରଖାଯାଇଛି ଯାହା ବାବଦକୁ ଏମ୍‌ୱାଇଏଏସ୍ ୧୫ ଲକ୍ଷ ଏବଂ ହକି ଇଣ୍ଡିଆ ୧୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବେ।

ସମୁଦାୟ ୧୪ଟି ଦଳଙ୍କୁ ନେଇ ୧୫ରୁ ୨୧ ଡିସେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଂଟର ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ପରସ୍ପର ସହିତ ପ୍ରତିଦ୍ୱନ୍ଦ୍ୱିତା କରିବେ। ପ୍ରଥମ ପର୍ଯ୍ୟାୟରେ ୪୨ଟି ମ୍ୟାଚ୍ ଖେଳାଯିବ, ଯେତେବେଳେ କି ଦ୍ୱିତୀୟ ଏବଂ ତୃତୀୟ ମ୍ୟାଚ୍ ଆସନ୍ତା ବର୍ଷ ପ୍ରାରମ୍ଭିକ ଭାଗରେ ଖେଳାଯିବ।

ଭାରତୀୟ ଖେଳ ପ୍ରାଧିକରଣ ଏବଂ ହକି ଇଣ୍ଡିଆ ଯୁଗ୍ମ ଭାବେ ପ୍ରଥମ ଥର ପାଇଁ ଖେଲୋ ଇଣ୍ଡିଆ ଲିଗ୍ ଆୟୋଜନ କରିଥିବାରୁ ଶ୍ରୀ ଠାକୁର ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏହି ଲିଗ୍ ଗୁଡିକର ମହତ୍ୱ ସମ୍ପର୍କରେ କହିଥିଲେ, “ଆମର ସମସ୍ତ କ୍ରୀଡ଼ାବିତ୍ ବର୍ଷସାରା ବହୁତ କଠିନ ପ୍ରଶିକ୍ଷଣ ନେଇଥାନ୍ତି, କିନ୍ତୁ ଯଦି ସେମାନଙ୍କୁ ବଡ ବଡ ପ୍ରତିଯୋଗିତା ନିମନ୍ତେ ନିଜକୁ ପ୍ରସ୍ତୁତ କରିବାର ଅଛି, ତା’ହେଲେ ଖେଳାଳିମାନଙ୍କ ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ପ୍ରତିଯୋଗିତାର ଅଭିଜ୍ଞତା ଲାଭ କରିବା ଯଥେଷ୍ଟ ମହତ୍ୱପୂର୍ଣ୍ଣ ଅଟେ। ତେଣୁ, ଏ ପ୍ରକାରର ଲିଗ୍‌ରେ ଖେଳିବା, ଯାହା ଖେଳାଳିଙ୍କୁ ବର୍ଷସାରା ପ୍ରତିଯୋଗିତା ପ୍ରତି ଉନ୍ମୁଖ କରାଇ ଥାଏ, ତାହା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ।’ ଶ୍ରୀ ଠାକୁର ଆହୁରି କହିଥିଲେ ଯେ ଆଗକୁ ଅନ୍ୟାନ୍ୟ ଖେଳଗୁଡ଼ିକ ନିମନ୍ତେ ମଧ୍ୟ ଏହିଭଳି ଲିଗ୍ ମ୍ୟାଚ୍‌ମାନ ଆୟୋଜନ କରାଯିବ। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ୨୦୧୫ ପରେ ଧ୍ୟାନଚାନ୍ଦ ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ହେଉଛି ପ୍ରଥମ ବୃହତ୍ କାର୍ଯ୍ୟକ୍ରମ ଏବଂ ଏହି ପ୍ରତିଷ୍ଠିତ ସ୍ଥାନକୁ ସେ ଖେଳାଳି ମାନଙ୍କର ସ୍ୱାଗତ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣକୁ ପୁନଃ ଉପସ୍ଥାପନ କରି, ଶ୍ରୀ ପ୍ରାମାଣିକ କହିଥିଲେ ଯେ, “ଶ୍ରୀ ମୋଦୀଙ୍କ ଦୃଷ୍ଟିକୋଣର ନେତୃତ୍ୱରେ ଆମେ ଏହି ଲିଗ୍ ମାଧ୍ୟମରେ ଚିୟର ୪ ଇଣ୍ଡିଆର ଅଭିଯାନକୁ ଆଗକୁ ବଢ଼ାଉଛେ। ମୁଁ ବିଶ୍ୱାସ କରେ ଯେ ଏମିତି ଅନେକ ଯୁବ ଖେଳାଳି ଅଛନ୍ତି, ଯେଉଁମାନେ ଖେଳ ପଡିଆରେ ନିଜ ଦେଶର ପତାକାର ଟେକ ରଖିବାକୁ ସୁନିଶ୍ଚିତ କରିଥାନ୍ତି।’

ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍‌ର ଅଧ୍ୟକ୍ଷ ଶ୍ରୀ ବାତ୍ରା କହିଥିଲେ ଯେ ହକିକୁ ଭାରତର କୋଣ ଅନୁକୋଣରେ ପହଂଚାଇବା ବାବଦରେ ଏହି ଲିଗ୍ ଚମତ୍କାର କାର୍ଯ୍ୟ କରିବ। “ମୋର ବିଶ୍ୱାସ ଯେ ଏହା ଏକ ବଡ ପଦକ୍ଷେପ ଅଟେ। ଗତ ୫- ୬ ବର୍ଷ ମଧ୍ୟରେ ସାଇ ଏବଂ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟର ଏଥିପ୍ରତି ଯଥେଷ୍ଟ ଅଧିକ ସମର୍ଥନ ରହିଛି ଏବଂ ଏହି ସକାରାତ୍ମକ ଆଭିମୁଖ୍ୟ ଚଳିତ ବର୍ଷ ଅଲିମ୍ପିକ୍‌ରେ ଏକ ଉତମ ଫଳାଫଳ ଲାଭ କରାଇବାରେ ସହାୟକ ହୋଇଥିଲା ବୋଲି ଶ୍ରୀ ବାତ୍ରା କହିଥିଲେ।

ଲିଗ୍‌ର ଶୁଭାରମ୍ଭ ହେବା ପୂର୍ବରୁ ଯୁବ ଖେଳାଳିମାନଙ୍କ ସହିତ ଅନୁରାଗ ଠାକୁର ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଭାବ ବିନିମୟ କରିଥିଲେ।

ଅନୁରାଗ ଠାକୁର ପୁରସ୍କାର ହକି
Share. Facebook Twitter LinkedIn Email WhatsApp Copy Link

Related Posts

୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ପାଇଁ ସାମ୍ବାଦିକ ସମ୍ମିଳନୀ

February 12, 2026

ଭଞ୍ଜନଗର ପୋଲିସ୍ ଦ୍ଵାରା ପ୍ରଚୁର ପରିମାଣର ଗଞ୍ଜେଇ ଜବତ: ଦୁଇ ଗିରଫ

February 12, 2026

ସାଇବର ଠକେଇ ଓ ଅର୍ଥନୈତିକ ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

February 12, 2026

ନିପୁଣ ଓଡ଼ିଶା ମିଶନ ସମ୍ବନ୍ଧୀୟ ରାଜ୍ୟସ୍ତରୀୟ ସମୀକ୍ଷା ଓ ଦିଗଦର୍ଶନ କର୍ମଶାଳା

February 12, 2026
Latest News

୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ପାଇଁ ସାମ୍ବାଦିକ ସମ୍ମିଳନୀ

February 12, 2026

ଭଞ୍ଜନଗର ପୋଲିସ୍ ଦ୍ଵାରା ପ୍ରଚୁର ପରିମାଣର ଗଞ୍ଜେଇ ଜବତ: ଦୁଇ ଗିରଫ

February 12, 2026

ସାଇବର ଠକେଇ ଓ ଅର୍ଥନୈତିକ ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

February 12, 2026

ନିପୁଣ ଓଡ଼ିଶା ମିଶନ ସମ୍ବନ୍ଧୀୟ ରାଜ୍ୟସ୍ତରୀୟ ସମୀକ୍ଷା ଓ ଦିଗଦର୍ଶନ କର୍ମଶାଳା

February 12, 2026

OSDMA ର ୩୮ତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.