Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଆସନ୍ତାକାଲି ଦକ୍ଷିଣ ଆଫ୍ରିକା ବିରୋଧରେ ପ୍ରଥମ ଦିନିକିଆ: ଏଭଳି ରହିବ ଭାରତର ସମ୍ଭାବ୍ୟ ଏକାଦଶ
ଅନ୍ତରାଷ୍ଟ୍ରୀୟ

ଆସନ୍ତାକାଲି ଦକ୍ଷିଣ ଆଫ୍ରିକା ବିରୋଧରେ ପ୍ରଥମ ଦିନିକିଆ: ଏଭଳି ରହିବ ଭାରତର ସମ୍ଭାବ୍ୟ ଏକାଦଶ

January 18, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ପାର୍ଲରେ ଖେଳାଯିବ। ଟେଷ୍ଟ ସିରିଜରେ ଭାରତକୁ ପରାସ୍ତ କରିବା ପରେ ଦକ୍ଷିଣ ଆଫ୍ରିକା ଦଳର ମନୋବଳ ବୃଦ୍ଧି ପାଇଛି। ଏଥିସହିତ ଭାରତୀୟ ଦଳ ନୂଆ ଅଧିନାୟକଙ୍କ ସହ ଦିନିକିଆ ସିରିଜରେ ପ୍ରବେଶ କରିବ। ଆଘାତ ହେତୁ ରୋହିତ ଶର୍ମା ମଧ୍ୟ ଦିନିକିଆ ସିରିଜ ଖେଳୁ ନାହାଁନ୍ତି, ଯେଉଁଥିପାଇଁ କେ.ଏଲ୍ ରାହୁଲ ଦିନିକିଆ ସିରିଜରେ ଅଧିନାୟକ ହେବେ। କୋହଲି ଜଣେ ଖେଳାଳି ଭାବରେ ପଡ଼ିଆକୁ ଆସିବେ। ଗୋଟିଏ ପଟେ ପ୍ରଶଂସକମାନେ ବିରାଟ କୋହଲିଙ୍କୁ ଦୀର୍ଘ ସମୟ ପରେ ଖେଳାଳି ଭାବରେ ଖେଳୁଥିବା ଦେଖିବେ, ଅନ୍ୟପଟେ ପ୍ରଶଂସକଙ୍କ ମନରେ ଭାରତର ଏକାଦଶ କିଭଳି ହେବ, ତାହାକୁ ନେଇ ଅନେକ ପ୍ରଶ୍ନ ରହିଛି। ରିତୁରାଜ ଗାଇକ୍ବାଡ, ଶିଖର ଧାୱନ, ଭେଙ୍କଟେଶ ଆୟର ପ୍ରଥମ ଦିନିକିଆରେ ଏକାଦଶ ଖେଳିବାର ସୁଯୋଗ ପାଇବେ କି?

ଉଲ୍ଲେଖଥାଉ କି, ପ୍ରଥମ ଦିନିକିଆର ପ୍ଳେଇଂ ଏକାଦଶ ଦେଖିବା ପରେ ଏହା ଜଣା ପଡିବ ଯେ, ଦିନିକିଆ ୨୦୨୩ ବିଶ୍ୱକପ ପାଇଁ କେଉଁ କେଉଁ ଖେଳାଳିଙ୍କୁ ନେଇ ପରିଚାଳନା କମିଟି ଯୋଜନା କରୁଛି।

ପ୍ରଥମ ଦିନିକିଆରେ କେ.ଏଲ୍ ରାହୁଲ ଓପନର୍ ହୋଇଥିବାବେଳେ ଶିଖର ଧାୱନ ଏବଂ ରିତୁରାଜ ଗାଇକ୍ଵାଡରେ କିଏ ସୁଯୋଗ ପାଇବ, ତାହା ଦେଖିବାକୁ ମିଳିବ। ଉଲ୍ଲେଖଥାଉ କି, ଶିଖର ଧାୱନ ଜଣେ ବରିଷ୍ଠ ଖେଳାଳି ଏବଂ ଯଦି ଚୟନକର୍ତ୍ତାମାନେ ତାଙ୍କୁ ଦିନିକିଆ ସିରିଜ୍ ପାଇଁ ଚୟନ କରିଛନ୍ତି, ତେବେ ସେ ନିଶ୍ଚିତ ଭାବରେ ପ୍ରଥମ ଦିନିକିଆରେ ଏକ ସୁଯୋଗ ପାଇପାରିନ୍ତି। ଯଦି ରୋହିତ ଶର୍ମା ଫିଟ୍ ହୋଇଥାନ୍ତେ, ତେବେ ଧୱନଙ୍କୁ ସୁଯୋଗ ମିଳି ନଥାନ୍ତା। ସେହି ହିସାବରେ ପ୍ରଥମ ଦିନିକିଆରେ ଧୱନ ଏବଂ କେ.ଏଲ୍ ରାହୁଲଙ୍କୁ ଓପନର୍ ଭାବରେ ଦେଖାଯାଇପାରେ। ଏହା ବ୍ୟତୀତ ବିରାଟ କୋହଲିଙ୍କୁ ୩ ନମ୍ବରରେ ଦେଖିବାକୁ ମିଳିବ। ଏଥି ସହିତ, ଶ୍ରେୟସ୍ ଆୟର ନଂ୪ରେ ବ୍ୟାଟିଂ କରିପାରନ୍ତି।

ଋଷଭ ପନ୍ତ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ଅର୍ଡରକୁ ନେଇ ଦ୍ୱନ୍ଦ୍ୱ:

ଯଦି ଶ୍ରେୟସ୍ ଆୟର ୪ ନମ୍ବରରେ ଖେଳନ୍ତି, ତେବେ ପନ୍ତ କିମ୍ବା ସୂର୍ଯ୍ୟକୁମାର ଯାଦବ ୫ ନମ୍ବରରେ ଏକ ସୁଯୋଗ ପାଇପାରିବେ। ୱିକେଟ୍ କିପର / ବ୍ୟାଟ୍ସମ୍ୟାନ୍ ଭାବରେ ଦଳ ପାଇଁ ପନ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୨୦୨୨ ବିଶ୍ୱକପକୁ ଧ୍ୟାନରେ ରଖି ପନ୍ତ କ୍ରମାଗତ ଭାବରେ ଦିନିକିଆ ମ୍ୟାଚ୍ ଖେଳିବା ଆବଶ୍ୟକ। ଏଥି ସହିତ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟାଟ୍ସମ୍ୟାନ୍।

ଅଲରାଉଣ୍ଡର ଭାବରେ ଭେଙ୍କଟେଶ ଆୟର୍:

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବାକୁ ଭେଙ୍କଟେଶ ଆୟର ପ୍ରସ୍ତୁତ ଅଛନ୍ତି। ଭେଙ୍କଟେଶ ଆୟର୍ ତାଙ୍କ ପ୍ରଦର୍ଶନ ସହିତ ସାମ୍ପ୍ରତିକ ସମୟରେ ଦର୍ଶାଇଛନ୍ତି ଯେ ବୋଲିଂ ଏବଂ ବ୍ୟାଟିଂ କରିବାରେ ତାଙ୍କର ବହୁତ ଦକ୍ଷତା ଅଛି। ଆୟର ମଧ୍ୟ ବୋଲିଂ ସହିତ ଭାରତକୁ ୱିକେଟ୍ ଦେଇପାରିବେ ଏବଂ ବ୍ୟାଟିଂରେ ସେ ଘରୋଇ କ୍ରିକେଟ୍ ରେ ଜବରଦସ୍ତ ପ୍ରଦର୍ଶନ କରି ନିଜକୁ ପ୍ରମାଣିତ କରିଛନ୍ତି। ଏଥର ଦିନିକିଆ ସିରିଜରେ ଭାରତୀୟ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଦେଖିବା ଅତ୍ୟନ୍ତ ମଜାଦାର ହେବ।

ଶାର୍ଦ୍ଦୁଲ ଠାକୁର:

୨୦୨୩ ବିଶ୍ୱକପ୍ ଯୋଜନାରେ ଶାର୍ଦ୍ଦୁଳ ଠାକୁର ମଧ୍ୟ ଅନ୍ତର୍ଭୁକ୍ତ। ଶାର୍ଦ୍ଦୁଲ ଜଣେ ୱିକେଟ୍ ନେଉଥିବା ବୋଲର ଏବଂ ଯେତେବେଳେ ବି ଭାରତ ୱିକେଟ୍ ଖୋଜେ, ଠାକୁର ଭାରତକୁ ସଫଳତା ଦେବାରେ ସଫଳ ହୁଅନ୍ତି। ଦିନିକିଆ ସିରିଜରେ ମଧ୍ୟ ତାଙ୍କର ଏହି ଗୁଣରୁ ଭାରତ ଅନେକ ଲାଭ ପାଇବାକୁ ଯାଉଛି।

ଅଶ୍ୱିନ୍ କିମ୍ବା ଚହଲ୍:

କୋଚ୍ ରାହୁଲ ଦ୍ରାବିଡ ଏବଂ ଅଧିନାୟକ କେ.ଏଲ୍ ରାହୁଲ କିପରି ସ୍ପିନ୍ ଆକ୍ରମଣ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି, ତାହା ଦେଖିବା ମଜାଦାର ହେବ। ଯଦିଓ ଟି-୨୦ ବିଶ୍ୱକପ୍‌ରେ ଚହଲଙ୍କୁ ସୁଯୋଗ ଦିଆଯାଇନଥିଲା, ତଥାପି ଭାରତକୁ ସମସ୍ୟାର ସମ୍ମୁଖୀନ ହୀବାକୁ ପଡିଥିଲା। ଘରୋଇ କ୍ରିକେଟରେ ଚହଲ ଚମତ୍କାର ବୋଲିଂ କରିଛନ୍ତି, ଯେଉଁଥିପାଇଁ ଚୟନକର୍ତ୍ତାମାନେ ତାଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିଛନ୍ତି। ଅନ୍ୟ ପଟେ ଟେଷ୍ଟ ସିରିଜ୍ ଅଶ୍ୱିନଙ୍କ ପାଇଁ ଭଲ ହୋଇନଥାଇପାରେ କିନ୍ତୁ ସାମ୍ପ୍ରତିକ ସମୟରେ ଛୋଟ ଫର୍ମାଟରେ ବୋଲିଂ ଭଲ ଥିଲା। ଦକ୍ଷିଣ ଆଫ୍ରିକା ପିଚରେ ଅଶ୍ୱିନ୍ ଭାରତ ପାଇଁ ୱିକେଟ୍ ନେଇପାରନ୍ତି। କିନ୍ତୁ ଟେଷ୍ଟରେ ଭଲ ପ୍ରଦର୍ଶନ କରିନଥିବାରୁ ଚହଲଙ୍କୁ ଏକାଦଶରେ ଅନ୍ତର୍ଭୁକ୍ତ କରାଯାଇପାରେ।

ଭୂବନେଶ୍ୱର କୁମାର ଏବଂ ଜସପ୍ରୀତ ବୁମ୍ରା:

ଭାରତୀୟ ଦ୍ରୁତ ବୋଲର ଭୂବନେଶ୍ୱର କୁମାର ଏକ ସୁଯୋଗ ପାଇପାରିବେ। ଯଦିଓ ଭୁଭି ଗତ କିଛି ସିରିଜ୍ ରେ ଭଲ ପ୍ରଦର୍ଶନ ଦେଇନାହାଁନ୍ତି, କିନ୍ତୁ ତାଙ୍କ ବୋଲିଂ ଦକ୍ଷିଣ ଆଫ୍ରିକା ପିଚରେ ଭିନ୍ନ ଢଙ୍ଗରେ ଦେଖାଯାଇପାରେ। ଏଭଳି ପରିସ୍ଥିତିରେ ତାଙ୍କୁ ଖେଳୁଥିବା ଏକାଦଶରେ ଅନ୍ତର୍ଭୁକ୍ତ କରାଯିବା ଆଶା କରାଯାଏ। ଏହି ସିରିଜରେ ଭାରତର ଉପ-ଅଧିନାୟକ ଥିବା ବୁମରା, ଦିନିକିଆ ସିରିଜରେ ତାଙ୍କ ବୋଲିଂ ପ୍ରଦର୍ଶନ ଦେଖିବାକୁ ପ୍ରଶଂସକମାନେ ଆଗ୍ରହୀ।

ଭାରତର ସମ୍ଭାବ୍ୟ ଏକାଦଶ:

କେ.ଏଲ୍ ରାହୁଲ (ଅଧିନାୟକ), ଶିଖର ଧାୱନ, ବିରାଟ କୋହଲି, ଶ୍ରେୟାସ ଆୟର, ଋଷଭ ପନ୍ତ (ୱିକି), ସୂର୍ଯ୍ୟକୁମାର ଯାଦବ, ଭେଙ୍କଟେଶ ଆୟର, ଶାର୍ଦ୍ଦୁଲ ଠାକୁର, ଯୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମ୍ରା (ଉପ-ଅଧିନାୟକ), ଭୁବନେଶ୍ବର କୁମାର।

ଭାରତ ଏକଦିବସୀୟ ଦଳ: କେ.ଏଲ୍ ରାହୁଲ (ଅଧିନାୟକ), ଜସପ୍ରୀତ ବୁମ୍ରା (ଉପ-ଅଧିନାୟକ), ଶିଖର ଧାୱନ, ରାଉତରାଜ ଗାଇକୱାଡ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର, ଭେଙ୍କଟେଶ ଆୟର, ଋଷଭ ପନ୍ତ (ୱିକି), ଇଶାନ କିଶାନ (ୱିକି) , ଯୁଜବେନ୍ଦ୍ର ଚହଲ, ଆର ଅଶ୍ୱିନ୍, ଭୁବନେଶ୍ବର କୁମାର, ଦୀପକ ଚହର, ପ୍ରସିଦ୍ଧ କୃଷ୍ଣ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ଜୟନ୍ତ ଯାଦବ, ନବଦୀପ ସାଇନି।

ଏଥି ସହିତ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୮୪ ଟି ଦିନିକିଆ ଖେଳାଯାଇଛି, ଯେଉଁଥିରେ ଦକ୍ଷିଣ ଆଫ୍ରିକା ୪୬ ଟି ମ୍ୟାଚ ଜିତିବାରେ ସଫଳ ହୋଇଛି ଏବଂ ଭାରତୀୟ ଦଳ ୩୫ ଟି ମ୍ୟାଚ ଜିତିଛି। ଏହା ବ୍ୟତୀତ ୩ ଟି ମ୍ୟାଚରେ କୌଣସି ଫଳାଫଳ ମିଳିନାହିଁ।

ଦକ୍ଷିଣ ଆଫ୍ରିକା ଭାରତର ସମ୍ଭାବ୍ୟ ଏକାଦଶ
Share. Facebook Twitter LinkedIn Email WhatsApp Copy Link

Related Posts

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025

ଚାରଟି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁଠି କାହାକୁ ମିଳିଲା ଦାୟିତ୍ବ

August 5, 2025
Latest News

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.