Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଦଳିଲା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ଏବଂ ଟେଷ୍ଟ ସିରିଜର କାର୍ଯ୍ୟସୂଚୀ
ଆଜିର ଖବର

ବଦଳିଲା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ଏବଂ ଟେଷ୍ଟ ସିରିଜର କାର୍ଯ୍ୟସୂଚୀ

February 16, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ଏବଂ ଟେଷ୍ଟ ସିରିଜର କାର୍ଯ୍ୟସୂଚୀ ବଦଳିଛି। ବିସିସିଆଇ ଟୁଇଟ୍ କରି ଏହି ସୂଚନା ଦେଇଛି। ଶ୍ରୀଲଙ୍କା କ୍ରିକେଟ୍ ଦଳ ଭାରତ ଗସ୍ତକୁ ଆସିବ। ଏଠାରେ ଉଭୟ ଦଳ ମଧ୍ୟରେ ୩ ଟି-୨୦ ଏବଂ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ଏହାପୂର୍ବରୁ ଫେବୃଆରୀ ୨୫ ତାରିଖରୁ ଦୁଇ ଦଳ ମଧ୍ୟରେ ଟେଷ୍ଟ ସିରିଜ୍ ଖେଳାଯିବାର ଥିଲା। କିନ୍ତୁ ବର୍ତ୍ତମାନ ଫେବୃଆରୀ ୨୪ ତାରିଖରୁ ଟି-୨୦ ସିରିଜ୍ ଆୟୋଜିତ ହେବ।

ଟିମ୍ ଇଣ୍ଡିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୨୪ ତାରିଖରେ ଲକ୍ଷ୍ନୌ ଖେଳାଯିବ। ଦ୍ୱିତୀୟ ଏବଂ ତୃତୀୟ ଟି-୨୦ ଫେବୃଆରୀ ୨୬ ତାରିଖ ଏବଂ ୨୭ ତାରିଖରେ ଧର୍ମଶାଳାରେ ଖେଳାଯିବ। କିନ୍ତୁ ପୂର୍ବରୁ ଟି-୨୦ ମ୍ୟାଚ୍ ମାର୍ଚ୍ଚ ୧୩ ତାରିଖରୁ ଆରମ୍ଭ ହେବାର ଥିଲା।

ଯଦି ଆମେ ଟେଷ୍ଟ୍ ସିରିଜ୍ ବିଷୟରେ କହିବା, ତେବେ ଏହାର କାର୍ଯ୍ୟସୂଚୀ ମଧ୍ୟ ପରିବର୍ତ୍ତନ କରାଯାଇଛି। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମାର୍ଚ୍ଚ ୪ ତାରିଖରୁ ମୋହାଲିରେ ଖେଳାଯିବ। ଏଥି ସହିତ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ବାଙ୍ଗାଲୋରରେ ମାର୍ଚ୍ଚ ୧୨ ତାରିଖରୁ ଖେଳାଯିବ। ଏହାପୂର୍ବରୁ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୨୫ ତାରିଖରୁ ଏବଂ ଦ୍ୱିତୀୟ ମ୍ୟାଚ୍ ମାର୍ଚ୍ଚ ୫ ତାରିଖରୁ ଖେଳାଯିବାର ଥିଲା।

ପ୍ରକାଶ ଥାଉ କି, ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ଟି-୨୦ ଏବଂ ଟେଷ୍ଟ ସିରିଜ୍ ପାଇଁ ଦଳ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ସିରିଜ୍ ପରେ ଦଳ ଘୋଷଣା କରାଯିବ।

ଟି-୨୦ ଟେଷ୍ଟ ସିରିଜ ଭାରତ ଶ୍ରୀଲଙ୍କା
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ଥରେ ରୁଷଠାରୁ ଏସ-୪୦୦ ପ୍ରତିରକ୍ଷା ପ୍ରଣାଳୀ କିଣିବ ଭାରତ: ଅନୁମୋଦନ କଲା DAC

March 27, 2026

ତିନି ଦିନ ମଧ୍ୟରେ ଲଗାତାର ତୃତୀୟ ଥର ପାଇଁ ଦିଲ୍ଲୀ ବିଧାନସଭାକୁ ବୋମା ଧମକ

March 27, 2026

2026 IPL ର ଉଦଘାଟନୀ ଉତ୍ସବ ବାତିଲ: ଜାଣନ୍ତୁ କାରଣ

March 27, 2026

ମାତ୍ର ୩୫ ବର୍ଷ ବୟସରେ ନେପାଳର ପ୍ରଧାନମନ୍ତ୍ରୀ ହେଲେ ବାଲେନ୍ ଶାହ: ଜାଣନ୍ତୁ ସେ କିଏ?

March 27, 2026
Latest News

ପୁଣି ଥରେ ରୁଷଠାରୁ ଏସ-୪୦୦ ପ୍ରତିରକ୍ଷା ପ୍ରଣାଳୀ କିଣିବ ଭାରତ: ଅନୁମୋଦନ କଲା DAC

March 27, 2026

ତିନି ଦିନ ମଧ୍ୟରେ ଲଗାତାର ତୃତୀୟ ଥର ପାଇଁ ଦିଲ୍ଲୀ ବିଧାନସଭାକୁ ବୋମା ଧମକ

March 27, 2026

2026 IPL ର ଉଦଘାଟନୀ ଉତ୍ସବ ବାତିଲ: ଜାଣନ୍ତୁ କାରଣ

March 27, 2026

ନିର୍ବାଚନ ହେବାକୁ ଥିବା ୫ ଟି ରାଜ୍ୟରେ ବିଜେପି ର ବିଧାୟକ ସଂଖ୍ୟା କେତେ?: ଜାଣନ୍ତୁ ସ୍ଥିତି

March 27, 2026

ମୋଦୀଙ୍କୁ ପ୍ରଶଂସା କଲେ ଟ୍ରମ୍ଫ: ଯୁଦ୍ଧ ମଧ୍ୟରେ ବଡ଼ ବିବୃତ୍ତି ଦେଲେ ଆମେରିକା ରାଷ୍ଟ୍ରପତି

March 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.