ମୁମ୍ବାଇ: ଆଇପିଏଲ-୨୦୨୨ରେ କୋଲକାତା ନାଇଟ୍ ରାଇଡର୍ସ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି। ଏହି ଦଳ ଚାରିଟି ମ୍ୟାଚ ମଧ୍ୟରୁ ତିନୋଟି ଜିତି ୬ ପଏଣ୍ଟ ହାସଲ କରିଛି। ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମଧ୍ୟ ସମାନ ବିଜୟ ସହିତ ୬ ପଏଣ୍ଟ ପାଇଛି। କିନ୍ତୁ ରନ୍ ହାରରେ ସେମାନେ କେକେଆର୍ ପଛରେ ଅଛନ୍ତି। ଅନ୍ୟପକ୍ଷରେ ପର୍ପଲ କ୍ୟାପ୍ ମଧ୍ୟ କେକେଆରର ଉମେଶ ଯାଦବଙ୍କ ପାଖରେ ରହିଛି। ସେ ଏହି ସିଜନରେ ସର୍ବାଧିକ ୯ ୱିକେଟ୍ ନେଇଛନ୍ତି। ଅନ୍ୟ ପଟେ ଅରେଞ୍ଜ କ୍ୟାପ୍ ରାଜସ୍ଥାନ ରୟାଲ୍ସ ଓପନର୍ ଜୋସ୍ ବଟଲରଙ୍କ ପାଖରେ ଅଛି। ସେ ଏହି ସିଜିନରେ ଅଗ୍ରଣୀ ସ୍କୋରର ରହିଛନ୍ତି।
କ୍ର.ନଂ | ଦଳ | ମ୍ୟାଚ | ବିଜୟ | ପରାଜୟ | ନେଟ ରନ ରେଟ | ପଏଣ୍ଟସ୍ |
୧ | କୋଲକୋତା | ୪ | ୩ | ୧ | ୧.୧୦୨ | ୬ |
୨ | ଲକ୍ଷ୍ନୌ | ୪ | ୩ | ୧ | ୦.୨୫୬ | ୬ |
୩ | ରାଜସ୍ଥାନ | ୩ | ୨ | ୧ | ୧.୨୧୮ | ୪ |
୪ | ଗୁଜୁରାଟ | ୨ | ୨ | ୦ | ୦.୪୯୫ | ୪ |
୫ | ପଞ୍ଜାବ | ୩ | ୨ | ୧ | ୦.୨୩୮ | ୪ |
୬ | ବେଙ୍ଗୁଲୁରୁ | ୩ | ୨ | ୧ | ୦.୧୫୯ | ୪ |
୭ | ଦିଲ୍ଲୀ | ୩ | ୧ | ୨ | -୦.୧୧୬ | ୨ |
୮ | ଚେନ୍ନାଇ | ୩ | ୦ | ୩ | -୧.୨୫୧ | ୦ |
୯ | ମୁମ୍ବାଇ | ୩ | ୦ | ୩ | -୧.୩୬୨ | ୦ |
୧୦ | ହାଇଦ୍ରାବାଦ | ୨ | ୦ | ୨ | -୧.୮୨୫ | ୦ |
ଅରେଞ୍ଜ କ୍ୟାପ:
କ୍ର.ନଂ | ବ୍ୟାଟ୍ସମ୍ୟାନ | ମ୍ୟାଚ | ରନ |
୧ | ଜୋସ ବଟଲର | ୩ | ୨୦୫ |
୨ | କ୍ଵିଣ୍ଟନ ଡି କକ୍ | ୪ | ୧୪୯ |
୩ | ଇଶାନ କିଶନ | ୩ | ୧୪୯ |
ପର୍ପଲ କ୍ୟାପ:
କ୍ର.ନଂ | ବୋଲର | ମ୍ୟାଚ | ୱିକେଟ |
୧ | ଉମେଶ ଯାଦବ | ୪ | ୯ |
୨ | ୟୁଜବେନ୍ଦ୍ର ଚହଲ | ୩ | ୭ |
୩ | ଆବେଶ ଖାନ | ୪ | ୭ |