Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍: ଏସିଆ ଲାୟନ୍ସ ବିରୋଧରେ ବିସ୍ପୋରକ ପାଳି ଖେଳିଲେ ୟୁସୁଫ ପଠାନ, ଜିତିଲା ଇଣ୍ଡିଆ 
ଅନ୍ତରାଷ୍ଟ୍ରୀୟ

ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍: ଏସିଆ ଲାୟନ୍ସ ବିରୋଧରେ ବିସ୍ପୋରକ ପାଳି ଖେଳିଲେ ୟୁସୁଫ ପଠାନ, ଜିତିଲା ଇଣ୍ଡିଆ 

January 21, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଓମାନରେ ଆଜି (ଜାନୁୟାରୀ ୨୦ ତାରିଖ) ଖେଳା ଯାଉଥିବା ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ସିରିଜର ଉଦଘାଟନୀ ମ୍ଯାଚରେ ଇଣ୍ଡିଆ ମହାରାଜଜ ଏବଂ ଏସିଆ ଲାୟନ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଏସିଆ ଲାୟନ୍ସ କୁ ହରାଇ ଇଣ୍ଡିଆ ମହାରାଜାଜ ବିଜୟ ଲାଭ କରିଛି।

ଏସିଆ ଲାୟନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୭୫ ରନ ସ୍କୋର କରିଥିଲା। ଏସିଆ ଲାୟନ୍ସ ପକ୍ଷରୁ ଉପୁଲ ଥରଙ୍ଗା ସର୍ବାଧିକ ୪୬ ବଲରେ ୬୬ ରନ କରିଥିବା ବେଳେ ଅଧିନାୟକ ମିସବାହା-ଉଲ୍-ହକ ୩୦ ବଲରେ ୪୪ ରନ, କାମରନ ଆକମଲ ୧୭ ବଲରେ ୨୫ ରନ, ମହମ୍ମଦ ହଫୀଜ ୧୩ ବଲରେ ୧୬ ରନ ସଂଗ୍ରହ କରିଥିଲେ।

ସେହିଭଳି ତିଳକରତ୍ନେ ଦିଲସାନ ମାତ୍ର ୫ ରନ କରିଥିବା ବେଳେ ମହମ୍ମଦ ୟୁସୁଫ ୧ ରନ, ଅଜାହର ମେହମୁଦ ୮ ରନ ଏବଂ ଉମାର ଗୁଲ ୪ ରନ ସଂଗ୍ରହ କରିଥିଲେ। ଇଣ୍ଡିଆ ମହାରାଜାଜ ପକ୍ଷରୁ ଗୋନୀ ସର୍ବାଧିକ ୩ ଟି ୱିକେଟ ନେଇଥିବା ବେଳେ ଇରଫାନ ପଠାନ ୪ ଓଭରରେ ୨୨ ରନ ଦେଇ ୨ ଟି ୱିକେଟ, ଷ୍ଟୁଆର୍ଟ ବିନି ୪ ଓଭରରେ ୪୧ ରନ ଦେଇ ୧ ଟି ଏବଂ ମୁନାଫା ପଟେଲ ୪ ଓଭରରେ ୨୫ ରନ ଦେଇ ୧ ୱିକେଟ ଅକ୍ତିଆର କରିଥିଲେ।

ତେବେ ଏସିଆ ଲାୟନ୍ସର ୧୭୫ ରନର ଲକ୍ଷ୍ୟକୁ ପୂରଣ କରିବା ପାଇଁ ଇଣ୍ଡିଆ ମହାରାଜାଜ ବ୍ୟାଟିଂ ଆରମ୍ଭ କରିଥିଲେ ମଧ୍ୟ ପ୍ରଥମ ୩ ଟି ୱିକେଟ ଶସ୍ତାରେ ଆଉଟ ହୋଇଥିଲେ। ଓପନର ନମନ ଓଝା ୧୯ ବଲରେ ୨୦ ରନ କରିଥିବା ବେଳେ ଷ୍ଟୁଆର୍ଟ ବିନି ୧୦ ରନ ଏବଂ ଏସ ବଦ୍ରିନାଥ କୌଣସି ରନ କରି ଆଉଟ ହୋଇଥିଲେ। ପ୍ରଥମରୁ ଇଣ୍ଡିଆ ମହାରାଜାଜ ୩ ଟି ୱିକେଟ ହରାଇ ଅସୁବିଧାରେ ଥିବା ବେଳେ ଅଧିନାୟକ ମହମ୍ମଦ କୈଫ ଏବଂ ୟୁସୁଫ ପଠାନଙ୍କ ଯୋଡି ଦଳକୁ ବିଜୟ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ୟୁସୁଫ ବିସ୍ପୋରକ ବ୍ୟାଟିଂ କରି ମାତ୍ର ୪୦ ଟି ବଲରେ ୮୦ ରନ ଖେଳି ରନଆଉଟ ହୋଇଯାଇଥିଲେ। କିନ୍ତୁ ତାଙ୍କ ପରେ ତାଙ୍କ ଭାଇ ଇରଫାନ ପଠାନ ବ୍ୟାଟିଂ କରିବାକୁ ଆସିଥିଲେ। ଇରଫାନ ମାତ୍ର ୧୦ ଟି ବଲରେ ୨୧ ରନ ସଂଗ୍ରହ କରିଥିବା ବେଳେ ଅଧିନାୟକ କୈଫ ୩୭ ବଲରେ ୪୨ ରନ ସଂଗ୍ରହ କରିଥିଲେ। ଉଭୟ ଶେଷ ପର୍ଯ୍ୟନ୍ତ ରହି ଦଳକୁ ବିଜୟ କରିଥିଲେ।

ଏସିଆ ଲାୟନ୍ସ ପକ୍ଷରୁ ସଫଳ ବୋଲର ଭାବେ ସୋଏବ ଅଖତର ୪ ଓଭର ବୋଲିଂ କରି ୨୧ ରନ ଦେଇ ୧ ଟି ୱିକେଟ ଅକ୍ତିଆର କରିଥିବା ବେଳେ ଉମରା ଗୁଲ ୨ ଓଭର ବୋଲିଂ କରି ୩୦ ରନ ଦେଇ ୧ ଟି ୱିକେଟ ନେଇଥିଲେ।

ସୂଚନାଯୋଗ୍ୟ ଯେ, ଓମାନରେ ଆଜି ଠାରୁ ଲିଜେଣ୍ଡସ୍ ଲିଗ୍ ଆରମ୍ଭ ହେଉଛି। ଅବସରପ୍ରାପ୍ତ ଖେଳାଳିଙ୍କ ତିନୋଟି ଦଳ ଏହି ଲିଗରେ ଅଂଶଗ୍ରହଣ କରୁଛନ୍ତି।  ଯେଉଁଥିରେ ଫାଇନାଲ୍ ସହିତ ମୋଟ ୭ ଟି ମ୍ୟାଚ୍ ଖେଳାଯିବ। ଏହି ଲିଗରେ ଥିବା ଭାରତୀୟ ଦଳକୁ ଭାରତ ମହାରାଜାଜ ଏବଂ ବିରେନ୍ଦ୍ର ସେହୱାଗଙ୍କୁ ଏହି ଦଳର ଅଧିନାୟକ କରାଯାଇଛି। ଭାରତ ମହାରାଜାଜ ବ୍ୟତୀତ ଏସିଆ ଲାୟନ୍ସ ଏବଂ ୱାର୍ଲ୍ଡ ଜଏଣ୍ଟସ୍ ଦଳ ଏଥିରେ ଅଂଶଗ୍ରହଣ କରୁଛନ୍ତି।

ଏହି ଲିଗରେ କ୍ରିକେଟ୍ ପ୍ରଶଂସକମାନେ ସେମାନଙ୍କର ପୁରୁଣା ପ୍ରିୟ ଖେଳାଳୀମାନଙ୍କୁ ପୁଣି ଥରେ ପଡ଼ିଆରେ ଦେଖିପାରିବେ। ଭାରତର ମହାରାଜାଜରେ ସେହୱାଗଙ୍କ ସହ ଭାରତର ଷ୍ଟାର ଖେଳାଳି ଥିବା ଯୁବରାଜ ସିଂ ଏବଂ ହରଭଜନ ସିଂ ମଧ୍ୟ ଏହି ଲିଗରେ ସ୍ଥାନ ପାଇବେ। ଏଥି ସହିତ ପାକିସ୍ତାନର ଅଧିକାଂଶ ଅବସରପ୍ରାପ୍ତ ଖେଳାଳିଙ୍କୁ ଏସିଆ ଲାୟନ୍ସରେ ଅନ୍ତର୍ଭୁକ୍ତ କରାଯାଇଛି।

ଓମାନରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ରାତିରେ ଖେଳାଯିବ। ଭାରତୀୟ ସମୟ ରାତି ୮ ଟାରୁ ମ୍ୟାଚ୍ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଇଣ୍ଡିଆ ମହାରାଜାଜ ଏବଂ ଏସିଆ ଲାୟନ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ସୋନି ସ୍ପୋର୍ଟସ୍ ନେଟୱାର୍କର ଚ୍ୟାନେଲରେ ସିଧା ପ୍ରସାରଣ ହେବ।

କିମ୍ବଦନ୍ତୀ କ୍ରିକେଟ୍ ଲିଗ୍ ର ତିନୋଟି ଦଳ ଅଛି:

ଇଣ୍ଡିଆ ମହାରାଜାଜ: ବିରେନ୍ଦର ସେହୱାଗ, ହରଭଜନ ସିଂ, ଯୁବରାଜ ସିଂ, ଇରଫାନ ପଠାନ, ୟୁସୁଫ ପଠାନ, ଏସ ବଦ୍ରିନାଥ, ଆରପି ସିଂ, ପ୍ରଜ୍ଞା ଓଝା, ନମନ୍ ଓଝା, ମନପ୍ରୀତ ଗୋନି, ହେମାଙ୍ଗ ବାଦାନି, ଭେନୁଗୋପାଲ ରାଓ, ମୁନାଫ ପଟେଲ, ସଞ୍ଜୟ ବାଙ୍ଗର, ନୟନ ମୋଙ୍ଗିଆ, ଅମିତ ଭଣ୍ଡାରୀ।

ଏସିଆ ଲାୟନ୍ସ: ଶୋଏବ ଅଖତର, ସହିଦ ଆଫ୍ରିଦି, ସନଥ ଜୟସୁରିୟା, ମୁଥିୟା ମୁରଲୀଧରନ୍, ଚାମିଣ୍ଡା ଭାସ୍, ମିସବାହା-ଉଲ୍-ହକ, ମହମ୍ମଦ ହାଫିଜ, ତିଲକରତ୍ନ ଦିଲଶାନ, ଉମର ଗୁଲ, ଅସଗର ଆଫଗାନ, ଉପୁଲ ଥରଙ୍ଗା, କାମରାନ ଅକମାଲ, ମହମ୍ମଦ ୟୁସୁଫ, ଅଜହର ମେହମୁଦ, ନୁୱାନ କୁଳସେକରା, ରମେଶ କାଲୁବିତାରଣା।

ୱାର୍ଲ୍ଡ ଜଏଣ୍ଟସ୍: ଡାରେନ୍ ସାମି, ଡାନିଏଲ୍ ଭେଟୋରି, ବ୍ରେଟ୍ ଲି, ଜଣ୍ଟି ରୋଡସ୍, କେଭିନ୍ ପିଟରସେନ, ଇମ୍ରାନ ତାହିର, ଓଭେଶ ଶାହା, ହର୍ସେଲ ଗିବ୍ସ,, ଏଲବି ମର୍କେଲ, ମୋର୍ନେ ମର୍କେଲ, କୋରୀ ଆଣ୍ଡରସନ, ମୋଣ୍ଟି ପାନେସର, ବ୍ରାଡ ହାଡିନ, କେଭିନ ଓ’ବ୍ରାଇଏନ, ବ୍ରାଣ୍ଡାନ ଟେଲର।

ଏସିଆ ଲାୟନ୍ସ ୟୁସୁଫ ପଠାନ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ: ‘ମାଣ୍ଡିଆ ଦିବସ’ରେ ଦେବେ ଯୋଗ

November 10, 2025

ମୁନିଗୁଡା ଅମୃତ ଭାରତ ରେଳ ଷ୍ଟେସନଠାରେ ରେଳକୋଚ୍ ରେଷ୍ଟୁରାଣ୍ଟ ଉଦଘାଟିତ

November 10, 2025

ପର୍ଯ୍ୟଟନ ଭିତ୍ତିଭୂମି ସୁଦୃଢୀକରଣ ମାଧ୍ୟମରେ ପର୍ଯ୍ୟଟନ ଶିଳ୍ପକୁ ବ୍ୟାପକ କରାଯିବ: ପ୍ରଭାତୀ ପରିଡ଼ା

November 10, 2025

ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲଙ୍କୁ ଭେଟିଲେ ଓଡିଶା ରାଜ୍ୟପାଳ

November 10, 2025
Latest News

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ: ‘ମାଣ୍ଡିଆ ଦିବସ’ରେ ଦେବେ ଯୋଗ

November 10, 2025

ମୁନିଗୁଡା ଅମୃତ ଭାରତ ରେଳ ଷ୍ଟେସନଠାରେ ରେଳକୋଚ୍ ରେଷ୍ଟୁରାଣ୍ଟ ଉଦଘାଟିତ

November 10, 2025

ପର୍ଯ୍ୟଟନ ଭିତ୍ତିଭୂମି ସୁଦୃଢୀକରଣ ମାଧ୍ୟମରେ ପର୍ଯ୍ୟଟନ ଶିଳ୍ପକୁ ବ୍ୟାପକ କରାଯିବ: ପ୍ରଭାତୀ ପରିଡ଼ା

November 10, 2025

ରଥଯାତ୍ରା ଦଳଚକଟା ରିପୋର୍ଟକୁ ନେଇ ବର୍ଷଲା କଂଗ୍ରେସ, ଜାଣିଶୁଣି ଉଚ୍ଚ ଅଧିକାରୀଙ୍କୁ ଖସେଇ ଦିଆଗଲା

November 10, 2025

ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲଙ୍କୁ ଭେଟିଲେ ଓଡିଶା ରାଜ୍ୟପାଳ

November 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.