Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଭୁବନେଶ୍ବରରେ ଆୟୋଜିତ ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପରେ ୨୧ଟି ରେକର୍ଡ ଭଙ୍ଗ
ଖେଳ

ଭୁବନେଶ୍ବରରେ ଆୟୋଜିତ ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପରେ ୨୧ଟି ରେକର୍ଡ ଭଙ୍ଗ

March 26, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ ଆୟୋଜିତ ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପରେ ୨୧ଟି ରେକର୍ଡ ଭଙ୍ଗ

ଭୁବନେଶ୍ୱର: ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ଇନଡୋର ହଲରେ ଅନୁଷ୍ଠିତ ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପରେ ଆଜି (ଶୁକ୍ରବାର) ମୋଟ ୨୧ଟି ନୂଆ ଜାତୀୟ ରେକର୍ଡ ଭଙ୍ଗ ହୋଇଛି। ଏଥି ସହିତ ସ୍ନାଚ, କ୍ଲିନ ଆଣ୍ଡ ଜର୍କ ଏବଂ ମୋଟ ଉତ୍ତୋଳନରେ ମଧ୍ୟପ୍ରଦେଶର ଭି. ଅଜୟ ବାବୁ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି।

ଆଜି ପ୍ରତିଯୋଗିତା ଆରମ୍ଭରୁ ୮୧ କେଜି ଓଜନ ବର୍ଗର ୟୁଥ ଏବଂ ଜୁନିୟର ବର୍ଗରେ ପ୍ରତିଯୋଗୀମାନେ ପରସ୍ପରର ରେକର୍ଡ ଭାଙ୍ଗି ଚାଲିଥିଲେ। ୟୁଥ ବର୍ଗର ୧୭ ଜଣ ପ୍ରତିଯୋଗୀ ଏବଂ ଜୁନିୟର ବର୍ଗର ୪ ପ୍ରତିଯୋଗୀ ପୁରୁଣା ଜାତୀୟ ରେକର୍ଡକୁ ଭାଙ୍ଗି ନିଜର ନୂଆ ରେକର୍ଡ ପ୍ରତିଷ୍ଠା କରିଥିଲେ।

୮୧କେଜି ୟୁଥ ସ୍ନାଚରେ ପୂର୍ବରୁ ଥିବା ୧୨୧ କେଜି ରେକର୍ଡକୁ ପ୍ରଥମେ ଆନ୍ଧ୍ରପ୍ରଦେଶର ଜି. ରବି କୁମାର ଭାଙ୍ଗିଥିଲେ। ପରେ ଏହି ରେକର୍ଡକୁ ପଂଜାବ ଓ ଉତ୍ତରପ୍ରଦେଶର ପ୍ରତିଯୋଗୀ ଭାଙ୍ଗିଥିଲେ ଓ ତେବେ ଶେଷରେ ମଧ୍ୟପ୍ରଦେଶର ଭି. ଅଜୟ ବାବୁ ଉଭୟ ୟୁଥ ଏବଂ ଜୁନିୟର ୮୧କେଜି ବର୍ଗରେ ୧୩୪କେଜି ଉତ୍ତୋଳନ କରି ପୂର୍ବରୁ ଥିବା ରେକର୍ଡକୁ ନିଜ ନାମରେ କରିଥିଲେ।

ସେହିପରି କ୍ଲିନ ଆଣ୍ଡ ଜର୍କ ରେ ପୂର୍ବରୁ ଥିବା ୧୪୮ କେଜିର ରେକର୍ଡ କୁ ମିଜୋରାମର ଲାଲରୁଆତଫଲା ୧୫୧ କେଜି ଉତ୍ତୋଳନ କରି ନୂଆ ରେକର୍ଡ ପ୍ରତିଷ୍ଠା କରିଥିବା ବେଳେ ଆନ୍ଧ୍ରର ଜି ରବି କୁମାର ୧୫୩ ଓ ୧୫୮ କେଜି ଉତ୍ତୋଳନ କରି ନୂଆ ରେକର୍ଡ ପ୍ରତିଷ୍ଠା କରିଥିଲେ। ଯାହାକୁ ଶେଷରେ ମଧ୍ୟ ପ୍ରଦେଶର ଭି. ଅଜୟ ବାବୁ ୧୬୧ କେଜି ଉତ୍ତୋଳନ କରି ସର୍ବଶ୍ରେଷ୍ଠ ରେକର୍ଡ ପ୍ରତିଷ୍ଠା କରିଛନ୍ତି।

ମୋଟରେ ପୂର୍ବରୁ ଥିବା ୨୬୭ କେଜିର ରେକର୍ଡକୁ ପର୍ଯ୍ୟାୟ କ୍ରମେ ଆନ୍ଧ୍ରର ଜି. ରବି କୁମାର, ମିଜୋରାମର ଲାଲରୁ ଆତଫଲା ତେଲେଙ୍ଗାନାର ଡି. ଗଣେଶ ଭାଙ୍ଗି ଚାଲିଥିଲେ। ଶେଷରେ ଉଭୟ ୟୁଥ ଏବଂ ଜୁନିୟରରେ ମୋଟ ୨୯୫କେଜି ଉତ୍ତୋଳନ କରି ମଧ୍ୟପ୍ରଦେଶର ଭି. ଅଜୟ ବାବୁ ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଆଇପିଏଲ ରୁ ବାଦ ପଡିଲେ ୭ ଖେଳାଳି: ଜାଣନ୍ତୁ କିଏ?

March 20, 2026

ସବୁଠାରୁ ଶକ୍ତିଶାଳୀ ଚୁମ୍ବକ ତିଆରି କରିବ ଭାରତ: ମୋଦି ସରକାରଙ୍କ ବଡ଼ ଯୋଜନା

March 20, 2026

ଏବେ ଇଣ୍ଟରନେଟ୍ ବନ୍ଦ କରିବ ଇରାନ?: ବିପଦରେ ଭାରତ ସମେତ ଏହି ଦେଶଗୁଡ଼ିକର ନେଟୱାର୍କ

March 20, 2026

‘ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଗ୍ୟାସ ଯୋଗାଣ ପ୍ରଭାବିତ ହେବ…’: କତର ମନ୍ତ୍ରୀଙ୍କ ଦାବି ପରେ ବଢିଲା ଭାରତର ଚିନ୍ତା

March 20, 2026
Latest News

ଯାହା ଆଶଙ୍କା ଥିଲା, ତାହା ହେଲା: ଶେଷରେ ବଢିଲା ପେଟ୍ରୋଲ ଦର

March 20, 2026

୨୦୨୬ ଆଇପିଏଲ ରୁ ବାଦ ପଡିଲେ ୭ ଖେଳାଳି: ଜାଣନ୍ତୁ କିଏ?

March 20, 2026

ଓଡ଼ିଶା ପୋଲିସର ଐତିହାସିକ ସଫଳତା: ୬୫୪ ଆନ୍ତଃରାଜ୍ୟ ନିଶା ବେପାରୀ ଗିରଫ

March 20, 2026

ସବୁଠାରୁ ଶକ୍ତିଶାଳୀ ଚୁମ୍ବକ ତିଆରି କରିବ ଭାରତ: ମୋଦି ସରକାରଙ୍କ ବଡ଼ ଯୋଜନା

March 20, 2026

ପଖାଳ ଦିବସ ଅବସରରେ ଓଡ଼ିଆ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.