Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ରବିନ୍ଦ୍ର ଜାଡେଜାଙ୍କ ପ୍ରାଧାନ୍ୟ ବିସ୍ତାର: ପୁଣିଥରେ ହେଲେ ଶ୍ରେଷ୍ଠ ଅଲରାଉଣ୍ଡର
ଆଜିର ଖବର

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ରବିନ୍ଦ୍ର ଜାଡେଜାଙ୍କ ପ୍ରାଧାନ୍ୟ ବିସ୍ତାର: ପୁଣିଥରେ ହେଲେ ଶ୍ରେଷ୍ଠ ଅଲରାଉଣ୍ଡର

March 24, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଇସିସି ଟେଷ୍ଟ ମାନ୍ୟତାରେ ଭାରତର ତାରକା ଖେଳାଳି ରବିନ୍ଦ୍ର ଜାଡେଜା ପୁଣି ଥରେ ସର୍ବଶ୍ରେଷ୍ଠ ଅଲରାଉଣ୍ଡର ହୋଇଛନ୍ତି। ଆଇସିସି ବୁଧବାର ଏହି ସୂଚନା ଦେଇଛି। ଏହି ତାଲିକାରେ ୱେଷ୍ଟଇଣ୍ଡିଜ୍ ର ଜେସନ୍ ହୋଲ୍ଡର୍ ୨ ନମ୍ବର ଏବଂ ରବିଚନ୍ଦ୍ରନ୍ ଅଶ୍ୱିନ୍ ତୃତୀୟ ସ୍ଥାନରେ ରହିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ବଲ ଏବଂ ବ୍ୟାଟ୍ ସହ ଜାଡେଜାଙ୍କ ଜବରଦସ୍ତ ପ୍ରଦର୍ଶନ ଥିଲା। ସେ ପ୍ରଥମ ମ୍ୟାଚ୍‌ରେ ଅପରାଜିତ ୧୭୫ ରନ୍ ସଂଗ୍ରହ କରିଥିବାବେଳେ ୯ ୱିକେଟ୍ ନେଇଥିଲେ। ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ଭାରତ କୌଣସି ଗୁରୁତ୍ୱପୂର୍ଣ୍ଣ ଲାଭ କରିନାହିଁ। ରୋହିତ ଶର୍ମା ୭ ନମ୍ବରରେ, ବିରାଟ କୋହଲି ୯ ନମ୍ବରରେ ଏବଂ ଋଷଭ ପନ୍ତ ୧୦ ନମ୍ବରରେ ଅଛନ୍ତି। ବ୍ୟାଟ୍ସମ୍ୟାନ୍ ତାଲିକାରେ ଅଷ୍ଟ୍ରେଲିଆର ମାର୍ନସ୍ ଲାବୁସେନ୍ ଶୀର୍ଷରେ ରହିଛନ୍ତି, ତା’ପରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଅଛନ୍ତି।

ବୋଲରଙ୍କ ବିଷୟରେ କହିବାକୁ ଗଲେ ଅଷ୍ଟ୍ରେଲୀୟ ଖେଳାଳି ପ୍ୟାଟ୍ କମିନ୍ସ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ୧ ନମ୍ବରରେ ଅଛନ୍ତି। ଭାରତର ରବିଚନ୍ଦ୍ରନ ଅଶ୍ୱିନ ଏବଂ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ବୋଲର ତାଲିକାରେ ଦ୍ୱିତୀୟ ଏବଂ ଚତୁର୍ଥ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡା ବୋଲିଂ ମାନ୍ୟତାର ପାଞ୍ଚଟି ସ୍ଥାନକୁ ଡେଇଁ ଶ୍ରେଷ୍ଠ ୧୦ରେ ପହଞ୍ଚିଛନ୍ତି। ବୋଲିଂ ତାଲିକାରେ ପାକିସ୍ତାନର ଶାହିନ୍ ଆଫ୍ରିଦି ଗୋଟିଏ ସ୍ଥାନ ଖସି ଛଅ ସ୍ଥାନକୁ ଆସିଛନ୍ତି।

ବ୍ୟାଟ୍ସମ୍ୟାନଙ୍କ ଟେଷ୍ଟ ର଼୍ୟାଙ୍କିଙ୍ଗରେ ପାକିସ୍ତାନର ବାବର ଆଜାମ ସର୍ବାଧିକ ଲାଭ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ କ୍ରିକେଟ୍ କ୍ୟାରିୟରର ଶ୍ରେଷ୍ଠ ଇନିଂସ କାରଣରୁ ବୁଧବାର ରିଲିଜ୍ ହୋଇଥିବା ବ୍ୟାଟ୍ସମ୍ୟାନଙ୍କ ପାଇଁ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ବାବର ଆଜାମ ତିନିଟି ସ୍ଥାନ ଉପରକୁ ଚଢିଛନ୍ତି। ଟପ୍ -୧୦ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବାବର ପାକିସ୍ତାନର ଏକମାତ୍ର ଖେଳାଳି। ପାକିସ୍ତାନର ମହମ୍ମଦ ରିଜୱାନ ଏବଂ ଅଷ୍ଟ୍ରେଲିଆର ଉସମାନ ଖାୱାଜା ମଧ୍ୟ ବଡ଼ ଲମ୍ଫ ଲଗାଇଛନ୍ତି। ରିଜୱାନ୍ ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣରଙ୍କ ସହ ମିଳିତ ନମ୍ବର ୧୧ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ ରବିନ୍ଦ୍ର ଜାଡେଜା
Share. Facebook Twitter LinkedIn Email WhatsApp Copy Link

Related Posts

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026
Latest News

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.