Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆଜିଠାରୁ ନନ୍ଦକିଶୋର ମେମୋରିଆଲ ଭାଗ ନେଲେ ୬ଟି ଦଳ
ଆଞ୍ଚଳିକ

ଆଜିଠାରୁ ନନ୍ଦକିଶୋର ମେମୋରିଆଲ ଭାଗ ନେଲେ ୬ଟି ଦଳ

March 14, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସିଟି କ୍ଲବ ଏବଂ କିଟ୍ ମିଳିତ ଆନୁକୂଲ୍ୟରେ ଆଜିଠାରୁ ଆୟୋଜନ ହେବାକୁ ଯାଉଛି ପ୍ରଥମ ନନ୍ଦକିଶୋର ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ। ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ଖେଳ କିଟ୍ ଫୁଟବଲ ଷ୍ଟାଡ଼ିୟମଠାରେ ଖେଳାଯିବ। ଏଥିରେ ମୋଟ ୬ଟି ଦଳ ଭାଗ ନେଉଛନ୍ତି। ସେମାନେ ହେଲେ ୟୁନିଟ୍‌-୬ ଆଥଲେଟିକ ଆସୋସିଏସନ, ନିତା ଅମ୍ବାନୀ ଫୁଟବଲ ଏକାଡ଼େମୀ, କିଟ୍ ୟୁନିଭରସିଟି, ଓଡ଼ିଶା ପୋଲିସ୍‌, ବିଡ଼ାନାସୀ ଏଫ୍‌.ସି. ଏବଂ ମନୋରମା କ୍ଲବ ଦେବଗଡ଼।

ଏହି ଟୁର୍ଣ୍ଣାମେଣ୍ଟ ପ୍ରତିଦିନ ଦୁଇଗୋଟି ମ୍ୟାଚ ଖେଳ ହେବ। ସକାଳ ୮ଟା ଏବଂ ୩.୩୦ ମିନିଟ୍। ଚମ୍ପିଆନ ଦଳକୁ ଟ୍ରଫି ସହ ୨୦ ହଜାର ଏବଂ ରନର୍ସଅପ୍ ଦଳକୁ ୧୫ ହଜାର ନଗଦ ଅର୍ଥରାଶି ଏବଂ ପ୍ଲେୟାର ଅଫ୍ ଦି ମ୍ୟାଚ ପାଇଁ ୨ ହଜାର ଟଙ୍କା ପ୍ରଦାନ କରାଯିବ। ଏହି ଅର୍ଥରାଶି ଏବଂ ଟ୍ରଫି ରୁଚି ମସଲା ପକ୍ଷରୁ ପ୍ରଦାନ କରାଯିବ।

ଟୁର୍ଣ୍ଣାମେଣ୍ଟ ସୁଚାରୁ ରୂପେ ପରଚାଳନା ପାଇଁ ଗୋଟିଏ କମିଟି ଗଠନ କରଯାଇଅଛି। ଏଥିରେ ଡଃ ଗଗନେନ୍ଦୁ ଦାଶ ଅଧ୍ୟକ୍ଷ ଥବାବେଳେ ଡ଼ାଇରେକ୍ଟର ଡଃ ସୌର୍ଯ୍ୟରଞ୍ଜନ ପରିଜା, ଅର୍ଗାନାଇଜ ସେକ୍ରେଟାରୀ ପ୍ରଦୀପ କୁମାର ରାଉତରାୟ, ଦିଲ୍ଲପୀ ଦାସ, ସହଦେବ ରାଉତ, ମହମ୍ମଦ ସହିଦ ଜବାର, ଭାଗ୍ୟଧର ଜଗଦେବ, କିଟ୍‌ର ରଶ୍ମିିତା ମହାନ୍ତି ପ୍ରମୁଖ ଅଛନ୍ତି। ଫାଇନାଲ ମ୍ୟାଚ୍ ୨୦ ତାରିଖ ୩.୩୦ ମିନିଟ୍‌ରେ ଅନୁଷ୍ଠିତ ହେବ।

ଏଥିରେ ଅତିଥି ଭାବେ ଭାରତ ପୂର୍ବତନ ଫୁଟବଲ ଅଧିନାୟିକା ପଦ୍ମଶ୍ରୀ ବେନ୍‌ବେମ୍ ଦେବୀ ଉପସ୍ଥିତ ରହିବେ। ଭାରତର ପୂର୍ବତନ ଫୁଟବଲ ମହିଳା ଅଧିନାୟିକା ସୁଶ୍ରୀ ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ତତ୍ତ୍ୱାବଧାନରେ ଏହି ଟୁର୍ଣ୍ଣାମେଣ୍ଟଟି ଅନୁଷ୍ଠିତ ହେଉଅଛି। ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ସିଟି କ୍ଲବ ପକ୍ଷରୁ ଦର୍ଶକମାନଙ୍କୁ ଅନୁରୋଧ କରାଯାଇଛି।

କିଟ୍
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ବିଦେଶୀ ଲିଗ୍ ରୁ ବାଦ ପଡ଼ିବେ ପାକିସ୍ତାନ ଖେଳାଳି!: ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ IPL ଫ୍ରାଞ୍ଚାଇଜ୍

February 20, 2026

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

ଟି-୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ଜିମ୍ବାୱେ

February 19, 2026

ସୁପର-୮ ରେ ଟିମ୍ ଇଣ୍ଡିଆ ପାଇଁ ଅଗ୍ନି ପରୀକ୍ଷା!: ଜାଣନ୍ତୁ ଦକ୍ଷିଣ ଆଫ୍ରିକା ବିରୋଧରେ କ’ଣ ରହିଛି ରେକର୍ଡ?

February 19, 2026
Latest News

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ShikshaNext: ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ ପ୍ରୟାସ

February 21, 2026

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.