ବଦଳିଲା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ଏବଂ ଟେଷ୍ଟ ସିରିଜର କାର୍ଯ୍ୟସୂଚୀ

Published: Feb 16, 2022, 9:14 am IST

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ଏବଂ ଟେଷ୍ଟ ସିରିଜର କାର୍ଯ୍ୟସୂଚୀ ବଦଳିଛି। ବିସିସିଆଇ ଟୁଇଟ୍ କରି ଏହି ସୂଚନା ଦେଇଛି। ଶ୍ରୀଲଙ୍କା କ୍ରିକେଟ୍ ଦଳ ଭାରତ ଗସ୍ତକୁ ଆସିବ। ଏଠାରେ ଉଭୟ ଦଳ ମଧ୍ୟରେ ୩ ଟି-୨୦ ଏବଂ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ଏହାପୂର୍ବରୁ ଫେବୃଆରୀ ୨୫ ତାରିଖରୁ ଦୁଇ ଦଳ ମଧ୍ୟରେ ଟେଷ୍ଟ ସିରିଜ୍ ଖେଳାଯିବାର ଥିଲା। କିନ୍ତୁ ବର୍ତ୍ତମାନ ଫେବୃଆରୀ ୨୪ ତାରିଖରୁ ଟି-୨୦ ସିରିଜ୍ ଆୟୋଜିତ ହେବ।

ଟିମ୍ ଇଣ୍ଡିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୨୪ ତାରିଖରେ ଲକ୍ଷ୍ନୌ ଖେଳାଯିବ। ଦ୍ୱିତୀୟ ଏବଂ ତୃତୀୟ ଟି-୨୦ ଫେବୃଆରୀ ୨୬ ତାରିଖ ଏବଂ ୨୭ ତାରିଖରେ ଧର୍ମଶାଳାରେ ଖେଳାଯିବ। କିନ୍ତୁ ପୂର୍ବରୁ ଟି-୨୦ ମ୍ୟାଚ୍ ମାର୍ଚ୍ଚ ୧୩ ତାରିଖରୁ ଆରମ୍ଭ ହେବାର ଥିଲା।

ଯଦି ଆମେ ଟେଷ୍ଟ୍ ସିରିଜ୍ ବିଷୟରେ କହିବା, ତେବେ ଏହାର କାର୍ଯ୍ୟସୂଚୀ ମଧ୍ୟ ପରିବର୍ତ୍ତନ କରାଯାଇଛି। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମାର୍ଚ୍ଚ ୪ ତାରିଖରୁ ମୋହାଲିରେ ଖେଳାଯିବ। ଏଥି ସହିତ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ବାଙ୍ଗାଲୋରରେ ମାର୍ଚ୍ଚ ୧୨ ତାରିଖରୁ ଖେଳାଯିବ। ଏହାପୂର୍ବରୁ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୨୫ ତାରିଖରୁ ଏବଂ ଦ୍ୱିତୀୟ ମ୍ୟାଚ୍ ମାର୍ଚ୍ଚ ୫ ତାରିଖରୁ ଖେଳାଯିବାର ଥିଲା।

ପ୍ରକାଶ ଥାଉ କି, ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ଟି-୨୦ ଏବଂ ଟେଷ୍ଟ ସିରିଜ୍ ପାଇଁ ଦଳ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ସିରିଜ୍ ପରେ ଦଳ ଘୋଷଣା କରାଯିବ।

Related posts